ପଞ୍ଚକ

ପଞ୍ଚକ ବା ପଞ୍ଚୁକ ଓଡ଼ିଶାରେ ପାଳିତ ଏକ ହିନ୍ଦୁ ପର୍ବ । ଏହା କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ) ଭାବେ ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର କରିଥାନ୍ତି ।

ପଞ୍ଚକ
ପଞ୍ଚକରେ ଡଙ୍ଗା ଭସା

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ "ବକ ପଞ୍ଚକ" ମଧ୍ୟ କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, "ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ" । ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନକରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।[ଆଧାର ଲୋଡ଼ା]

ଶ୍ରୀମନ୍ଦିରରେ ପଞ୍ଚକ

ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ।

ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଜଗନ୍ନାଥଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଅତୀତରେ ୧୯୯୫ ମସିହା ନଭେମ୍ବର ୧୬ ତାରିଖ ଦିନ କାର୍ତ୍ତିକ ମଳ ତ୍ରୟୋଦଶୀ ବୁଧବାର ଦିନ ଦିନ ଜଗନ୍ନାଥଙ୍କର ଏହି ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ଆଗାମୀ ନାଗାର୍ଜ୍ଜୁନ ବେଶ ୨୦୨୦ ମସିହା ନଭେମ୍ବର ୨୭ ତାରିଖ ଦିନ କାର୍ତ୍ତିକଶୁକ୍ଳ ଦ୍ୱାଦଶୀ ମଳତିଥିରେ ଅନୁଷ୍ଠିତ ହେବ ।

ଆଧାର

ବାହାର ଆଧାର

Tags:

ପଞ୍ଚକ କିମ୍ବଦନ୍ତୀପଞ୍ଚକ ଶ୍ରୀମନ୍ଦିରରେ ପଞ୍ଚକ ଆଧାରପଞ୍ଚକ ବାହାର ଆଧାରପଞ୍ଚକଅଁଳା ନବମୀଏକାଦଶୀଓଡ଼ିଶାକାର୍ତ୍ତିକପୂର୍ଣ୍ଣିମାମାସଶୁକ୍ଳପକ୍ଷହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ହେନା ଫୁଲଯକ୍ଷ୍ମାଉଇକିପିଡ଼ିଆ ସମୂହର ତାଲିକାଜାନକୀ ବଲ୍ଲଭ ପଟ୍ଟନାୟକବ୍ରାହ୍ମଣଦୀନକୃଷ୍ଣ ଦାସଅମନାତ୍ୟ ଜନଜାତିତୁଳସୀ ଗଛରଜଲିଙ୍ଗରାଜ ମନ୍ଦିରଦଶରଥମାତଙ୍ଗୀରଜିୟା ସୁଲତାନତରଳ ଝାଡ଼ାପ୍ରଧାନ ପୃଷ୍ଠାଜ୍ଞାନକୋଷକୋରାପୁଟଭାରତୀୟ ଦଣ୍ଡ ସଂହିତା, ୧୮୬୦ରାବଣକିଶୋରଚନ୍ଦ୍ରାନନ୍ଦ ଚମ୍ପୂ୨୧ ମାର୍ଚ୍ଚରାଜନୀତି ବିଜ୍ଞାନଜୟୀରାମ ସାମଲକ୍ୟୁ. ଆର. କୋଡ଼ଚନ୍ଦନ ଯାତ୍ରାଗୋମୁହାଁ କୁମ୍ଭୀରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସଂସ୍କୃତ ଭାଗବତହୋଲିଓଡ଼ିଶାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରହେମନ୍ତ କୁମାର ଦାସରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାପାର୍କିନ୍‌ସନ୍ ରୋଗକାଟୁଲୁ ରବି କୁମାରମଥୁରା ମଙ୍ଗଳଦୁର୍ଗାଷ୍ଟମୀସମ୍ବଲପୁର ଜିଲ୍ଲାଭୁବନେଶ୍ୱର ମିଶ୍ରକୁମ୍ଭାର ଚକବିବାହପ୍ରଦୀପ କୁମାର ପାଣିଗ୍ରାହୀଉତ୍କଳ ଦୀପିକାରାମ ନବମୀବିଭୂତି ଭୂଷଣ ପ୍ରଧାନ୨୬ ଅପ୍ରେଲନମିତା ଅଗ୍ରୱାଲପୂରଣବାଚକ ସଂଖ୍ୟାସହଦେବ (ମହାଭାରତ)ଭାରତୀୟ ଡାକ ସେବାସମ୍ବାଦଶବ୍ଦ (ପଦ)ଅକ୍ଷର କଳାଓଡ଼ିଶୀରାଜା ରାମମୋହନ ରାୟଗୋଲୋକ ବିହାରୀ ଧଳପାରାଦୀପ ବନ୍ଦରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହନୁମାନ ଜୟନ୍ତୀଜଗନମୋହ‌ନ ଲାଲପ୍ରତିଭା ରାୟପକ୍ଷୀରବି କାନୁନଗୋବସନ୍ତ କୁମାର ଶତପଥୀଶ୍ରୀ ଅରବିନ୍ଦଅନ୍ନପୂର୍ଣ୍ଣା ମହାରଣାସରଳା ଦେବୀଓଡ଼ିଆ🡆 More