ଖଲିପତ୍ର

ଖଲିପତ୍ର, ପୂଜାପର୍ବାଣି ବା ଭୋଜିଭାତରେ ଖାଦ୍ୟ ପଦାର୍ଥ ପରଷିବା ପାଇଁ ବ୍ୟବହାର କରାଯାଏ । ଖଲିପତ୍ର ତିଆରି କରିବା ପାଇଁ ମୁଖ୍ୟତଃ ଶାଳ ଓ ଶିଆଳି ପତ୍ର ବ୍ୟବହାର କରାଯାଏ । ଶାଳ ଓ ଶିଆଳି ପତ୍ର ଓଡ଼ିଶାର କୋରାପୁଟ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରୁ ସଂଗ୍ରହ କରାଯାଇଥାଏ । ମେ ମାସ ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ମାସ ଭିତରେ ଖଲିପତ୍ର ସଂଗ୍ରହ କରାଯାଏ । ଓଡ଼ିଶାର ବହୁ ଅଞ୍ଚଳର ଆଦିବାସୀମାନଙ୍କ ପାଇଁ ଖଲିପତ୍ର ପ୍ରସ୍ତୁତି ଜୀବିକା ନିର୍ବାହର ଏକ ପନ୍ଥା ଅଟେ ଓ ସମସ୍ତ ପରିବାର ଏହି କାମରେ ନିୟୋଜିତ ହୋଇଥାନ୍ତି ।

ଖଲିପତ୍ର
ଶିଆଳି ପତ୍ରରେ ତିଆରି ଖଲି

ପ୍ରସ୍ତୁତି ପ୍ରଣାଳି

ଖଲିପତ୍ର ତିଆରି ପାଇଁ ପ୍ରଥମେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରାଯାଏ । ଶାଳଗଛ ଆକାରରେ ଖୁବ ବଡ଼ ହୋଇଥିବା ବେଳେ, ଶିଆଳି ଜଙ୍ଗଲରେ ଅନ୍ୟ ଗଛ ଉପରେ ମାଡିଥାଏ । ଆଦିବାସୀ ମହିଳା ଓ ପୁରୁଷମାନେ ପ୍ରତ୍ୟହ ସକାଳୁ, ଏହି କଞ୍ଚା ଶାଳ ଓ ଶିଆଳି ପତ୍ର ସଂଗ୍ରହ କରିଥାନ୍ତି । ପ୍ରଥମେ ଦୁଇଟି ପତ୍ରକୁ ଯୋଡ଼ି, ଖଡିକାରେ ସିଲେଇ କରି ଦ୍ୱିପତ୍ରୀ ତିଆରି କରନ୍ତି । ପୁଣି ଦ୍ୱିପତ୍ରୀ ପାଲିରେ ଖଲି ଓ ଦନା ପ୍ରସ୍ତୁତ କରିଥାନ୍ତି । ଏବେ ଖଲିପତ୍ର ସିଲେଇ ପାଇଁ ମେଶିନ୍ ବାହାରିଲାଣି । ଯାହାଦ୍ୱାରା ଖୁବ କମ ସମୟରେ ଅଧିକ ଖଲିପତ୍ର ପ୍ରସ୍ତୁତ କରିବା ସମ୍ଭବ ହେଉଛି ।

ଚାହିଦା

ଓଡ଼ିଶାରେ ଖଲିପତ୍ରର ଚାହିଦା ସବୁ ସମୟରେ ରହିଆସିଛି । କିନ୍ତୁ ବର୍ତ୍ତମାନ କାଗଜ ଓ ଥର୍ମୋକୁଲର ଥାଳି ଖଲିପତ୍ରର ସ୍ଥାନ ନେବାକୁ ଆରମ୍ଭ କଲାଣି । ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା, ଜଙ୍ଗଲ ରକ୍ଷଣାବ୍ୟକ୍ଷଣର ଅଭାବ ଓ ପୋଡୁଚାଷ ଖଲିପତ୍ର ଶିଳ୍ପଉପରେ ଗଭିର ପ୍ରଭାବ ପକାଇଛି । ଫଳରେ ଖଲିପତ୍ର ତିଆରି କରି ଚଳୁଥିବା ପରିବାରର ଆର୍ଥିକ ମାନଦଣ୍ଡ ଦୁର୍ବଳ ହେବାରେ ଲାଗିଛି ଓ ସେମାନେ ଏ ବେଉସାକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଏହାର ପରିବେଶ ଉପରେ କୌଣସି କୁପ୍ରଭାବ ନଥିବାରୁ ଇଉରୋପର କିଛି ଦେଶକୁ ରପ୍ତାନୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଧାର

Tags:

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶାକନ୍ଧମାଳ ଜିଲ୍ଲାକେନ୍ଦୁଝର ଜିଲ୍ଲାକୋରାପୁଟ ଜିଲ୍ଲାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଲିଙ୍ଗରାଜ ମନ୍ଦିରଦାସକାଠିଆଶେୟାର ବଜାରଆଇଡେଲାଲିସିବସୌରୀନ୍ଦ୍ର ବାରିକଚନ୍ଦନ ଯାତ୍ରାପୁନମ ମିଶ୍ରହୃଷୀକେଶ ମଲ୍ଲିକଗୋଦାବରୀଶ ମହାପାତ୍ରରାମଚନ୍ଦ୍ର ବେହେରାମାର୍ଚ୍ଚମାଲେସିଆ୨୮ ଫେବୃଆରୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନୟାଗଡ଼ ଜିଲ୍ଲାସାରଥୀ ବାବାଜଳକୁଞ୍ଜବିହାରୀ ଦାଶବର୍ଷାଜ୍ଞାନପୀଠ ପୁରସ୍କାରମାଣବସା ଗୁରୁବାରନଅଙ୍କ ଦୁର୍ଭିକ୍ଷଭାରତୀୟ ଜନତା ପାର୍ଟିଛାରପୋକବିନୋଦ ଚନ୍ଦ୍ର ନାୟକସ୍ତନ୍ୟପାୟୀହମିଦା ବାନୁ ବେଗମଚିଲିକା (କବିତା)ସତୀ (ହିନ୍ଦୁ ଦେବୀ)ଉଦ୍ଭିଦ ବିଜ୍ଞାନ୧୯ ମାର୍ଚ୍ଚବିଭୂତି ପଟ୍ଟନାୟକଧରିତ୍ରୀଚରକଚିନ୍ତାମଣି ବେହେରାଜାଭା (ପ୍ରୋଗ୍ରାମିଂ ଭାଷା)ସାଲଭାଡୋର ଡାଲିସରୋଜିନୀ ସାହୁରବୀନ୍ଦ୍ରନାଥ ଠାକୁରସିଦ୍ଧାନ୍ତ ମହାପାତ୍ରରାଜ ଯୋଗ୪ ଇଡିଅଟସ୍ଓଡ଼ିଆ ସାହିତ୍ୟର ଇତିହାସବିନ୍ଦୁହେପାଟାଇଟିସ ବିଗୀତଗୋବିନ୍ଦସମ୍ବଲପୁର ଜିଲ୍ଲାପାଇକ ବିଦ୍ରୋହସାଇକେଲଶାରଳା ପୁରସ୍କାରଜୟଦେବରାଜେନ୍ଦ୍ର କିଶୋର ପଣ୍ଡାପ୍ରଥମ ଭାସ୍କରଆଲୋକଏଞ୍ଜେଲା ମେର୍କେଲ୍ସୁରେନ୍ଦ୍ର ମହାନ୍ତି୨୧ୟୁରୋପକୁନ୍ତଳା କୁମାରୀ ସାବତରଥଯାତ୍ରାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମଦର ଟେରେସାଜିମି ୱେଲ୍ସଗୋବିନ୍ଦ ତ୍ରିପାଠୀ🡆 More