ପରଜା ଜନଜାତି: ଭାରତୀୟ ଆଦିବାସୀ ଜନଜାତି

ପରଜା, ପର୍ଜା ଓ ବସ୍ତରିଆ ନାମରେ ମଧ୍ୟ ଜଣା, ମୁଖ୍ୟତଃ ଓଡ଼ିଶାରେ ବସବାସ କରୁଥିବା ଏକ ଭାରତୀୟ ଆଦିବାସୀ ଜନଜାତି । ପରଜା ଜନଜାତି ଓଡ଼ିଶାର ଏକ ପ୍ରମୁଖ ଅନୁସୂଚିତ ଜନଜାତି ବା ଆଦିବାସୀ ସମୁଦାୟ । ପରଜା ଲୋକେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ, ଅବିଭକ୍ତ ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ମଧ୍ୟ ବସବାସ କରିଆସିଛନ୍ତି । ପରଜାମାନେ ଓଡ଼ିଶାରେ ଅନୁସୂଚିତ ଜନଜାତି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ନିକଟ ଅତୀତରେ ଓଡ଼ିଶାରୁ ପଶ୍ଚିମ ବଙ୍ଗ ଏବଂ ଆସାମକୁ ପ୍ରବାସରେ ଯାଇଥିଲେ ସେଠାରେ ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନୁହଁନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପରଜା ଜନଜାତିର ଲୋକଙ୍କ ସଂଖ୍ୟା ସର୍ବାଧିକ ଓ ପରଜାମାନେ ଓଡ଼ିଶାକୁ ସେମାନଙ୍କ ମୂଳ ଭୂମି ଭାବରେ ବିବେଚନା କରନ୍ତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ପରଜା ଜନଜାତିର ଜନସଂଖ୍ୟା ୩୭୪,୬୨୮ ଥିଲା ଓ ୨୦୦୧ ଜନଗଣନା ଅନୁସାରେ ସେମାନେ ରାଜ୍ୟର ଦଶମ ବୃହତ୍ତମ ଅନୁସୂଚିତ ଜନଜାତି । ୧୯୯୧ ଜନଗଣନା ତୁଳନାରେ ଜନସଂଖ୍ୟାର ଅଭିବୃଦ୍ଧି ହାର ୧୦.୨୦% । ସେମାନଙ୍କର ସାକ୍ଷରତା ହାର ୧୭.୯୬% । ଏଥିମଧ୍ୟରୁ ପୁରୁଷ ସାକ୍ଷରତା ୩୦.୯୫% ଏବଂ ମହିଳା ସାକ୍ଷରତା ୭.୩୫% । ପରଜାମାନେ ଦକ୍ଷିଣ ଓଡ଼ିଶାର ପାହାଡ଼ୀ ଓ ଉପତ୍ୟକା ଗାଁଗୁଡ଼ିକରେ ବସବାସ କରନ୍ତି ଏବଂ ସମୁଦାୟର ସର୍ବାଧିକ ଲୋକେ କୋରାପୁଟ ଜିଲ୍ଲାରେ ବାସକରନ୍ତି । କୋରାପୁଟ ପରେ ଯଥାକ୍ରମେ ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବସବାସକରନ୍ତି । ପରଜାମାନେ ପାରମ୍ପାରିକ ଭାବେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାହାଡ଼ିଆ ଅଞ୍ଚଳରେ ଚାଷକାର୍ଯ୍ୟ କରୁଥିଲେ । କୋରାପୁଟ ଜିଲ୍ଲା ଗେଜେଟିୟର ଅନୁସାରେ ଦ୍ୱିତୀୟ ଶତାବ୍ଦୀରୁ ପରଜାମାନେ ଭାରତରେ ବସବାସ କରୁଆସୁଛନ୍ତି ।

ନାମକରଣ

ପରଜା ଜନଜାତିର ନାମ "ପ୍ରଜା" ଶବ୍ଦ ସହ ସମ୍ବନ୍ଧିତ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନର ପରଜା ପୁସ୍ତକରେ ଉଲ୍ଲେଖ ହୋଇଛି । ପରଜା ଜନଜାତିର ଏକ କିମ୍ବଦନ୍ତୀ ଅନୁସାରେ କୁହାଯାଇଛି ଯେ ପୂର୍ବରୁ ରାଜା ଏବଂ ପ୍ରଜାମାନେ ଭାଇ ପରି ରହୁଥିଲେ । ପରବର୍ତ୍ତୀ ସମୟରେ ଘୋଡ଼ା ଚଢ଼ିବା ଭଳି ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଜୀବନ ଯାପନ କରିବାକୁ ଲାଗିଲେ ଏବଂ ପରବର୍ତ୍ତୀ ସମୟରେ ବୋଝ ବହନ କରିବାର କଷ୍ଟକୁ ସ୍ୱୀକାର କଲେ । "ପରଜା" ଶବ୍ଦର ଓଡ଼ିଆରେ ଆଉ ଏକ ଅର୍ଥ "ରୟତ" ବା ଭାଗଚାଷୀ । ୧୮୭୧ର ମାଡ୍ରାସ ଜନଗଣନା ରିପୋର୍ଟରେ କାର୍ମାଇକେଲ କହିଥିଲେ ଯେ ପର୍ଜା ଏକ ରୟତ (କୃଷକ) ଶ୍ରେଣୀ ।

ଜନତତ୍ତ୍ୱ

ପରଜା ସମୁଦାୟର ଅନ୍ୟନାମଗୁଡ଼ିକ ବା ଉପସମୁଦାୟର ନାମଗୁଡ଼ିକ ହେଲା ପର୍ଜା, ବଡ଼ ପରଜା, ବାରଙ୍ଗ ଝୋଡ଼ିଆ ପରଜା, ସେଲିଆ (ଛେଳିଆ) ପରଜା, ଝୋଡ଼ିଆ ପରଜା, କୋଣ୍ଡା ପରଜା, ପୋଙ୍ଗା ପରଜା, ସୋଡ଼ିଆ ପରଜା, ସାନ ପରଜା ଓ ସୋଲିଆ ପରଜା ।

ବୃତ୍ତି

ପାରମ୍ପାରିକ ବୃତ୍ତି ଭିତ୍ତିରେ ଏହି ଜନଜାତିର ମୁଖ୍ୟ ଉପଜାତି ହେଲେ ବଡ଼, ପେଙ୍ଗା, ବାଏଙ୍ଗ ଝୋଡ଼ିଆ ଏବଂ ସେଲିଆ ପରଜା । ସେଲିଆମାନେ ଅତୀତରେ ଛେଳି ପାଳନ କରୁଥିଲେ । ଏହି ଜନଜାତି ମୁଖ୍ୟତଃ ରବି ଏବଂ ଖରିଫ ଚାଷ କରନ୍ତି ଏବଂ ସ୍ଥାନାନ୍ତରିତ ଚାଷକୁ ପ୍ରାୟ ଛାଡ଼ିଦେଇଛନ୍ତି । ଖରାଦିନେ ଶିକାର, ମାଛ ଧରିବା ଓ ମହୁଲ ଓ ଜଙ୍ଗଲ ଘାସ ଭଳି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରାଯିବା ସହ ଗାଈ, ଛେଳି, ଘୁଷୁରି ଓ କୁକୁଡ଼ା ପାଳନ କରନ୍ତି । ଏହି ଅଞ୍ଚଳର ଅଧିକାଂଶ ସମ୍ପ୍ରଦାୟ ପରି ପଶୁମାନଙ୍କୁ କ୍ଷୀର କ୍ଷୀର ପାଇଁ ବ୍ୟବହାର ନକରି କେବଳ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ ।

ଭାଷା

ପରଜା ଜନଜାତିର ମାତୃଭାଷା ପାର୍ଜୀ ଦ୍ରାବିଡ଼ ଭାଷା ପରିବାରର ଏକ ଭାଷା । କଥିତ ରୂପରେ ଏହା ଓଡ଼ିଆ କିମ୍ବା ତେଲୁଗୁ ଭଳି ସ୍ଥାନୀୟ ଭାଷାଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ । ବର୍ତ୍ତମାନର ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହୁଥିବା ଅଧିକାଂଶ ଲୋକ ଦେଶୀଆ ଭାଷାରେ କଥାହୁଅନ୍ତି ।

ଆଧାର

Tags:

ପରଜା ଜନଜାତି ନାମକରଣପରଜା ଜନଜାତି ଜନତତ୍ତ୍ୱପରଜା ଜନଜାତି ଭାଷାପରଜା ଜନଜାତି ଆଧାରପରଜା ଜନଜାତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆଦିବାସୀଆନ୍ଧ୍ର ପ୍ରଦେଶଆସାମଓଡ଼ିଶାକଳାହାଣ୍ଡି ଜିଲ୍ଲାକୋରାପୁଟ ଜିଲ୍ଲାଗଞ୍ଜାମ ଜିଲ୍ଲାନବରଙ୍ଗପୁର ଜିଲ୍ଲାପଶ୍ଚିମ ବଙ୍ଗମଧ୍ୟ ପ୍ରଦେଶମହାରାଷ୍ଟ୍ରମାଲକାନଗିରି ଜିଲ୍ଲାରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାରତର ନୃତ୍ୟକଳାମାଟିର ମଣିଷଚେକ୍ ଗଣରାଜ୍ୟବରଗଡ଼ ଜିଲ୍ଲାହନୁମାନ ବାଟିକାଡେଭିଡ କାମେରନ୧ ଜାନୁଆରୀସାହି ଯାତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାହେପାଟାଇଟିସଭାଷାଯକୃତକଥକ ନୃତ୍ୟମଧୁସୂଦନ ଦାସଭାଙ୍ଗଓଡ଼ିଆ କାବ୍ୟ କବିତାଆରଣ୍ୟକଉଦ୍ଭିଦ ବିଜ୍ଞାନବେଲ ପଣାପ୍ରମେୟଜନ ଗଣ ମନଆମ୍ବେଦକର ଜୟନ୍ତୀଛବିଳ ମଧୁ ବର୍ଣ୍ଣବୋଧବ୍ରାହ୍ମଣଜର୍ଜ ଓମଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀବାଳୁଙ୍ଗା ଟୋକାଦାରିଙ୍ଗବାଡ଼ିପଞ୍ଚାମୃତସୁଇଜରଲ୍ୟାଣ୍ଡଭାରତଦ୍ୱିତୀୟ ବିଶ୍ୱଯୁଦ୍ଧପୋଇଭାନୁଜୀ ରାଓଗୌତମ ବୁଦ୍ଧଓଡ଼ିଆ ଭାଷାଦଳିତବ୍ୟଞ୍ଜନ ବର୍ଣ୍ଣଜୟୀରାମ ସାମଲରବିବାରଚନ୍ଦନେଶ୍ୱର ମନ୍ଦିରରାଜ୍ୟ ସଭାଝାରସୁଗୁଡ଼ା ଜିଲ୍ଲାଟୁଇଟରସକ୍ରେଟିସଅକ୍ଷାଂଶଅଶୋକ (ସମ୍ରାଟ)ଉଦ୍ଭିଦଭାରତୀୟ ସ୍ୱାଧୀନତା ଆନ୍ଦୋଳନଉଇକିବିଦ୍ୟାଳୟକ୍ଷୀରଚୋରା ଗୋପୀନାଥ ମନ୍ଦିରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ବୀର ସୁରେନ୍ଦ୍ର ସାଏପାଇକ ବିଦ୍ରୋହଆପେଣ୍ଡିସାଇଟିସବ୍ରଜନାଥ ରଥବିନୋଦ ଚନ୍ଦ୍ର ନାୟକମୁଁ ରାଜା ତୁ ରାଣୀକମ୍ପ୍ୟୁଟରଭଗବତ ଗୀତାଶୁଖୁଆକୋଣାର୍କ ସୂର୍ଯ୍ୟ ମନ୍ଦିରଗଣ୍ଡାହସ୍ତମୈଥୁନଜାପାନଓଡିସିଅସମକାବିନାୟକ ଆଚାର୍ଯ୍ୟପୁରୀବୌଦ୍ଧ ଜିଲ୍ଲା🡆 More