ଆକାଶଗଙ୍ଗା

ଆକାଶ ଗଙ୍ଗା ହେଉଛି ଏକ ନିହାରୀକା ଯେଉଁଥିରେ ଆମର ସୌରଜଗତ ଅବସ୍ଥିତ। ଏହା ଆମର ଆକାଶରେ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ବ୍ୟାପି ଥିବାର ଦେଖାଯାଏ। ଏହା ଆମର ପୃଥିବୀ ଚାରିପଟେ ଏକ ଧଳା ରଙ୍ଗର ବନ୍ଧନ ପରି ଦେଖାଯାଏ କାରଣ ଏହା ଅଣ୍ଡାକାର ହୋଇଥିବାରୁ ଏହା ଏପରି ଦେଖାଯାଏ। ୧୬୧୦ରେ ଗାଲିଲିଓ ଗାଲିଲେଇ(Galileo Galilei) ପ୍ରଥମେ ତାଙ୍କଦ୍ୱାରା ଉଦ୍ଭାବିତ ଟେଳିସ୍କୋପ୍ ସାହାଯ୍ୟରେ ସେଇ ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ଥିବା ତାରା ଗୁଡିକୁ ଆବିସ୍କୃତ କରିଥିଲେ। ୧୯୨୦ ମସିହା ପର୍ଯ୍ୟନ୍ତ ସବୁ ମହାକାଶ ବିଜ୍ଞାନୀ ଭାବୁଥିଲେ ଜେ ସେହି ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ବିଶ୍ୱର ସବୁ ତାରକା ଅବସ୍ଥିତ। ୧୯୨୦ ମସିହାରେ ଦୁଇ ମହାକାଶ ବିଜ୍ଞାନୀ ହାର୍ଲ ସେପ୍ଲେ(Harlow Shapley) ଏବଂ ହବର କର୍ଟିସ୍(Heber Curtis)ଙ୍କ ମଧ୍ୟରେ ଭୀଷଣ ବିତର୍କ ଓ ଏଦ୍ୱିନ୍ ହବଲ୍(Edwin Hubble)ଙ୍କ ମନ୍ତବ୍ୟରୁ ଜଣାଗଲାଯେ ଆକାଶ ଗଙ୍ଗା ହେଉଛି ବିଶ୍ୱରେ ଥିବା କୋଟି କୋଟି ନିହାରୀକା ମଧ୍ୟରୁ ଗୋଟିଏ। ଏବେ ଅଧିକରୁ ଅଧିକ ନିହାରୀକା ଆବିଷ୍କାର ହେଲାନି ଯାହାକି ପ୍ରାୟ ୨,୦୦,୦୦୦ କୋଟିରୁ ଅଧିକ ହେବ।

Milky Way Galaxy
ଆକାଶଗଙ୍ଗା
The Milky Way's Galactic Center in the
night sky above Paranal Observatory
(the laser creates a guide-star for the telescope).
ଆକାଶଗଙ୍ଗା
Milky Way Arch

ଅମର ଆକାଶ ଗଙ୍ଗାର ବ୍ୟାସ ପ୍ରାୟ ୧,୦୦,୦୦୦ରୁ ୧,୨୦,୦୦୦ ଆଲୋକବର୍ଷ। ଯାହାକି ପ୍ରାୟ ୧,୫୦,୦୦୦ରୁ ୧,୮୦,୦୦୦ ଆଲୋକବର୍ଷ ପର୍ଯ୍ୟନ୍ତ ହୋଇପାରେ। ଆକାଶ ଗଙ୍ଗାରେ ପ୍ରାୟ ୧୦,୦୦୦ କୋଟିରୁ ୪୦,୦୦୦ କୋଟି ପର୍ଯ୍ୟନ୍ତ ତାରକା ରହିପାରେ।ସେହିପରି ଆକାଶ ଗଙ୍ଗାରେ ୧୦,୦୦୦ କୋଟି ଗ୍ରହ ଅବସ୍ଥିତ। ଆମର ସୌରଜଗତ ଆକାଶ ଗଙ୍ଗାର ଗୋଲାକାର ପରିଧି ମଧ୍ୟରେ ଅବସ୍ଥିତ ଯାହାକି ଆକାଶ ଗଙ୍ଗାର କେନ୍ଦ୍ରରୁ ୨୭,୦୦୦ ଆଲୋକବର୍ଷ ଦୁରରେ ଅବସ୍ଥିତ। ଏହା ଆକାଶ ଗଙ୍ଗାର ଅନ୍ତଃ କ୍ଷେତ୍ରରେ ଅବସ୍ଥିତ। ଆକାଶ ଗଙ୍ଗାର କେନ୍ଦ୍ରରୁ ୧୦,୦୦୦ ଅଲୋକବର୍ଷ ପର୍ଯ୍ୟନ୍ତ କେବଳ ମହାକାଶିୟ ବାଦଲ ଏବଂ ଧୁଳିରେ ପରିପୂର୍ଣ୍ଣ।ଏହି ଅଂଶର ମାଧ୍ୟାକର୍ଷଣ ଶକ୍ତି ବହୁତ ଅଧିକ । ଏହା ଏକ ବ୍ଲାକ୍ ହୋଲ୍(black hole) ପରି ଅଟେ। ଆକାଶ ଗଙ୍ଗାର ସେହି ଅଂଶରେ ନକ୍ଷେତ୍ର ଏବଂ ଗ୍ୟାସ ଗୁଡ଼ିକ ସେକେଣ୍ଡକୁ ପ୍ରାୟ ୨୨୦ କିଲୋମିଟର ବେଗରେ ପରିକ୍ରମା କରନ୍ତି। ସୂର୍ଯ୍ୟ କ୍ଷେତ୍ରରେ ଏହ। ୨,୪୦୦ ଲକ୍ଷ ବର୍ଷ ଲାଗିଥାଏ।

ଆକାଶ ଗଙ୍ଗା ବିଶ୍ୱର ସୀମା ଅନୁସାରେ ସେକେଣ୍ଡକୁ ପ୍ରାୟ ୬୦୦ କିଲୋମିଟର ବେଗରେ ଗତି କରେ। ଆକାଶ ଗଙ୍ଗାର ସବୁଠୁ ପୁରୁଣା ନକ୍ଷେତ୍ର ବିଶ୍ୱ ସୃଷ୍ଟିର ସମୟ ସହ ସମାନ।କାରଣ ଏହି ନକ୍ଷେତ୍ର ବିଗ୍ ବ୍ୟାଂଗ୍(big bang)ର କମ ସମୟ ପରେ ସୃଷ୍ଟି ହୋଇଥିଲା।ଆକାଶ ଗଙ୍ଗାର ଅନେକ ଉପ ନିହାରୀକା ମଧ୍ୟ ରହିଛି ଯାହାକି ଭିର୍ଗୋ ସୁପରକ୍ଲସ୍ଟର୍(virgo supercluster) ଯିଏକି ନିଜେ ମଧ୍ୟ ଲାନିଆକିଆ ସୁପରକ୍ଲସ୍ଟର୍(Laniakia supercluster) ଅଂଶ ଅଟେ।

ଆକାଶଗଙ୍ଗା
Galaxy - no center

ଆକୃତି

ଆକାଶଗଙ୍ଗା ଆକାଶରେ ଏକ କୁହୁଡ଼ିଆ ବାଦଲ ପରି ଦେଖା ଯାଏ ଯାହା କି ଉତ୍ତର ଆକାଶରୁ ଦକ୍ଷିଣ ଆକାଶକୁ ଲମ୍ବିଥାଏ। ଏଥିରେ କୋଟି କୋଟି ତାରକା ଥିଲେ ମଧ୍ୟଂ ସବୁ ଖାଲି ଆଖିରେ ଦେଖି ହୁଏନି ।କେତେକ ତାରକା ମହାକାଶୀୟ ଧୂଳିକଣା ଯୋଗୁ ଦେଖି ହୁଏନାହିଁ। ଏହା କେବେଳ ବୃହତ୍କାୟ ଟେଲିସ୍କୋପ(telescope) ସାହାଯ୍ୟରେ ଦେଖି ହୁଏ।ମହାକାଶ ବିଜ୍ଞାନୀମାନେ ଆକାଶଗଙ୍ଗାର ଅଧିକାଂଶ ନକ୍ଷେତ୍ର ଓ ଗ୍ରହ ଗୁଡିକୁ ହୋବ୍ୱଲ ଟେଲିସ୍କୋପ(hobble telescope) ସାହାଯ୍ୟରେ ଦେଖିଥାନ୍ତି ।ଏହି ଟେଲିସ୍କୋପ ପୃଥିବୀର ଏକ ବହୁତ ଶକ୍ତିଶାଳୀ ଟେଲିସ୍କୋପ ଅଟେ।

ଆଧାର

Tags:

Galileo Galileien:Edwin Hubbleen:Heber Curtis

🔥 Trending searches on Wiki ଓଡ଼ିଆ:

ଅଭିମନ୍ୟୁ ସାମନ୍ତସିଂହାରକାଗଜପାଇକ ଆଖଡ଼ାଟିଣସୌଭାଗ୍ୟ କୁମାର ମିଶ୍ରତାରିଣୀ ମନ୍ଦିର, ଘଟଗାଁସରୋଜିନୀ ନାଇଡୁଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଭାରତୀୟ ସଂଖ୍ୟା ପ୍ରଣାଳିଜଗନ୍ନାଥ ପ୍ରସାଦ ଦାସଉତ୍ତମ ମହାନ୍ତିନଇ ଆରପାରିଚୁଡ଼ାପିଙ୍କି ପ୍ରଧାନମାଛପ୍ରସନ୍ନ କୁମାର ପଣ୍ଡାତପସ୍ୱିନୀଓଡ଼ିଶାର ଭୂଗୋଳଦାସିଆ ବାଉରୀବଳପରିବେଶଫେବୃଆରୀ ୨୯ଚିଲିକା (ବହୁବିକଳ୍ପ)ଓଡ଼ିଶୀ ସଙ୍ଗୀତ୨୯ ମାର୍ଚ୍ଚଫତୁରାନନ୍ଦମଦର ଟେରେସାଓଡ଼ିଆ ସାହିତ୍ୟସତୀ (ହିନ୍ଦୁ ଦେବୀ)ଯୌନ ଉତ୍ପୀଡ଼ନଓଡ଼ିଆ ରାନ୍ଧଣାପ୍ରଗତିବାଦୀମେସିନ ଲର୍ଣ୍ଣିଙ୍ଗ୍ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଆଣ୍ଡାମାନ ସାଗରଶ୍ରୀଲଙ୍କାର ଭୂଗୋଳଛତୁ ତରକାରୀପଠାଣି ସାମନ୍ତପଥ ଓ ପୃଥିବୀପର୍ଫେନାଜାଇନଗୋପାଳ ଛୋଟରାୟମଟର ସାଇକେଲରାଣୀ ଲକ୍ଷ୍ମୀବାଈଚନ୍ଦ୍ରଶେଖର ନନ୍ଦଶ୍ରଦ୍ଧାକର ସୂପକାରଆଉରଙ୍ଗଜେବସୋନାଲ ମାନସିଂହସ୍ୱର ବର୍ଣ୍ଣଗୋଲୋକ ବିହାରୀ ଧଳନରେନ୍ଦ୍ର ମୋଦୀବଳଦେବଜୀଉ ମନ୍ଦିରଚିତ୍ତରଞ୍ଜନ ଦାସଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଗୋପୀନାଥ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସଲକ୍ଷ୍ମୀକାନ୍ତ ମହାପାତ୍ରରାଜ ଯୋଗଅମାବାସ୍ୟାର ଚନ୍ଦ୍ରଓପନ-ସୋର୍ସ ସଫ୍ଟୱେରଯଶୋବନ୍ତ ଦାସwiki.phtmlତ୍ରିପୁରା ମିଶ୍ରଇଣ୍ଟରନେଟନେଲସନ ମଣ୍ଡେଲାପ୍ରଥମ ଭାସ୍କରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ସଂସ୍କୃତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ🡆 More