ବ୍ୟଞ୍ଜନ ଦ୍ୱାଦଶୀ

ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ୱାସ ରହିଛି । ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ । ଦିନଟି କୃଷ୍ଣଙ୍କ ପାଇଁ ସମର୍ପିତ ।

କିମ୍ବଦନ୍ତୀ

ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ । ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି ।

ପାଳନ

ମାତାମଠ (ଗୌର ବିହାର ଆଶ୍ରମ), ପୁରୀ

ଦ୍ୱାପର ଯୁଗର କଥା ଯଶୋଦା ଓ କୃଷ୍ଣଙ୍କ କାହାଣୀ କୃଷ୍ଣ ଲୀଳା, ପୁରୀର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ । ବିଶେଷକରି ମାତାମଠରେ । କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫, କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ ।

ଶ୍ରୀକ୍ଷେତ୍ର

ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଏ । ଜଗନ୍ନାଥ, ବଳଭଦ୍ରସୁଭଦ୍ରାଙ୍କୁ ୪୦୦ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ ।

ଆଧାର

Tags:

ବ୍ୟଞ୍ଜନ ଦ୍ୱାଦଶୀ କିମ୍ବଦନ୍ତୀବ୍ୟଞ୍ଜନ ଦ୍ୱାଦଶୀ ପାଳନବ୍ୟଞ୍ଜନ ଦ୍ୱାଦଶୀ ଆଧାରବ୍ୟଞ୍ଜନ ଦ୍ୱାଦଶୀଦ୍ୱାଦଶୀମାର୍ଗଶୀର

🔥 Trending searches on Wiki ଓଡ଼ିଆ:

ତ୍ରିଭୁଜନନ୍ଦିନୀ ଶତପଥୀଅଷ୍ଟ୍ରେଲିଆଜଗତସିଂହପୁରଅଂଶୁଘାତନିତ୍ୟାନନ୍ଦ ଶତପଥୀବେଲମୁସଲମାନଗୋପାଳ ଛୋଟରାୟନରେନ୍ଦ୍ର ମୋଦୀଓଡ଼ିଶୀଉପେନ୍ଦ୍ର ଭଞ୍ଜଶିବସମୁଦ୍ରଟୁଇଟରଆମ୍ବରାମଶଙ୍କର ରାୟରାଜତନ୍ତ୍ରଗୋପୀନାଥ ବାଗକବିତା ବାରିକଶୀତଳ ଷଷ୍ଠୀ ଯାତ୍ରାଗଜପତି ଜିଲ୍ଲାଅକ୍ଟୋବରସପ୍ତର୍ଷିକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାସୌରୀନ୍ଦ୍ର ବାରିକସମଲେଶ୍ୱରୀ ମନ୍ଦିରବିନୋଦ ଚନ୍ଦ୍ର ନାୟକଜୋଆନ ଅଫ ଆର୍କଚନ୍ଦ୍ରଗୁପ୍ତଅଭିନିବେଶ ଅର୍ଥନୀତିଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ମଣିଷଭାରତୀୟ ସମ୍ବିଧାନହଳଦୀଭାରତୀୟ ଉପମହାଦେଶସାଲଭାଡୋର ଡାଲିକାଗଜଭାରତର ସଂସ୍କୃତିବନମାଳୀ ଦାସଜୀବନସାଥୀଓଡ଼ିଶାରେ ଆତ୍ମନ୍ ନିଦ୍ରା ପରିହରିସୁଦାମ ମାରାଣ୍ଡିମାଇକ୍ରୋସଫ୍ଟପ୍ରଧାନ ପୃଷ୍ଠାବିଶ୍ୱନାଥ କରଓଡ଼ିଆ ଭାଷାସଜନାଜଗନ୍ନାଥ ଦାସକୋଣାର୍କଧର୍ମଅର୍ଜୁନସରୋଜିନୀ ନାଇଡୁଭାରତୀୟ ଡାକ ସେବାବ୍ରହ୍ମୋତ୍ରୀ ମହାନ୍ତିଆମ୍ବେଦକର ଜୟନ୍ତୀଆନ୍ତର୍ଜାତିକ ମହିଳା ଦିବସଜର୍ମାନୀଜନ ଗଣ ମନ🡆 More