ଅଞ୍ଜନା: ପୌରାଣିକ ଚରିତ୍ର

ଅଞ୍ଜନା ଜଣେ ହିନ୍ଦୁ ପୌରାଣିକ ଚରିତ୍ର । ପୁରାଣ ବର୍ଣ୍ଣନା ଅନୁସାରେ ତ୍ରେତୟା ଯୁଗରେ ପୁଞ୍ଜିକସ୍ଥଳା ନାମକ ଅପସରା ଜଣେ ଋଷିଙ୍କ ଅଭିଶାପ କାରଣରୁ ସେ ବାନର କନ୍ୟା ରୂପରେ ଜନ୍ମ ନେଇଥିଲେ । ଶିବରୁଦ୍ରସଂହିତାରେ ଥିବା ବର୍ଣ୍ଣନା ଅନୁଯାୟୀ ସେ ହେଉଛନ୍ତି ମହର୍ଷି ଗୌତମଙ୍କ କନ୍ୟା । ସେ ବାନରରାଜ କେଶରୀଙ୍କୁ ବିବାହ କରିଥିଲେ । ବାୟୁଦେବଙ୍କ କୃପା କାରଣରୁ ସେ ପୁତ୍ର ପ୍ରାପ୍ତ କରିଥିଲେ । ସ୍କନ୍ଧ ପୁରାଣର ବର୍ଣ୍ଣନା ଅନୁଯାୟୀ, ମତଙ୍ଗ ଋଷିଙ୍କ ପରାମର୍ଶକ୍ରମେ ଅଞ୍ଜନା ଏବଂ ବାନରରାଜ କେଶରୀ ଭେଙ୍କଟାଚଳ ପର୍ବତକୁ ଯାଇ ପୁଷ୍କରଣୀ ତୀର୍ଥସ୍ଥଳରେ ସ୍ନାନ କରିଥିଲେ । ସେଠାରେ ଥିବା ବରାହ ଏବଂ ଭେଙ୍କଟେଶଙ୍କୁ ପ୍ରଣାମ କରିଥିଲେ । ଆକାଶଗଙ୍ଗା ତୀର୍ଥକୁ ଯାଇ ଦୁହେଁ ବାୟୁଦେବଙ୍କ ଆରାଧନା କରିଥିଲେ । ଅଞ୍ଜନା ଏକ ହଜାର ବର୍ଷ ତପସ୍ୟା କରିବା ପରେ ବାୟୁଦେବତା ପ୍ରକଟ ହେଲେ ଏବଂ ତାଙ୍କୁ ବର ମାଗିବାକୁ କହିଲେ । ଅଞ୍ଜନା ତାଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ବର ମାଗିଲେ । ପରେ ବାୟୁଦେବଙ୍କ କୃପାରୁ ରୁଦ୍ରବତାର ହନୁମାନଙ୍କୁ ଜନ୍ମ ଦେଇଥିଲେ । ହନୁମାନ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ରାମଙ୍କୁ ସହାୟତା କରିବାକୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦ୍ୱାରାରା ଅସାଧ୍ୟ କାର୍ଯ୍ୟ ସାଧିତ ହୋଇଥିଲା ।

ଅଞ୍ଜନା: ପୌରାଣିକ ଚରିତ୍ର
ଚୋମୁର ଅଞ୍ଜନା ମାତା ମନ୍ଦିରରେ ଥିବା ଅଞ୍ଜନାଙ୍କ ଏକ ମୂର୍ତ୍ତିରେ ସେ ହନୁମାନଙ୍କୁ କୋଳରେ ଧରିଥିବା ଦେଖାଯାଉଛି

ଆଧାର

Tags:

ଆକାଶଗଙ୍ଗାବିଷ୍ଣୁରାମହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ହୃତ୍‌ପିଣ୍ଡଅଲାରନାଥ ମନ୍ଦିରଜୀବସାର ଗଆମ୍ବଗୁଗଲଟୋକିଓଦଶାବତାରପାପୁଆ ନିଉ ଗିନିଅକ୍ଷାଂଶବିଷମ କଟକସବ୍ୟସାଚୀ ମିଶ୍ରଚାନ୍ଦ୍ରମାସଶ୍ରୀ ଅରବିନ୍ଦଓଡ଼ିଆ ଭାଗବତଚାରି ଧାମଦ୍ୱିତୀୟ ଭାସ୍କରମୌଳିକ ସଂଖ୍ୟାଶ୍ରୀରାୟଗଡ଼ା ଜିଲ୍ଲାନରେନ୍ଦ୍ର ମୋଦୀଉଦୟନାଥ ଷଡ଼ଙ୍ଗୀକାଗଜତାଳଧ୍ୱଜରାଜକିଶୋର ରାୟପ୍ରହ୍ଲାଦ ନାଟକବସନ୍ତ କୁମାର ଶତପଥୀପରୀକ୍ଷାଉତ୍କଳ ଦୀପିକାଖିଲିପାନଗାଲୁଆସୁଇଜରଲ୍ୟାଣ୍ଡଦୀପକ ମିଶ୍ରଭାରତର ନଦୀ ସମୂହର ତାଲିକାବୀର ସୁରେନ୍ଦ୍ର ସାଏଯାଜପୁର ଜିଲ୍ଲାଜନ୍ମ ନିରୋଧବିନ୍ଦୁତପନ କୁମାର ପ୍ରଧାନବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଭୂତି ପଟ୍ଟନାୟକଶାସ୍ତିଘରଅକ୍ଷୟ ତୃତୀୟାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶାସ୍ତି (ଓଡ଼ିଆ କଥାଚିତ୍ର)ଶ୍ରଦ୍ଧାକର ସୂପକାରଭାରତର ସଂସ୍କୃତିପୁରୁଷୋତ୍ତମ ଦେବନନ୍ଦନକାନନ ଜୀବ ଉଦ୍ୟାନଗର୍ଭାବସ୍ଥାଓଡ଼ିଆ ରାନ୍ଧଣାକୋଷ୍ଠକାଠିନ୍ୟରାକ୍ଷୀ ପୂର୍ଣ୍ଣିମାବ୍ରୁସେଲୋସିସବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୪ ଇଡିଅଟସ୍ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧୮ ଅକ୍ଟୋବର୨୫ ଅପ୍ରେଲକଳସା ଚଉତିଶାଛବିଳ ମଧୁ ବର୍ଣ୍ଣବୋଧଇତିହାସଧନୁ (ରାଶି)କୁତାମ ଚଣ୍ଡୀ ମନ୍ଦିରଫତୁରାନନ୍ଦପୁରୀ ଜିଲ୍ଲାସରସ୍ୱତୀ ସମ୍ମାନଟୁକୁନି ସାହୁବିଜୁ ଜନତା ଦଳଦେବଗଡ଼ ଜିଲ୍ଲା🡆 More