ଅଚ୍ୟୁତାନନ୍ଦ କର: ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ

ଅଚ୍ୟୁତାନନ୍ଦ କର, ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ।

ଅଚ୍ୟୁତାନନ୍ଦ କର
ଜନ୍ମ୧୯୩୩
ତରଜଙ୍ଗା,ଡେରାବିଶ,କେନ୍ଦ୍ରାପଡ଼ା
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୧୨
ଜାତୀୟତାଅଚ୍ୟୁତାନନ୍ଦ କର: ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନସାଲେପୁର ହାଇସ୍କୁଲ, ବଙ୍ଗବାଟି ମହାବିଦ୍ୟାଳୟ
ପ୍ରସିଦ୍ଧିବ୍ୟଙ୍ଗ ସାହିତ୍ୟିକ ଓ ସମ୍ପାଦକ (ଦୁର୍ମୁଖ)
ବୈବାହିକ-ସାଥୀଶୈଳବାଳା କର
ସନ୍ତାନସଞ୍ଜୀବ, ଦିଲୀପ ଓ ସନ୍ଧ୍ୟାରାଣୀ
ପିତାମାତା(s)କଣ୍ଡୁରି ଦାସ, ମଉନା ଦେବୀ

ଅଚ୍ୟୁତାନନ୍ଦ, ୧୯୩୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ତରଜଙ୍ଗା ଗ୍ରାମରେ ପିତା, କଣ୍ଡୁରୀ ଦାସ ଓ ମାତା ମଉନାଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରୁ କୃତିତ୍ୱର ସହ ମେଟ୍ରିକ ପାସ କରିବା ପରେ, ସେ କଲିକତାର ବଙ୍ଗବାଟି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା ।

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ବହୁ ବ୍ୟଙ୍ଗସାହିତ୍ୟ ରଚନା କରିଥିଲେ । ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ୱିକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ । ସେ, ବହୁ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ରହିଥିଲେ। ଉତ୍କଳ ସାହିତ୍ୟ ସମାଜରେ ସେ ଦୀର୍ଘ ୨୫ ବର୍ଷ କର୍ମକର୍ତା ରହିଥିଲେ ଓ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଦଳିତ, ନିଷ୍ପେସିତ ଜନତାର ଅନ୍ତଃସ୍ୱର ପ୍ରକାଶ କରିବା ପାଇଁ, ସେ ଆରମ୍ଭ କରିଥିଲେ ସମାଲୋଚନା ଧର୍ମୀ ପତ୍ରିକା 'ଦୁର୍ମୁଖ' । ୧୯୭୧ ମସିହା, ଏପ୍ରିଲ ମାସ ୧୪ ତାରିଖରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା । ଏହି ପତ୍ରିକା ମାଧ୍ୟମରେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ଓଡ଼ିଶାର ପୁରପଲ୍ଲୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିଲେ । 'ରାମଚରିତ ମାନସ' ବିଷୟରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଯାଇଛନ୍ତି। ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି ।

ଓଡ଼ିଆ ସାହିତ୍ୟକୁ ଅବଦାନ

  • ସଂଗ୍ରାମ ଓ ସଂଘର୍ଷ
  • କଥା କଥାରେ
  • ଅସିତଙ୍କ ବ୍ୟଙ୍ଗ
  • ବହି
  • ଇଟା ସିମେଣ୍ଟରେ ପୁଞ୍ଜିବାଦ
  • ମୋହମୁଦଗର
  • ଯୁଗେ ଯୁଗେ ଧର୍ମ
  • ବିସ୍ଫୋରଣ
  • ଡାକେ ଦୁର୍ମୁଖ
  • ପଣ୍ଡିତ ଅଚ୍ୟୁତଙ୍କ ବ୍ୟଙ୍ଗ
  • ବେଆଇନ ମଣିଷ
  • ଜିଅନ୍ତା ମଣିଷର ମୃତ୍ୟୁ
  • ବିପ୍ଳବୀର ଇତି କଥା

ସମ୍ମାନ ଓ ପୁରସ୍କାର

  • ଗୋଦାବରୀଶ ସ୍ମୃତି କମିଟି ସମ୍ମାନ
  • ଅନ୍ନଦା ପ୍ରସାଦ ରାୟ ଜୟନ୍ତୀ କମିଟି ସମ୍ମାନ
  • ନୀଳଚକ୍ର-୨୦୧୦ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ସାହିତ୍ୟ ଓ କଳା ପରିଷଦ ସମ୍ମାନ

୨୦୧୨ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖରେ ତାଙ୍କର ତିରୋଧାନ ଘଟିଛି। କଟକର ଖାନନଗର ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଅଚ୍ୟୁତାନନ୍ଦଙ୍କର ଶେଷ ଇଛା ଥିଲା, ତାଙ୍କ ରଚିତ ଆତ୍ମଜୀବନୀଟି ପ୍ରତିଟି ଓଡ଼ିଆଙ୍କ ନିକଟରେ ପହଞ୍ଚୁ ।

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଭାରତର ସଂସ୍କୃତିରାଜକିଶୋର ରାୟସୋରିଷସରସ୍ୱତୀଉତ୍ତମ ମହାନ୍ତିବାସନ୍ତୀଭାରତର ରାଷ୍ଟ୍ରପତିତାରିଣୀ ମନ୍ଦିର, ଘଟଗାଁମାଦଳା ପାଞ୍ଜିଚନ୍ଦ୍ରଶେଖର ରଥଦଣ୍ଡ ନାଟଏକକକଇଁଛମଣିଷଭାରତୀୟ ସ୍ୱାଧୀନତା ଆନ୍ଦୋଳନମଙ୍ଗଳା ମନ୍ଦିରରାସନ କାର୍ଡ଼ (ଭାରତ)ଓଡ଼ିଆ ଭ୍ରମଣ ସାହିତ୍ୟଆନ୍ତର୍ଜାତିକ ମହିଳା ଦିବସଚିକିତ୍ସା ବିଜ୍ଞାନଛତ୍ରପୁର, ଗଞ୍ଜାମକଳିଙ୍ଗ, ଭାରତଗୋପବନ୍ଧୁ ଚୌଧୁରୀ୨୯ ଅପ୍ରେଲଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଘିମିରିବାହୁଡ଼ା ଯାତ୍ରାବାରଶିଂଘାମଧୁସୂଦନ ଦାସଦାସକାଠିଆଧାନପୁରୀସତ୍ୟବାଦୀ ବନ ବିଦ୍ୟାଳୟକୋଣାର୍କ ସୂର୍ଯ୍ୟ ମନ୍ଦିରସୁନୀଲ ପାଲ୍ଲେଭୋନରଜେସ୍ଟ୍ରେଲସୁଦାମ ମାରାଣ୍ଡିଆଡାମ୍ ସ୍ମିଥ୍ପ୍ରତିଭା ରାୟପ୍ରଶାନ୍ତ କୁମାର ମୁଦୁଲି୨୧ଭାରତୀୟ ମହାକାଶ ଗବେଷଣା ସଂସ୍ଥାଜଗନ୍ନାଥ ପ୍ରସାଦ ଦାସଗନରିଆବିଜୁ କୃଷକ କଲ୍ୟାଣ ଯୋଜନାଭାରତୀୟ ମୁଦ୍ରାଓଡ଼ିଆ ନାଟକଗଗନେନ୍ଦ୍ର ନାଥ ଦାଶରାଧାନାଥ ରାୟଅଭିମନ୍ୟୁ ସାମନ୍ତସିଂହାରଧର୍ମଭକ୍ତ ଚରଣ ଦାସନମିତା ଅଗ୍ରୱାଲଧନୁଯାତ୍ରାବେଲଖୁସି ଯୋଜନାପରମାଣୁଚାରି ଧାମକୀଚକେଶ୍ୱରୀ ମନ୍ଦିରଶକ୍ତି ପୀଠନରେନ୍ଦ୍ର ମୋଦୀନୀଲ ଆର୍ମଷ୍ଟ୍ରଙ୍ଗପ୍ରୀତିରଞ୍ଜନ ଘଡ଼ାଇ୧୧ ଫେବୃଆରୀଦାସିଆ ବାଉରୀ🡆 More