ଅକ୍ଷରା ହାସନ

ଅକ୍ଷରା ହାସନ (ଜନ୍ମ: ୧୨ ଅକ୍ଟୋବର ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ସ‌ହକାରୀ ନିର୍ଦ୍ଦେଶକ । ସେ ଅଭିନେତା କମଳ ହାସନଙ୍କ ଏବଂ ଅଭିନେତ୍ରୀ ସାରିକା ଠାକୁରଙ୍କର ସାନ ଝିଅ । ସେ ଅଭିନେତ୍ରୀ ସୃତି ହାସନଙ୍କର ସାନ ଭଉଣୀ । ଅକ୍ଷରା ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର ଶମିତାଭରେ ଧନୁଷ ଏବଂ ଅମିତାଭ ବଚ୍ଚନଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।

ଅକ୍ଷରା ହାସନ
ଅକ୍ଷରା ହାସନ
ଅକ୍ଷରା ଏକ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ
ଜନ୍ମ
ଅକ୍ଷରା ହାସନ

(1991-10-12) ୧୨ ଅକ୍ଟୋବର ୧୯୯୧ (ବୟସ ୩୨)
ବୃତ୍ତି(ସମୂହ)କଥାଚିତ୍ର ଅଭିନେତ୍ରୀ, କଥାଚିତ୍ର ନିର୍ଦ୍ଦେଶକ
ସକ୍ରିୟ ବର୍ଷ୨୦୧୦- ଏବେଯାଏଁ
ପିତାମାତା(s)କମଲ ହାସନ
ସାରିକା ଠାକୁର
ପରିବାରସୃତି ହାସନ(ଭଉଣୀ)

ପ୍ରାରମ୍ଭିକ ଜୀବନ

ଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ ମସିହାରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ସାରିକା ହାସନଙ୍କର ବଡ଼ ଝିଅ ହେଉଛନ୍ତି ସୃତି ହାସନ ଏବଂ ସାନ ଝିଅ ହେଉଛନ୍ତି ଅକ୍ଷରା ହାସନ । ଅକ୍ଷରାଙ୍କର ପିତା କମଲ ଜଣେ ତାମିଲି ହିନ୍ଦୁ ବ୍ରାହ୍ମଣ ଏବଂ ତାଙ୍କ ମାଆ ସାରିକା ମହାରାଷ୍ଟ୍ର ଅଧିବାସିନୀ । ଅକ୍ଷରା ତାଙ୍କର ବିଦ୍ୟାଳୟ ଶିକ୍ଷା ଚେନ୍ନାଇର ଆବାକସ୍ ମୋଣ୍ଟେସୋରି ବିଦ୍ୟାଳୟରୁ ଶେଷ କରିଥିଲେ । ଏହା ପରେ ସେ ବାଙ୍ଗାଲୋରର ଇନ୍ଦୁସ୍ ଇଣ୍ଟରନେସନ୍ୟାଲ ସ୍କୁଲରେ ପଢ଼ିଥିଲେ ।

ଏବେ ଅକ୍ଷରା ତାଙ୍କ ମାଆ ସକିରାଙ୍କ ସ‌ହ ମୁମ୍ବାଇରେ ବାସ କରୁଛନ୍ତି ।

କଥାଚିତ୍ର ଜୀବନ

୨୦୧୦ ମସିହାରେ ଅକ୍ଷରା ନିର୍ଦ୍ଦେଶକ ରାହୁଲ ଧୋଲକିଆଙ୍କ ସ‌ହ ସ‌ହକାରୀ ନିର୍ଦ୍ଦେଶକ ଭାବରେ ସୋସାଇଟ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷରାଙ୍କର ମାଆ ସାରିକା ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ୍‌ବ୍ୟତୀତ ସେ ମଧ୍ୟ ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ସ‌ହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଅକ୍ଷରା ଜଣେ ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ, ନିର୍ଦ୍ଦେଶକ ମଣି ରତ୍ନମ୍ଙ୍କର ୨୦୧୩ର ଚଳଚ୍ଚିତ୍ର କାଦଲରେ ତାଙ୍କୁ ସୁଯୋଗ ଦେଇଥିଲେ, ମାତ୍ର ଅକ୍ଷରା ଏହି କଥାଚିତ୍ରରେ ଅଭିନୟ ପାଇଁ ରାଜି ହୋଇ ନ ଥିଲେ ।

ଅକ୍ଷରା ୨୦୧୫ରେ ଅଭିନେତା ଧନୁଷ ଏବଂ ଅମିତାଭ ବଚନଙ୍କ ସ‌ହ ଶମିତାଭ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ।

ଅକ୍ଷରା ହାସନ 
ଅକ୍ଷରା ତାଙ୍କ ଭଉଣୀ ସୃତି ଏବଂ ପିତା କମଲ ହାସନଙ୍କ ସ‌ହ ।

ଅଭିନୀତ କଥାଚିତ୍ର

ନାୟିକା

ବର୍ଷ ଶୀର୍ଷକ ଭାଷା ଭୂମିକା ମନ୍ତବ୍ୟ
୨୦୧୫ ଶମିତାଭ ହିନ୍ଦୀ ଅକ୍ଷରା ପାଣ୍ଡେ ଅଭିନୟ ଆରମ୍ଭ
୨୦୧୭ ବିବେଗମ୍ ତାମିଲ ନତାଶା
ଲାଲି କି ସାଦି ମେ ଲଡ୍ଡୁ ଦିୱାନା ହିନ୍ଦୀ ଲାଲି

ସ‌ହ ନିର୍ଦ୍ଦେଶିକା

ବର୍ଷ ଶୀର୍ଷକ ଭାଷା ମନ୍ତବ୍ୟ
୨୦୧୦ ସୋସାଇଟ୍
୨୦୧୬ ସାବାସ୍ ନାଇଡ଼ୁ ତାମିଲ
ତେଲୁଗୁ
ହିନ୍ଦୀ
Filming

ଆଧାର

ଅଧିକ ତ‌ଥ୍ୟ

Tags:

ଅକ୍ଷରା ହାସନ ପ୍ରାରମ୍ଭିକ ଜୀବନଅକ୍ଷରା ହାସନ କଥାଚିତ୍ର ଜୀବନଅକ୍ଷରା ହାସନ ଅଭିନୀତ କଥାଚିତ୍ରଅକ୍ଷରା ହାସନ ଆଧାରଅକ୍ଷରା ହାସନ ଅଧିକ ତ‌ଥ୍ୟଅକ୍ଷରା ହାସନଅମିତାଭ ବଚ୍ଚନ

🔥 Trending searches on Wiki ଓଡ଼ିଆ:

c3bn4ଓଡ଼ିଆ ରାମାୟଣଗୋପାଳ କୃଷ୍ଣ ରଥବେଦଦୀନକୃଷ୍ଣ ଦାସଓଡ଼ିଶାର କଳାଶନିବାରସିନ୍ଧୁ ନଦୀବିନୋଦ ଚନ୍ଦ୍ର ନାୟକଶାନ୍ତନୁ କୁମାର ଆଚାର୍ଯ୍ୟଇରା ମହାନ୍ତିଅନ୍ନଦା ଶଙ୍କର ରାୟଦେବୁ ବୋଷବ୍ରଜନାଥ ରଥରାଜା ରାମମୋହନ ରାୟଭକ୍ତ ଚରଣ ଦାସଭାଷାଗୋଲୋକ ବିହାରୀ ଧଳପକ୍ଷଗୋପବନ୍ଧୁ ଦାସପ୍ରଗତିବାଦୀସମ୍ବଲପୁରତ୍ରିପୁରା ମିଶ୍ରଖଡ଼ଗପୁରଆଉରଙ୍ଗଜେବଗଡ଼ଜାତ କୃଷକଗ୍ରହମହେନ୍ଦ୍ର ସିଂହ ଧୋନିବ୍ୟାସଦେବମୌଳିକ ସଂଖ୍ୟାଭୂଗୋଳଫେବୃଆରୀରେଶମ ପଥପୁରୀ ଜିଲ୍ଲାମାଛଅଗ୍ନ୍ୟାଶୟ ଅକ୍ଷମତାବାରବାଟି ଦୁର୍ଗଆଜାଦ ହିନ୍ଦ୍ ଫୌଜଧାତୁକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବୈଷ୍ଣବ ଚରଣ ସାମଲଭାରତର ନଦୀ ସମୂହର ତାଲିକାବାଇଶି ପାହାଚନମିତା ଅଗ୍ରୱାଲଜଗନ୍ନାଥ ମନ୍ଦିରଓଡ଼ିଶାର ଲୋକନୃତ୍ୟନନ୍ଦିନୀ ଶତପଥୀଗୋଦର ରୋଗ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଅଲାରନାଥ ମନ୍ଦିରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଖାରବେଳବ୍ୟାଙ୍କପାଇକ ବିଦ୍ରୋହଓମ'ଙ୍କ ନିୟମମ୍ୟାଲେରିଆଆନନ୍ଦ ଶଙ୍କର ଦାସମହାରାଷ୍ଟ୍ରଭାରତର ସଂସ୍କୃତିବଣ୍ଡ (ଅର୍ଥ)ରଥଯାତ୍ରାକଟକ ଜିଲ୍ଲାଅକ୍ଷୟ ତୃତୀୟାଭୂମିକମ୍ପ୧ମ ଓଡ଼ିଶା ବିଧାନ ସଭାଭୀମ ପୃଷ୍ଟିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗିରିଧର ଗମାଙ୍ଗରତ୍ନାକର ଚଇନି🡆 More