କମଳା ଭାସିନ: ଲେଖିକା ଏବଂ ସମାଜ ବିଜ୍ଞାନୀ

କମଳା ଭାସିନ (୨୪ ଅପ୍ରେଲ ୧୯୪୬ - ୨୫ ସେପ୍ଟେମ୍ବର ୨୦୨୧) ଜଣେ ଭାରତୀୟ ନାରୀବାଦ କର୍ମୀ ଓ ସାହିତ୍ୟିକା ଥିଲେ । ୧୯୭୦ ମସିହାରୁ କମଳା ଲିଙ୍ଗବାଦ, ଶିକ୍ଷା, ମାନବ ବିକାସ ଓ ମିଡ଼ିଆ ଉପରେ ଲେଖାଲେଖି କରି ଆସୁଥିଲେ । ସେ ଦିଲ୍ଲୀରେ ବସବାସ କରୁଥିଲେ । ନାରୀବାଦୀ ଅନୁଷ୍ଠାନ ସଙ୍ଗତ ସହିତ ସେ ସଂଶ୍ଳୀଷ୍ଠ ଥିଲେ । ତାଙ୍କ କବିତା କ୍ୟୁଁ କି ମେଁ ଲଡ଼କି ହୁଁ, ମୁଝେ ପଢ଼ନା ହେ ପାଇଁ ସେ ପରିଚିତ ଥିଲେ । ୱାନ ବିଲିୟନ ରାଇଜିଂ କାର୍ଯ୍ୟକ୍ରମ ପାଇଁ ସେ ଦକ୍ଷିଣ ଏସିଆର ପ୍ରତିନିଧି ଥିଲେ ।

କମଳା ଭାସିନ
ଢାକା ସାହିତ୍ୟ ଉତ୍ସବ ୨୦୧୭ରେ
ଢାକା ସାହିତ୍ୟ ଉତ୍ସବ ୨୦୧୭ରେ
ଜନ୍ମ ଓ ଜନ୍ମସ୍ଥାନ(1946-04-24)୨୪ ଅପ୍ରେଲ ୧୯୪୬
Shaheedanwali ସହିଦାଁୱାଲି, ମଣ୍ଡି ବହାଉଦ୍ଦିନ, ପଞ୍ଜାବ, ବ୍ରିଟିଶ ଭାରତ
ମୃତ୍ୟୁ୨୫ ସେପ୍ଟେମ୍ବର ୨୦୨୧(2021-09-25) (ବୟସ ୭୫)
ଦିଲ୍ଲୀ, ଭାରତ
ବୃତ୍ତିନାରୀବାଦ କର୍ମୀ, ସାହିତ୍ୟିକ
ଭାଷାହିନ୍ଦୀ, ଇଂରାଜୀ
ଶିକ୍ଷାକଳାରେ ସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରାଜସ୍ଥାନ ବିଶ୍ୱବିଦ୍ୟାଳୟ, ମଂଷ୍ଟର ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିବର୍ଡ଼ର୍ସ ଆଣ୍ଡ ବାଉଣ୍ଡେରିଜ : ଓମେନେ ଇନ ଇଣ୍ଡିଆ'ସ ପାର୍ଟିସନ (ବହି)

୨୦୦୨ ମସିହାରେ କମଳା ମିଳିତ ଜାତିସଂଘରେ କରୁଥିବା ଚାକିରୀରୁ ଇସ୍ତଫା ଦେଇ ସଙ୍ଗତ ଅନୁଷ୍ଠାନ ସହିତ ଯୋଡ଼ି ହୋଇଥିଲେ । ସେ ଥିଲେ ଏହି ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ଓ ପରାମର୍ଶକ । ସେ ସାମାଜିକ ସୁବିଧାଠାରୁ ବଞ୍ଚିତ ଆଦିବାସୀ ଓ ଅନ୍ୟ କର୍ମଜୀବି ମହିଳାମାନଙ୍କ ପାଇଁ କାମ କରୁଥିଏଲ୍ । ନାଟକ, ପୋଷ୍ଟର ଏବଂ ଅନ୍ୟାନ୍ୟ ମାଧ୍ୟମ ସହିତ ସେ ଏହି ଅଶିକ୍ଷିତ ବା ଅଳ୍ପଶିକ୍ଷିତ ମହିଳାମାନଙ୍କୁ ଜାଗ୍ରତ କରୁଥିଲେ ।

ପ୍ରାରମ୍ଭିକ ଜୀବନ

ଭାରତକୁ ମଧ୍ୟରାତ୍ରରେ ସ୍ୱାଧୀନତା ପ୍ରାପ୍ତ ହୋଇଥିବାରୁ ଓ ନିଜେ ସେହି ସମୟର ପାଖାପାଖି ଜନ୍ମଗ୍ରହଣ କରିଥିବାରୁ, କମଳା ନିଜକୁ "ଦ ମିଡ଼ନାଇଟ ଜେନେରେସନ" ବା ମଧ୍ୟରାତ୍ର ପିଢ଼ୀ ଭାବରେ ପରିଚିତ କରାଉଥିଲେ । ତାଙ୍କ ପିତା ରାଜସ୍ଥାନର ଜଣେ ଡାକ୍ତର ଥିଲେ । ଛଅ ଜନ ଭାଇ ଭଉଣୀଙ୍କ ମଧ୍ୟରେ କମଳାଙ୍କ ସ୍ଥାନ ଥିଲା ଚତୁର୍ଥ । ଗ୍ରାମୀଣ ପରିବେଶରେ ସେ ବଢ଼ିଥିବାରୁ ସେଠାକର ମହିଳାମାନଙ୍କ ସମସ୍ୟା ବିଷୟରେ ସେ ଭଲଭାବରେ ଅବଗତ ଥିଲେ ।

ରାଜସ୍ଥାନରେ ସେବା ମନ୍ଦିରରେ କାମ କରୁଥିବା ସମୟରେ କମଳା ତାଙ୍କ ଭାବି-ପତିଙ୍କୁ ଭେଟିଥିଲେ । ନିଜ ପତିଙ୍କୁ ସେ ଜଣେ ନାରୀବାଦୀ ପୁରୁଷ ଭାବରେ ବର୍ଣ୍ଣନା କରୁଥିଲେ ଓ ନାରୀମାନଙ୍କ ମଙ୍ଗଳ ପାଇଁ ସ୍ୱାମୀଙ୍କଠାରୁ ତାଙ୍କୁ ଅନେକ ପ୍ରଗତିଶୀଳ ଉପଦେଶ ମିଳୁଥିଲା । ପରେ ଅବଶ୍ୟ ତାଙ୍କ ସ୍ୱାମୀଙ୍କ ସହ କମଳାଙ୍କର ସମ୍ପର୍କ ଖରାପ ହୋଇଥିଲା । ନିଜ ସାବାଳିକ ଝିଅର ମୃତ୍ୟୁ ତାଙ୍କୁ ଗଭିର ଦୁଃଖ ଦେଇଥିଲା । ତାଙ୍କ ପୁତ୍ର ମଧ୍ୟ ଏକ ଟିକାର ପ୍ରତିକୁଳ ପ୍ରତିକ୍ରିୟା ଯୋଗୁ ବିକଳାଙ୍ଗ ହୋଇଯାଇଥିଲେ ।

ଶିକ୍ଷା ଓ ବୃତ୍ତିଗତ ଜୀବନ

କମଳା, ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ପଶ୍ଚିମ ଜର୍ମାନୀର ମଂଷ୍ଟର ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ଅଧିକ ଅଧ୍ୟୟନ କରିଥିଲେ । ଶିକ୍ଷା ସମାପ୍ତ କରି ସେ ଜର୍ମାନୀରେ କିଛିଦିନ ଅଧ୍ୟାପନା କରିଥିଲେ । ତାପରେ ସେ ଭାରତ ଫେରି "ସେବା ମନ୍ଦିର"ରେ କାର୍ଯ୍ୟରମ୍ଭ କରିଥିଲେ । ଭାରତରେ କାମ କରି, ସେ ବର୍ଣ୍ଣବୈଷମ୍ୟ ଓ ନାରୀବାଦ ପରିପୂରକ ବୋଲି ବୁଝିପାରିଥିଲେ । ସେ ପରେ ଜାତିସଂଘରେ କାମ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ବଙ୍ଗଳାଦେଶକୁ ଯାଇ ସେଠାରେ ଗଣସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରିଥିଲେ । ଏଠାରେ ସେ ଜଫରୁଲ୍ଲା ଚୌଧୁରୀଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କୁ ସେ ନିଜର ଗୁରୁ ଭାବରେ ଗ୍ରହଣ କରିଥିଲେ । "ସଙ୍ଗତ" ଅନୁଷ୍ଠାନ ସହିତ ସେ ସବୁବେଳେ ଜଡ଼ିତ ଥିଲେ କିନ୍ତୁ ୨୦୦୨ ମସିହାରେ ସେ ଜାତିସଂଘର ଚାକିରୀରୁ ଇସ୍ତଫା ଦେଇ "ସଙ୍ଗତ" ଅନୁଷ୍ଠାନ ସହିତ ପୂର୍ଣ୍ଣ ଭାବରେ କାମ କରିବା ଆରମ୍ଭ କରିଥିଲେ । ୱାନ ବିଲିୟନ ରାଇଜିଂ କାର୍ଯ୍ୟକ୍ରମ ସହିତ ସେ ଓତଃପ୍ରୋତଃ ଭାବରେ ଜଡ଼ିତ ରହିଥିଲେ । ୨୦୧୭ରେ ସେ ଏହି କାର୍ଯ୍ୟକ୍ରମକୁ ନେପାଳର କାଠମାଣ୍ଡୁ ସହରରେ ମଧ୍ୟ ଆରମ୍ଭ କରିଥିଲେ ।

ସାହିତ୍ୟ ସର୍ଜନା

ପିତୃତତ୍ତ୍ୱ ଓ ଲିଙ୍ଗବୌଷମ୍ୟ ବାବଦରେ ସେ ଲେଖିଥିବା ବହି ସବୁ ୩୦ଟି ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଓ ବିଭିନ୍ନ ଏନଜିଓ ଏହି ପୁସ୍ତକ ଗୁଡ଼ିକୁ ନିଜ କାମରେ ବ୍ୟବହାର କରିଛନ୍ତି ।

ରଚନାବଳୀ

  • ଲାଫିଂ ମ୍ୟାଟର୍ସ - ୨୦୦୫ (ବିନ୍ଦିଆ ଥାପରଙ୍କ ସହ ସହ-ଲେଖନ)
  • ଫେମିନିଜିମ ଆଣ୍ଡ ଇଟ୍ସ ରିଲିଭାନ୍ସ ଇନ୍ ସାଉଥ ଏସିଆ
  • ବର୍ଡ଼ର୍ସ ଆଣ୍ଡ ବାଉଣ୍ଡେରିଜ : ଓମେନେ ଇନ ଇଣ୍ଡିଆ'ସ ପାର୍ଟିସନ
  • ଅଣ୍ଟରଷ୍ଟାଣ୍ଡିଂ ଜେଣ୍ଡର

ମୃତ୍ୟୁ

କର୍କଟ ରୋଗରେ ପୀଡ଼ିତ ହୋଇ, କମଳା ୨୦୨୧ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।


ଆଧାର

ବାହର ଆଧାର

Tags:

କମଳା ଭାସିନ ପ୍ରାରମ୍ଭିକ ଜୀବନକମଳା ଭାସିନ ଶିକ୍ଷା ଓ ବୃତ୍ତିଗତ ଜୀବନକମଳା ଭାସିନ ସାହିତ୍ୟ ସର୍ଜନାକମଳା ଭାସିନ ମୃତ୍ୟୁକମଳା ଭାସିନ ଆଧାରକମଳା ଭାସିନ ବାହର ଆଧାରକମଳା ଭାସିନ

🔥 Trending searches on Wiki ଓଡ଼ିଆ:

ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜ୍ଞାନକୋଷଶାନ୍ତନୁ କୁମାର ଆଚାର୍ଯ୍ୟଜଳବିଦ୍ୟୁତ୍ପ୍ରଣବ ପ୍ରକାଶ ଦାସପାରୁଲ ଯାଦବମହମ୍ମଦମହିମା ଧର୍ମଜଗନ୍ନାଥ ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରଗୋପବନ୍ଧୁ ଦାସହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ପୌଷହୃଷୀକେଶ ପଣ୍ଡା୪ ଅପ୍ରେଲଇମେଲଓଡ଼ିଆ ଭାଷାଓଡ଼ିଆ କଥାଚିତ୍ର ଜଗତଇଂଲଣ୍ଡଓଡ଼ିଶାର ଲୋକନୃତ୍ୟଜାତୀୟ ସଂସଦ (ଜାପାନ)ଇଣ୍ଡୋନେସିଆ୩ ସେପ୍ଟେମ୍ବରଭାରତୀୟ ମୁଦ୍ରାଜର୍ମାନୀଭୀମ ଭୋଇଦୀନକୃଷ୍ଣ ଦାସବି. ଆର. ଆମ୍ବେଦକରସ୍ୱର ବର୍ଣ୍ଣପ୍ରାଣୀନୃସିଂହ ଚରଣ ପଣ୍ଡାଓଡ଼ିଶାର ଭୂଗୋଳସତ୍ୟବାଦୀ ବନ ବିଦ୍ୟାଳୟଶ୍ରୀରାମ ପଣ୍ଡାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବକ୍ସି ଜଗବନ୍ଧୁବର୍ଷାରସାୟନ ବିଜ୍ଞାନ୩ ଅଗଷ୍ଟହିନ୍ଦୁସରଳା ଦେବୀପୃଥିବୀ ଦିବସପଠାଣି ସାମନ୍ତପଞ୍ଚସଖା୨୦ ଅପ୍ରେଲଜ୍ୟୈଷ୍ଠଉପବାସପୂର୍ବେଶ୍ୱର ଶିବ ମନ୍ଦିରଶବ୍ଦ (ଧ୍ୱନି)ବେଦଓଡ଼ିଆ କବି ମାନଙ୍କର ତାଲିକାକଲମ୍ବିଆକୃଷ୍ଣଖାଦ୍ୟ ଖଣିଜ ଲବଣପଖାଳ ଦିବସଖାରବେଳ ସ୍ୱାଇଁଅନ୍ତରା ଚକ୍ରବର୍ତ୍ତୀରବି ସିଂପରିବେଶତପସ୍ୱିନୀସୌର ଜଗତ🡆 More