ଉଷାକୋଠି ଅଭୟାରଣ୍ୟ

ବଡ଼ରମା ଅଭୟାରଣ୍ୟ ('ଉଷାକୋଠି' ଅଭୟାରଣ୍ୟ ନାମରେ ମଧ୍ୟ ଜଣା) ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ଅଭୟାରଣ୍ୟ । ଏହି ଅଭୟାରଣ୍ୟ ଦେଇ ଦୁଇଟି ନଦୀ ବରଧା ଆଉ ପେଙ୍ଗାନା ନଦୀ ପ୍ରବାହିତ ହୋଇଛି ।

ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ
ଉଷାକୋଠି
Map showing the location of ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ.
Map showing the location of ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରସମ୍ବଲପୁର
ଦିଗବାରେଣି21°29′N 84°17′E / 21.483°N 84.283°E / 21.483; 84.283
କ୍ଷେତ୍ରଫଳ୩୦୪.୦୩ ବର୍ଗ କି.ମି.
ସ୍ଥାପିତ୧୭ ଡିସେମ୍ବର ୧୯୮୭
ପରିଚାଳନାଜଙ୍ଗଲ ବିଭାଗ, ଓଡ଼ିଶା ସରକାର

ଅବସ୍ଥିତି ଓ ଆୟତନ

ବଡ଼ରମା ଅଭୟାରଣ୍ୟ ସମ୍ବଲପୁର ସହରରୁ ୬ ନମ୍ବର ଜାତୀୟ ରାଜପଥରେ ୪୫ କିଲୋମିଟର ଦୂରରେ ଅବସ୍ଥିତ । ଏହା ରାଉରକେଲାଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ଏହାର ଏକ ପାର୍ଶ୍ୱରେ ହୀରାକୁଦ ଜଳଭଣ୍ଡାର ଓ ଅନ୍ୟ ପାର୍ଶ୍ୱରେ ଘଞ୍ଚ ଅରଣ୍ୟଦ୍ୱାରା ପରିବେଷ୍ଟିତ ଏକ ପର୍ଯ୍ୟଟନ ସ୍ଥଳ ରହିଛି । ବଡ଼ରମା ଅଭୟାରଣ୍ୟର ଆୟତନ ୩୦୪.୦୩ ବର୍ଗ କିଲୋମିଟର । ସେଥିମଧ୍ୟରୁ ଉଷାକୋଠି ସଂରକ୍ଷିତ ଜଙ୍ଗଲ ୨୦୦.୬୮ ବର୍ଗ କି.ମି., ବଡ଼ରମା ସଂରକ୍ଷିତ ଜଙ୍ଗଲ ୫୭.୯୭ ବର୍ଗ କି.ମି, ବିଞ୍ଝାପାଲି ସରକ୍ଷିତ ଜଙ୍ଗଲ ୧୬.୭୩ ବର୍ଗ କି.ମି. ଓ ଅନ୍ୟାନ୍ୟ ୨୮.୬୫ ବର୍ଗ କି.ମି. ଅଟେ ।

ଗମନାଗମନ

ଉଷାକୋଠିକୁ ସମ୍ବଲପୁର ସହର ଦେଇ ଜାତୀୟ ରାଜପଥରେ ଅଥବା ଝାରସୁଗୁଡ଼ାରୁ ରାଜ୍ୟ ରାଜପଥ ଦେଇ ଯିବାର ସୁବିଧା ରହିଛି ।

ଜୈବ ବିବିଧତା

ଉଦ୍ଭିଦ

ବଡ଼ରମା ଅଭୟାରଣ୍ୟରେ ମୂଲ୍ୟବାନ ଚନ୍ଦନ ଗଛ ସହ ଅର୍ଜୁନ, ନିମ୍ବ, ଶାଳ, ପିଆଶାଳ, ଆକାଶିଆ ପରି ବୃକ୍ଷ ସମୂହ ବହୁପରିମାଣରେ ଭରି ରହିଛି । ଏହା ବ୍ୟତୀତ ହୀରାକୁଦ ଜଳଭଣ୍ଡାର ନିକଟରେ ବାଲୁକା ତୁଠ ସହ କିଛି ଅରଣ୍ୟ ମଧ୍ୟ ରହିଛି ।

ପ୍ରାଣୀ

ବଡ଼ରମା ଅଭୟାରଣ୍ୟରେ ମୁଖ୍ୟତଃ କାଲରା-ପତରିଆ ବାଘ, ରୟାଲ ବେଙ୍ଗଲ୍ ବାଘ, ଜଙ୍ଗଲୀ ହାତୀ ରହନ୍ତି । ଶେଷ ଆକଳନ ଅନୁସାରେ ସେଠାରେ ୩୭ଟି ହାତୀ ଥିବାର ଜଣାଯାଏ । ଏହା ବ୍ୟତୀତ ଉଷାକୋଠିରେ ନୀଳଗାଇ, ଚିତଳ, ବାଇସନ, କୋକିଶିଆଳି, ହରିଣ, ଉଡନ୍ତା ନେଉଳ ଓ ଗୋଧି ଦେଖାଯାଆନ୍ତି । କେତେକ ଭାଲୁ ମଧ୍ୟ ଏହି ଅଭୟାରଣ୍ୟରେ ରହିଛନ୍ତି । ଶୀତଋତୁରେ ବିଦେଶାଗତ ପକ୍ଷୀସବୁ ମଧ୍ୟ ଏଥିରେ ଥିବା ଜଳାଶୟ ନିକଟସ୍ଥ ଅରଣ୍ୟକୁ ଆସିଥାନ୍ତି ।

ସଫାରି

ରାତିରେ ଏଠାରେ ଥିବା ଜିପରେ ଅରଣ୍ୟ ଭିତରକୁ ଯାଇ ଜୀବଜନ୍ତୁମାନଙ୍କୁ ଦେଖିବାର ସୁବିଧା ରହିଛି । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପଟ ଲାଇଟ, ଗାଇଡ଼ ଆଦିର ସୁବିଧା ରହିଛି । ଅଭୟାରଣ୍ୟରେ ଫଟୋ ଉଠେଇବା ମନା କରାଯାଇଥାଏ । ନିରାପଦରେ ରାତିରେ ଜନ୍ତୁମାନଙ୍କୁ ଦେଖିବା ପାଇଁ ଦୁଇଟି ଉଚ୍ଚ ଟାୱାର ମଧ୍ୟ ରହିଛି ।

ପର୍ଯ୍ୟଟନ ସମୟ

ଅକ୍ଟୋବରରୁ ଅପ୍ରେଲ ପର୍ଯ୍ୟନ୍ତ ଏହି ଅଭୟାରଣ୍ୟରେ ଭ୍ରମଣ ପାଇଁ ଉପଯୁକ୍ତ ସମୟ । ଗ୍ରୀଷ୍ମଋତୁରେ ପ୍ରବଳ ଗରମ ହେତୁ ବଡ଼ରମାରେ ଜୀବଜନ୍ତୁଙ୍କୁ ଦେଖିବା ସହଜ ହୁଏ ନାହିଁ ।

ଆଧାର

ଅଧିକ ତଥ୍ୟ

Tags:

ଉଷାକୋଠି ଅଭୟାରଣ୍ୟ ଅବସ୍ଥିତି ଓ ଆୟତନଉଷାକୋଠି ଅଭୟାରଣ୍ୟ ଗମନାଗମନଉଷାକୋଠି ଅଭୟାରଣ୍ୟ ଜୈବ ବିବିଧତାଉଷାକୋଠି ଅଭୟାରଣ୍ୟ ସଫାରିଉଷାକୋଠି ଅଭୟାରଣ୍ୟ ପର୍ଯ୍ୟଟନ ସମୟଉଷାକୋଠି ଅଭୟାରଣ୍ୟ ଆଧାରଉଷାକୋଠି ଅଭୟାରଣ୍ୟ ଅଧିକ ତଥ୍ୟଉଷାକୋଠି ଅଭୟାରଣ୍ୟସମ୍ବଲପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଟ୍ରାଲୋକିନୁମାବଭଦ୍ରକବାମାଚରଣ ମିତ୍ରଉତ୍କଳ ସମ୍ମିଳନୀଚିନ୍ତାମଣି ବେହେରାମହମ୍ମଦ ମୋକିମ୍ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଡାକ ମୁନସୀନୟାଗଡ଼ ଜିଲ୍ଲାପ୍ଲୁଟୋଇଣ୍ଡୋନେସିଆପାଇକ ଆଖଡ଼ାଅପରେଟିଙ୍ଗ ସିଷ୍ଟମଲୋକ ସଭାଉଇକିଅଭିଧାନଖିଲିପାନଧରିତ୍ରୀ (ଖବରକାଗଜ)ଗୋପାଳକୃଷ୍ଣ ପଟ୍ଟନାୟକଗୋଲୋକ ବିହାରୀ ଧଳସ୍ୱର ବର୍ଣ୍ଣପୁରୁଷୋତ୍ତମ ଦେବପରୀକ୍ଷାତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଜୟୀରାମ ସାମଲଓଡ଼ିଆ କବି ମାନଙ୍କର ତାଲିକାଆର୍ଯ୍ୟଭଟ୍ଟହେମଲତା ମାନସିଂହଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଭାରତୀୟ ଡାକ ସେବାଉଇକିପିଡ଼ିଆ ସମୂହର ତାଲିକାପାର୍ବତୀକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଷ୍ଟ୍ର ଆମେରିକାଶଙ୍କରାଚାର୍ଯ୍ୟଟୋକିଓକବାଟଗୋପବନ୍ଧୁ ଦାସଓଡ଼ିଆ ଖବରକାଗଜ ତାଲିକାମୟୂରବୀର ସୁରେନ୍ଦ୍ର ସାଏଆରିଷ୍ଟୋଟଲ୭୦୧ଅଖିଳ ମୋହନ ପଟ୍ଟନାୟକଭାରତୀୟ ସମ୍ବିଧାନଉଦ୍ଭିଦବିଶ୍ୱତାପନଲଘିଷ୍ଠ ସାଧାରଣ ଗୁଣିତକକାଶୀ ବିଶ୍ୱନାଥ ମନ୍ଦିରରଥଯାତ୍ରାକଳସା ଚଉତିଶାଜୟ ଜଗନ୍ନାଥଶନିବାରସୌଭାଗ୍ୟ କୁମାର ମିଶ୍ରc3bn4ଭୀମ ପୃଷ୍ଟିଜୁନଲକ୍ଷ୍ମୀ ପୁରାଣଚନ୍ଦ୍ରଶେଖର ନନ୍ଦକୁନ୍ତଳା କୁମାରୀ ସାବତମଙ୍ଗଳୁ ଚରଣ ବିଶ୍ୱାଳଭଦ୍ରକ ଜିଲ୍ଲାଯକୃତଅନ୍ନଦା ଶଙ୍କର ରାୟସୀତାକାନ୍ତ ମହାପାତ୍ରଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ଉଇକିପିଡ଼ିଆସମୟ (କାଳ)ସୁନାବେଶଯୌନ ସମ୍ଭୋଗଦାସିଆ ବାଉରୀ🡆 More