ନେତ୍ରାବରଣ ପ୍ରଦାହ

ନେତ୍ରାବରଣ ପ୍ରଦାହ, ଇଂରାଜୀ ଭାଷାରେ କଞ୍ଜକ୍ଟିଭାଇଟିସ୍ (Conjunctivitis), ଅନ୍ୟ ନାମ ପିଙ୍କ ଚକ୍ଷୁ (pink eye), ଏକ ପ୍ରଦାହ ଯାହା ଚକ୍ଷୁ ପତାର ଭିତର ସ୍ତର ଓ ଧଳା ଡୋଳାର ବାହ୍ୟ ସ୍ତରକୁ ଆକ୍ରମଣ କରିଥାଏ । ଏହା ହେବାଦ୍ୱାର ଆଖି ପିଙ୍କ ବା ଲାଲ୍ ଦେଖାଯାଏ । ଆଖିରେ ଯନ୍ତ୍ରଣା, ଜଳାପୋଡ଼ା, ରାମ୍ପୁଡ଼ା ଓ ଗଲୁ ଅନୁଭବ ହୁଏ । ପ୍ରଭାବିତ ଚକ୍ଷୁରୁ ଅଧିକ ଲୁହ ବୁହେ ଓ ସକାଳେ ଆଖି ପତା ଲାଖିଯାଇ ବନ୍ଦ ହୋଇଥାଏ । ଆଖିର ଧଳା ଅଂଶ ଫୁଲିଯାଏ । ଆଲର୍ଜି ଯୋଗୁ ହୋଇଥିଲେ ଗଲୁ କରେ । ଏହି ରୋଗ ଏକ ବା ଉଭୟ ଆଖିକୁ ଆକ୍ରମଣ କରିପାରେ ।

ନେତ୍ରାବରଣ ପ୍ରଦାହ
ନେତ୍ରାବରଣ ପ୍ରଦାହ
ଭୁତାଣୁଦ୍ୱାର ନେତ୍ରାବରଣ ପ୍ରଦାହ ହୋଇଥିବା ଏକ ଚକ୍ଷୁ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H10.
ଆଇସିଡ଼ି-୯-ସିଏମ୍372.0
ରୋଗ ଡାଟାବେସ3067
ମେଡ଼ିସିନ-ପ୍ଲସ001010
ଇ-ମେଡ଼ିସିନemerg/110
Patient UKନେତ୍ରାବରଣ ପ୍ରଦାହ
MeSHD003231

ସଂକ୍ରମଣର ସର୍ବାଧିକ କାରଣମାନଙ୍କ ମଧ୍ୟରୁ ଭୁତାଣୁ ପ୍ରଥମ ଓ ତା'ପରେ ଜୀବାଣୁ ସଂକ୍ରମଣ । ଭୁତାଣୁ ସଂକ୍ରମଣରେ ଶର୍ଦ୍ଦିର ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଭୁତାଣୁ ଓ ଜୀବାଣୁ ସ‌ହଜରେ ଚାରିଆଡ଼େ ବ୍ୟାପିପାରେ । ପଶୁ ଲୋମ ଓ ପଲେନ ଆଲର୍ଜି ମଧ୍ୟ ହୋଇପାରେ । ଚିହ୍ନ ଓ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ବେଳବେଳେ ଆଖିରୁ ବାହାରୁଥିବା ଲୁହକୁ କଲ୍‌ଚର୍ ନିମନ୍ତେ ପଠାଯାଇପାରେ ।

ହାତଧୁଆଦ୍ୱାରା ନେତ୍ରାବରଣ ପ୍ରଦାହର ଆଂଶିକ ଭାବରେ ପ୍ରତିଷେଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହି ରୋଗର ଚିକିତ୍ସା ନିର୍ଭର କରେ । ଭୁତାଣୁ ସଂକ୍ରମଣର ଅଧିକାଂଶ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଅଧିକାଂଶ ଜୀବାଣୁ ଜନିତ ସଂକ୍ରମଣ ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯାଏ କିନ୍ତୁ ଆଣ୍ଟିବାୟୋଟିକ ଦେବାଦ୍ୱାରା ରୋଗ ସମୟ କମିଯାଏ । କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କରୁଥିବା ଲୋକ, ଗନୋରିଆ ଓ କ୍ଲାମିଡିଆ ସଂକ୍ରମଣ ଥିଲେ କାରଣ ଅନୁସାରେ ଉପ‌ଯୁକ୍ତ ଚିକିତ୍ସା କରାଯାଏ । ଆଲର୍ଜି ଥିଲେ ଆଣ୍ଟିହିସ୍ଟାମିନ ବା ମାସ୍ଟ ସେଲ ଇନହିବିଟର ଡ୍ରପ ଆଖିରେ ପକାଯାଏ

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୩ରୁ ୬ ନିୟୁତ ଲୋକଙ୍କର ନେତ୍ରାବରଣ ପ୍ରଦାହ ହୁଏ । ବଡ଼ ମଣିଷଙ୍କର ଅଧିକ ଭୁତାଣୁ ସଂକ୍ରମଣ ଓ ପିଲାଙ୍କର ଅଧିକ ଜୀବାଣୁ ସଂକ୍ରମଣ ହୁଏ । ସ୍ୱାଭାବିକ ଭାବରେ ଏକ ବା ଦୁଇ ସପ୍ତାହ ମଧ୍ୟରେ ଏହି ରୋଗ ଭଲ ହୋଇଯାଏ । ଯଦି ଏକ ସପ୍ତାହ ମଧ୍ୟରେ କିଛି ସୁଫଳ ମିଳେନି, ଦୃଷ୍ଟିହାନୀ, ଯନ୍ତ୍ରଣା ଲାଗିରହିଥାଏ, ଆଲୋକ ସମ୍ବେଦନ ବା ହର୍ପିସ ଲକ୍ଷଣ ଜଣାଯାଏ ତେବେ ଅଧିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଆବଶ୍ୟକ ହୁଏ । ନବଜାତ ଶିଶୁର ଏହି ପ୍ରଦାହକୁ ନିଓନାଟାଲ ନେତ୍ରାବରଣ ପ୍ରଦାହ କୁହାଯାଏ ଓ ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ।

ଆଧାର

Tags:

ଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

୧୪୯୯ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାବୈକୁଣ୍ଠନାଥ ପଟ୍ଟନାୟକବିଜ୍ଞାନ କାହାଣୀବଳଭଦ୍ର ମାଝୀ୧୬୨୫ଅଂଶୁପା ହ୍ରଦବିଜ୍ଞାନହାତପ୍ଲାଟିନମସ୍ୱଚ୍ଛ ଭାରତ ଅଭିଯାନନନ୍ଦ କିଶୋର ବଳowc63ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବଲାଙ୍ଗୀରନବରାତ୍ରୀ୧୬ ମାର୍ଚ୍ଚପ୍ଲାଟିପସଶାନ୍ତନୁ କୁମାର ଆଚାର୍ଯ୍ୟଅମାବାସ୍ୟାର ଚନ୍ଦ୍ର୧୬୯୫ବିଜୁ ପଟ୍ଟନାୟକଜୟନ୍ତ ମହାପାତ୍ରଜାନକୀ ବଲ୍ଲଭ ପଟ୍ଟନାୟକଭାରତ-ଚୀନ ସୀମା ବିବାଦବଣ୍ଡ (ଅର୍ଥ)କୁନ୍ତଳା କୁମାରୀ ସାବତରାଜେନ୍ଦ୍ର କିଶୋର ପଣ୍ଡାସରସ୍ୱତୀ୧୬ଶ ଓଡ଼ିଶା ବିଧାନ ସଭାମଧୁସୂଦନ ଦାସକୋଣାର୍କଭାରତୀୟ ଡାକ ସେବା୧୫୭୯ବ୍ରତୋପନୟନସିଷ୍ଟର ଶ୍ରୀଦେବୀଅମୃତ ଫଳଉମେଶଚନ୍ଦ୍ର ସରକାରରତି ରଞ୍ଜନ ମିଶ୍ରଜଗନ୍ନାଥ ମନ୍ଦିରଲିଙ୍ଗରାଜ ମନ୍ଦିରଇଣ୍ଡୋନେସିଆଅଭିମନ୍ୟୁ ସାମନ୍ତସିଂହାରୟୁ ଟ୍ୟୁବ୨୭ ମାର୍ଚ୍ଚଭିଏତନାମ୨୨ ମାର୍ଚ୍ଚଯମେଶ୍ୱର ମିଶ୍ର୪ ମାର୍ଚ୍ଚକଳ୍ପନା ଚାୱଲାନମିତା ଅଗ୍ରୱାଲଜବାହରଲାଲ ନେହେରୁଗଣିତ୧୪୦୧ବ୍ରାଉଜରକୋଇଲି ଚଉତିଶାଓଡ଼ିଶାର ସାଂସଦ ମାନଙ୍କର ତାଲିକାପରିସଂଖ୍ୟାନତୁଳସୀ ଚଉରାନବୀନ ପଟ୍ଟନାୟକବିନି ଅରୋଡ଼ାଓଡ଼ିଆ ଭାଗବତପାଇଥନ୍ (ପ୍ରୋଗ୍ରାମିଂ ଭାଷା)ବ୍ରାହ୍ମ ସମାଜବ୍ରହ୍ମୋତ୍ରୀ ମହାନ୍ତିନେଲସନ ମଣ୍ଡେଲାପ୍ରଥମ ବିଶ୍ୱଯୁଦ୍ଧକ୍ରିଏଟିଭ କମନ୍ସ🡆 More