ଖାଇବର ଗିରିପଥ

ଖାଇବର ଗିରିପଥ (ଇଂରାଜୀରେ Khyber Pass) ପାକିସ୍ତାନର (ଭାରତୀୟ ଦୃଷ୍ଟିକୋଣରୁ ପାକ୍-ଅଧିକୃତ କାଶ୍ମୀରର) ଖାଇବର-ପଖ୍‍ତୁନ୍‍ଖ୍ୱା ପ୍ରାନ୍ତରେ ଅବସ୍ଥିତ ଏକ ଗିରିପଥ । ଏହି ଗିରିପଥ ଆଫଗାନିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ । ସ୍ପିନ ଘର ପର୍ବତକୁ ଲଂଘିଥିବା ଏହି ଗିରିପଥଦ୍ୱାରା ଲାଣ୍ଡି କୋଟାଲ ସହର ପେଶାୱର ଉପତ୍ୟକାରେ ଥିବା ଜାମ୍ରୁଦ ସହର ସହିତ ସଂଯୁକ୍ତ ହୋଇଛି । ପ୍ରାଚୀନ କାଳରେ ଏହି ଗିରିପଥ ରେଶମ ସଡ଼କର ଅଂଶ ଥିଲା ; ତେଣୁ ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କପଥ ଥିଲା । ମଧ୍ୟ-ଏସିଆରୁ ଭାରତୀୟ ଉପମହାଦେଶ ମଧ୍ୟରେ ଖାଇବର ଗିରିପଥ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ହୋଇଥିବାରୁ ସମସ୍ତ ଶାସକ ଏହାର ସାମରିକ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଥିଲେ । ଖାଇବର ଗିରିପଥ ଏସୀୟ ରାଜପଥ-୧ର ଅଂଶ ।

ଖାଇବର ଗିରିପଥ
د خیبر درہ
درۂ خیبر
ଖାଇବର ଗିରିପଥ
ଏହି ଗିରିପଥଦ୍ୱାରା ଲାଣ୍ଡି କୋଟାଲ ଓ ପେଶାୱର ଉପତ୍ୟକା ସଂଯୁକ୍ତ ହୋଇଥାନ୍ତି
Elevation୧୦୭୦ m (୩,୫୧୦ ft)
Location
Locationଲାଣ୍ଡି କୋଟାଲ ଓ ଜାମ୍ରୁଦ
Rangeସ୍ପିନ ଘର (ସଫେଦ୍ କୋଃ)
Coordinates34°04′33″N 71°12′14″E / 34.07570°N 71.20394°E / 34.07570; 71.20394

ଏହି ଅଞ୍ଚଳର ଅଧିବାସୀମାନେ ମୁଖ୍ୟତଃ ଆଫ୍ରିଦି ଜାତି ଓ ପସ୍ତୁନମାନଙ୍କ ଶିନୱାରୀ ଜାତିର ।

ଇତିହାସ

ଖାଇବର ଗିରିପଥ 
୧୮୪୮ ମସିହାର ଏହି ଚିତ୍ରରେ ଅଲି ମସଜିଦ୍ ଦୁର୍ଗ ଓ ଖାଇବର ଗିରିପଥ ଦର୍ଶିତ
ଖାଇବର ଗିରିପଥ 
୧୮୭୮ ମସିହାର ଏହି ଫଟୋ ଚିତ୍ରରେ ଖାଇବର ଗିରିପଥରେ ଜଣେ ବ୍ରିଟିଶ୍ ଅଧିକାରୀଙ୍କ ସହ ଆଫଗାନ ଦଳପତିଗଣ
ଖାଇବର ଗିରିପଥ 
ବ୍ରିଟିଶ୍ ଭାରତୀୟ ସେନା ହାତୀମାନଙ୍କ ସାହାଯ୍ୟରେ ଖାଇବର ଗିରିପଥ ଦେଇ ଯୁଦ୍ଧ ସାମଗ୍ରୀ ପରିବହନ କରାଉଥିବା ସମୟର ଚିତ୍ର (୧୮୯୫)

ଅତୀତରେ ସାଇରସ୍, ପ୍ରଥମ ଡାରିୟସ୍, ଚେଙ୍ଗିଜ୍ ଖାଁ ଏବଂ ପରବର୍ତ୍ତୀ ସମୟରେ ଦୁୱା, କୁତ୍ଲୁଘ୍ ଖ୍ୱାଜା ଓ କେବେକ ପରି ଅନେକ ମଙ୍ଗୋଲ୍ ଶାସକଙ୍କ ଅନୁପ୍ରବେଶରେ ଖାଇବର ଗିରିପଥ ସହାୟକ ହୋଇଥିଲା । କୁଶାଣ ସାମ୍ରାଜ୍ୟ ପୂର୍ବରୁ ଖାଇବର ଗିରିପଥ ଏକ ଜଣାଶୁଣା ବାଣିଜ୍ୟ ସଡ଼କ ନଥିଲା ।

ପୂର୍ବେ ଖାଇବର ଗିରିପଥ ଚୀନର ସାଂଘାଇ ସହରରୁ ନେଇ ସ୍ପେନ ଉପକୂଳର ପୂର୍ବସ୍ଥ କାଡିଜ୍ ସହର ପର୍ଯ୍ୟନ୍ତ ବ୍ୟାପ୍ତ ରେଶମ ସଡ଼କର ଏକ ଅଂଶ ଥିଲା । ଚୀନରୁ ପଶ୍ଚିମ ଏସିଆୟୁରୋପକୁ ଯାଉଥିବା ରେଶମ, ମୁକ୍ତା, ମୂଲ୍ୟବାନ ପଥର ତଥା ଅନ୍ୟ ବିଳାସପୂର୍ଣ୍ଣ ସାମଗ୍ରୀର ବାଣିଜ୍ୟର ନିୟନ୍ତ୍ରଣ ପାଇଁ ପହଲବୀ ସାମ୍ରାଜ୍ୟ ଅନେକ ଚେଷ୍ଟା କରିଥିଲା । ଖାଇବର ଗିରିପଥ ଯୋଗୁଁ ତକ୍ଷଶିଳାରୁ ବାଗ୍ରାମ ପର୍ଯ୍ୟନ୍ତ ହାତୀ ଦାନ୍ତ, ଲଙ୍କା, ଗୋଲମରିଚ ଓ କପଡ଼ା ଆଦି ପରିବହନ ହୋଇପାରୁଥିଲା ଏବଂ ଆଫଗାନିସ୍ତାନର ଗାନ୍ଧାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ରରେ ପରିଣତ ହେଲା ।:74

ମହମ୍ମଦ ଘୋରୀ, ମାମୁଦ ଗଜନୀ, ମଙ୍ଗୋଲ୍ ଓ ତୁର୍କୀ ଆକ୍ରମଣକାରୀମାନେ ଖାଇବର ଗିରିପଥ ଦେଇ ଭାରତୀୟ ଉପମହାଦେଶରେ ପ୍ରବେଶ କରିଥିଲେ । ପରେ ୧୮୩୪ ମସିହାରେ ରଞ୍ଜିତ ସଂହଙ୍କ ରାଜୁତି ସମୟରେ ଶିଖ ସାମ୍ରାଜ୍ୟ ଖାଇବର ଗିରିପଥ ଅକ୍ତିଆର କରିନେଇଥିଲା । ଶିଖ ସେନାଧ୍ୟକ୍ଷ ହରି ସିଂହ ନାଲୱା ବହୁ ବର୍ଷ ଖାଇବର ଗିରିପଥର ନିୟନ୍ତ୍ରଣ ଦାୟିତ୍ତ୍ୱରେ ରହିଥିଲେ ଏବଂ ତାଙ୍କ ନାମ ଆଫଗାନିସ୍ତାନରେ ବେଶ ଜଣାଶୁଣା ଥିଲା ।:186 ବ୍ରିଟିଶ୍ ଶାସନାଧୀନ ଭାରତରେ ଭାରତର ଭୌଗୋଳିକ ବ୍ୟାପ୍ତିକୁ ଦର୍ଶାଇବା ପାଇଁ ‘’ଖାଇବର ସେ କନ୍ୟାକୁମାରୀ’’ ବୋଲି ଏକ ବାକ୍ୟାଂଶ ହିନ୍ଦୀ ଭାଷାରେ ବ୍ୟବହୃତ ହେଉଥିଲା ।

ଖାଇବର ଗିରିପଥର ଉତ୍ତରକୁ ମୁଲାଗୋରି ଜାତିର ଲୋକେ ବସବାସ କରନ୍ତି । ଗିରିପଥର ଦକ୍ଷିଣକୁ ଆଫ୍ରିଦି ତିରାହା ଓ ଗିରିପଥରେ ରହିଥିବା ଗ୍ରାମମାନଙ୍କରେ ପସ୍ତୁନ ଆଫ୍ରିଦି ଜାତିର ଲୋକେ ରହନ୍ତି । ପୁରାତନ କାଳରୁ ପସ୍ତୁନ ଆଫ୍ରିଦି ଓ ଆଫଗାନି ଶିନୱାରୀମାନେ ଖାଇବରକୁ ନିଜର ଅଞ୍ଚଳ ବୋଲି କହି ତାକୁ ବ୍ୟବହାର କରୁଥିବା ବଣିକ ଓ ଯାତ୍ରୀମାନଙ୍କଠାରୁ ସୁରକ୍ଷା ପାଇଁ କର ଆଦାୟ କରି ଆସୁଥିଲେ । ଆଦିମ ସମୟରୁ ଖାଇବରର କର ଏହି ଜାତିମାନଙ୍କ ପାଇଁ ଆୟର ଉତ୍ସ ହୋଇଥିବାରୁ ଅନ୍ୟମାନଙ୍କଦ୍ୱାରା ଖାଇବର ନିୟନ୍ତ୍ରିତ ହେଲେ ଏହି ଜାତିର ଲୋକେ ସର୍ବଦା ବିରୋଧ କରି ଆସିଛନ୍ତି ।

ପ୍ରଥମ ବିଶ୍ୱଯୁଦ୍ଧ ପରେ ଭାରତରେ ଶାସନ କରୁଥିବା ବ୍ରିଟିଶ୍‍ମାନେ ଖାଇବର ଗିରିପଥ ଦେଇ ଏକ ରେଳପଥ ନିର୍ମାଣ କରାଇଥିଲେ । ୧୯୨୫ ମସିହାରେ ପେଶାୱର ନିକଟସ୍ଥ ଜାମ୍ରୁଦରୁ ଆଫଗାନି ସୀମାରେ ରହିଥିବା ଲାଣ୍ଡି କୋଟାଲ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ଏହି ରେଳପଥର ଉଦ୍‍ଘାଟନ ହୋଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନ ସେନା ଓ ଟ୍ୟାଂକ୍ ଭାରତ ଆକ୍ରମଣ କରିବାର ଆଶଙ୍କା କରି ବ୍ରିଟିଶ୍‍ମାନେ ଖାଇବରରେ ଦୁର୍ଗୀକରଣ (କାନ୍ଥ ନିର୍ମାଣ) କରାଇଥିଲେ ଯାହାକୁ ଡ୍ରାଗନ୍‍ର ଦାନ୍ତ (ଇଂରାଜୀରେ ଡ୍ରାଗନ୍ସ ଟିଥ୍) କୁହାଯାଉଥିଲା ।

ଖାଇବର ଗିରିପଥ 
ଖାଇବର ଗିରିପଥର ପ୍ରବେଶ ଦ୍ୱାର – ବାବ୍-ଏ-ଖାଇବର

ଅନେକ ପାଶ୍ଚାତ୍ୟ ଓ ଜାପାନୀ ଭ୍ରମଣକାରୀଙ୍କ ମହଲରେ ଏହି ଗିରିପଥ ପରିଚିତ ଥିଲା । କାବୁଲରୁ ବସ୍ ବା କାର୍ ଯୋଗେ ଆଫଗାନି ସୀମା ପର୍ଯ୍ୟନ୍ତ ଆସି ସେମାନେ ଖାଇବରର ଜନଜାତିଙ୍କ ବସବାସ ଅଞ୍ଚଳକୁ ଯିବାର ଆଶଙ୍କା ରହୁଥିବାରୁ ଯାତ୍ରୀମାନଙ୍କୁ ପୂର୍ବରୁ ସତର୍କ ସୂଚନା ଦିଆଯାଉଥିଲା । ଏଯାବତ ବ୍ରିଟିଶ୍‍ମାନଙ୍କଦ୍ୱାରା ନିର୍ମାଣ କରାଯାଇଥିବା ବିଭିନ୍ନ ସ୍ଥାନ ଖାଇବରରେ ଦେଖିହେବ । ସ୍ଥାନୀୟ କମାରମାନଙ୍କଦ୍ୱାରା ଖାଇବର ଅଞ୍ଚଳରେ ବିଭିନ୍ନ ବନ୍ଧୁକ ଓ ଅସ୍ତ୍ରର ନକଲ ନିର୍ମାଣ କରାଯାଏ ବୋଲି କୁହାଯାଏ ।

ସାମ୍ପ୍ରତିକ ବିବାଦ

ଖାଇବର ଗିରିପଥ 
ଖାଇବର ଗିରିପଥ ରେଳ ବର୍ତ୍ତମାନ ବନ୍ଦ ପଡ଼ିଛି ।

୨୦୦୧ ମସିହାରୁ ଧରି ଆରମ୍ଭ ହୋଇଥିବା ଆଫଗାନିସ୍ତାନ ଯୁଦ୍ଧ ବେଳେ ନାଟୋର ସୈନ୍ୟମାନଙ୍କୁ ଅସ୍ତ୍ର, ଉପକରଣ ଓ ଖାଦ୍ୟ ଯୋଗାଣ ପାଇଁ ଖାଇବର ଗିରିପଥ ଅତ୍ୟନ୍ତ ଜରୁରୀ ଥିଲା । ନାଟୋ ଓ ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟଙ୍କ ୮୦% ଆବଶ୍ୟକୀୟ ସାମଗ୍ରୀ ଖାଇବର ଗିରିପଥ ଦେଇ ଆସୁଥିଲା । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲୋକଙ୍କ ଗମନାଗମନ ପାଇଁ ମଧ୍ୟ ଖାଇବର ବ୍ୟବହୃତ ହୁଏ । ୨୦୦୭ ମସିହା ପର୍ଯ୍ୟନ୍ତ ଆଫ୍ରିଦିମାନଙ୍କୁ ପାକିସ୍ତାନ ସରକାର ଆର୍ଥିକ ସହାୟତା ଦେଉଥିବାରୁ ସେମାନେ କୌଣସି ସମସ୍ୟା ସୃଷ୍ଟି କରିନଥିଲେ । ୨୦୦୭ ପରେ ଏହି ଅଞ୍ଚଳ ତାଲିବାନ ଅଧୀନକୁ ଯିବାରୁ ଅନେକ ବିବାଦ ଓ ସଂଘର୍ଷର ସୂତ୍ରପାତ ଘଟିଥିଲା । ପାକିସ୍ତାନୀ ତାଲିବାନର ସମର୍ଥକ ଗୋଷ୍ଠୀମାନେ ୨୦୦୮ ପରଠାରୁ ଏହି ଅଞ୍ଚଳର ଯୋଗାଣ ସାମଗ୍ରୀ ଇତ୍ୟାଦି ଲୁଟ କରୁଛନ୍ତି ।

୨୦୦୯ ମସିହାରେ ତାଲିବାନ ସନ୍ତ୍ରାସବାଦୀଙ୍କ ଦମନ କରିବା ପାଇଁ ପାକିସ୍ତାନ ଖାଇବରର ଏକ ରାସ୍ତା ବନ୍ଦ କରିଦେଇଥିଲା । ତାଲିବାନ ସନ୍ତ୍ରାସବାଦୀଙ୍କ ସହାୟକମାନଙ୍କ ନିପାତ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ଥିଲା । ଏହି ସାମରିକ ପଦକ୍ଷେପରେ ୭୦ ଗିରଫଦାରୀ, ୪୫ଟି ଘର ଧ୍ୱଂସ ହେବା ସହିତ ଜଣେ ମହିଳା ଓ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହାର ଜବାବରେ ୨୦୦୯ ମସିହା ଫେବୃଆରୀ ମାସରେ ତାଲିବାନ ସନ୍ତ୍ରାସବାଦୀମାନେ ଖାଇବରର ଏକ ପୋଲ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ଓ ଖାଇବରରେ ସାମୟିକ ରୂପେ ପରିବହନ ବିଚ୍ଛିନ୍ନ କରିଦେଇଥିଲେ । ଏପରି ଜଟିଳ ଓ ସଂଘର୍ଷମୟ ସ୍ଥିତି ବଜାୟ ରହୁଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ନାଟୋ ମଧ୍ୟ-ଏସିଆରୁ କିମ୍ବା ଇରାନର ଛାବାହାର ବନ୍ଦରରୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ଚେଷ୍ଟା କରିଥିଲେ ।

ତାଲିବାନର ସେନାକୁ ପାକିସ୍ତାନ ପ୍ରଶ୍ରୟ ଦେଇଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକା ସର୍ବଦା ଅଭିଯୋଗ କରିଆସୁଥିଲା । ୨୦୧୦ରେ ତାଲିବାନ ବିପକ୍ଷରେ ନାଟୋର ଏକ ଡ୍ରୋନ୍ ଆକ୍ରମଣରେ ତିନି ଜଣ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିବା ପରେ ସ୍ଥିତି ଅଧିକ ଜଟିଳ ହୋଇଥିଲା । ୩୦ ସେପ୍ଟେମ୍ବରରେ ପାକିସ୍ତାନ ସେନା ଖାଇବର ଗିରିପଥ ବନ୍ଦ କରି ନାଟୋର ଯୋଗାଣ ବନ୍ଦ କରି ଦେଇଥିଲା । ରାସ୍ତାରେ ବନ୍ଦ ରହିଥିବା ଏହି ଯୋଗାଣ ଗାଡ଼ିମାନଙ୍କ ଉପରେ ଅଲ୍ କାଏଦା ଆକ୍ରମଣକାରୀମାନେ ଆକ୍ରମଣ କରି ୨୯ରୁ ଅଧିକ ତେଲ ଟାଙ୍କି ଧ୍ୱଂସ, ଲୁଟ ତରାଜ ଓ ଜୀବନହାନି ଘଟାଇଥିଲେ । ନାଟୋ ମୁଖ୍ୟମାନେ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିବା ପରେ ଖାଇବର ଗିରିପଥ ପୁଣି ଖୋଲିଥିଲା ।

୨୦୧୧ ମସିହା ଅଗଷ୍ଟ ମାସରେ ଆକ୍ରମଣ ଆଶଙ୍କାରେ ଖାଇବର ଗିରିପଥରେ ତେଲ ଯୋଗାଣ ପୁଣି ବନ୍ଦ ହୋଇଥିଲା । ସ୍ଥାନୀୟ ତେଲ ଯୋଗାଣକାରୀ ସଂସ୍ଥାମାନେ ପାକିସ୍ତାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ସରକାରଙ୍କୁ ସେମାନଙ୍କ ସୁରକ୍ଷା ବଢ଼ାଇବା ପାଇଁ ଦାବୀ କରିଥିଲେ ।

ସଂସ୍କୃତିରେ ଉଲ୍ଲେଖ

ବିଶ୍ୱର ବିଭିନ୍ନ ସ୍ଥାନର ନାମକରଣ ଖାଇବର ଗିରିପଥକୁ ଅନୁକରଣ କରି ରଖାଯାଇଛି :

  • ଆୟାର୍ଲ୍ୟାଣ୍ଡର ଡୁବ୍ଲିନ୍‍ସ୍ଥିତ ଫିନିକ୍ସ ପାର୍କର ଖାଇବର ରୋଡ଼୍
  • ସ୍କଟଲାଣ୍ଡର ଗ୍ଲାସଗୋ ନିକଟରେ ଏକ ଅଙ୍କାବଙ୍କା ପାହାଡ଼ିଆ ସଡ଼କ ରହିଛି ଯାହାକୁ ଖାଇବର ପାସ୍ ଟ୍ରେଲ୍ କୁହାଯାଏ ଓ ଏଠାକାର ସାଇକେଲ ଆରୋହଣକାରୀଙ୍କ ପାଇଁ ଏହା ଏକ ଜଣାଶୁଣା ସଡ଼କ ।
  • ଭାରତରେ ଦିଲ୍ଲୀର ସିଭିଲ୍ ଲାଇନ୍ସରେ ଖାଇବର ପାସ୍ ବଜାର ରହିଛି ।
  • ନ୍ୟୁଜିଲାଣ୍ଡର ଅକ୍‍ଲାଣ୍ଡ ସହର ନିକଟରେ ଖାଇବର ପାସ୍ ରୋଡ଼୍ ରହିଛି: Google Earth view
  • ଯୁକ୍ତରାଜ୍ୟର କିଂଗ୍ସଟନରେ ଏକ କୃତ୍ରିମ ପ୍ରସ୍ତର କଳାକୃତି ରହିଛି
  • ଯୁକ୍ତରାଜ୍ୟର ୱେଷ୍ଟ କ୍ଲିଫରେ ରହିଥିବା ଏକ ଅଙ୍କାବଙ୍କା ପାହାଡ଼ିଆ ସଡ଼କ
  • ସ୍କଟଲାଣ୍ଡର ଷ୍ଟ୍ରମ୍ନେସ୍‍ର ଏକ ପଦଚାରଣ ମାର୍ଗ
  • ପେନ୍‍ସିଲଭେନିଆର ଫିଲାଡେଲଫିଆର ଖାଇବର ପାସ୍ ପବ୍
  • ଜାମ୍ମୁ ଓ କାଶ୍ମୀରର ଗୁଲମାର୍ଗର ଖାଇବର ହିମାଲୟାନ୍ ରିଜୋର୍ଟ ଏବଂ ସ୍ପା
  • ୱିସ୍ଲର୍ କ୍ରିକ୍‍ସାଇଡ୍ ଗ୍ରାମ ନିକଟସ୍ଥ ପାର୍ବତ୍ୟ ସାଇକେଲ ସଡ଼କ
  • ୧୯୮୭ ମସିହା ନଭେମ୍ବର ପର୍ଯ୍ୟନ୍ତ କିଂଗ୍ସ କ୍ରସରେ ଏକ ସବ୍ ୱେ ଟ୍ୟୁବ୍ (ଭୂତଳ ରେଳ) ଷ୍ଟେସନ ଏହି ନାମରେ ରହିଥିଲା ।

ଖାଇବରର ଅନ୍ୟାନ୍ୟ ଉଲ୍ଲେଖମାନ ହେଲା :

  • ସୟେଦ ମୁଜ୍‍ତବା ଅଲିଙ୍କ ‘’ଦେଶେ ବିଦେଶେ’’ (୧୯୪୮) ଲେଖାରେ ଖାଇବର ବସ୍ ଯାତ୍ରାର ବିବରଣୀ
  • ଅବିଭକ୍ତ (ଅଖଣ୍ଡ) ଭାରତର ବ୍ୟାପ୍ତି ଦର୍ଶାଇବା ପାଇଁ ହିନ୍ଦୀରେ କଥିତ "ଖାଇବର ସେ କନ୍ୟାକୁମାରୀ" ବାକ୍ୟାଂଶ
  • ଟ୍ୱାଇଲାଇଟ୍ ହିଷ୍ଟୋରିଜ୍ ପଡ଼୍‍କାଷ୍ଟର ନେପୋଲିଅନ୍ ଇନ୍ ଆଫଗାନିସ୍ତାନ ଅଧ୍ୟାୟରେ
  • ଭାମ୍ପାୟାର୍ ୱିକେଣ୍ଡର ଏମ୍. ୭୯ ଗୀତରେ
  • ଟମ୍ କୋକ୍ରେନଙ୍କ ଲାଇଫ୍ ଇଜ୍ ଏ ହାଇୱେ ଗୀତରେ
  • ମିନିଷ୍ଟ୍ରି ନାମକ ବ୍ୟାଣ୍ଡର ଖାଇବର ପାସ୍ ଗୀତରେ
  • ପ୍ରୋବଟଙ୍କ "ରେଡ୍ ୱର୍" ଗୀତରେ
  • ପିଂକ୍ ଫ୍ଲଏଡ୍ ବ୍ୟାଣ୍ଡର “ଅପ୍ ଦ ଖାଇବର” ଗୀତରେ
  • ୧୯୮୫ ମସିହାରେ ଜେ ମ୍ୟାକିନେର୍ଣ୍ଣିଙ୍କ ରାନ୍ସମ ନାମକ ପୁସ୍ତକରେ
  • ରୁଡ୍ୟାର୍ଡ କିପ୍ଲିଂଗଙ୍କ ବିଭିନ୍ନ କବିତାରେ

ଚିତ୍ର ଗ୍ୟାଲେରି

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ିପାରିବେ

ଅନ୍ୟାନ୍ୟ ଲିଂକ୍

Tags:

ଖାଇବର ଗିରିପଥ ଇତିହାସଖାଇବର ଗିରିପଥ ସଂସ୍କୃତିରେ ଉଲ୍ଲେଖଖାଇବର ଗିରିପଥ ଚିତ୍ର ଗ୍ୟାଲେରିଖାଇବର ଗିରିପଥ ଆହୁରି ଦେଖନ୍ତୁଖାଇବର ଗିରିପଥ ଆଧାରଖାଇବର ଗିରିପଥ ଆହୁରି ପଢ଼ିପାରିବେଖାଇବର ଗିରିପଥ ଅନ୍ୟାନ୍ୟ ଲିଂକ୍ଖାଇବର ଗିରିପଥଆଫଗାନିସ୍ତାନଏସିଆପାକିସ୍ତାନରେଶମ ପଥ

🔥 Trending searches on Wiki ଓଡ଼ିଆ:

ଦ୍ୱିତୀୟ ବିଶ୍ୱଯୁଦ୍ଧସ୍ଥୌଲ୍ୟତାଯୌନ ଉତ୍ପୀଡ଼ନରସଗୋଲାତରୁଣକାନ୍ତି ମିଶ୍ରରାଜା ରାମମୋହନ ରାୟ୨୦୧୨ସୁରେନ୍ଦ୍ର ମହାନ୍ତିଜିମି ୱେଲ୍ସଅଧର ପଟ୍ଟନାୟକଉତ୍ତମ ମହାନ୍ତିକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତର ନଦୀ ସମୂହର ତାଲିକାରାମକୃଷ୍ଣ ପରମହଂସମଟର ସାଇକେଲସୁଭାଷ ଚନ୍ଦ୍ର ବୋଷମାର୍ଚ୍ଚଚବିଶ ଗୁରୁବାଙ୍କୀମଙ୍ଗଳା ମନ୍ଦିର୫ ନଭେମ୍ବରଯୁକ୍ତରାଷ୍ଟ୍ର ଆମେରିକାହମିଦା ବାନୁ ବେଗମଅଗ୍ନ୍ୟାଶୟ ଅକ୍ଷମତାରାସନ କାର୍ଡ଼ (ଭାରତ)ଜୟଦେବଖିଲିପାନଅଚ୍ୟୁତ ଗୋକୁଳ ନାୟକଏ. ପି. ଜେ. ଅବଦୁଲ କଲାମଛାନ୍ଦଶରତ କୁମାର ମହାନ୍ତିବିଦ୍ୟାଳୟଚିକୁନ‌ଗୁନିଆପ୍ରଥମ ବିଶ୍ୱଯୁଦ୍ଧକବିସୂର୍ଯ୍ୟ ବଳଦେବ ରଥନମିତା ଅଗ୍ରୱାଲବିନୋଦ ଚନ୍ଦ୍ର ନାୟକଜର୍ମାନୀରାଧାମୋହନ ଗଡ଼ନାୟକଅଣ୍ଡା ରୋଲଲାଟିନ ଭାଷାସୌଭାଗ୍ୟ କୁମାର ମିଶ୍ରନଅତୁଣ୍ଡୀଭକ୍ତ ଚରଣ ଦାସ (ରାଜନେତା)ପ୍ରଦୀପ କୁମାର ପାଣିଗ୍ରାହୀତ୍ରିପୁରା ମିଶ୍ରଶ୍ରୀପଠାଣି ସାମନ୍ତ୪ (ସଂଖ୍ୟା)ଓଡ଼ିଶାର ଇତିହାସମହମ୍ମଦ ମୋକିମ୍ହେପାଟାଇଟିସ ବିଶ୍ରଦ୍ଧାକର ସୂପକାରଖଡ଼ଗପୁର୨୭ ଜୁନସାରଳା ଦାସପ୍ରତାପରୁଦ୍ର ଦେବପ୍ରସନ୍ନ କୁମାର ପଣ୍ଡାହେମୋଫିଲିଆମୁକୁନ୍ଦ ଦେବଦେବସ୍ନାନ ପୂର୍ଣ୍ଣିମାନିର୍ମଳା (ଉପନ୍ୟାସ)ଇଂଲଣ୍ଡଶାସ୍ତିବି. ଆର. ଆମ୍ବେଦକରଲିଙ୍ଗରାଜ ମନ୍ଦିରବରଗଛଶ୍ରୀନିବାସ ରାମାନୁଜନକୋଣାର୍କଅସହଯୋଗ ଆନ୍ଦୋଳନ🡆 More