ଅଲ ଚିକି ଲିପି

ଅଲ ଚିକି ଲିପି ଏକ ଲେଖିବା ପ୍ରଣାଳୀ ଯାହାକୁ ସାନ୍ତାଳୀ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଅଲ ଚିକି ବହୁବିଧ ନାମ ଯଥା ଅଲ ଚେମେଦ (ପ୍ରଣାଳୀ), ଅଲ ଓ ବେଳେବେଳେ ସାନ୍ତାଳ ଅକ୍ଷର ବୋଲି ଜଣାଶୁଣା । ଏହି ଲିପି ପଣ୍ଡିତ ରଘୁନାଥ ମୁର୍ମୁଙ୍କଦ୍ୱାରା ୧୯୨୫ ମସିହାରେ ବିକଶିତ ହୋଇଥିଲା ।

ଅଲ ଚିକି
ଅଲ ଚିକି ଲିପି
ପ୍ରକାର
ବର୍ଣ୍ଣମାଳା
ଭାଷାସମୂହସାନ୍ତାଳୀ ଭାଷା
ଦିଗLeft-to-right
ISO 15924Olck, 261
ଇଉନିକୋଡ଼ ଉପନାମ
Ol Chiki
ଇଉନିକୋଡ଼ ସୀମା
U+1C50–U+1C7F

ପୂର୍ବରୁ ସାନ୍ତାଳ ଭାଷାକୁ ଲାଟିନ ଲିପିରେ ଲେଖାଯାଉ ଥିଲା । କିନ୍ତୁ ସାନ୍ତାଳୀ ଭାଷା ଅନ୍ୟ ଆର୍ଯ୍ୟ-ଭାରତୀୟ ଭାଷା ପରି ହୋଇନଥିବାରୁ, ଏହାର ପ୍ରତି ଧ୍ୱନିକୁ ପ୍ରଚଳିତ ଆର୍ଯୀୟ ଲିପିରେ ଲେଖିବା ସମ୍ଭବ ହେଉ ନଥିଲା । ସାନ୍ତାଳୀ ଭାଷାର ପ୍ରତି ଧ୍ୱନି, ବିଶେଷ କରି ଏହାର ସ୍ୱର ବର୍ଣ୍ଣ ଓ କେତେକ ବ୍ୟଞ୍ଜନ ବର୍ଣ୍ଣ ପାଇଁ ଭାରତୀୟ ଲିପି ମାନଙ୍କରେ ଅକ୍ଷର ନଥିଲା । ବ୍ରାହ୍ମୀ ଲିପିରୁ ଆସିଥିବା ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ପରି ଅଲ ଚିକିରେ ମାତ୍ରାର ବ୍ୟବହାର ହୁଏ ନାହିଁ ଏବଂ ବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣର ସମାନ ଗୁରୁତ୍ତ୍ୱ ରହିଥାଏ । ପ୍ରଥମେ ଜଣେ ନରବେର ପାଦ୍ରୀ ପଲ ଅଲାଫ ବୋଡ଼ିଙ୍ଗ ଲାଟିନ ଅକ୍ଷରରେ ସାନ୍ତାଳି ଲେଖିବା ଆରମ୍ଭ କରିଥିଲେ । ଅଲ ଚିକିର ଆରମ୍ଭ ପରେ ଏଥିରେ ଲେଖାଲେଖି ଅଧିକ ସହଜ ହୋଇ ପାରିଛି । ଅଲ ଚିକି ଏକ ସଳଖ ଅକ୍ଷର, ଏହା ଯୁକ୍ତାକ୍ଷର ରହିତ ଓ ସ୍ୱର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ସମାନ ଭାବରେ ବ୍ୟବହାର ହୋଇଥାନ୍ତି । ଆହୁରି ମଧ୍ୟ ଏହା ଧ୍ୱନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳୀ ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ । ଅଲ ଚିକିରେ ସମୁଦାୟ ୩୦ଟି ବର୍ଣ୍ଣ ରହିଛି,ସେଥି ମଧ୍ଯରୁ ୨୪ଟି ବ୍ଯଞ୍ଜନ ବର୍ଣ୍ଣ ୬ଟି ସ୍ୱର ବର୍ଣ୍ଣ । ଏହା ବ୍ୟତୀତ ୫ଟି ପରିବର୍ତ୍ତିତ ବର୍ଣ୍ଣ ଅଛି ଯାହାକୁ ଟୁଡାଃ କୁହାଯାଏ । ଏହି ଲିପିକୁ ବାମରୁ ଡାହାଣକୁ ଲେଖାଯାଏ ।

ଇଉନିକୋଡ ଚାର୍ଟ

ଇଉନିକୋଡ଼ ମାନକରେ ଅଲ ଚିକି ଏପ୍ରିଲ, ୨୦୦୮ରେ ଯୋଡ଼ାଯାଇଥିଲା ଯାହା ୫.୧ ସଙ୍କଳନରେ ଆସିଅଛି ।

ଅଲ ଚିକି ପାଇଁ ଇଉନିକୋଡ଼ ବ୍ଲକ ହେଲା U+1C50–U+1C7F:

ଅଲ ଚିକି[1]
Unicode.org chart (PDF)
  0 1 2 3 4 5 6 7 8 9 A B C D E F
U+1C5x
U+1C6x
U+1C7x ᱿
ଟୀକା
    1.^ As of Unicode version 6.0

ଆହୁରି ଦେଖନ୍ତୁ

ପଣ୍ଡିତ ରଘୁନାଥ ମୁର୍ମୁ

ସାନ୍ତାଳୀ ଭାଷା

ଆଧାର

ବାହାର ଲିଙ୍କ

Tags:

ଅଲ ଚିକି ଲିପି ଇଉନିକୋଡ ଚାର୍ଟଅଲ ଚିକି ଲିପି ଆହୁରି ଦେଖନ୍ତୁଅଲ ଚିକି ଲିପି ଆଧାରଅଲ ଚିକି ଲିପି ବାହାର ଲିଙ୍କଅଲ ଚିକି ଲିପିସାନ୍ତାଳୀ ଭାଷା

🔥 Trending searches on Wiki ଓଡ଼ିଆ:

ଭଗବତୀ ଚରଣ ପାଣିଗ୍ରାହୀଲକ୍ଷ୍ମୀ ପୁରାଣକାଗଜମହମ୍ମଦ ମୋକିମ୍ଶାରଳା ପୁରସ୍କାରକୋଷ୍ଠକାଠିନ୍ୟଅସହଯୋଗ ଆନ୍ଦୋଳନଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଘରକୋଣାର୍କ ସୂର୍ଯ୍ୟ ମନ୍ଦିରହମିଦା ବାନୁ ବେଗମତରୁଣକାନ୍ତି ମିଶ୍ରଆଉରଙ୍ଗଜେବବିଶ୍ୱନାଥ କରରାଜକିଶୋର ରାୟମାଗୁଣିର ଶଗଡ଼ଖାଦ୍ୟଶଙ୍କରାଚାର୍ଯ୍ୟରମାକାନ୍ତ ରଥଭାରତୀୟ ଜାତୀୟ କଂଗ୍ରେସଯୁକ୍ତରାଷ୍ଟ୍ର ଆମେରିକାଗୌତମ ବୁଦ୍ଧପ୍ରତିଭା ରାୟଓଡ଼ିଶାର କଳାଶ୍ରବଣା (ନକ୍ଷତ୍ର)ଅମାବାସ୍ୟାର ଚନ୍ଦ୍ରବିଜ୍ଞାନIndiaମଦର ଟେରେସାଉତ୍କଳ ଦୀପିକାଧାତୁଖଞ୍ଜଣିସାଇକେଲରାଜେନ୍ଦ୍ର କିଶୋର ପଣ୍ଡା୨୮ ଫେବୃଆରୀଓଡ଼ିଶାର ଲୋକନୃତ୍ୟବଉଳଆଇଡେଲାଲିସିବଜଗନ୍ନାଥଗିରିଧର ଗମାଙ୍ଗମୋନିକା ସେଲ୍ସସରୋଜିନୀ ନାଇଡୁମୟୂରଭଞ୍ଜ ଜିଲ୍ଲାଆଚାର୍ଯ୍ୟ ହରିହରବାଇଶି ପାହାଚଗର୍ଭାଶୟ କର୍କଟଫସ୍‌ଫରସବୈଜୟନ୍ତ ପଣ୍ଡାଶବ୍ଦ (ପଦ)ଓପନ-ସୋର୍ସ ସଫ୍ଟୱେରନିତ୍ୟାନନ୍ଦ ଶତପଥୀରାୟଗଡ଼ା ଜିଲ୍ଲାତାଳଧ୍ୱଜପ୍ଲୀହାୟୁରୋପସୁରେନ୍ଦ୍ର ମହାନ୍ତିମାଲକାନଗିରି ଜିଲ୍ଲାରାଧାନାଥ ରାୟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗୁଗଲଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦ୧୦୫୪ଶତ୍ରୁଘ୍ନ ପାଣ୍ଡବନେମାଳପୂର୍ଣ୍ଣଚ୍ଛେଦ🡆 More