ଖଜୁରେଶ୍ୱର ଦେଉଳସମୂହ

ଖଜୁରେଶ୍ୱର ଦେଉଳସମୂହ ଓଡ଼ିଶାରେ ଏକ ବେଢ଼ା ଭିତରେ ଥିବା କେତେକ ଶୈବ-ଶାକ୍ତ ଦେଉଳ । ଏହା ବାଲେଶ୍ୱର ଜିଲ୍ଲାର ସେରଗଡ଼ ଗାଁରେ ଅବସ୍ଥିତ । ଦେଉଳଟି ୯ମରୁ ୧୦ମ ଶତକ ମଧ୍ୟରେ ତୋଳାଯାଇଥିଲା । ଦେଉଳ ବେଢ଼ାରେ ଥିବା ୯ମ ଦଶକରେ ତୋଳାଯାଇଥିବା ବିଭିନ୍ନ ଛୋଟବଡ଼ ଦେଉଳ ଭିତରେ ଭିନ୍ନ ଭିନ୍ନ ଦେବଦେବୀ ପୂଜିତ । ଏହି ଦେଉଳମାନଙ୍କ ମଧ୍ୟରୁ ବିଶାଳତମ ଦେଉଳଟି ଥିଲା ଖଜୁରେଶ୍ୱର । ଏହା ଧ୍ୱଂସ ହୋଇଯାଇଛି । ପରେ ବିଗ୍ରହଗୁଡ଼ିକୁ ଏକ ନୂଆ ଦେଉଳ ତୋଳାଯାଇ ସେଠାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦେଉଳସମୂହରେ ଦେବଦେବୀ ହେଲେ ଶିବ, ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ ଓ ପୁରୁଷୋତ୍ତମ । ଦେଉଳସମୂହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ତୋଳାଯାଇଛି । ବେଢ଼ା ଭିତରେ ଅକ୍ଷୁର୍ଣ୍ଣ ଥିବା ଦେଉଳସମୂହ ୯ମ ଶତକରେ ଖାକର ଶୈଳୀରେ ଓ କେବଳ ଗୋଟିଏ ଦେଉଳ ରେଖ ଶୈଳୀରେ ତୋଳାଯାଇଥିଲା । ନୂତନ ଦେଉଳଟି ପୀଢ଼ ଶୈଳୀରେ ତୋଳାଯାଇଛି । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି । ମୂର୍ତ୍ତିଗୁଡ଼ିକ ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ।

ଖଜୁରେଶ୍ୱର (ଦେଉଳସମୂହ)
ଖଜୁରେଶ୍ୱର ଦେଉଳସମୂହ ବେଢ଼ା ।
ଖଜୁରେଶ୍ୱର ଦେଉଳସମୂହ ବେଢ଼ା ।
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ୱର
Location
ସ୍ଥାନସେରଗଡ଼
Countryଭାରତ

ଅବସ୍ଥିତି

ଦେଉଳଟି ବାଲେଶ୍ୱର ଜିଲ୍ଲାର ସେରଗଡ଼ ଅନ୍ତର୍ଗତ ଖଜୁରସାହିର ମଧ୍ୟଭାଗରେ ଏକ ଅଳ୍ପ ଉଚ୍ଚ ମୁଣ୍ଡିଆରେ ଅବସ୍ଥିତ ।

ଦେବଦେବୀ

ଦେଉଳ ବେଢ଼ାରେ ବିଭିନ୍ନ ଅଲଗା ଅଲଗା ଦେବଦେବୀ ପୂଜିତ ୯ମ ଶତକର ଦେଉଳସବୁ ରହିଛି । ଏଥି ଭିତରେ ବିଶାଳତମ ଓ ମୁଖ୍ୟ ଖଜୁରେଶ୍ୱର ଦେଉଳଟି ଧ୍ୱଂସ ପାଇଯାଇଛି । ଦେଉଳ ବେଢ଼ାରେ ଶିବ ବ୍ୟତୀତ ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ (ଦୁର୍ଗା ଦେଉଳ ଭିତରେ) ଓ ଏକ ଛୋଟ ଛାତ ତଳେ ପୁରୁଷୋତ୍ତମ ମୂର୍ତ୍ତି ରହିଛି ।

ସ୍ଥାପତ୍ୟକଳା

ଉଭୟ ବିମାନ ଓ ଜଗମୋହନ କଳିଙ୍ଗ ସ୍ଥାପତ୍ୟ ଅନୁସାରେ ତୋଳା । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି ଓ ଅଧୁନା ଉପାସିତ । ଅଧୁନା ଦେଉଳଟି ଏକ ପୀଢ଼ ଦେଉଳ ଓ ନୂତନ ଭାବେ ତୋଳାଯାଇଛି । ବେଢ଼ାରେ ଅକ୍ଷୁର୍ଣ୍ଣ ଥିବା ଦେଉଳସବୁ ୯ମ ଶତକର ଓ ଖାକର ଶୈଳୀ ଓ ଗୋଟିଏ ରେଖ ଶୈଳୀରେ ତୋଳାଯାଇଥିଲା । ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ଏହି ଦେଉଳସମୂହ ତତ୍କାଳୀନ ବାଲେଶ୍ୱର ଅଞ୍ଚଳର ଏକ ପ୍ରମୁଖ ସ୍ଥାପତ୍ୟ ଭାବେ ପରିଚିତ ଥିଲା । ଦେଉଳକୁ ଲାଗିଥିବା ଶଶଧର ସେନାପତିଙ୍କ ଘର କାନ୍ଥରେ ୧୦ମ ଶତକରେ ଗଢ଼ା ଏକ ବୌଦ୍ଧ ଅମାହାଭାୟା ତାରାଙ୍କ ମୂର୍ତ୍ତି ରହିଛି । ପ୍ରତ୍ନତତ୍ତ୍ୱବିତ୍‍ ଦେବଳା ମିତ୍ର ‘ଏପିଗ୍ରାଫିଆ ଇଣ୍ଡିକା’ ବହିରେ ଏହି ଦେଉଳର ଗଠନ ଶୈଳୀ ବାବଦରେ ବର୍ଣ୍ଣନା କରିଛନ୍ତି ।

ଧ୍ୱଂସ

ମୂଳ ଦେଉଳଟି ଭୁଷୁଡ଼ି ପଡ଼ିବା ପରେ ଏକ ନୂତନ ସିମେଣ୍ଟ ତିଆରି ଦେଉଳ ତୋଳାଯାଇଥିଲା । ଦେଉଳ ପରିସର ମଧ୍ୟରେ ୮ମ ଶତକରେ ତିଆରି ଖାକର ଦେଉଳଟି ଅକ୍ଷୁର୍ଣ୍ଣ ରହିଛି ।

ପର୍ବପର୍ବାଣି

ଏହି ଦେଉଳରେ ପାଳିତ ଏକ ମୁଖ୍ୟ ପର୍ବ ହେଉଛି ଜାଗର ଯାତ୍ରା । ଏହି ଦିନ ଦେଉଳ ଆଗ ପଡ଼ିଆରେ ଏକ ମେଳା ପଡ଼ିଥାଏ । ଏହି ମେଳାରେ ଯାତ୍ରା ଓ ଦୋକାନ ବଜାର ଆଦି ଲାଗିଥାଏ ।

ଗ୍ୟାଲେରି

ଆଧାର

ଅଧିକ ପଠନ

Tags:

ଖଜୁରେଶ୍ୱର ଦେଉଳସମୂହ ଅବସ୍ଥିତିଖଜୁରେଶ୍ୱର ଦେଉଳସମୂହ ଦେବଦେବୀଖଜୁରେଶ୍ୱର ଦେଉଳସମୂହ ସ୍ଥାପତ୍ୟକଳାଖଜୁରେଶ୍ୱର ଦେଉଳସମୂହ ଧ୍ୱଂସଖଜୁରେଶ୍ୱର ଦେଉଳସମୂହ ପର୍ବପର୍ବାଣିଖଜୁରେଶ୍ୱର ଦେଉଳସମୂହ ଗ୍ୟାଲେରିଖଜୁରେଶ୍ୱର ଦେଉଳସମୂହ ଆଧାରଖଜୁରେଶ୍ୱର ଦେଉଳସମୂହ ଅଧିକ ପଠନଖଜୁରେଶ୍ୱର ଦେଉଳସମୂହଓଡ଼ିଶାକଳିଙ୍ଗ ସ୍ଥାପତ୍ୟ କଳାଗଣେଶଦୁର୍ଗାବାଲେଶ୍ୱର ଜିଲ୍ଲାଶିବସେରଗଡ଼, ବାଲେଶ୍ୱର

🔥 Trending searches on Wiki ଓଡ଼ିଆ:

୪ (ସଂଖ୍ୟା)ପ୍ରଦୀପ କୁମାର ପାଣିଗ୍ରାହୀଯୁକ୍ତରାଜ୍ୟଚିତ୍ତରଞ୍ଜନ ତ୍ରିପାଠୀସାଇକେଲଶ୍ରୀ ଅରବିନ୍ଦବୀଣାପାଣି ମହାନ୍ତିଉଦ୍ଭିଦଫତୁରାନନ୍ଦଶେର ଶାହ ସୁରୀମହମ୍ମଦ ମୋକିମ୍ରାକ୍ଷୀ ପୂର୍ଣ୍ଣିମାଜ୍ୟୋତିର୍ଲିଙ୍ଗରାଜ୍ୟ ସଭାପଞ୍ଚସଖାବଡ଼ ଏରାସ୍ଥୌଲ୍ୟତାମହାରାଷ୍ଟ୍ରଜନ୍ମ ନିରୋଧଆଇଡେଲାଲିସିବଛାନ୍ଦଗୋପାଳ କୃଷ୍ଣ ରଥପାଇକ ବିଦ୍ରୋହଭାଷାବେଣୁଧର ରାଉତc3bn4କଖାରୁ ଫୁଲ ଭଜାଭଗବତ ଗୀତାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭାରତର ନଦୀ ସମୂହର ତାଲିକାବୁଧରାମଚନ୍ଦ୍ର ବେହେରାକୁଜିବର ପ‌ତ୍ରବରଗଛଅଣସରଭାରତୀୟ ସ୍ୱାଧୀନତା ଆନ୍ଦୋଳନମାର୍ଚ୍ଚଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଟ୍ରାଲୋକିନୁମାବନବୀନ ପଟ୍ଟନାୟକରାମାୟଣଦ୍ଵାରକାଧୀଶ ମନ୍ଦିରଗଣନ ସଂଖ୍ୟାମଇ ଦିବସଆକବରଅଚ୍ୟୁତ ନାୟକଭାରତୀୟ ସମ୍ବିଧାନପ୍ଲୁଟୋଚାନ୍ଦ୍ରମାସଉପନିଷଦଆଣ୍ଡାମାନ ସାଗରଅର୍ଥଶାସ୍ତ୍ରହୃଷୀକେଶ ମଲ୍ଲିକଜୟୀରାମ ସାମଲନଅତୁଣ୍ଡୀପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଉଇକିପିଡ଼ିଆ ସମୂହର ତାଲିକାରାମକୃଷ୍ଣ ପରମହଂସହେମନ୍ତ କୁମାର ଦାସପ୍ରତୀକ୍ଷାଓଡ଼ିଆ ଭାଷା ଆନ୍ଦୋଳନମାୟାଧର ମାନସିଂହରାଜକିଶୋର ପଟ୍ଟନାୟକବୈଜୟନ୍ତ ପଣ୍ଡାଓଡ଼ିଶା ସରକାରମୟୂରମଟର ସାଇକେଲବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାୟଗଡ଼ା ଜିଲ୍ଲାଗୌରହରି ଦାସଓଡ଼ିଆ ଭାଗବତମୋନିକା ସେଲ୍ସକଳାପାହାଡ଼ଦ୍ୱିତୀୟ ବିଶ୍ୱଯୁଦ୍ଧ🡆 More