ଖଜୁରେଶ୍ୱର ଦେଉଳସମୂହ ଓଡ଼ିଶାରେ ଏକ ବେଢ଼ା ଭିତରେ ଥିବା କେତେକ ଶୈବ-ଶାକ୍ତ ଦେଉଳ । ଏହା ବାଲେଶ୍ୱର ଜିଲ୍ଲାର ସେରଗଡ଼ ଗାଁରେ ଅବସ୍ଥିତ । ଦେଉଳଟି ୯ମରୁ ୧୦ମ ଶତକ ମଧ୍ୟରେ ତୋଳାଯାଇଥିଲା । ଦେଉଳ ବେଢ଼ାରେ ଥିବା ୯ମ ଦଶକରେ ତୋଳାଯାଇଥିବା ବିଭିନ୍ନ ଛୋଟବଡ଼ ଦେଉଳ ଭିତରେ ଭିନ୍ନ ଭିନ୍ନ ଦେବଦେବୀ ପୂଜିତ । ଏହି ଦେଉଳମାନଙ୍କ ମଧ୍ୟରୁ ବିଶାଳତମ ଦେଉଳଟି ଥିଲା ଖଜୁରେଶ୍ୱର । ଏହା ଧ୍ୱଂସ ହୋଇଯାଇଛି । ପରେ ବିଗ୍ରହଗୁଡ଼ିକୁ ଏକ ନୂଆ ଦେଉଳ ତୋଳାଯାଇ ସେଠାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦେଉଳସମୂହରେ ଦେବଦେବୀ ହେଲେ ଶିବ, ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ ଓ ପୁରୁଷୋତ୍ତମ । ଦେଉଳସମୂହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ତୋଳାଯାଇଛି । ବେଢ଼ା ଭିତରେ ଅକ୍ଷୁର୍ଣ୍ଣ ଥିବା ଦେଉଳସମୂହ ୯ମ ଶତକରେ ଖାକର ଶୈଳୀରେ ଓ କେବଳ ଗୋଟିଏ ଦେଉଳ ରେଖ ଶୈଳୀରେ ତୋଳାଯାଇଥିଲା । ନୂତନ ଦେଉଳଟି ପୀଢ଼ ଶୈଳୀରେ ତୋଳାଯାଇଛି । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି । ମୂର୍ତ୍ତିଗୁଡ଼ିକ ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ।
ଖଜୁରେଶ୍ୱର (ଦେଉଳସମୂହ) | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବାଲେଶ୍ୱର |
Location | |
ସ୍ଥାନ | ସେରଗଡ଼ |
Country | ଭାରତ |
ଦେଉଳଟି ବାଲେଶ୍ୱର ଜିଲ୍ଲାର ସେରଗଡ଼ ଅନ୍ତର୍ଗତ ଖଜୁରସାହିର ମଧ୍ୟଭାଗରେ ଏକ ଅଳ୍ପ ଉଚ୍ଚ ମୁଣ୍ଡିଆରେ ଅବସ୍ଥିତ ।
ଦେଉଳ ବେଢ଼ାରେ ବିଭିନ୍ନ ଅଲଗା ଅଲଗା ଦେବଦେବୀ ପୂଜିତ ୯ମ ଶତକର ଦେଉଳସବୁ ରହିଛି । ଏଥି ଭିତରେ ବିଶାଳତମ ଓ ମୁଖ୍ୟ ଖଜୁରେଶ୍ୱର ଦେଉଳଟି ଧ୍ୱଂସ ପାଇଯାଇଛି । ଦେଉଳ ବେଢ଼ାରେ ଶିବ ବ୍ୟତୀତ ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ (ଦୁର୍ଗା ଦେଉଳ ଭିତରେ) ଓ ଏକ ଛୋଟ ଛାତ ତଳେ ପୁରୁଷୋତ୍ତମ ମୂର୍ତ୍ତି ରହିଛି ।
ଉଭୟ ବିମାନ ଓ ଜଗମୋହନ କଳିଙ୍ଗ ସ୍ଥାପତ୍ୟ ଅନୁସାରେ ତୋଳା । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି ଓ ଅଧୁନା ଉପାସିତ । ଅଧୁନା ଦେଉଳଟି ଏକ ପୀଢ଼ ଦେଉଳ ଓ ନୂତନ ଭାବେ ତୋଳାଯାଇଛି । ବେଢ଼ାରେ ଅକ୍ଷୁର୍ଣ୍ଣ ଥିବା ଦେଉଳସବୁ ୯ମ ଶତକର ଓ ଖାକର ଶୈଳୀ ଓ ଗୋଟିଏ ରେଖ ଶୈଳୀରେ ତୋଳାଯାଇଥିଲା । ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ଏହି ଦେଉଳସମୂହ ତତ୍କାଳୀନ ବାଲେଶ୍ୱର ଅଞ୍ଚଳର ଏକ ପ୍ରମୁଖ ସ୍ଥାପତ୍ୟ ଭାବେ ପରିଚିତ ଥିଲା । ଦେଉଳକୁ ଲାଗିଥିବା ଶଶଧର ସେନାପତିଙ୍କ ଘର କାନ୍ଥରେ ୧୦ମ ଶତକରେ ଗଢ଼ା ଏକ ବୌଦ୍ଧ ଅମାହାଭାୟା ତାରାଙ୍କ ମୂର୍ତ୍ତି ରହିଛି । ପ୍ରତ୍ନତତ୍ତ୍ୱବିତ୍ ଦେବଳା ମିତ୍ର ‘ଏପିଗ୍ରାଫିଆ ଇଣ୍ଡିକା’ ବହିରେ ଏହି ଦେଉଳର ଗଠନ ଶୈଳୀ ବାବଦରେ ବର୍ଣ୍ଣନା କରିଛନ୍ତି ।
ମୂଳ ଦେଉଳଟି ଭୁଷୁଡ଼ି ପଡ଼ିବା ପରେ ଏକ ନୂତନ ସିମେଣ୍ଟ ତିଆରି ଦେଉଳ ତୋଳାଯାଇଥିଲା । ଦେଉଳ ପରିସର ମଧ୍ୟରେ ୮ମ ଶତକରେ ତିଆରି ଖାକର ଦେଉଳଟି ଅକ୍ଷୁର୍ଣ୍ଣ ରହିଛି ।
ଏହି ଦେଉଳରେ ପାଳିତ ଏକ ମୁଖ୍ୟ ପର୍ବ ହେଉଛି ଜାଗର ଯାତ୍ରା । ଏହି ଦିନ ଦେଉଳ ଆଗ ପଡ଼ିଆରେ ଏକ ମେଳା ପଡ଼ିଥାଏ । ଏହି ମେଳାରେ ଯାତ୍ରା ଓ ଦୋକାନ ବଜାର ଆଦି ଲାଗିଥାଏ ।
This article uses material from the Wikipedia ଓଡ଼ିଆ article ଖଜୁରେଶ୍ୱର ଦେଉଳସମୂହ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.