ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥିଲେ ମଧ୍ୟ ସେଥିମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ଭାବେ ପାଳିତ ହୁଏ ସେଗୁଡ଼ିକ ଦ୍ୱାଦଶ ଯାତ୍ରା ନାମରେ ଅଭିହିତ । .
ଦ୍ୱାଦଶ ଯାତ୍ରା
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥିଲେ ମଧ୍ୟ ସେଥିମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ଭାବେ ପାଳିତ ହୁଏ ସେଗୁଡ଼ିକ ଦ୍ୱାଦଶ ଯାତ୍ରା ନାମରେ ଅଭିହିତ ।
- ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା):଼ ଗନ୍ଧଲେପନ ଯାତ୍ରା
- ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
- ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ।
- ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ ।
- କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
- ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
- ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ।
- ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ଓଢ଼ଣ ଷଷ୍ଠୀ: ଏହିଦିନଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି । ଘୋଡ଼ଲାଗି ବେଶ ଆରମ୍ଭ ହୁଏ ।
- ପୁଷ୍ୟାଭିଷେକ: ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା:
- ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
- ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା
- ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
ଦଶାବତାର ସମ୍ବନ୍ଧୀୟ ଯାତ୍ରା ଓ ପର୍ବ ପର୍ବାଣି
- ନୃସିଂହ ଜନ୍ମ: ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ
- ବାମନ ଜନ୍ମ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ: ସୁନିଆ/ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ/ ଇନ୍ଦ୍ରଧ୍ୱଜ ପୂଜା ।
- ଶ୍ରୀମନ୍ଦିରରେ ପାରମ୍ପରିକ ରୀତି ମତେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ଉଠିବା ପରେ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଏ । ଭିତରେ ପାଣି ପଡ଼ି ପୋଛା ମରାଯିବା ପରେ ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ତିଆରି କରନ୍ତି । ତିନିବାଡ଼ରେ ବନ୍ଦାପନା ପରେ ମହାଜନ ସେବକମାନେ କୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି । ବଣିଆ ଦେଇଥିବା ଏକ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ଶୀତଳ ଭୋଗ କରାଯିବା ପରେ ଗର୍ଭଉଦକ ନିମନ୍ତେ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ରାମ ନବମୀ ଅଥବା ଜନ୍ମାଷ୍ଟମୀ ଭଳି ନୀତି ନ ହୋଇ ବିଧିବ୍ୟବସ୍ଥା ତଥା ପାରମ୍ପରିକ ରୀତି ମତେ ଖଣ୍ଡୁଆ ଘୋଡ଼ାଇ ପୋଥିପାଠ ପ୍ରମାଣେ ଜନ୍ମନୀତି ଅନୁଷ୍ଠିତ ହେବାପରେ ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ କୋରାକୁ ପଣ୍ଡା ମଣୋହି କରାଇଥାନ୍ତି । ମାଜଣା ମଣ୍ଡପରେ କେତେକ ନୀତି ସମ୍ପାଦିତ ହୋଇ ବାମନ (କୃଷ୍ଣ) ଦକ୍ଷିଣଘରକୁ ବିଜେ କରନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ସ୍ନାନବେଦୀ ପାଖ ଚାହାଣୀମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ ସେବକମାନେ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥାନ୍ତି । ପୂର୍ଣ୍ଣିମା ପର୍ଯ୍ୟନ୍ତ ସପ୍ତମେଘ ବନ୍ଧାହୋଇ ରହନ୍ତି । ପୂଜାପଣ୍ଡା ସେବକଙ୍କଦ୍ୱାରା ଇନ୍ଦ୍ରଧ୍ୱଜ ପୂଜା ସମ୍ପନ୍ନ ହୁଏ । ଏହି ଅବସରରେ ରୋଷରୁ ମହାସୁଆର ଦୁଇ ଓଳି ଅନ୍ନ ଆଣି ରଖିବାପରେ ପଣ୍ଡା ତାହାକୁ ପଞ୍ଚୋପଚାରରେ ପୂଜା କରି ବନ୍ଦାପନା କରିଥାନ୍ତି । ବର୍ଷକରେ ଏହି ଗୋଟିଏ ଦିନ କେବଳ ଶଙ୍ଖୁଡ଼ି ବାହରକୁ ଯାଇଥାଏ । [୧]
- ବାମନ ବେଶ: କାର୍ତ୍ତିକ ଶୁକ୍ଳଦ୍ୱାଦଶୀ
- ନୃସିଂହ ବେଶ: କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ
- ପର୍ଶୁରାମ ବେଶ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ (ମଳ ତିଥି)
ବଳରାମ ଓ କୃଷ୍ଣ ଅବତାର ସମ୍ବନ୍ଧୀୟ ଯାତ୍ରା ଓ ପର୍ବପର୍ବାଣି
- ବଳଭଦ୍ର ଜନ୍ମ: ଶ୍ରାବଣ ପୂର୍ଣ୍ଣମୀ
- ଶ୍ରୀକୃଷ୍ଣ ଜନ୍ମ: ଭାଦ୍ରବ କୃଷ୍ଣାଷ୍ଟମୀ
- ନନ୍ଦୋତ୍ସବ: ଭାଦ୍ରବ କୃଷ୍ଣ ନବମୀ
- ବଣଭୋଜି ବେଶ, କୋଳିବିକା, ଅର୍ଘାସୁର ବଧ, ବକାସୁର ବଧ: ଭାଦ୍ରବ କୃଷ୍ଣଦଶମୀ
- କାଳୀୟଦଳନ ବେଶ, ଧେନୁକାସୁର ବଧ: ଭାଦ୍ରବ କୃଷ୍ଣ ଏକାଦଶୀ
- ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ
- କୃଷ୍ଣବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ
- କୃଷ୍ଣଜନ୍ମ ଯାତ୍ରା: ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ
- ବସ୍ତ୍ରହରଣ: ଭାଦ୍ରବ ଅମାବାସ୍ୟା
- ଦାବାଗ୍ନି: ଭାଦ୍ରବ ଶୁକ୍ଳ ପ୍ରତିପଦା
- ନିକୁଞ୍ଜଲୀଳା: ଭାଦ୍ରବ ଶୁକ୍ଳ ଦ୍ୱିତୀୟା
- ଅନ୍ଧଲୀଳା ବା ଅନ୍ଧ ମନ୍ଦିର ହାତୀ: ଭାଦ୍ରବ ଶୁକ୍ଳ ତୃତୀୟା
- ଦାହଲୀଳା: ଭାଦ୍ରବ ଶୁକ୍ଳ ପଞ୍ଚମୀ
- ବିମ୍ବାସୁର ବଧ: ଭାଦ୍ରବ ଶୁକ୍ଳ ଷଷ୍ଠୀ
- କେଶୀବଧ: ଭାଦ୍ରବ ଶୁକ୍ଳ ସପ୍ତମୀ
- କୃଷ୍ଣଲୀଳା, ଲବଣୀଖିଆ, ଅକ୍ରୂର ଲୀଳା, ରଜକୀଲିଳା, ଧନୁଘର ପ୍ରସ୍ତାବ, ମଲ୍ଲଯୁଦ୍ଧ ପ୍ରସ୍ତାବ, କୁବ୍ଜା ଉଦ୍ଧାର, କୁବଳୟାଗଜ ପ୍ରସ୍ତାବ, କଂସବଧ, ଉଗ୍ରସେନଙ୍କୁ ଶାଢ଼ୀ ପ୍ରଦାନ: ଭାଦ୍ରବ ଶୁକ୍ଳ ଦଶମୀ
- ଇନ୍ଦ୍ରଧ୍ୱଜ ପୂଜା: ଭାଦ୍ରବ ଶୁକ୍ଳ ଦ୍ୱାଦଶୀଠାରୁ ପୂର୍ଣ୍ଣିମା
- ରାଧାଦାମୋଦର ବେଶ: ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ
ରାମ ଅବତାର ସମ୍ବନ୍ଧୀୟ ଯାତ୍ରା ଓ ପର୍ବପର୍ବାଣି
- ଜେଉଡ଼ ଭୋଗ: ଚୈତ୍ର ଶୁକ୍ଳ ଅଷ୍ଟମୀ: ଶ୍ରୀରାମଙ୍କ ଜନ୍ମ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଜେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥାଏ । ଏଥିଲାଗି ପାରମ୍ପରିକ ରୀତିମତେ ମହାପ୍ରଭୁଙ୍କ ବାଡ଼ରେ ଅଧିକ ଏକ ବନ୍ଦାପନା ହେବାପରେ ଠାକୁରମାନଙ୍କର ଅନ୍ୟାନ୍ୟ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥାଏ ।
- ଶ୍ରୀରାମ ଜନ୍ମ: ଚୈତ୍ର ଶୁକ୍ଳ ନବମୀ (ରାମ ନବମୀ): ଶ୍ରୀରାମ ଜନ୍ମ ନୀତିରେ ଶ୍ରୀମନ୍ଦିରରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରିରେ ଶ୍ରୀରାମଙ୍କୁ ଜନ୍ମ ଦେଇଥାନ୍ତି । ନବମୀ ଦିନ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଆରମ୍ଭ ହୋଇଥାଏ । ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି କରିଥାନ୍ତି । ଏହି ଗୁପ୍ତନୀତିକୁ ଯେପରି କେହି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯାଥାଏ । ପ୍ରଭୁ ଜନ୍ମ ହେବା ପରେ କର୍ପୁରଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଇଥାନ୍ତି । ଏହିପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇବେ ।[୨]
- ଯଜ୍ଞଲୀଳା: ଚୈତ୍ର ଶୁକ୍ଳ ଦଶମୀ
- ସୀତା ବିବାହ: ଚୈତ୍ର ଶୁକ୍ଳ ଏକାଦଶୀ
- ବନବାସ: ଚୈତ୍ର ଶୁକ୍ଳ ଦ୍ୱାଦଶୀ
- ମାୟାମୃଗ ପ୍ରସ୍ତାବ: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
- ଲଙ୍କାପୋଡି: ଚୈତ୍ର ଶୁକ୍ଳ ପୂର୍ଣ୍ଣିମା
- ସେତୁବନ୍ଧ: ବୈଶାଖ କୃଷ୍ଣ ପ୍ରତିପଦା
- ରାବଣ ବଧ, ଅଭିଷେକ: ବୈଶାଖ କୃଷ୍ଣ ଦ୍ୱିତୀୟା
ବାର ମାସର ପର୍ବପର୍ବାଣି
ବୈଶାଖ ମାସରେ ପାଳିତ ପର୍ବପର୍ବାଣି
- ସେତୁ ବନ୍ଧ: ବୈଶାଖ କୃଷ୍ଣ ପ୍ରତିପଦ
- ରାବଣ ବଧ: ବୈଶାଖ କୃଷ୍ଣ ଦ୍ୱିତୀୟା
- ରାମାଭିଷେକ: ପୂନର୍ବସୁ ନକ୍ଷତ୍ର ସ୍ଥିତି ଅନୁଯାୟୀ ପାଳନ କରାଯାଏ ।
- ପଣା ସଂକ୍ରାନ୍ତି: ମହା ବିଷୁବ ସଂକ୍ରାନ୍ତି: ଓଡ଼ିଆ ନବବର୍ଷ
- ଅକ୍ଷୟ ତୃତୀୟା ବା ଅଖି ତୃତୀୟା: ବୈଶାଖଶୁକ୍ଳ ତୃତୀୟା : ରଥ ନିର୍ମାଣ ଅନୁକୂଳ । ଚନ୍ଦନ ଯାତ୍ରା ଆରମ୍ଭ ।
- ଚନ୍ଦନ ଯାତ୍ରା ବା ଗନ୍ଧଲେପନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ୪୨ ଦିନ ପର୍ଯ୍ୟନ୍ତ । ମହାଲକ୍ଷ୍ମୀ, ଭୂଦେବୀ, ମଦନ ମୋହନ, ରାମ କୃଷ୍ଣ, ଲକ୍ଷ୍ମୀ, ସରସ୍ୱତୀ ଓ ପଞ୍ଚ ଶିବ (ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ୱର, ଶ୍ରୀ କପାଳମୋଚନ, ଶ୍ରୀ ମାର୍କଣ୍ଡେଶ୍ୱର ଓ ଶ୍ରୀ ନୀଳକଣ୍ଠେଶ୍ୱର) ପାଲିଙ୍କିରେ ନରେନ୍ଦ୍ର ପୋଖରୀକୁ ଯାଇ ୨୧ ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ଚାପ ଖେଳନ୍ତି ।
- ନିଳାଦ୍ରି ମହୋଦୟ (ଅଧିବାସ):
- ନିଳାଦ୍ରି ମହୋଦୟ: ବୈଶାଖ ଶୁକ୍ଳ ଅଷ୍ଟମୀ
- ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆର୍ବିଭାବ ହୋଇଥିଲା । ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକମାନେ ମତ ଦିଅନ୍ତି । ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନ ନିଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିବା ବେଳେ ସମୁଦ୍ରରେ ଏକ ଅଦ୍ଭୂତ ଦାରୁ ଭାସି ଭାସି ଆସୁଥିବାର ଦେଖିଥିଲେ। ଲହଡିର ବିପରିତ ଦିଗରୁ ଭାସି ଆସୁଥିବା ଦେଖି ସମସ୍ତେ ବିସ୍ମିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମହାଦାରୁଙ୍କ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଆର୍ବିଭାବ ଦିନ ଅଭିଷେକ କରାଯାଇଥାଏ । ସେହି ବିଧି ପରମ୍ପରା ଅନୁସାରେ ଏହି ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୂର୍ବ ଦିନ ସନ୍ଧ୍ୟାଧୂପ ପରେ ଗରାବଡୁ ସେବକମାନେ ତମ୍ବା ଗଡୁରେ ଆଣିଥିବା ୧୦୮ ଗଡୁ ଜଳକୁ ଅଧିବାସ କରାଯାଇ ଭୋଗ ମଣ୍ଡପ ଘରେ ରଖାଯଇଥାଏ । ଅଷ୍ଟମୀ ତିଥି ଦିନ ଅପରାହ୍ଣ ପ୍ରାୟ ୨:୩୦ ବେଳକୁ ଉକ୍ତ ଜଳରେ ଶ୍ରୀବିଗ୍ରହଙ୍କ ଜଳବିଜେ ଓ ପୂଜା କରାଯାଇ ନୂଆ ଲୁଗା ଲାଗି କରାଯାଇଥାଏ । ଏହାପରେ ଦ୍ୱାଦଶ ଯାତ୍ରା ବନ୍ଦାପନା ହୋଇ ଚନ୍ଦନ ଠାକୁର ବିମାନକୁ ବିଜେ କରିଥାନ୍ତି । ବିମାନ ଉଠିଲାପରେ ଭୋଗମଣ୍ଡପ ଶେଷ ହୋଇ ଶାହାଣମେଳା ଅନୁଷ୍ଠିତ ହୋଇଥାଏ।ଏହାପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ ନୀତି କରାଯିବା ପରେ ରାତି ୧ଟାରେ ଠାକୁରମାନଙ୍କୁ ଚନ୍ଦନ ଲାଗି କରାଯଇ ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ତିନି ଠାକୁରଙ୍କ ପହୁଡ଼ ନିତି ଅନୁଷ୍ଠିତ ହୋଇଥାଏ ।
- ନୃସିଂହ ଜନ୍ମ: ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ
ଜ୍ୟୈଷ୍ଠ ମାସରେ ପାଳିତ ପର୍ବପର୍ବାଣି
- ଭିତର ଚନ୍ଦନ: ଜ୍ୟୈଷ୍ଠ କୃଷ୍ଣପକ୍ଷ ଏକାଦଶୀ (ଜଳକ୍ରିଡ଼ା ଏକାଦଶୀ):
- ଶୀତଳ ଷଷ୍ଠୀ: ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ : ଶିବ ପାର୍ବତୀଙ୍କ ବିବାହ ଉତ୍ସବ ।
- ରାଜେନ୍ଦ୍ରାଭିଷେକ: ଜ୍ୟୈଷ୍ଠ ଶୁକ୍ଳପକ୍ଷ ଦଶମୀ:
- ରୁକ୍ମିଣୀ ହରଣ: ଜ୍ୟୈଷ୍ଠ ଶୁକ୍ଳପକ୍ଷ ଏକାଦଶୀ: ଦେବବିବାହ ବା ପଦ୍ମା ଏକାଦଶୀ ।
- ଚମ୍ପକ ଦ୍ୱାଦଶୀ: ଜ୍ୟୈଷ୍ଠ ଶୁକ୍ଳଦ୍ୱାଦଶୀ: ଚମ୍ପାଫୁଲଦ୍ୱାରା ବିଷ୍ଣୂପୂଜା (ଶ୍ରୀକୃଷ୍ଣଙ୍କ ବିବାହୋତ୍ସବ) ।
- ଦଇତାପତିଙ୍କ ପ୍ରବେଶୋତ୍ସବ
- ସ୍ନାନ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
ଆଷାଢ଼ ମାସରେ ପାଳିତ ପର୍ବପର୍ବାଣି
- ଅଣସର: ଆଷାଢ଼ କୃଷ୍ଣ ପ୍ରତିପଦଠାରୁ ପନ୍ଦରଦିନ କାଳ
- କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ: ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ ।
- ଫୁଲରି ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି। ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।
- ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଆଷାଢ଼ କୃଷ୍ଣ ଅଷ୍ଟମୀ: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ ।
- ମସୃଣ ଲେପନ: ଆଷାଢ଼ କୃଷ୍ଣ ନବମୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।
- ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀ: ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅପସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ । ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।
- ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରି ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଦଶମୂଳ (ବେଲ, ଗମ୍ବାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ, ଅଙ୍କରାନ୍ତି ଓ ଗୋଖୁରା) ମୋଦକ ଲାଗି କରାଯାଏ ।
- ଓଷା ଲାଗି ବା ରାଜ ପ୍ରସାଦ ବିଜେ: ଆଷାଢ଼ କୃଷ୍ଣ ଦ୍ୱାଦଶୀ: ଠାକୁରମାନଙ୍କୁ ପ୍ରସାଦ ବିଜେ କରାଯାଏ ।
- ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ବସ୍ତ୍ରର ପୟର ପୂଜା ହୁଏ ।
- ବନକ ଲାଗି ଓ ଚକା ଅପସର: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ବନକ ଲାଗି କରାଯାଏ । ଅଣସରର ଶେଷ ଦିବସ ।
- ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ ।
- ନେତ୍ରୋତ୍ସବ : ଆଷାଢ଼ ଶୁକ୍ଳ ପ୍ରତିପଦା (ରଥଯାତ୍ରାର ପୂର୍ବଦିନ): ଶ୍ରୀ ଜୀଉମାନଙ୍କର ଆଖିର ରଙ୍ଗ ସମ୍ପୁର୍ଣ୍ଣ କରାଯାଏ ।
- ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ (ଗୁଣ୍ଡିଚା ମନ୍ଦିର)କୁ ବିଜେ କରନ୍ତି ।
- ହେରାପଞ୍ଚମୀ: ଆଷାଢ଼ ଶୁକ୍ଳ ପଞ୍ଚମୀ: ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ହେରିବାକୁ ଘଣ୍ଟ ଘଣ୍ଟା, କାହାଳୀ ସହ ସୁସଜ୍ଜିତ ପାଲିଙ୍କିରେ ବସି (ଲୁଚିକରି) ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଓ ରଥଯାତ୍ରାରେ ସଙ୍ଗରେ ନେଇ ନଥିବାରୁ କ୍ରୋଧ ଜର୍ଜରିତ ହୋଇ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ଦେଇ ଫେରି ଆସନ୍ତି ।
- ବାହୁଡ଼ା ଯାତ୍ରା: ଆଷାଢ଼ ଶୁକ୍ଳପକ୍ଷ ଦଶମୀ (ବାହୁଡ଼ା ଦଶମୀ): ଏ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି ।
- ସୁନାବେଶ ବା ବଡ଼ ତଢ଼ାଉ ବେଶ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ
- ହରିଶୟନ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ବଡ଼) (ହରିଶୟନ ଏକାଦଶୀ)
- ଗରୁଡ଼ ଶୟନ ଦ୍ୱାଦଶୀ:
- ଅଧର ପଣା: ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ
- ନିଳାଦ୍ରି ବିଜେ: ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।
- କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ଯାତ୍ରା: ଏହି ଦିନ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହେତୁ ଯେଉଁ ସଂକ୍ରାନ୍ତିର ଆରମ୍ବ ହୋଇଥାଏ ତାହାକୁ ପୁରାଣ ମତେ କର୍କଟ ସଂକ୍ରାନ୍ତି ଭାବରେ ପାଳନ କରାଯାଇଥାଏ ।
ଶ୍ରାବଣ ମାସରେ ପାଳିତ ପର୍ବପର୍ବାଣି
- ଚିତାଲାଗି ଅମାବାସ୍ୟା: ଶ୍ରାବଣ ଅମାବାସ୍ୟା (ଚିତଉ ଅମାବାସ୍ୟା):
- ବାଡ଼ି ନୃସିଂହ ବିଜେ:
- ଝୁଲଣ ଯାତ୍ରା: ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ପର୍ଯ୍ୟନ୍ତ
- ବଳଭଦ୍ର ଜନ୍ମ : ଶ୍ରାବଣ ପୂର୍ଣ୍ଣମୀ (ଗହ୍ମାପୂର୍ଣ୍ଣମୀ):
- ରାହୁରେଖା ଲାଗି:
- ନଗର୍ଭଉଦକ ବନ୍ଦାପନା/ ଯେଉଡ଼ ଭୋଗ:
ଭାଦ୍ରବ ମାସରେ ପାଳିତ ପର୍ବପର୍ବାଣି
- ରେଖା ପଞ୍ଚମୀ: କୃଷ୍ଣ ପଞ୍ଚମୀ (ରକ୍ଷା ପଞ୍ଚମୀ): ଶ୍ରୀଜଗନ୍ନାଥଙ୍କ ରେଖା ଲାଗି ।
- କୃଷ୍ଣ ଜନ୍ମ: କୃଷ୍ଣାଷ୍ଟମୀ (ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ଦୁର୍ଗାଜନ୍ମାଷ୍ଟମୀ):
- ନନ୍ଦୋତ୍ସବ: କୃଷ୍ଣନବମୀ: କୃଷ୍ଣପକ୍ଷ ଦଶମୀ ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
- ବଣଭୋଜି ବେଶ: କୋଳିବିକା/ ବକାସୁର ବଧ ବେଶ
- କାଳୀୟଦଳନ ବେଶ: କୃଷ୍ଣପକ୍ଷ ଏକାଦଶୀ (କାଳୀଦଳନ ଏକାଦଶୀ): ଧେନୁକାସୁର ବଧ ବେଶ:
- ପ୍ରଳମ୍ବାସୁର ବଧ ବେଶ: କୃଷ୍ଣପକ୍ଷ ଦ୍ୱାଦଶୀ
- କୃଷ୍ଣ ବଳରାମ ବେଶ: କୃଷ୍ଣପକ୍ଷ ତ୍ରୟୋଦଶୀ: ପୂର୍ବେ ଏହି ଦିନ ଶ୍ରୀଜଗନ୍ନାଥଙ୍କର ଗିରିଗୋବର୍ଦ୍ଧନ ବେଶ ହେଉଥିଲା । ୧୯୪୭ ମସିହା ପରେ ଗିରିଗୋବର୍ଦ୍ଧନ ବେଶ ପରିବର୍ତ୍ତେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଛି ।
- ସପ୍ତପୁରୀ ଅମାବାସ୍ୟା: ଭାଦ୍ରବ ଅମାବାସ୍ୟା (ସାତପୁରୀ ଅମାବାସ୍ୟା):
- ଦାବାଗ୍ନି ଓ ନିକୁଞ୍ଜ ଲୀଳା:
- ଅନ୍ଧ ପ୍ରସ୍ତାବ ଲୀଳା:
- ଗଣେଶ ଚତୁର୍ଥୀ: ଶୁକ୍ଳ ଚତୁର୍ଥୀ: ମାଦଳା ପାଞ୍ଜି ପୂଜା[୩]
- ଋଷି ପଞ୍ଚମୀ: ଶୁକ୍ଳ ପଞ୍ଚମୀ: ମହର୍ଷୀ ମାର୍କଣ୍ଡେୟଙ୍କ ତତ୍ତ୍ୱାବଧାନରେ ମହାଲକ୍ଷ୍ମୀ ସପ୍ତଋଷିଙ୍କୁ ପୂଜା କରିଥାନ୍ତି ।[୪]
- ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ (ଦୁର୍ବ୍ୱାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ । ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ ।
- ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ
- ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଶୁକ୍ଳ ଏକାଦଶୀ (ବଡ଼): ଶୟନ ଏକାଦଶିର ପରବର୍ତ୍ତୀ ବଡ଼ ଏକାଦଶୀ । ଏହି ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁଉ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ବିଶ୍ୱାସ ।
- ବାମନ ଜନ୍ମ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ: ସୁନିଆ/ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ/ ଇନ୍ଦ୍ରଧ୍ୱଜ ପୂଜା । ବାମନ ଅବତାରତେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ।
- ଅନନ୍ତ ଚତୁର୍ଦ୍ଦଶୀ: ଅନନ୍ତ ବାସୁଦେବ ମନ୍ଦିରରେ ନିତି ସମାପନ କରାଯାଏ
- ଇନ୍ଦ୍ର ଗୋବିନ୍ଦ ପୂଜା:
ଆଶ୍ୱିନ ମାସରେ ପାଳିତ ପର୍ବପର୍ବାଣି
- ସହସ୍ର କୁମ୍ଭ ଅଭିଷେକ: ଆଶ୍ୱିନ କୃଷ୍ଣ ଅଷ୍ଟମୀ
- ଦଶହରା: ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ: ଆୟୁଧ ପୂଜା ଓ ବିଜୟା ଦଶମୀ
- ଦ୍ୱିତୀୟା ଓଷା: ଲକ୍ଷ୍ମୀ ମନ୍ଦିରରେ ନିତି ଅନୁଷ୍ଠିତ ହୁଏ ।
- ଆଶ୍ୱିନ ପୂର୍ଣ୍ଣିମା: କୁମାର ପୂର୍ଣ୍ଣିମା: ପଶା ଖେଳ ଅନୁଷ୍ଠିତ ହୁଏ ।
- ପାରମ୍ପରିକ ରୀତିମତେ କୁମାରପୂର୍ଣ୍ଣମୀ ଦିନ ଜଗନ୍ନାଥଙ୍କ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର, ମୁଦୁଲି ସେବକଙ୍କ ମଧ୍ୟରେ ପଶା, ଶକଟା ଓ କଉଡ଼ି ଖେଳ ହୋଇଥାଏ। ଏହି ଖେଳରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପଶା ଖେଳରେ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୀଳମାଧବ ମହାଜନ ସେବକମାନଙ୍କ ହାତରେ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ପାଇଁ ବନ୍ଧା ହୋଇ ରହନ୍ତି । ଅଷ୍ଟମ ଦିନ ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ବନ୍ଧନରେ ଥିବା ମାଧବଙ୍କୁ ସେବାୟତମାନେ ଭିତର ସିଂହାସନକୁ ବିଜେ କରାନ୍ତି । [୫][୬]
- ଗୁପ୍ତ ଗୁଣ୍ଡିଚା: ଆଶ୍ୱିନ କୃଷ୍ଣ ଦ୍ୱିତୀୟା[୭]ଠାରୁ ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଆଠ ଦିନ ଦୁର୍ଗାମାଧବଙ୍କୁ ମନ୍ଦିର ବେଢ଼ାରେ ପରିକ୍ରମା କରାଯାଉଥିବା ବେଳେ ଶେଷ ଆଠଦିନ ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମଣ୍ଡପକୁ ପାଲିଙ୍କିରେ ନିଆଯାଇଥାଏ ।[୮]
- ଗର୍ଭଣା ସଂକ୍ରାନ୍ତି:
କାର୍ତ୍ତିକ ମାସରେ ପାଳିତ ପର୍ବପର୍ବାଣି
- କାର୍ତ୍ତିକ ବ୍ରତ: ରାଧାଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ
- ପଞ୍ଚକ ବେଶ[୯]:
- କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼): ହରି ଉତ୍ଥାପନ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ଓ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ।
- କାର୍ତ୍ତିକ ଶୁକ୍ଳଦ୍ୱାଦଶୀ : ଗରୁଡ଼ ଉତ୍ଥାପନ ଦ୍ୱାଦଶୀ: ବାଙ୍କଚୁଡ଼ା ବେଶ ବା ବାମନ ବେଶ ।
- କାର୍ତ୍ତିକ ଶୁକ୍ଳତ୍ରୟୋଦଶୀ: ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
- କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ: ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
- କାର୍ତ୍ତିକ ପୂର୍ଣ୍ଣିମା: ରାଜରାଜେଶ୍ୱର ବେଶବା ସୁନାବେଶ
- ମଳତିଥିରେ: ନାଗାର୍ଜୁନ ବେଶ
- ନବାନ୍ନ:
ମାର୍ଗଶିର ମାସରେ ପାଳିତ ପର୍ବପର୍ବାଣି
- ପ୍ରଥମାଷ୍ଟମୀ: ମାର୍ଗଶିର କୃଷ୍ଣାଷ୍ଟମୀ (ପ୍ରଥମାଷ୍ଟମୀ)- ବନ୍ଦାପନା ନିତି ହୁଏ
- ଦେବଦୀପାବଳି: ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ: ଏହିଦିନ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଶ୍ୟପ, ଅଦିତି, ଦଶରଥ, କୌଶଲ୍ୟା, ଦେବକୀ, ବସୁଦେବ, ନନ୍ଦ ଓ ଯଶୋଦାଙ୍କ ଉଦ୍ଧେଶ୍ୟରେ ପିଣ୍ଡ ଦାନ କରନ୍ତି ।[୧୦]
- ଓଢ଼ଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ : ଘୋଡ଼ଲାଗି ବେଶ ଆରମ୍ଭ । ଏହିଦିନଠାରୁ ଘୋଡ଼ (ଶୀତ ବସ୍ତ୍ର) ପରିଧାନ କରନ୍ତି ।
- ପାଣ୍ଡୁ ପୂର୍ଣ୍ଣିମା: ମାର୍ଗଶିର ପୂର୍ଣ୍ଣମୀ:
ପୌଷ ମାସରେ ପାଳିତ ପର୍ବପର୍ବାଣି
- ଧନୁ ସଂକ୍ରାନ୍ତି: ଏହି ଦିନଠାରୁ ପହଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତିରେ ଶେଷ ହୁଏ ।
- ବଉଳ ଅମାବାସ୍ୟା: ପୌଷ ଅମାବାସ୍ୟା (ବଉଳ ଉଆଁସ ବା ବକୁଳ ଅମାବାସ୍ୟା): ବରାହ ଜନ୍ମ । ଏହିଦିନ ଗଇଁଠା ପୂଜା କରାଯାଏ ।
- ପୁଷ୍ୟାଭିଷେକ: ପୌଷ ପୂର୍ଣ୍ଣିମା: ଏହି ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି: "ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ । ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ ॥
- ଏହି ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ, ମଙ୍ଗଳାରୋପଣ, ଯଜ୍ଞୋପବୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ବିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପବୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାବିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ । ନୀଳାଦ୍ରୀ ମହୋତ୍ସବରେ ଲେଖାଅଛି: “ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ । ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥ ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ବାନକାମାନ ପରଂଲବ୍ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥” ଏହି ଅବସରରେ ଶ୍ରୀ ଜଗନ୍ନାଥଙ୍କର ରାଜବେଶ ଅନୁଷ୍ଠିତ ହୁଏ ।[୧୧]
- ନବାଙ୍କ ବେଶ: (ଫୁଲ ମେଲାଣ)
- ମକର ସଂକ୍ରାନ୍ତି ବା ଉତ୍ତରାୟଣ ଯାତ୍ରା: ଏହି ଦିନ ସୂର୍ଯ୍ୟଙ୍କର ଉତ୍ତର ଗତି ଆରମ୍ଭ ହୋଇଥାଏ । ଏହା ମନ୍ଦିର ସମେତ ସବୁ ଓଡ଼ିଆ ଘରେ ପାଳିତ ହୋଇଥାଏ ।
ମାଘ ମାସରେ ପାଳିତ ପର୍ବପର୍ବାଣି
- ପଦ୍ମ ବେଶ: ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ ।[୧୨]
- ବସନ୍ତପଞ୍ଚମୀ: ମାଘ ଶୁକ୍ଳପଞ୍ଚମୀ (ଶ୍ରୀପଞ୍ଚମୀ): ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି । ରଥକାଠ ଅନୁକୂଳ ।
- ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଦଳା ପାଞ୍ଜି ଅନୁଯାୟୀ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁଚାଚେରୀ ଉତ୍ସବ ପ୍ରଚଳନ କରାଇ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ ।
- ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀଜୀଉମାନଙ୍କୁ ମାଧବଳି ବସ୍ତ୍ର, ଫୁଟା, ପହରଣା, ଶ୍ରୀକପଡ଼ା, ମୁଖବଳା ଓ ଟୋପର ଭୂଷିତ ସହିତ ସୁବର୍ଣ୍ଣର ନଳିଭୁଜ, ଆଡ଼କାନି, ତଡ଼କି, ତିଳକ, ଚନ୍ଦ୍ରିକା, କୁଣ୍ଡଳ, ଓଡ଼ିଆଣୀ, ଚନ୍ଦ୍ର-ସୂର୍ଯ୍ୟ ଓ ଘାଘଡ଼ାମାଳିରେ ମଣ୍ଡିତ ହୋଇ ବାଚେରୀ ବେଶରେ ଦର୍ଶନ ଦିଅନ୍ତି । ଚଳନ୍ତି ପ୍ରତିମା ଲକ୍ଷ୍ମୀ, ସରସ୍ୱତୀ ଓ ଦୋଳଗୋବିନ୍ଦଙ୍କୁ ମଧ୍ୟ ଚାଚେରୀ ବେଶ କରାଯାଇ ତିନିଗୋଟି ମାଣ୍ଡୁଅ ସାର୍ପାମଣୋହି କରାଯିବା ପରେ ଶ୍ରୀଜୀଉମାନଙ୍କ ପାର୍ଶ୍ୱକୁ ଆସିଲେ ବାଚେରୀ ଭୋଗ ପଞ୍ଚୋପଚାରରେ କରାଯାଏ । ଭୋଗ ସରିବା ପରେ ପଣ୍ଡା, ପତି, ମୁଦିରସ୍ତେ ଚନ୍ଦନ ଫଗୁ ଲାଗି କରାଇ ବନ୍ଦାପନା ଓ ଅଞ୍ଜଳି ଦେବା ପରେ ଫଗୁ ଚନ୍ଦନ ମୁଣି, ପ୍ରସାଦ ଲାଗି ଓ ଚାମର ଆଲଟ ପୂର୍ବକ ଚଳନ୍ତି ପ୍ରତିମାମାନଙ୍କୁ ଜୟବିଜୟ ଦ୍ୱାର ପାର୍ଶ୍ୱରେ ପୁନର୍ବାର ଫଗୁ ଚନ୍ଦନ ମୁଣି, ପ୍ରସାଦ ଲାଗି, ବନ୍ଦାପନା ଓ ଚାମର ଆଲଟ କରାଯାଇ ଶ୍ରୀଠାକୁରମାନଙ୍କୁ ଫଗୁ ଡାବ ସମର୍ପଣ କରାଯିବା ପରେ ବିମାନବଡୁ ସେବକମାନେ ଘଣ୍ଟାର, ଛତାର, କାହାଳିଆ ସହିତ ବିମାନରେ ବସନ୍ତ ତୋଟା (ଜଗନ୍ନାଥ ବଲ୍ଲଭ ମଠ)କୁ ବିଜେ କରାନ୍ତି । ସେଠାରେ ଦୁଇ ଠାକୁରାଣୀ ଜଗତି ଉପରେ ଓ ଦୋଳଗୋବିନ୍ଦ ଚଉଦୋଳାରେ ବିଜେ କରି ଠାକୁରଙ୍କ ପକ୍ଷରୁ ମୁଦିରସ୍ତେ ଓ ଠାକୁରାଣୀଙ୍କ ପକ୍ଷରୁ ଭିତର ଗାଏଣି ଜଉଡାବ ଖେଳ ଖେଳିଥାନ୍ତି । ଶେଷରେ ଠାକୁର ଠାକୁରାଣୀଙ୍କୁ ଏକାଠି କରାଯାଇ ଶୀତଳଭୋଗ, ବନ୍ଦାପନା, ପ୍ରସାଦ ଲାଗି, ଚାମର ଆଲଟ ଆଦି ହେବା ପରେ ବେଣ୍ଟ ବିନ୍ଧା (ଶିକାର) ନିମନ୍ତେ ବେଣ୍ଟ ପୋଖରୀକୁ ଯାତ୍ରା କରନ୍ତି । ସେଠାରେ ଭିତରଚ୍ଛ ଶ୍ରୀଠାକୁରମାନଙ୍କୁ ତୀର କମାଣ ସ୍ପର୍ଶ କରାଇବା ପରେ ଲେଙ୍କା ସେବକ ପଇଡ଼ (ମୃଗ)କୁ ବିନ୍ଧି ବେଣ୍ଟ ନୀତି ସମ୍ପନ୍ନ କରାଯାଇଥାଏ । ଏହାପରେ ଠାକୁରମାନେ ବାହୁଡ଼ା ବିଜେ ହୋଇ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରଠାରେ ବାଚେରୀ ଫଗୁଖେଳ ହୋଇ ପ୍ରସାଦ ଏବଂ ବନ୍ଦାପନା ପୂର୍ବକ ସ୍ୱ ସ୍ୱ ସ୍ଥାନକୁ ବିଜେ କରନ୍ତି ।
ଉକ୍ତ ଦିବସରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳାପାଞ୍ଜି ପୂଜା କରାଯାଏ । ସେଠାରେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶୀତଳ ଭୋଗ ବନ୍ଦାପନା ଉପରାନ୍ତେ ଭଦ୍ରାସନ ଉପରେ ବେହରଣ କରଣମାନଙ୍କଦ୍ୱାରା ମାଦଳାପାଞ୍ଜି ରଖା ଯାଇ ପତନି ଓ ମାଳ ଲାଗି କରାଯାଇ ଶୀତଳ ଭୋଗ ସହିତ ଏକୋଇଶ ଗୋଟି ନଡ଼ିଆ ଭଙ୍ଗା ଯାଇଥାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ ।[୧୩]
- ତିଳ ସପ୍ତମୀ:
- ଭୌମ ଏକାଦଶୀ: ମାଘ ଶୁକ୍ଳ ଏକାଦଶୀ (ବଡ଼):
- ମାଘ ପୂର୍ଣ୍ଣମୀ: (ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା ଅଇଘରା ପୂର୍ଣ୍ଣିମା ବା ଅଗିଜଳା ପୂର୍ଣ୍ଣିମା) ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ।
ଫାଲ୍ଗୁନ ମାସରେ ପାଳିତ ପର୍ବପର୍ବାଣି
- ମହାଶିବରାତ୍ରି: ଶ୍ରୀଲୋକନାଥ ମନ୍ଦିରରେ ହରି ହର ଭେଟ ଅନୁଷ୍ଠିତ ହୁଏ ।
- ଶିକାର ବା ବେଣ୍ଟ
- ଦୋଳ ଯାତ୍ରା: ବସନ୍ତୋତ୍ସବ: ଫାଲ୍ଗୁନ ଶୁକ୍ଳ ଦଶମୀ (ଫଗୁ ଦଶମୀ)ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: ପୂର୍ବେ କେବଳ ଶ୍ରୀଜଗନ୍ନାଥ ଦୋଳମଣ୍ଡପ ସାହିସ୍ଥ ଦୋଳବେଦୀକୁ ବିଜେ କରୁଥିଲେ । ୧୪୮୧ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିର ଉତ୍ତର-ପୂର୍ବସ୍ଥ ଦୋଳବେଦୀ ନିର୍ମାଣ କରିବାରୁ ଶ୍ରୀଜଗନ୍ନାଥଙ୍କ ଦୋଳମଣ୍ଡପ ସାହିକୁ ବିଜେ କରିବା ବନ୍ଦ ହୋଇଥିଲା । କିନ୍ତୁ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ୧୫୬୨ଠାରୁ ଶ୍ରୀଜଗନ୍ନାଥଙ୍କ ଅର୍ଚ୍ଚା ପ୍ରତିମା ଦୋଳଗୋବିନ୍ଦ,ଭୂଦେବୀଓ ଶ୍ରୀଦେବୀଙ୍କୁ ବିଜେ କରାଗଲା ।
- ଅଗ୍ନି ଉତ୍ସବ: ରାଜାଗ୍ନି
- ହୋଲି:
ଚୈତ୍ର ମାସରେ ପାଳିତ ପର୍ବପର୍ବାଣି
- ଚୈତ୍ର ଗୁଣ୍ଡିଚା: ଚୈତ୍ର ଶୁକ୍ଳ ଷଷ୍ଠୀ: ଶ୍ରୀମନ୍ଦିର ବେଢ଼ାରେ ଥିବା ସୂର୍ଯ୍ୟ ମନ୍ଦିର ପରିସରରେ ଏହା ପାଳନ କରାଯାଏ
- ଅଶୋକାଷ୍ଟମୀ: ଚୈତ୍ର ଶୁକ୍ଳାଷ୍ଟମୀ: ଶ୍ରୀ ଭଣ୍ଡାର ଲୋକନାଥଙ୍କୁ ଇଶାନେଶ୍ୱର ମହାଦେବଙ୍କ ମନ୍ଦିରକୁ ପଟୁଆରରେ ନିଆଯାଇ ନିତି ପାଳନ କରାଯାଏ । ଏହା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଦେଇ ମନ୍ଦିରକୁ ଫେରି ଆସନ୍ତି ।
- ରାମ ନବମୀ: ଚୈତ୍ର ଶୁକ୍ଳ ନବମୀ: ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ହୁଏ । ଜେଉଡ଼ ଭୋଗ ।
- ଯଜ୍ଞ ରକ୍ଷା: ଚୈତ୍ର ଶୁକ୍ଳ ଦଶମୀ
- ସୀତା ବିବାହ: ଚୈତ୍ର ଶୁକ୍ଳ ଏକାଦଶୀ
- ବନବାସ: ଚୈତ୍ର ଶୁକ୍ଳ ଦ୍ୱାଦଶୀ
- ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ
- ଲଙ୍କା ପୋଡ଼ି: ଚୈତ୍ର ପୂର୍ଣ୍ଣିମା
ଆଧାର
ଅଧିକ ତଥ୍ୟ
- କୋହେନୂର୍ ପଠାଣି ସାମନ୍ତ ପଞ୍ଜିକା
This article uses material from the Wikipedia ଓଡ଼ିଆ article ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.