ଜାଭାସ୍କ୍ରିପ୍ଟ

ଜାଭାସ୍କ୍ରିପ୍ଟ (ଇଂରାଜୀ: JavaScript, ସଂକ୍ଷେପରେ JS ବୋଲି ମଧ୍ୟ ଲେଖାଯାଏ) ଏକ ପ୍ରୋଗ୍ରାମିଂ ଭାଷା । ଏହା HTML, CSS ସମେତ ୱାର୍ଲ୍ଡ ୱାଇଡ଼ ୱେବର ଏକ ମୁଖ୍ୟ ଅଂଶ । ୯୭%ରୁ ଅଧିକ ୱେବସାଇଟ ୱେବପୃଷ୍ଠାର କାର୍ଯ୍ୟକଳାପ ପାଇଁ କ୍ଲାଏଣ୍ଟ ଭାଗରେ ଜାଭାସ୍କ୍ରିପ୍ଟ ବ୍ୟବହାର କରନ୍ତି ଓ ସେସବୁ ପ୍ରାୟତଃ ତୃତୀୟ-ପକ୍ଷର ଲାଇବ୍ରେରୀ ଅନ୍ତର୍ଭୁକ୍ତ କରିଥାନ୍ତି । ସମସ୍ତ ପ୍ରମୁଖ ୱେବ ବ୍ରାଉଜର ବ୍ୟବହାରକାରୀଙ୍କ ଡିଭାଇସରେ କୋଡ୍ କାର୍ଯ୍ୟକାରୀ କରିବା ପାଇଁ ଏକ ଉତ୍ସର୍ଗୀକୃତ ଜାଭାସ୍କ୍ରିପ୍ଟ ଇଞ୍ଜିନ ରହିଛି ।

JavaScript
ପାରାଡ଼ିଜିମ୍‌Multi-paradigm: event-driven, functional, imperative, object-oriented programming
ପ୍ରଥମେ ଦେଖାଯାଇଥିଲାଡିସେମ୍ବର 4, 1995; 28 years ago (1995-୧୨-04)
ଡିଜାଇନ କରିଥିଲେBrendan Eich of Netscape initially; others have also contributed to the ECMAScript standard
ସ୍ଥାୟୀ ରିଲିଜECMAScript 2023 Edit this on Wikidata (ଜୁନ 2023; Error: first parameter cannot be parsed as a date or time. (ଜୁନ 2023))
ପୂର୍ବାଲୋକନ ରିଲିଜECMAScript 2025 Edit this on Wikidata (27 ମାର୍ଚ୍ଚ 2024; Error: first parameter cannot be parsed as a date or time. (27 ମାର୍ଚ୍ଚ 2024))
ଟାଇପିଂ ପଦ୍ଧତିDynamic, weak, duck
ପ୍ରମୁଖ ବ୍ୟବହାରV8, JavaScriptCore, SpiderMonkey, Chakra
ଏହାକୁ ପ୍ରଭାବିତ କରିଛନ୍ତିJava, Scheme, Self, AWK, HyperTalk
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତିActionScript, AssemblyScript, CoffeeScript, Dart, Haxe, JS++, Objective-J, Opa, TypeScript
ୱେବସାଇଟwww.ecma-international.org/publications-and-standards/standards/ecma-262/

ଜାଭାସ୍କ୍ରିପ୍ଟ ECMAscript ମାନକକୁ ଅନୁକରଣ କରିଥାଏ । ଜାଭାସ୍କ୍ରିପ୍ଟରେ ସଫ୍ଟୱେର୍ ଇଞ୍ଜିନ୍ ଆଗୁଆ କେବଳ ୱେବ ପୃଷ୍ଠାରେ ବ୍ୟବହୃତ ହେଉଥିଲା, ଏବେ କିନ୍ତୁ ଏହା ସର୍ଭର ଓ ଆପ୍ଲିକେସନ୍ ପ୍ରୋଗ୍ରାମରେ ମଧ୍ୟ ବ୍ୟବହାର ହେଲାଣି । ଜାଭା (Java) ଓ ଜାଭାସ୍କ୍ରିପ୍ଟ (JavaScript) ଦୁଇଟି ଭିନ୍ନ ପ୍ରୋଗ୍ରାମିଂ ଭାଷା ଅଟନ୍ତି ।

ଇତିହାସ

ନେଟସ୍କେପ୍ କଂପାନୀରେ ଉତ୍ପତ୍ତି

୧୯୯୩ ମସିହାରେ ପ୍ରଥମେ Mosaic ବ୍ରାଉଜର୍କୁ ତିଆରି କରାଯାଇଥିଲ। ଯେଉଁଥିରେ GUI ( graphical user interface ) ରହିଥିଲା । ଏହା ସାଧାରଣ ଲୋକଙ୍କଦ୍ୱାରା ବ୍ୟବହାର ପାଇଁ ସହଜ ହୋଇଥିବାରୁ ୱେବ ଆହୁରି ଆଦୃତ ହେଲା । Mosaic ବ୍ରାଉଜର୍ ମୁୁଖ୍ୟ ଇଞ୍ଜିନିୟର‌ମାନେ ମଶି Netscape Corporation ତିଆରି କରିଥିଲେ ଏବଂ ଏହି କଂପାନୀ Netscape navigator ନାମକ ଆଉ ଏକ ବ୍ରାଉଜର୍ ତିଆରି କରିଥିଲେ ।

ମାଇକ୍ରୋସଫ୍ଟର ବ୍ରାଉଜରରେ ବ୍ୟବହାର

୧୯୯୫ ମସିହାରେ ମାଇକ୍ରୋସଫ୍ଟ ଇନ୍ଟରନେଟ୍ ଏକ୍ସପ୍ଲୋରର୍ ( Internet Explorer ) ବ୍ରାଉଜର୍ ଯେତେବେଳେ ବଜାରକୁ ଛାଡିଲା ତାହା ସିଧାସଳଖ Netscape navigator ସହ ପ୍ରତିଯୋଗିତା କଲା | Netscape navigatorରେ ଥିବା ଜାଭାସ୍କ୍ରିପ୍ଟ

ଇଞ୍ଜିନ୍କୁ ବିଶ୍ଳେଷଣ କରି ନିଜର ଏକ ନୂଆ ଜେସ୍କ୍ରିପ୍ଟ (Jscript) ବାହାର କରିଥିଲା | ଜେସ୍କ୍ରିପ୍ଟ ୧୯୯୬ ମସିହାରେ ଆସିଲା, ଏବଂ CSS ଓ HTMLକୁ ଏହା ଚଲେଇବା ପାଇଁ ଏଥିରେ ବିଶେଷ ସୁବିଧା ଦିଆଯାଇଥିଲା | ଯେହେତୁ Netscape navigatorରେ ଥିବା ଜାଭାସ୍କ୍ରିପ୍ଟ ଏହା ଅଲଗା ଥିଲା ତେଣୁ ୱେବସାଇଟ ତିଆରି କଲାବେଳେ ବହୁତ ଅସୁବିଧା ହେଉଥିଲା| ତେଣୁ ୱେବସାଇଟଗୁଡ଼ିକ ଏହିପରି "best viewed in Netscape" and "best viewed in Internet Explorer" ଲୋଗୋ ବ୍ୟବହାର କରୁଥିଲେ |

ଜେସ୍କ୍ରିପ୍ଟର ପ୍ରାଧାନ୍ୟ

ନେଟସ୍କେପ୍ ୧୯୯୬ ମସିହାରେ ଜାଭାସ୍କ୍ରିପ୍ଟକୁ ECMA International ପ୍ରଦାନ କରିଥିଲା , ଯାହାଦ୍ୱାରା ଏକ ମାନକ ପ୍ରସ୍ତୁତ କରାଯାଇପାରିବ ଏବଂ ଏହାକୁ ସବୁ ବ୍ରାଉଜର୍ ତିଆରି କରୁଥିବା କଂପାନୀମାନେ ଅନୁସରଣ କରିପାରିବେ | ଏହା ପରେ ୧୯୯୭ ମସିହାରେ ECMA ସ୍କ୍ରିପ୍ଟ ଭାଷାର ନିର୍ଦ୍ଦିଷ୍ଟକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଏହି କାମ କିଛି ବର୍ଷ ଚାଲିଲା ପରେ ୧୯୯୮ରେ ECMAScript2 ଓ ୧୯୯୯ରେ ECMAScript3 ମାନକ ପ୍ରସ୍ତୁତ କରାଯାଇଥିଲା | ୨୦୦୦ ମସିହାରେ ECMAScript4ର କାମ ମଧ୍ୟ ଚାଲିଥିଲା |

୨୦୦୦ ମସିହା ବେଳକୁ ମାଇକ୍ରୋସଫ୍ଟ ବ୍ରାଉଜର୍ ବଜାରରେ ୯୫% ଭାଗ କବ୍ଜା କରିଥିଲା | ଏହାର ଅର୍ଥ ଏଥିରେ ବ୍ୟବହୃତ ଜେସ୍କ୍ରିପ୍ଟ କ୍ଲାଏଣ୍ଟ ଭାଗରେ ବ୍ୟବହାର ହେବା ପାଇଁ ଏକ ପ୍ରକାର ମାନକ ହୋଇସାରିଥିଲା| ପ୍ରାରମ୍ଭରୁ ମାଇକ୍ରୋସଫ୍ଟ ECMA ମାନକ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କିଛିଟା ପ୍ରସ୍ତାବକୁ ନିଜ ବ୍ରାଉଜର୍ରେ କାର୍ଯ୍ୟକାରୀ କରିଥିଲା କିନ୍ତୁ ପରେ ସେ ଏଥିରୁ ଓହରିଯାଇଥିଲା ଯାହାଫଳରେ ECMAScript4ର ଏହା ଅଟକିଯାଇଥିଲା |

ଆଧାର

Tags:

ଜାଭାସ୍କ୍ରିପ୍ଟ ଇତିହାସଜାଭାସ୍କ୍ରିପ୍ଟ ଆଧାରଜାଭାସ୍କ୍ରିପ୍ଟଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ବନ୍ଦେ ଉତ୍କଳ ଜନନୀରାଷ୍ଟ୍ରପତି ଭବନଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଫେବୃଆରୀରାଜକିଶୋର ରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦୀନକୃଷ୍ଣ ଦାସ୨୧ରାଣୀ ଲକ୍ଷ୍ମୀବାଈବୁନ୍ଦିଆ ଖିରିଦ୍ରୌପଦୀ ମୁର୍ମୁପାଲାସମ୍ବାଦ (ଖବରକାଗଜ)ଅକ୍ଷାଂଶସାଦୃଶ୍ୟତରୁଣକାନ୍ତି ମିଶ୍ରଓଡ଼ିଆ ଯୁବକ ପାଠାଗାରଫିଲିପାଇନ୍ସଭୀମ ପୃଷ୍ଟିଦେଓମାଳୀରଜଶ୍ରୀ ଅରବିନ୍ଦବିଜୟ ମିଶ୍ରଗୁରୁ ପ୍ରସାଦ ମହାନ୍ତିପାଟୁଆ ଯାତ୍ରାମହାତ୍ମା ଗାନ୍ଧୀଅଂଶୁଘାତଅପରେଟିଙ୍ଗ ସିଷ୍ଟମଉଇକିପିଡ଼ିଆନମିତା ଅଗ୍ରୱାଲୱାଟରଲୁ ଯୁଦ୍ଧକୁଜିବର ପ‌ତ୍ରଚନ୍ଦ୍ରଶେଖର ରଥସ୍ୱାମୀ ବିବେକାନନ୍ଦଜର୍ଜ କ୍ୟାଣ୍ଟରକାଞ୍ଚନ ଅୱସ୍ତିରିୟା ଦେକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାହରେକୃଷ୍ଣ ମହତାବପଠାଣି ସାମନ୍ତରଣା ସାପତାରାତାରିଣୀ ମନ୍ଦିରଉଦୟନାଥ ଷଡ଼ଙ୍ଗୀଆନନ୍ଦପୁରମାଳିକାରସୁଣମଧୁସୂଦନ ରାଓଗନରିଆଆସିକାବୁଧବାରଭାରତୀୟ ସ୍ୱାଧୀନତା ଆନ୍ଦୋଳନଓକିଲ ଦିବସଭୀମ ଭୋଇମୀନ (ମାସ)ଇଣ୍ଡୋନେସିଆରାକ୍ଷୀ ବାନ୍ଧିଲି ମୋ ରଖିବ ମାନବୈଶାଖବନ୍ଧୁତାଛ ମାଣ ଆଠ ଗୁଣ୍ଠଆଇଜାକ ନିଉଟନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମହିମା ଧର୍ମଜବାହରଲାଲ ନେହେରୁଦଶାଶ୍ୱମେଧ ଘାଟଚଉଷଠି ଯୋଗିନୀ ମନ୍ଦିର, ହୀରାପୁରକାଳିନ୍ଦୀ ଚରଣ ପାଣିଗ୍ରାହୀଫୁଲମକର (ରାଶି)ଇବାଣ୍ଡ୍ରୋନିକ ଏସିଡଭୁବନେଶ୍ୱର🡆 More