କମଳା ଭାସିନ: ଲେଖିକା ଏବଂ ସମାଜ ବିଜ୍ଞାନୀ

କମଳା ଭାସିନ (୨୪ ଅପ୍ରେଲ ୧୯୪୬ - ୨୫ ସେପ୍ଟେମ୍ବର ୨୦୨୧) ଜଣେ ଭାରତୀୟ ନାରୀବାଦ କର୍ମୀ ଓ ସାହିତ୍ୟିକା ଥିଲେ । ୧୯୭୦ ମସିହାରୁ କମଳା ଲିଙ୍ଗବାଦ, ଶିକ୍ଷା, ମାନବ ବିକାସ ଓ ମିଡ଼ିଆ ଉପରେ ଲେଖାଲେଖି କରି ଆସୁଥିଲେ । ସେ ଦିଲ୍ଲୀରେ ବସବାସ କରୁଥିଲେ । ନାରୀବାଦୀ ଅନୁଷ୍ଠାନ ସଙ୍ଗତ ସହିତ ସେ ସଂଶ୍ଳୀଷ୍ଠ ଥିଲେ । ତାଙ୍କ କବିତା କ୍ୟୁଁ କି ମେଁ ଲଡ଼କି ହୁଁ, ମୁଝେ ପଢ଼ନା ହେ ପାଇଁ ସେ ପରିଚିତ ଥିଲେ । ୱାନ ବିଲିୟନ ରାଇଜିଂ କାର୍ଯ୍ୟକ୍ରମ ପାଇଁ ସେ ଦକ୍ଷିଣ ଏସିଆର ପ୍ରତିନିଧି ଥିଲେ ।

କମଳା ଭାସିନ
ଢାକା ସାହିତ୍ୟ ଉତ୍ସବ ୨୦୧୭ରେ
ଢାକା ସାହିତ୍ୟ ଉତ୍ସବ ୨୦୧୭ରେ
ଜନ୍ମ ଓ ଜନ୍ମସ୍ଥାନ(1946-04-24)୨୪ ଅପ୍ରେଲ ୧୯୪୬
Shaheedanwali ସହିଦାଁୱାଲି, ମଣ୍ଡି ବହାଉଦ୍ଦିନ, ପଞ୍ଜାବ, ବ୍ରିଟିଶ ଭାରତ
ମୃତ୍ୟୁ୨୫ ସେପ୍ଟେମ୍ବର ୨୦୨୧(2021-09-25) (ବୟସ ୭୫)
ଦିଲ୍ଲୀ, ଭାରତ
ବୃତ୍ତିନାରୀବାଦ କର୍ମୀ, ସାହିତ୍ୟିକ
ଭାଷାହିନ୍ଦୀ, ଇଂରାଜୀ
ଶିକ୍ଷାକଳାରେ ସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରାଜସ୍ଥାନ ବିଶ୍ୱବିଦ୍ୟାଳୟ, ମଂଷ୍ଟର ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିବର୍ଡ଼ର୍ସ ଆଣ୍ଡ ବାଉଣ୍ଡେରିଜ : ଓମେନେ ଇନ ଇଣ୍ଡିଆ'ସ ପାର୍ଟିସନ (ବହି)

୨୦୦୨ ମସିହାରେ କମଳା ମିଳିତ ଜାତିସଂଘରେ କରୁଥିବା ଚାକିରୀରୁ ଇସ୍ତଫା ଦେଇ ସଙ୍ଗତ ଅନୁଷ୍ଠାନ ସହିତ ଯୋଡ଼ି ହୋଇଥିଲେ । ସେ ଥିଲେ ଏହି ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ଓ ପରାମର୍ଶକ । ସେ ସାମାଜିକ ସୁବିଧାଠାରୁ ବଞ୍ଚିତ ଆଦିବାସୀ ଓ ଅନ୍ୟ କର୍ମଜୀବି ମହିଳାମାନଙ୍କ ପାଇଁ କାମ କରୁଥିଏଲ୍ । ନାଟକ, ପୋଷ୍ଟର ଏବଂ ଅନ୍ୟାନ୍ୟ ମାଧ୍ୟମ ସହିତ ସେ ଏହି ଅଶିକ୍ଷିତ ବା ଅଳ୍ପଶିକ୍ଷିତ ମହିଳାମାନଙ୍କୁ ଜାଗ୍ରତ କରୁଥିଲେ ।

ପ୍ରାରମ୍ଭିକ ଜୀବନ

ଭାରତକୁ ମଧ୍ୟରାତ୍ରରେ ସ୍ୱାଧୀନତା ପ୍ରାପ୍ତ ହୋଇଥିବାରୁ ଓ ନିଜେ ସେହି ସମୟର ପାଖାପାଖି ଜନ୍ମଗ୍ରହଣ କରିଥିବାରୁ, କମଳା ନିଜକୁ "ଦ ମିଡ଼ନାଇଟ ଜେନେରେସନ" ବା ମଧ୍ୟରାତ୍ର ପିଢ଼ୀ ଭାବରେ ପରିଚିତ କରାଉଥିଲେ । ତାଙ୍କ ପିତା ରାଜସ୍ଥାନର ଜଣେ ଡାକ୍ତର ଥିଲେ । ଛଅ ଜନ ଭାଇ ଭଉଣୀଙ୍କ ମଧ୍ୟରେ କମଳାଙ୍କ ସ୍ଥାନ ଥିଲା ଚତୁର୍ଥ । ଗ୍ରାମୀଣ ପରିବେଶରେ ସେ ବଢ଼ିଥିବାରୁ ସେଠାକର ମହିଳାମାନଙ୍କ ସମସ୍ୟା ବିଷୟରେ ସେ ଭଲଭାବରେ ଅବଗତ ଥିଲେ ।

ରାଜସ୍ଥାନରେ ସେବା ମନ୍ଦିରରେ କାମ କରୁଥିବା ସମୟରେ କମଳା ତାଙ୍କ ଭାବି-ପତିଙ୍କୁ ଭେଟିଥିଲେ । ନିଜ ପତିଙ୍କୁ ସେ ଜଣେ ନାରୀବାଦୀ ପୁରୁଷ ଭାବରେ ବର୍ଣ୍ଣନା କରୁଥିଲେ ଓ ନାରୀମାନଙ୍କ ମଙ୍ଗଳ ପାଇଁ ସ୍ୱାମୀଙ୍କଠାରୁ ତାଙ୍କୁ ଅନେକ ପ୍ରଗତିଶୀଳ ଉପଦେଶ ମିଳୁଥିଲା । ପରେ ଅବଶ୍ୟ ତାଙ୍କ ସ୍ୱାମୀଙ୍କ ସହ କମଳାଙ୍କର ସମ୍ପର୍କ ଖରାପ ହୋଇଥିଲା । ନିଜ ସାବାଳିକ ଝିଅର ମୃତ୍ୟୁ ତାଙ୍କୁ ଗଭିର ଦୁଃଖ ଦେଇଥିଲା । ତାଙ୍କ ପୁତ୍ର ମଧ୍ୟ ଏକ ଟିକାର ପ୍ରତିକୁଳ ପ୍ରତିକ୍ରିୟା ଯୋଗୁ ବିକଳାଙ୍ଗ ହୋଇଯାଇଥିଲେ ।

ଶିକ୍ଷା ଓ ବୃତ୍ତିଗତ ଜୀବନ

କମଳା, ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ପଶ୍ଚିମ ଜର୍ମାନୀର ମଂଷ୍ଟର ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ଅଧିକ ଅଧ୍ୟୟନ କରିଥିଲେ । ଶିକ୍ଷା ସମାପ୍ତ କରି ସେ ଜର୍ମାନୀରେ କିଛିଦିନ ଅଧ୍ୟାପନା କରିଥିଲେ । ତାପରେ ସେ ଭାରତ ଫେରି "ସେବା ମନ୍ଦିର"ରେ କାର୍ଯ୍ୟରମ୍ଭ କରିଥିଲେ । ଭାରତରେ କାମ କରି, ସେ ବର୍ଣ୍ଣବୈଷମ୍ୟ ଓ ନାରୀବାଦ ପରିପୂରକ ବୋଲି ବୁଝିପାରିଥିଲେ । ସେ ପରେ ଜାତିସଂଘରେ କାମ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ବଙ୍ଗଳାଦେଶକୁ ଯାଇ ସେଠାରେ ଗଣସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରିଥିଲେ । ଏଠାରେ ସେ ଜଫରୁଲ୍ଲା ଚୌଧୁରୀଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କୁ ସେ ନିଜର ଗୁରୁ ଭାବରେ ଗ୍ରହଣ କରିଥିଲେ । "ସଙ୍ଗତ" ଅନୁଷ୍ଠାନ ସହିତ ସେ ସବୁବେଳେ ଜଡ଼ିତ ଥିଲେ କିନ୍ତୁ ୨୦୦୨ ମସିହାରେ ସେ ଜାତିସଂଘର ଚାକିରୀରୁ ଇସ୍ତଫା ଦେଇ "ସଙ୍ଗତ" ଅନୁଷ୍ଠାନ ସହିତ ପୂର୍ଣ୍ଣ ଭାବରେ କାମ କରିବା ଆରମ୍ଭ କରିଥିଲେ । ୱାନ ବିଲିୟନ ରାଇଜିଂ କାର୍ଯ୍ୟକ୍ରମ ସହିତ ସେ ଓତଃପ୍ରୋତଃ ଭାବରେ ଜଡ଼ିତ ରହିଥିଲେ । ୨୦୧୭ରେ ସେ ଏହି କାର୍ଯ୍ୟକ୍ରମକୁ ନେପାଳର କାଠମାଣ୍ଡୁ ସହରରେ ମଧ୍ୟ ଆରମ୍ଭ କରିଥିଲେ ।

ସାହିତ୍ୟ ସର୍ଜନା

ପିତୃତତ୍ତ୍ୱ ଓ ଲିଙ୍ଗବୌଷମ୍ୟ ବାବଦରେ ସେ ଲେଖିଥିବା ବହି ସବୁ ୩୦ଟି ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଓ ବିଭିନ୍ନ ଏନଜିଓ ଏହି ପୁସ୍ତକ ଗୁଡ଼ିକୁ ନିଜ କାମରେ ବ୍ୟବହାର କରିଛନ୍ତି ।

ରଚନାବଳୀ

  • ଲାଫିଂ ମ୍ୟାଟର୍ସ - ୨୦୦୫ (ବିନ୍ଦିଆ ଥାପରଙ୍କ ସହ ସହ-ଲେଖନ)
  • ଫେମିନିଜିମ ଆଣ୍ଡ ଇଟ୍ସ ରିଲିଭାନ୍ସ ଇନ୍ ସାଉଥ ଏସିଆ
  • ବର୍ଡ଼ର୍ସ ଆଣ୍ଡ ବାଉଣ୍ଡେରିଜ : ଓମେନେ ଇନ ଇଣ୍ଡିଆ'ସ ପାର୍ଟିସନ
  • ଅଣ୍ଟରଷ୍ଟାଣ୍ଡିଂ ଜେଣ୍ଡର

ମୃତ୍ୟୁ

କର୍କଟ ରୋଗରେ ପୀଡ଼ିତ ହୋଇ, କମଳା ୨୦୨୧ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।


ଆଧାର

ବାହର ଆଧାର

Tags:

କମଳା ଭାସିନ ପ୍ରାରମ୍ଭିକ ଜୀବନକମଳା ଭାସିନ ଶିକ୍ଷା ଓ ବୃତ୍ତିଗତ ଜୀବନକମଳା ଭାସିନ ସାହିତ୍ୟ ସର୍ଜନାକମଳା ଭାସିନ ମୃତ୍ୟୁକମଳା ଭାସିନ ଆଧାରକମଳା ଭାସିନ ବାହର ଆଧାରକମଳା ଭାସିନ

🔥 Trending searches on Wiki ଓଡ଼ିଆ:

ଓଷାଚନ୍ଦ୍ରଶେଖର ରଥକୋଚିଲାପାରଳାଖେମୁଣ୍ଡିମଙ୍ଗଳ୯୨୯କିଶୋରୀ ଚରଣ ଦାସ୩୦ ଅପ୍ରେଲଜାତୀୟ ଆଇନ ସେବା ଦିବସରାମେଶ୍ୱର ମନ୍ଦିରକଳାମଣ୍ଡଳମ ରାଧିକାଶିଶୁ ଅନନ୍ତ ଦାସକୁମାର ସାଙ୍ଗାକାରାମାୟାଧର ମାନସିଂହଗ୍ରହ୨୪୧ମୟୂରଭଞ୍ଜ ଜିଲ୍ଲାସଜନାଅମାଲୁ୧୨ ଫେବୃଆରୀଉତ୍କଳ ସମ୍ମିଳନୀକର୍ପୁରଦଣ୍ଡ ନାଟରାମ ପ୍ରସାଦ ସିଂହସ୍ତନଓଡ଼ିଆ କବି ମାନଙ୍କର ତାଲିକାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୋଇଲି ଚଉତିଶାଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ତ୍ରିପୁନ୍ଦ୍ରାଟାହିଆଗଣିତନୂଆପଡ଼ା ଜିଲ୍ଲାସାହାଣମେଲାଆଚାର୍ଯ୍ୟ ହରିହରଉଇକିକଥାପାରାପଞ୍ଚସଖାଉତ୍କଳ ସାହିତ୍ୟ ସମାଜଯୋଗଚାର୍ମି କୌରବିକ୍ରମ କେଶରୀ ଦେଓକୃଷ୍ଣ ଜନ୍ମାଷ୍ଟମୀପ୍ରମିଳା ମଲ୍ଲିକରାମଚନ୍ଦ୍ର ଖୁଣ୍ଟିଆବ୍ରହ୍ମପୁରହୋ ଜନ‌ଜାତିଗଇଁଠାଗଙ୍ଗାଧର ମେହେରଠିଆକିଆ ବେଶଗୋପାଳ ଛୋଟରାୟପିଠାରାଜେନ୍ଦ୍ର କିଶୋର ପଣ୍ଡାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚିନ୍ତାମଣି ବେହେରାଶନିହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ବସନ୍ତ କୁମାର ମହାନନ୍ଦହିନ୍ଦୁ ଧର୍ମଶାନ୍ତନୁକାଙ୍ଗାଳି ଚରଣ ପଣ୍ଡାରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିର୨୧ମେଘଅବକାଶ ବେଶରୋଷନୀ ସିଂହ ଦେଓଗୌତମ ବୁଦ୍ଧଆମ୍ବେଦକର ଜୟନ୍ତୀହନୁମାନହାତୀବେଣୀମାଧବ ପାଢ଼ୀପରଜାଓଡ଼ିଶାର ପର୍ବପର୍ବାଣିଏ. ପି. ଜେ. ଅବଦୁଲ କଲାମସମାଜ (ଖବରକାଗଜ)🡆 More