ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର

ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର (ଓସିଡି), (ଇଂରାଜୀ ଭାଷାରେ obsessive–compulsive disorder (OCD) ଏକ ମାନସିକ ବେମାରୀ ଯେଉଁଥିରେ ରୋଗୀ ବାରମ୍ବାର ଗୋଟିଏ କାମ ତନ‌ଖି କରିବା ଇଚ୍ଛା ଅନୁଭବ କରେ, ଗୋଟିଏ ପ୍ରକାର ଇଚ୍ଛା ବାରମ୍ବାର ହୁଏ ଓ ରୁଟିନ କାମ ଜବରଦସ୍ତ ବାରମ୍ବାର କରିବା ଆବଶ୍ୟକ ମନେ କରେ । ଲୋକ ଏ ପ୍ରକାର ଇଚ୍ଛା ବା କାର୍ଯ୍ୟକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏମାନେ କରିଥିବା ସାଧାରଣ କାର୍ଯ୍ୟ: ହାତ ଧୁଆ, ଜିନିଷ ଗଣିବା ଓ କବାଟ କିଳା ହୋଇଛି କି ନା ତଦାରଖ କରିବା । ଜିନିଷ ଫୋପାଡ଼ିବାରେ କେତେକ ଲୋକଙ୍କର ଅସୁବିଧା ହୁଏ । ଏହି କାର୍ଯ୍ୟଦ୍ୱାରା ଦୈନ‌ନ୍ଦିନ ଜୀବନ ଯାତ୍ରା ଉପରେ ବିଯୁକ୍ତାତ୍ମକ ପ୍ରଭାବ ପଡ଼େ । ଗୋଟିଏ କାମ କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିପାରେ । ଅଧିକଂଶ ବୟସ୍କ ଲୋକ ନିଜର ବ୍ୟବ‌ହାର ଅର୍ଥହୀନ ବୋଲି ଅନୁଭବ କରନ୍ତି । ଟିକ, ଉତ୍କଣ୍ଠା ଡିଜାର୍ଡ଼ର ଓ ଆତ୍ମହତ୍ୟା ପ୍ରବଣତା ଏହି ରୋଗ ସ‌ହିତ ସଂଯୁକ୍ତ ସଙ୍କଟ ଥାଏ ।

ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର
ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର
ଏହି ଧରଣର ରୋଗୀ ବାରମ୍ବାର ହାତ ଧୁଅନ୍ତି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F42.
ଆଇସିଡ଼ି-୯-ସିଏମ୍300.3
ଓଏମ୍‌ଆଇଏମ୍164230
ରୋଗ ଡାଟାବେସ33766
ମେଡ଼ିସିନ-ପ୍ଲସ000929
ଇ-ମେଡ଼ିସିନarticle/287681
MeSHD009771

ଏହି ରୋଗର କାରଣ ଅଦ୍ୟାବଧି ଜଣାଯାଇ ନାହିଁ । ଆଇଡେଣ୍ଟିକାଲ ଯମଜ ପିଲାଙ୍କର ନନ୍ ଆଇଡେଣ୍ଟିକାଲ ଯମଜ ପିଲାଙ୍କ ଅପେକ୍ଷା ଏହି ରୋଗ ଅଧିକ ହେଉଥିବାରୁ ଜେନେଟକ ପ୍ରଭାବ ଥିବା ସନ୍ଦେହ କରାଯାଏ । ସଙ୍କଟ କାରକମାନଙ୍କର ନାମ:- ଚାଇଲ୍ଡ ଆବ୍ୟସ ବା ଶିଶୁ ଅତ୍ୟାଚାରର ଇତିହାସ କିମ୍ବା ଅନ୍ୟାନ୍ୟ ମାନସିକ ଚାପ ଏହି ରୋଗ ହେବାରେ ସ‌ହାୟକ ହୁଏ । ସଂକ୍ରମଣ ପରେ କେତେକ କେଶ ହେବା ଉଲ୍ଲେଖ ରହିଛି । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ତା ପୂର୍ବରୁ ଅନ୍ୟାନ୍ୟ ମେଡିକାଲ କାରଣ ବା ଔଷଧ ଖାଇଥିବା କଥା ଖୋଜି ବିଦାୟ କରିବାକୁ ପଡ଼େ । ଏହାର ଭୟାବ‌ହତା ବା ଗମ୍ଭୀରତାର ମାନ ଜାଣିବାକୁ ୟେଲ-ବ୍ରୌନ ଅବସେସିଭ କମ୍ପଲସିଭ ସ୍କେଲ ବ୍ୟବ‌ହାର କରାଯାଏ । ଏକା ପ୍ରକାର ଲକ୍ଷଣ ଥିବା ରୋଗମାନଙ୍କର ନାମ:- ଉତ୍କଣ୍ଠା ଡିଜଅର୍ଡ଼ର (anxiety disorder), ମେଜର ଡିପ୍ରେସିଭ ଡିଜଅର୍ଡ଼ର, ଖାଇବା ଡିଜ୍ଅର୍ଡ଼ର, ଟିକ ଡିଜ୍ଅର୍ଡ଼ର ଓ ଅବସେସିଭ-କମ୍ପଲସିଭ ପର୍ସନାଲିଟି ଡିଜଅର୍ଡ଼ର.

ବ୍ୟବହାରିକ ଥେରାପି (behavioral therapy) ଓ ବେଳେବେଳେ ସିଲେକ୍ଟିଭ ସେରୋଟୋନିନ ଇନହିବିଟର ଔଷଧ ଦିଆଯାଇ ଓସିଡି ରୋଗର ଚିକିତ୍ସା କରାଯାଏ । ଯେଉଁ କାରଣ ଯୋଗୁ ରୋଗ ହୋଇଥିବା ଜଣାଯାଏ ସେହି କାରଣମାନଙ୍କଠାରୁ ରୋଗୀକୁ ଦୂରରେ ରଖାଯାଏ ଓ ପୁନଃ ପୁନଃ କରୁଥିବା କାମକୁ କରିବାକୁ ଦିଆଯାଏ ନାହିଁ । କ୍ୱେସିଆପାଇନ ଭଳି ଆଟିପିକାଲ ଆଣ୍ଟିସାଇକୋଟିକ ଔଷଧ ଏସଏସଆରସି ସହିତ ମିଶେଇ ଦେଲେ ପ୍ରତିରୋଧକାରୀ ରୋଗରେ ଉପକାର ମିଳେ କିନ୍ତୁ ଏହାର ଅଧିକ ପାର୍ଶ୍ୱପ୍ରତିକ୍ରିୟା ଥାଏ । ଚିକିତ୍ସା ନ କଲେ ରୋଗ ବର୍ଷ ବର୍ଷ ଧରି ରହିଥାଏ ।

ଜନସଂଖ୍ୟାର ୨.୩ % ଲୋକ ଜୀବନରେ ଥରେ ହେଲେ ଏହି ରୋଗ ଭୋଗନ୍ତି । ଯେ କୌଣସି ବର୍ଷରେ ହିସାବକୁ ନେଲେ ପୃଥିବୀରେ ୧.୨ % ହାରରେ ଏହି ରୋଗ ହୁଏ । କୋଡିଏ ବର୍ଷ ବୟସ ପୂର୍ବରୁ ଏହି ରୋଗ ଆରମ୍ଭ ହୋଇଥାଏ ଓ ୩୫ ବର୍ଷ ପରେ ଏହି ରୋଗ ଆରମ୍ଭ ହେବା ଦେଖାଯାଏ ନାହିଁ । ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଇଂରାଜୀ ଭାଷାରେ ଅବସେସିଭ-କମ୍ପଲସିଭ ଶବ୍ଦଟି ଅନୌପଚାରିକ ଭାବେ ଏଭଳି ଲୋକ‌କୁ ବୁଝାଏ ଯେ ଧ୍ୟାନ ସମ୍ପର୍ଣ୍ଣ, ପୁର୍ଣ୍ଣତାବାଦୀ, ତଲ୍ଲୀନ କିମ୍ବା ସ୍ଥିରତାପୁର୍ଣ୍ଣ ଅଟନ୍ତି ।

ଆଧାର

Tags:

ଆତ୍ମହତ୍ୟାଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହୃତ୍‌ପିଣ୍ଡବେଦକୁତାମ ଚଣ୍ଡୀ ମନ୍ଦିରତାଳଧ୍ୱଜଆପେଣ୍ଡିସାଇଟିସଶାସ୍ତି (ଓଡ଼ିଆ କଥାଚିତ୍ର)ପଞ୍ଚସଖା୨୬ ଅପ୍ରେଲନଟବର ସାମନ୍ତରାୟଯଦୁମଣି ମହାପାତ୍ରଚିଲିକା ହ୍ରଦମହମ୍ମଦ ମୋକିମ୍କଣ୍ଡୋମଏମିସ ଲୋକସ୍ଥୌଲ୍ୟତାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଶ୍ରୀନରେନ୍ଦ୍ର ମୋଦୀଜୟୀରାମ ସାମଲକୁଞ୍ଜବିହାରୀ ଦାଶରାସେଶ୍ୱରୀ ପାଣିଗ୍ରାହୀରାମଶଙ୍କର ରାୟତୃପ୍ତି ଦାସଓପନ-ସୋର୍ସ ସଫ୍ଟୱେରଭୀମ ପୃଷ୍ଟିବେଲତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଓଡ଼ିଆ ଭ୍ରମଣ ସାହିତ୍ୟଓ ଅନ୍ଧଗଳିଅଷ୍ଟ୍ରେଲିଆଅପରେଟିଙ୍ଗ ସିଷ୍ଟମକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୭ (ସଂଖ୍ୟା)ମଙ୍ଗଳୁ ଚରଣ ବିଶ୍ୱାଳଅନନ୍ତ ପଟ୍ଟନାୟକନିର୍ମଳା (ଉପନ୍ୟାସ)ଭଦଭଦଳିଆକାଞ୍ଚି ଅଭିଯାନପ୍ରଯୁକ୍ତି ବିଦ୍ୟାଭକ୍ତ ଚରଣ ଦାସ (ରାଜନେତା)ଦେବଗଡ଼ ଜିଲ୍ଲାଜର୍ମାନୀଜନ୍ମ ନିରୋଧହେମନ୍ତ କୁମାର ଦାସଭାରତୀୟ ଜାତୀୟ କଂଗ୍ରେସଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଶ୍ରୀ ଅରବିନ୍ଦସୁନାବେଶସୌରୀନ୍ଦ୍ର ବାରିକଚିଲିକା (ବହୁବିକଳ୍ପ)ଜଗନ୍ନାଥ ପ୍ରସାଦ ଦାସବିରାଟ କୋହଲୀପୋଟଳ ରସାଭକ୍ତ ଚରଣ ଦାସଚଇତି ଘୋଡ଼ା ନାଚପୁଥୁପ୍ପାଲ୍ଲୀ, କୋଟ୍ଟାୟାମରୋହିତ ଶର୍ମାବୀଣାପାଣି ମହାନ୍ତିରମାକାନ୍ତ ରଥବର୍ଷା ପ୍ରିୟଦର୍ଶିନୀପରୀକ୍ଷାଦାମୋଦର ରାଉତଗୌରହରି ଦାସଗୋପବନ୍ଧୁ ଚୌଧୁରୀଓଡ଼ିଶାର ଭୂଗୋଳ୨୪ ଅପ୍ରେଲଶ୍ରବଣା (ନକ୍ଷତ୍ର)🡆 More