ଠିଆକିଆ ବେଶ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼ ଏକାଦଶୀ ବୋଲି କୁହାଯାଏ । ଏହି ଦିନରୁ ପଞ୍ଚକ ମଧ୍ୟ ଆରମ୍ଭ ହୋଇଥାଏ । ଶାସ୍ତ୍ର ମତରେ ବଡ଼ ଏକାଦଶୀଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଏ । ୪ ମାସ ପରେ ଶୟନରୁ ଉଠୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେଥିପାଇଁ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ ।

ଠିଆକିଆ ବେଶ
ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ମସ୍ତକରେ ସୁବର୍ଣ୍ଣକିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶକୁ ଠିଆକିଆ ବେଶ ମଧ୍ୟ କୁହାଯାଏ । ରାମାନୁଜଙ୍କର ଦର୍ଶନ ଅନୁଯାୟୀ ବ୍ରହ୍ମ ସଗୁଣ ଓ ସେ ନାରାୟଣ, ଲକ୍ଷ୍ମୀ ତାଙ୍କର ଶକ୍ତି । ଏହି ନ୍ୟାୟରେ ରାମାନୁଜ ଜଗନ୍ନାଥଙ୍କୁ ବ୍ରହ୍ମ ଭାବରେ ଦେଖିଥିବାରୁ ସେ ଲକ୍ଷ୍ମୀ ନାରାୟଣ ବେଶ ପ୍ରବର୍ତ୍ତନ କରିଥିଲେ ବୋଲି ଅନୁମାନ କରାଯାଏ । ଠାକୁରମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜ୍ଜିତ କରାଇଥାନ୍ତି । ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ସମ୍ପନ୍ନ ହୁଏ ।

ବେଶ

ଲକ୍ଷ୍ମୀନାରାୟଣ ବେଶରେ ସୁନାବେଶର ସମସ୍ତ ଅଳଙ୍କାର ଲାଗି ହୁଅନ୍ତି ମାତ୍ର ରାଜବେଶରେ ତିନିଗୋଟି ସୁନା କିରିଟ ଲାଗି ହୁଅନ୍ତି। ସେହିପରି କାର୍ତ୍ତିକ ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ମହାପ୍ରଭୁ ହସ୍ତରେ ଶ୍ରୀଭୁଜ ଲାଗି ନହୋଇ ନଳୀଭୁଜ ଲାଗି ହୁଅନ୍ତି, ଏହି ନଳୀଭୁଜର ଶୀର୍ଷ ଦେଶରେ ଆୟୁଧର ଚିହ୍ନ ରହିଥାଏ । ମାତ୍ର ଲକ୍ଷ୍ମୀନାରାୟଣ ବେଶରେ ମହାପ୍ରଭୁ ଆୟୁଧ ଲାଗି ହୁଅନ୍ତି । ଶ୍ରୀଜଗନ୍ନାଥ ବାମ ହସ୍ତରେ ଶଙ୍ଖ ଓ ଡାହାଣ ହସ୍ତରେ ଚକ୍ର ଧରିଥାନ୍ତି । ବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ କେବଳ ମସ୍ତକରେ ଠିଆକିଆ ଶୋଭାପାଏ । ଏହି ଠିଆକିଆ ଗୁଡ଼ିକୁ ଧରି ରଖିବା ପାଇଁ ଏକ ବଳା ମୁଖମଣ୍ଡଳରେ ଲାଗେ । ଠାକୁରମାନେ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ସୁବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇ ଅତ୍ୟନ୍ତ ସୁନ୍ଦର ଦେଖାଯାଆନ୍ତି ।

ଅଳଙ୍କାର

ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ନିମ୍ନଲିଖିତ ସୁନା ଅଳଙ୍କାରମାନ ଲାଗି ହୁଏ :

  • ଶ୍ରୀଭୁଜ-୪ଟି
  • ଶ୍ରୀପୟର-୪ଟି
  • କାନ-୬ଟି
  • ଆଡ଼କାନି-୪ଟି
  • ଚନ୍ଦ୍ରିକା-୨ଟି
  • ସୂର୍ଯ୍ୟଚନ୍ଦ୍ର-୬ଟି
  • ତଡ଼ଗି-୨ଟି
  • ଓଡ଼ିଆଣୀ-୩ଟି
  • କିଆ-୫୪ଟି
  • ଆୟୂଧ-ଶଙ୍ଖ, ଚକ୍ର, ହଳ ଓ ମୂଷଳ ୤

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଠିଆକିଆ ବେଶ ବେଶଠିଆକିଆ ବେଶ ଅଳଙ୍କାରଠିଆକିଆ ବେଶ ଆହୁରି ଦେଖନ୍ତୁଠିଆକିଆ ବେଶ ଆଧାରଠିଆକିଆ ବେଶ ବାହାର ଲିଙ୍କଠିଆକିଆ ବେଶଏକାଦଶୀକାର୍ତ୍ତିକଜଗନ୍ନାଥପଞ୍ଚକଲକ୍ଷ୍ମୀ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ପ୍ରିମିଅର ଲିଗଜବାହରଲାଲ ନେହେରୁଜର୍ଜିଆଯାଜପୁର ଜିଲ୍ଲାଜଳଶ୍ରୀମନ୍ଦିରର ଗଣେଶ ମନ୍ଦିରନନ୍ଦ କିଶୋର ବଳମୟୂରଭଞ୍ଜ ରାଜ୍ୟଗୋପାଳ ଚନ୍ଦ୍ର ପ୍ରହରାଜସୂର୍ଯ୍ୟମାଲେସିଆ୧୨ପଖାଳଓଡ଼ିଶା ସରକାରଜଳ ପ୍ରଦୂଷଣଆଧୁନିକ କଥା ସାହିତ୍ୟ (ଉପନ୍ୟାସ)୨୧ ଜାନୁଆରୀତୁଳସୀ ଗଛଚିତ୍ତରଞ୍ଜନ ଦାସଭାରତର ଜାତୀୟ ପତାକାମହାଭାରତ୩୧ ଜୁଲାଇସୂର୍ଯ୍ୟପରାଗତରଳ ଝାଡ଼ାଅଶୋକାଷ୍ଟମୀଉତ୍ତମ ମହାନ୍ତିଲାଓସଉତ୍ସବ ଚରଣ ଜେନାମଦର ଟେରେସାଧନିଷ୍ଠା (ନକ୍ଷତ୍ର)ବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନମିତା ଅଗ୍ରୱାଲପୃଥିବୀଚତୁର୍ଶୃଙ୍ଗୀ ମନ୍ଦିରପର୍ଶୁରାମ ପାଣିଗ୍ରାହୀସମ୍ବାଦ (ଖବରକାଗଜ)ରାଶି ଓ ନକ୍ଷତ୍ରନିତ୍ୟାନନ୍ଦ ମହାପାତ୍ରଗୋଲୋକ ବିହାରୀ ଧଳଦଣ୍ଡ ନାଟଧରିତ୍ରୀଆପଲ ଇନକର୍ପୋରେଟେଡଓଡ଼ିଆ ସାହିତ୍ୟର ଇତିହାସଗାୟତ୍ରୀବାଳା ପଣ୍ଡାରଥଯାତ୍ରାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଇଣ୍ଟରନେଟବଙ୍ଗଳାଦେଶମାଦଳା ପାଞ୍ଜିବୈଦେହୀଶ ବିଳାସରଜନବ ଚରଣ ମାଝିନବୀନ ପଟ୍ଟନାୟକପାଟଦେଇଢେଙ୍କାନାଳ ଜିଲ୍ଲାକନ୍ୟା (ରାଶି)ଟ୍ରିପଲ ଏକ୍ସ ସିଣ୍ଡ୍ରୋମଅମରପୋଇଅଟଳ ପେନସନ ଯୋଜନାଅର୍ଥଶାସ୍ତ୍ରଜୁଲାଇମହୁ ଚାଷଜଗତସିଂହପୁର ଜିଲ୍ଲାନବକଳେବରତୁଳସୀ ଦାସଡଙ୍ଗାରାମାକାନ୍ତ ଦେଶାଇଜଗନ୍ନାଥ ମନ୍ଦିର, କୋରାପୁଟବିଶ୍ୱ ଏଡ୍‌ସ ଦିବସଉପନିଷଦବୈଶାଖଓଡ଼ିଶା🡆 More