ଆଡ଼କିଆ ବେଶ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତଦିନ ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି ।

ଆଡ଼କିଆ ବେଶରେ ଜଗନ୍ନାଥବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି ।

ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ , ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆଗୁଡ଼ିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ । ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକାଦ୍ୱାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନଯାଇ ସୁନା କିରୀଟ ଲଗାଯାଏ । ସବୁ ଠାକୁରମାନଙ୍କର ମୂଖର ଉପର ପାର୍ଶ୍ୱରେ ଦୁଇଟି ଲେଖାଏଁ କାଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି , ବରକୋଳି ମାଳି , ପଦ୍ମମାଳି,ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତିତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର , ମାଳି,ଶ୍ରୀପୟର ,ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ । ଜଗନ୍ନାଥ, ବଳଭଦ୍ରଙ୍କୁ ଲୁଗାକଛା ମାରି ପିନ୍ଧାଇ ଦିଆଯାଏ ।

ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କଦ୍ୱାରା ଏହି ବେଶର ପ୍ରଚଳନ ହୋଇଥିଲା । । ଏହି ବେଶରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ତିଆରି ହୋଇଥିବା ଚୁଳ ଲଗାଯାଏ । ଏହି ଚୁଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ବାଗରେ ଖୋସାଯାଇଥିବା ବେଳେ ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖୋସାଯାଇଥାଏ ।

ଆଧାର

ବାହାର ଲିଙ୍କ

Tags:

କାର୍ତ୍ତିକତିଥିତ୍ରୟୋଦଶୀମାସଶ୍ରୀମନ୍ଦିର

🔥 Trending searches on Wiki ଓଡ଼ିଆ:

ନେପଚୁନମାଟିର ମଣିଷକୁନ୍ତଳା କୁମାରୀ ସାବତପ୍ରହ୍ଲାଦ ନାଟକଗୋପବନ୍ଧୁ ଚୌଧୁରୀଭୁବନେଶ୍ୱରବର୍ଷାବିଜୁ ଜନତା ଦଳପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଓଡ଼ିଆ ନାଟକଦୀପା ସାହୁ (୧୯୮୫ ଜନ୍ମ)ଚାନ୍ଦ୍ରମାସଇଣ୍ଟରନେଟବିଜୁ ପଟ୍ଟନାୟକଜୟ ଜଗନ୍ନାଥ୨୧ବିଶ୍ୱ ମ୍ୟାଲେରିଆ ଦିବସନୋବେଲ ପୁରସ୍କାରମଇ ଦିବସଖାଦ୍ୟଫେବୃଆରୀ ୨୯ବୈଷ୍ଣବ ପାଣିଓଡ଼ିଆ ଭାଷାଜଳହନୁମାନଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଜଗନ୍ନାଥଙ୍କ ବେଶମୋନିକା ସେଲ୍ସକାହ୍ନୁଚରଣ ମହାନ୍ତିନନ୍ଦିନୀ ଶତପଥୀଭାରତର ସଂସ୍କୃତିପୁଥୁପ୍ପାଲ୍ଲୀ, କୋଟ୍ଟାୟାମଶ୍ରାଦ୍ଧୟୁରୋପଭାରତୀୟ ଡାକ ସେବାଧନୁ (ରାଶି)ଜନ୍ମ ନିରୋଧପ୍ରଥମ ବିଶ୍ୱଯୁଦ୍ଧଜଗନମୋହ‌ନ ଲାଲକବାଟଚିଲିକା ହ୍ରଦଗଡ଼ଜାତ କୃଷକରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମୟୂରଭଞ୍ଜ ଜିଲ୍ଲାସିଦ୍ଧାନ୍ତ ମହାପାତ୍ରଆଚାର୍ଯ୍ୟ ହରିହରଓଡ଼ିଆ ଭାଷା ଆନ୍ଦୋଳନଚନ୍ଦନ ଯାତ୍ରାଉତ୍କଳ ଦିବସମନୋଜ ଦାସଗୁଗଲଘରଓଡ଼ିଶା ବିଧାନ ସଭାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୌରହରି ଦାସନମିତା ଅଗ୍ରୱାଲରଥସୌଭାଗ୍ୟ କୁମାର ମିଶ୍ରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବେଲଶ୍ରୀରାଧାକଟକବ୍ରାହ୍ମ ସମାଜରମାକାନ୍ତ ରଥନାରାୟଣ ସାହୁହେମୋଫିଲିଆକାଟୁଲୁ ରବି କୁମାରସତୀ ଅନୁସୂୟାସବ୍ୟସାଚୀ ମିଶ୍ର🡆 More