ଗର୍ବ କରିବାର କଥା

ଗର୍ବ କରିବାର କଥା ହୃଷୀକେଶ ପଣ୍ଡାଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ଅଟେ । ଏହି ରଚନା ପାଇଁ ତାଙ୍କୁ ୨୦୧୨ ମସିହା ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗର୍ବ କରିବାର କଥା  
ଲେଖକହୃଷୀକେଶ ପଣ୍ଡା
ମଲାଟ ଚିତ୍ରକରସରୋଜ
ଦେଶଭାରତ, ଓଡ଼ିଶା
ଭାଷାଓଡ଼ିଆ
ବିଷୟଉପନ୍ୟାସ
ବିଭାଗଐତିହାସିକ ଉପନ୍ୟାସ
ପ୍ରକାଶକଫ୍ରେଣ୍ଡସ ପବ୍ଲିଶର୍ସ,ବିନୋଦବିହାରୀ, କଟକ
ପ୍ରକାଶ ତାରିଖ୨୦୧୦
ମାଧ୍ୟମ ପ୍ରକାରଛପା ବହି, ମୋଟା ବନ୍ଧେଇ
ପୃଷ୍ଠା୫୭୨
ISBN81-7401-702-X

ପୁସ୍ତକ ସମୀକ୍ଷା

'ଗର୍ବ କରିବାର କଥା' ଗତ ପାଞ୍ଚଶହ ବର୍ଷର ଉତ୍କଳର ଗୌରବ ଓ ସେ ଗୌରବର ଅବକ୍ଷୟର କଥା । ଏହା ରାଜାରାଜୁଡ଼ାଙ୍କ କଥା ନୁହେଁ; ସାଧାରଣ ଚାଷୀ, କାରିଗର, ଲୁଗା ବୁଣାଳି, ନାବିକ, ବଣିକ ଓ ସାଧବଙ୍କ କଥା । ଉତ୍ତର ଓଡ଼ିଶାର ଗୋଟିଏ ପରିବାରର କାହାଣୀ ମାଧ୍ୟମରେ ଏ ଉପନ୍ୟାସ ସମଗ୍ର ଓଡ଼ିଶାର ପାଞ୍ଚଶହ ବର୍ଷର ଅର୍ଥନୈତିକ ଉତ୍‌ଥାନ ପତନର କଥା ଆବିଷ୍କାର କରିବାକୁ ପ୍ରୟାସ କରେ । ଏହା ଇତିହାସ ନୁହେଁ ସତ, କିନ୍ତୁ ବହୁଦେଶର ଐତିହାସିକ ତଥ୍ୟ ଓ ଲୋକକଥା ଉପରେ ଆଧାରିତ । ଏହା ଅଳସ ଇତିହାସର ଅଲେଖ୍ୟ ନୁହେଁ; ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସବୁଠାରୁ ବିଭବଶାଳୀ ଅଞ୍ଚଳ ଥାଇ,କୌଣସି ବେଦେଶୀ ଶାସକର ପରାଧୀନ ନ ହୋଇ, ଓଡ଼ିଶା କେବେ କାହିଁକି ଦରିଦ୍ର ହୋଇଗଲା, ସେ ପ୍ରଶ୍ନର ଉତ୍ତର ଏ ଉପନ୍ୟାସ ସାହିତ୍ୟିକ ମାଧ୍ୟମଦ୍ୱାରା ଅନ୍ୱେଷ କରେ । ବିଜେତା ଇତିହାସ ଲେଖେ, ସେ ଇତିହାସର ବିଜେତାକୁ ବଡ଼ କରି ଦେଖାଏ, ପରାଜିତକୁ ଉପହାସ କରେ, ସେ ବିଜେତା ଅଶୋକ ହୁଅନ୍ତୁ କି ଇଂରେଜ ହୁଅନ୍ତୁ । ଲିଖିତ ଇତିହାସ ମିଛ ହୋଇପାରେ, ଲୋକକଥା ଓ ଉପନ୍ୟାସ ଅଧିକ ସତ୍ୟାଶ୍ରୟୀ ହୋଇପାରେ ।

ବଂଶାବଳୀ

ଏହା ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ ।

ଗର୍ବ କରିବାର କଥା 
ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ

ଆଧାର

Tags:

ଶାରଳା ପୁରସ୍କାରହୃଷୀକେଶ ପଣ୍ଡା

🔥 Trending searches on Wiki ଓଡ଼ିଆ:

ଶୈଳବାଳା ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀବାଘଓଡ଼ିଶାର ଇତିହାସଚିଲିକା (କବିତା)କୃଷ୍ଣପ୍ରସାଦ ମିଶ୍ରସୀତାକାନ୍ତ ମହାପାତ୍ରରାଧାମୋହନ ଗଡ଼ନାୟକଖଡ଼ଗପୁରଧାତୁମୟୂରଭଞ୍ଜ ଜିଲ୍ଲାମାଗୁଣିର ଶଗଡ଼ (କଥାଚିତ୍ର)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ମହାକାଶ ଗବେଷଣା ସଂସ୍ଥାବେଲଲାଟିନ ଭାଷାରକ୍ତପ୍ରଯୁକ୍ତି ବିଦ୍ୟାସରଳା ଦେବୀପ୍ରଗତିବାଦୀଛାନ୍ଦରାଜକିଶୋର ରାୟଉଦୟନାଥ ଷଡ଼ଙ୍ଗୀପାରମିତା ଶତପଥୀବ୍ରୁସେଲୋସିସବି. ଆର. ଆମ୍ବେଦକରଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ବଉଳପଙ୍କଜ ଉଧାସଭକ୍ତ ଚରଣ ଦାସIndiaନେପଚୁନନବଗୁଞ୍ଜରକମ୍ପ୍ୟୁଟରଜଗନ୍ନାଥ ମନ୍ଦିରଛତୁ ତରକାରୀକାଳିଚରଣ ପଟ୍ଟନାୟକବିଷମ କଟକଧରିତ୍ରୀଜ୍ଞାନପୀଠ ପୁରସ୍କାରତ୍ରିପୁରା ମିଶ୍ରଭୁବନେଶ୍ୱରମାଲକାନଗିରି ଜିଲ୍ଲାରାଶି ଓ ନକ୍ଷତ୍ରଜୟ ଜଗନ୍ନାଥନେମାଳଜଗନ୍ନାଥ ଦାସସତୀ (ହିନ୍ଦୁ ଦେବୀ)ବର୍ଷାଜୟୀ ରାଜଗୁରୁଇଣ୍ଡୋନେସିଆପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଖାଦ୍ୟନନ୍ଦନକାନନ ଜୀବ ଉଦ୍ୟାନଓପନ-ସୋର୍ସ ସଫ୍ଟୱେରବିନ୍ଦୁଦଣ୍ଡ ନାଟ୧ (ସଂଖ୍ୟା)ଜାହାଙ୍ଗୀରସାରଥୀ ବାବାଫତୁରାନନ୍ଦଅକ୍ଷାଂଶପରିବେଶ୨୧ଗଙ୍ଗାଧର ରଥତୁଳସୀ ଗଛଭାଷାପ୍ଲୁଟୋମାର୍ଚ୍ଚସଚ୍ଚିଦାନନ୍ଦ ରାଉତରାୟଦେବଗଡ଼ ଜିଲ୍ଲା🡆 More