ବିଶ୍ୱନାଥ କବିରାଜ

ବିଶ୍ୱନାଥ କବିରାଜ, ତାଙ୍କର ସୁନ୍ଦର ରଚନା ସାହିତ୍ୟ ଦର୍ପଣ ନିମନ୍ତେ ଚାରିଆଡ଼େ ବିଖ୍ୟାତ ଥିଲେ, ଓ ସେ ଜଣେ ଅତ୍ୟନ୍ତ ସଫଳ କବି, ବିଦ୍ୱାନ ଓ ବାକ୍‌ପଟୁ ଥିଲେ ଯିଏ କଳିଙ୍ଗ (ଭାରତ) (ଆଧୁନିକ ଓଡ଼ିଶା)ର ଦୁଇ ଲଗାଏତ ରାଜା ନରସିଂହ ଦେବ ୪ ଓ ରାଜା ନିଶଙ୍କ ଭାନୁଦେବ ୪ ଅମଳରେ ସାହିତ୍ୟରେ ଶୀର୍ଷକୁ ଉଠିଥିଲେ ଓ ଜନ୍ମ, ମୃତ୍ୟୁ ସମୟ ଜଣା ନ ଥିବାରୁ ସେହି ସମୟକୁ (୧୩୭୮ରୁ ୧୪୩୪ ମସିହା) ତାଙ୍କରି ସମୟ ଭାବେ ନିଆଯାଇଛି ।

ପାରିବାରିକ ଇତିହାସ

ବିଶ୍ୱନାଥ ଏକ ଉଲ୍ଲେଖନୀୟ କବି ଓ ବିଦ୍ୱାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜେଜେ ନାରାୟଣ ଦାସ, କଳିଙ୍ଗର ବିଖ୍ୟାତ କବି ଜୟଦେବ (ସନ୧୨୦୦) ରଚିତ ଗୀତଗୋବିନ୍ଦ ଉପରେ ଏକ ଟିପ୍ପଣୀ ଲେଖିଥିଲେ । ନାରାୟଣ ଦାସଙ୍କ ଭାଇ ଚଣ୍ଡିଦାସ ମଧ୍ୟ ମମତାଙ୍କଦ୍ୱାରା ରଚିତ କାବ୍ୟପ୍ରକାଶ ନାମକ ଏକ କୃତି ଉପରେ ଟିପ୍ପଣୀ ଦେଇତିଲେ । ବିଶ୍ୱନାଥଙ୍କ ପିତା ଚନ୍ଦ୍ରଶେଖର ମଧ୍ୟ କିଛି କବିତା ଲେଖିଥିଲେ ।

ଉଭୟ ବିଶ୍ୱନାଥ ଓ ତାଙ୍କ ପିତାଙ୍କୁ କଳିଙ୍ଗ ରାଜାଙ୍କ ଦରବାରରେ (ସନ୍ଧିବିଗ୍ରହିକ ମହାପାତ୍ର) ଉପାଧି ଦିଆଯାଇଥିଲା ।

ବିଶ୍ୱନାଥଙ୍କ ପୁତ୍ର ଅନନ୍ତ ଦାସ ମଧ୍ୟ ସାହିତ୍ୟ ଦର୍ପଣ ବ‌ହି ଉପରେ ଟିପ୍ପଣୀ ଲେଖିଥିଲେ ।

ବିଶ୍ୱନାଥଙ୍କ କୃତି

ବିଶ୍ୱନାଥ ଭାଷାର ବିଭିନ୍ନ ଶାଖା- କବିତା, ଗଦ୍ୟ, ନାଟକ ଓ ସମାଲୋଚନା ଆଦିରେ ଅନନ୍ୟ ଓ ପ୍ରଭୁତ ଭାବରେ ଲେଖିପାରୁଥିଲେ । ସେ ସଂସ୍କୃତ ଓ ପ୍ରାକୃତ ଭାଷାରେ ସ‌ହଜରେ ଲେଖି ପାରୁଥିଲେ । ତାଙ୍କର ଗୋଟିଏ ରଚନା ପ୍ରଶାନ୍ତି ରତ୍ନାବଳୀକୁ ସେ ୧୬ଟି ଭାଷାରେ ଲେଖିଥିଲେ ।

ତାଙ୍କଦ୍ୱାରା ଲିଖିତ ବିଷୟମାନ:- ଚନ୍ଦ୍ରକଳା ନାଟିକା (ଏକାଙ୍କିକା), ପ୍ରଭାବତୀ ପରିଣୟ (ନାଟକ), ରାଘବ ବିଳାସ (ଦୀର୍ଘ କବିତା), ରାଘବ ବିଳାପ (କବିତା), କୁବଳୟସ୍ୱ ଚରିତ (କବିତା ପ୍ରାକୃତରେ), ପ୍ରଶାନ୍ତି ରତ୍ନାବଳୀ (୧୬ଟି ଭାଷାରେ କବିତା), ନରସିଂହ ବିଜୟ (କବିତା), ସାହିତ୍ୟ ଦର୍ପଣ, କାବ୍ୟପ୍ରକାଶ ଦର୍ପଣ (ସମାଲୋଚନା), କଂସବଧ (କବିତା), ଓ ଲକ୍ଷ୍ମୀସ୍ତବ (କବିତା) ଇତ୍ୟାଦି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାର୍ଚ୍ଚଶ୍ରବଣା (ନକ୍ଷତ୍ର)ତ୍ରିପୁରା ମିଶ୍ରପ୍ରେମଖଞ୍ଜଣିଭୀମ ଭୋଇମୟୂରସ୍ତନଭୀମ ପୃଷ୍ଟିଦଣ୍ଡ ନାଟରାମାବତାରମ୍ବଳରାମ ଦାସଗୋପାଳ ଛୋଟରାୟପକୋଡ଼ାବନ୍ଦେ ଉତ୍କଳ ଜନନୀଭଗବତ ଗୀତାହେମନ୍ତ କୁମାର ଦାସସରସ୍ୱତୀ ସମ୍ମାନଅଣ୍ଡାଇଣ୍ଟରନେଟୟୁ ଟ୍ୟୁବବିଜୁ ଜନତା ଦଳସୋନାଲ ମାନସିଂହଦାସିଆ ବାଉରୀଆଇଡେଲାଲିସିବଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୯୮୪ବୁଧମୌଳିକ ସଂଖ୍ୟାପଥ ଓ ପୃଥିବୀଗୁରୁପ୍ରସାଦ ମହାନ୍ତିବିସ୍ଥାପିତ କାନ୍ଧ ଗଣ୍ଠିଫୋସିନୋପ୍ରିଲସିଦ୍ଧାନ୍ତ ମହାପାତ୍ରକାଶୀ ବିଶ୍ୱନାଥ ମନ୍ଦିରସାରଳା ଦାସଭଦ୍ରକପାଇକ ଆଖଡ଼ାଇଣ୍ଡିଆନ ପ୍ରିମିଅର ଲିଗସ୍ଥୌଲ୍ୟତାପଙ୍କଜ ଉଧାସବିଜୟ ଶଙ୍କର ଦାସକିଶୋରୀ ଚରଣ ଦାସଅପରେଟିଙ୍ଗ ସିଷ୍ଟମଗାଲୁଆବସନ୍ତ କୁମାର ଶତପଥୀବୌଦ୍ଧ ଧର୍ମନାରାୟଣ ସାହୁଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶାରଳା ପୁରସ୍କାରଜ୍ଞାନକୋଷପଠାଣି ସାମନ୍ତପଲଉବର୍ଷାଫେବୃଆରୀ ୨୮ମହୁଚିଲିକା ହ୍ରଦଦାଶରଥି ଦାସଅଲାରନାଥ ମନ୍ଦିରହରେକୃଷ୍ଣ ମହତାବପ୍ଲୁଟୋଢେଙ୍କାନାଳଶେର ଶାହ ସୁରୀବିନୋଦ ଚନ୍ଦ୍ର ନାୟକବାଇଶି ପାହାଚପରୀକ୍ଷାଟ୍ରାପିଜିଅମଉଇକିପିଡ଼ିଆବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଷ୍ଠକାଠିନ୍ୟଅନନ୍ତ ପଟ୍ଟନାୟକମାଲକାନଗିରି ଜିଲ୍ଲାପିଙ୍କି ପ୍ରଧାନ🡆 More