ବୃକ୍‌କୀୟ ଜୀବକୋଷ କର୍କଟ

 

Renal cell carcinoma, renal adenocarcinoma, hypernephroma
ବୃକ୍‌କୀୟ ଜୀବକୋଷ କର୍କଟ
Micrograph of the most common type of renal cell carcer (clear cell)—on right of the image; non-tumour kidney is on the left of the image. Nephrectomy specimen. H&E stain
ବିଭାଗOncology, urology
ଲକ୍ଷଣBlood in the urine, flank pain, abdominal mass, weight loss
ଆକ୍ରାନ୍ତ ସମୟ50 to 70 year old
କାରଣUnknown
ବିପଦ କାରକObesity, smoking, high blood pressure, chronic kidney disease, dialysis, polycystic kidney disease, sickle cell disease, kidney stones
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, biopsy
ସଠିକ ରୋଗ ନିର୍ଣ୍ଣୟRenal oncocytoma, angiomyolipoma, metastases, lymphoma, abscess, renal infarct
ଚିକିତ୍ସାSurgery, radiation therapy, chemotherapy, immunotherapy, targeted therapy, arterial embolization
PrognosisFive-year survival 90% to 5% depending on stage

ବୃକ୍‌କୀୟ ଜୀବକୋଷ କର୍କଟ ( RCC ) ହେଉଛି ଏକ ପ୍ରକାର ବୃକ୍‌କ କର୍କଟ ଯାହା ବୃକ୍‌କରେ ଥିବା ଟ୍ୟୁବୁଲରୁ ଉତ୍ପନ୍ନ ହୁଏ | ରକ୍ତମେହ, ଉଦର ପାର୍ଶ୍ୱ ଯନ୍ତ୍ରଣା, ଉଦରରେ ପିଣ୍ଡୁଲା ଏବଂ ଓଜନ ହ୍ରାସ ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । ଏହା ଲସିକା ଗ୍ରନ୍ଥି, ଫୁସଫୁସ, ଏହା ଯକୃତ, ମସ୍ତିଷ୍କ, ଫୁସଫୁସ, ଲସିକା ଗ୍ରନ୍ଥି କିମ୍ବା ହାଡ଼କୁ ବ୍ୟାପିପାରେ। ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ କ୍ୟାଲସିୟମ, ଅଧିକ ଲୋହିତ ରକ୍ତ କଣିକା, ଆମିଲଏଡୋସିସ ଓ ଯକୃତର କାର୍ଯ୍ୟହାନୀ ହୋଇପାରେ।

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | ମେଦ ବହୁଳତା, ଧୂମପାନ, ଉଚ୍ଚ ରକ୍ତଚାପ, କ୍ରନିକ୍ ବୃକ୍‌କ ରୋଗ, ଡାଏଲିସିସ, ପଲିସିଷ୍ଟିକ ବୃକ୍‌କ ରୋଗ, ସିକ୍ଲ ସେଲ୍ ରୋଗ, କେତେକ ରାସାୟନିକ ପଦାର୍ଥର ସଂସ୍ପର୍ଶଏବଂ ବୃକ୍‌କ ପଥର ରୋଗ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ । ଏହା ଭନ ହିପ୍ପେଲ-ଲୋଣ୍ଡୋ ସିଣ୍ଡ୍ରୋମ ଏବଂ ବିର୍ଟ-ହଗ-ଡ୍ୟୁବ ସିଣ୍ଡ୍ରୋମ ଭଳି ଅନେକ ଜେନେଟିକ୍ ଅବସ୍ଥା ସହିତ ଜଡ଼ିତ ଥାଏ | ସାଧାରଣତଃ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।

ଏହି କର୍କଟ ରୋଗର ପର୍ଯ୍ୟାୟ ଉପରେ ଚିକିତ୍ସା ନିର୍ଭର କରେ | ଅସ୍ତ୍ରୋପଚାର କରି ଆଂଶିକ ବା ସମ୍ପୁର୍ଣ୍ଣ ବିଦାୟ କରିବା ହେଉଛି ଚିକିତ୍ସାର ଏକ ମୁଖ୍ୟ ଅଂଗ | ଅନ୍ୟାନ୍ୟ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି, ଇମ୍ମ୍ୟୁନୋଥେରାପି, ଟାର୍ଗେଟେଡ ଥେରାପି ବା ଧମନୀ ଏମ୍ବୋଲାଇଜେସନ କରାଯାଏ । ଏହାର ପର୍ଯ୍ୟାୟ ଉପରେ ନିର୍ଭର କରି ପାଞ୍ଚ ବର୍ଷ ବଞ୍ଚିବା ହାର ୯୦%ରୁ ୫% ମଧ୍ୟରେ ବଦଳିଥାଏ |

ସନ ୨୦୧୮ ମସିହାରେ ବିଶ୍ୱରେ ୩୬୩,୦୦୦ରୁ ଅଧିକ ଲୋକ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ୭୪,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ପୁରୁଷଙ୍କ ଅପେକ୍ଷା ମହିଳଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । ସର୍ବାଧିକ ସାଧାରଣ ବୟସ ୫୦ରୁ ୭୦ ମଧ୍ୟରେ ଥାଏ । ଏହା ବୃକ୍‌କ କର୍କଟର ୯୦% ହୋଇଥାଏ ଓ ୟୁରୋଥେଲିଆଲ କର୍କଟ ଏହାର ପରବର୍ତ୍ତୀ ସର୍ବାଧିକ ସାଧାରଣତ ରୋଗ ହୋଇଥାଏ । ବୃକ୍‌କ କର୍କଟର ପ୍ରଥମ ବର୍ଣ୍ଣନା ୧୬୧୩ରେ ଡାନିଏଲ ସେନ୍ନେର୍ଟ କରିଥିଲେ ଓ ୧୮୧୦ ମସିହାରେ ମିରିଲ ପ୍ରଥମ ବୃକକ୍ କୋଷ କର୍କଟ ବର୍ଣ୍ଣନା କରିଥିଲେ |  

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୩ (ସଂଖ୍ୟା)ମାଲେସିଆଗଣିତସମୀର ରଞ୍ଜନ ଦାଶଉପେନ୍ଦ୍ର ଭଞ୍ଜକଳାପାହାଡ଼ଦସ୍ତାଭାରତର ଜାତୀୟ ପତାକାସେପ୍ଟେମ୍ବରଓଡ଼ିଆ ନାରୀ କବି ମାନଙ୍କ ତାଲିକାଅନୁଭବ ମହାନ୍ତିରାଜେନ୍ଦ୍ର କିଶୋର ପଣ୍ଡାଶୈଳବାଳା ଦାସ୧ (ସଂଖ୍ୟା)ବାଘଉତ୍କଳ ଦୀପିକାଗ୍ରାମ ବିକାଶଡାଉନ ସିଣ୍ଡ୍ରୋମମାସଜଗନ୍ନାଥଜ୍ଞାନକୋଷଗଣେଶ୧ମ ଲୋକ ସଭାଗଜ ଉଦ୍ଧାରଣ ବେଶପ୍ରଧାନ ପୃଷ୍ଠାରାସାୟନିକ ମୌଳିକନମ୍ରତା ଦାସଯୌନ ସମ୍ଭୋଗତନ୍ତଓଡ଼ିଆ ଭାଗବତମହୁ ଚାଷସିପାହୀ ବିଦ୍ରୋହ୨୦୧୯ ଭାରତୀୟ ସାଧାରଣ ନିର୍ବାଚନଓଡ଼ିଶାର ପର୍ବପର୍ବାଣିଏକଲବ୍ୟ ପୁରସ୍କାରବିଷ୍ଣୁମଧୁସୂଦନ ରାଓବେଲାଋଷ୧୬୮୦ଯଶୋଧାରା ମିଶ୍ରକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧାନଧନିଷ୍ଠା (ନକ୍ଷତ୍ର)ସ୍ନେହସାରଆଷ୍ଟାଟାଇନମୌଳିକ ସଂଖ୍ୟାକଟକ ଚଣ୍ଡୀ ମନ୍ଦିରଗଙ୍ଗବଂଶଆମ୍ବଭଗବାନ କହଁରଶୈଳଭାମା ମହାପାତ୍ରପ୍ଲୀହାମୋହିନୀ ଏକାଦଶୀଓଡ଼ିଆ ରାମାୟଣଶାନ୍ତନୁ କୁମାର ଆଚାର୍ଯ୍ୟସ୍କନ୍ଦ ପୁରାଣନୀଳିମା ଆଜୀମଜଗନ୍ନାଥଙ୍କ ବେଶକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଡଙ୍ଗାଉଇକିମିଡ଼ିଆ ମୁଭମେଣ୍ଟବୈଷ୍ଣବ ପାଣିପଞ୍ଚାୟତ ରାଜଦ୍ରୌପଦୀ ମୁର୍ମୁରାମ ନବମୀପ୍ରଦୀପ ଦାଶକାନ୍ଦଣା ଗୀତଲକ୍ଷ୍ମୀକାନ୍ତ ମହାପାତ୍ରଔଷଧୀୟ ଗଛଲତାମାନଙ୍କର ତାଲିକାହନୁମାନ ଚାଳିଶାଫ୍ରୋଭାଟ୍ରିପଟାନଭଣ୍ଡ ଗଣେଶ🡆 More