ଉଇଲିୟମ୍ ହେନେରୀ ପର୍କିନ

ଉଇଲିୟମ୍ ହେନେରି ପର୍କିନ୍ (୧୮୩୮- ୧୯୦୭) ୧୮୩୮ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଲଣ୍ଡନଠାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତା 'ଜର୍ଜ ପର୍କିନ୍' ଜଣେ ବଢେ଼ଇଥିଲେ । ସାତ ଭାଇଭଉଣୀ ମଧ୍ୟରେ ଉଇଲିୟମ ପର୍କିନ୍ କନିଷ୍ଠ ଥିଲେ ।

ସାର୍ ଉଇଲିୟମ୍ ହେନେରୀ ପର୍କିନ୍
ଉଇଲିୟମ୍ ହେନେରୀ ପର୍କିନ
ଉଇଲିୟମ୍ ପର୍କିନ୍ (୧୭୩୮-୧୯୦୭)
ଜନ୍ମ(1838-03-12)୧୨ ମାର୍ଚ୍ଚ ୧୮୩୮
ମୃତ୍ୟୁ୧୪ ଜୁଲାଇ ୧୯୦୭(୧୯୦୭-୦୭-୧୪)
ପ୍ରସିଦ୍ଧିAniline dye, mauveine,
Perkin triangle
ପୁରସ୍କାରRoyal Medal, Davy Medal,
Perkin Medal
ବିଜ୍ଞାନୀ ଜୀବନ
କ୍ଷେତ୍ରରସାୟନ ବିଜ୍ଞାନ
ପ୍ରଭାବିତ କରିଥିଲେଅଗଷ୍ଟ ଉଇଲ୍‌ହେଲ୍‌ମ୍ ଭୋନ୍ ହଫ୍‌ମ୍ୟାନ୍‌
(August Wilhelm von Hofmann)

ଗବେଷଣା

୧୫ ବର୍ଷ ବୟସରେ ୧୮୫୩ ମସିହାରେ ସେ ଲଣ୍ଡନର ଇମ୍ପେରିଆଲ କଲେଜରେ ପ୍ରବେଶକଲେ ଏବଂ ସେଠାରେ ବିଶିଷ୍ଟ ରସାୟନ ବିଜ୍ଞାନୀ 'ଅଗଷ୍ଟ ଉଇଲ୍‌ହେଲ୍‌ମ୍ ହଫ୍‌ମ୍ୟାନ୍‌'ଙ୍କ ଅଧୀନରେ ଶିକ୍ଷା ଲାଭ କଲେ । ସେତେବେଳକୁ ରସାୟନ ବିଜ୍ଞାନ ଏତେ ଉନ୍ନତି କରିନଥିଲା । ମ୍ୟାଲେରିଆ ରୋଗର ପ୍ରାକୃତିକ ଔଷଧ କୁଇନାଇନ୍‌ର ମୂଲ୍ୟ ଅଧିକ ହେବା ସଙ୍ଗେ ସଙ୍ଗେ ଏହା ଦୁର୍ଲଭ ଥିଲା । ଏହାକୁ କୃତ୍ରିମ ଉପାୟରେ ସଂଶ୍ଳେଷଣ କରିବା ପାଇଁ ହଫ୍‌ମ୍ୟାନ ଏକ ପରିକଳ୍ପନା (Hypothesis) ପ୍ରକାଶ କରିଥିଲେ । ତାଙ୍କୁ ଗବେଷଣାରେ ପର୍କିନ୍ ସାହାଯ୍ୟ କରୁଥିଲେ । ଇଷ୍ଟର ଛୁଟି ପାଇଁ ହଫ୍‌ମ୍ୟାନ୍ ନିଜ ଦେଶ ଜର୍ମାନୀ ଯାଇଥିବାବେଳେ ପର୍କିନ୍ ନିଜ ଘରେ ଗୋଟିଏ ପରୀକ୍ଷାଗାର ସ୍ଥାପନ କରି କୁଇନାଇନ୍ ଉପରେ ପରୀକ୍ଷା କରୁଥିବାବେଳେ ଆକସ୍ମିକଭାବେ କୃତ୍ରିମ ରଙ୍ଗ ଉଦ୍ଭାବନ କରିଥିଲେ । କୃତ୍ରିମ ରଙ୍ଗ ଉଦ୍ଭାବନ କରି ଖ୍ୟାତି ଓ ଧନ ଲାଭ ପରେ ମଧ୍ୟ ପର୍କିନ୍ ଗବେଷଣାରୁ ଓହରି ଯାଇ ନ ଥିଲେ । ସେ ଜୈବିକ ରସାୟନ ବିଜ୍ଞାନ ଉପରେ ଗବେଷଣା କରି ଅନ୍ୟ କୃତ୍ରିମ ରଙ୍ଗ , କୃତ୍ରିମ ଅତର ଓ ସିନାମିକ୍ ଅମ୍ଳ (Cinnamic acid) ଆବିଷ୍କାର କରିଥିଲେ ।

ପାରିବାରିକ ଜୀବନ

ପର୍କିନ୍ ଦୁଇଥର ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କ ଦୁଇଟି ପୁତ୍ର ଏବଂ ଦ୍ୱିତୀୟ ସ୍ତ୍ରୀଙ୍କର ଗୋଟିଏ ପୁତ୍ର ଓ ଚାରିଟି କନ୍ୟା ଥିଲେ । ତାଙ୍କର ତିନିଜଣ ଯାକ ପୁତ୍ର ରସାୟନ ବିଜ୍ଞାନୀ ଥିଲେ ।

ଖ୍ୟାତି ଓ ପୁରସ୍କାର

ପର୍କିନ୍‌ଙ୍କ କୃତିତ୍ତ୍ୱ ପାଇଁ ସେ ୧୮୬୬ ମସିହାରେ ଲଣ୍ଡନ୍‌ର 'ରୟାଲ ସୋସାଇଟି'କୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ୧୮୭୯ ମସିହାରେ 'ରୟାଲ ପଦକ' ଓ ୧୮୮୯ ମସିହାରେ 'ଡେଭି ପଦକ' ପ୍ରଦାନ କରାଯାଇଥିଲା । ୧୯୦୬ ମସିହାରେ ସେ 'ନାଇଟ ଉପାଧି'ରେ ସମ୍ମାନିତ ହୋଇଥିଲେ ଏବଂ ସେହିବର୍ଷ ମଧ୍ୟ ସେ "ପର୍କିନ୍ ପଦକ' ଲାଭ କରିଥିଲେ । ୧୯୦୭ ମସିହା ଜୁଲାଇ ମାସ ୧୪ ତାରିଖରେ ସେ ମୃତ୍ୟୁବରଣ କଲେ ।

ଟୀକା

ଆଧାର

  • ସ୍ୱାଇଁ, ମାୟାଧର (୨୦୧୩). "ଉଇଲିୟମ୍ ହେନେରୀ ପର୍କିନ" (PDF). ବିଜ୍ଞାନ ଦିଗନ୍ତ. ୨ୟ ସଙ୍ଖ୍ୟା (୨୦ଶ ବର୍ଷ): ପୃ-୧୩. [permanent dead link]

ବାହାର ଲିଙ୍କ

Tags:

ଉଇଲିୟମ୍ ହେନେରୀ ପର୍କିନ ଗବେଷଣାଉଇଲିୟମ୍ ହେନେରୀ ପର୍କିନ ପାରିବାରିକ ଜୀବନଉଇଲିୟମ୍ ହେନେରୀ ପର୍କିନ ଖ୍ୟାତି ଓ ପୁରସ୍କାରଉଇଲିୟମ୍ ହେନେରୀ ପର୍କିନ ଟୀକାଉଇଲିୟମ୍ ହେନେରୀ ପର୍କିନ ଆଧାରଉଇଲିୟମ୍ ହେନେରୀ ପର୍କିନ ବାହାର ଲିଙ୍କଉଇଲିୟମ୍ ହେନେରୀ ପର୍କିନଲଣ୍ଡନ

🔥 Trending searches on Wiki ଓଡ଼ିଆ:

୧୦ ମାର୍ଚ୍ଚଅକ୍ଷୟ ତୃତୀୟାଜ୍ଞାନମଣ୍ଡଳମହେନ୍ଦ୍ର ସିଂହ ଧୋନିଦ୍ରୌପଦୀ ମୁର୍ମୁରାଷ୍ଟ୍ରୀୟ ପେନସନ ପ୍ରଣାଳୀଆମ୍ବଓଡ଼ିଆ ରାମାୟଣହରେକୃଷ୍ଣ ମହତାବରାମକୃଷ୍ଣ ମଠଗଣେଶ ପୂଜାଅଂଶୁଘାତମାୟାଧର ମାନସିଂହମୟୂରଭଞ୍ଜ ଜିଲ୍ଲାକ୍ୟୁ. ଆର. କୋଡ଼ନଅଙ୍କ ଦୁର୍ଭିକ୍ଷ୭ ଅଗଷ୍ଟମାରୀଚଭୀମ ଭୋଇପାକ୍ରିଟିନିବଆଦିଶଙ୍କରରକ୍ତଓଡ଼ିଆ ସାହିତ୍ୟପୂରଣବାଚକ ସଂଖ୍ୟାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଇଣ୍ଟରନେଟଭୂମିକମ୍ପକୋଣାର୍କ ସୂର୍ଯ୍ୟ ମନ୍ଦିରମହାଶ୍ୱେତା ରାୟକଳିଙ୍ଗଉତ୍ତମ ମହାନ୍ତିଫାଇଲେରିଆଉତ୍ତରାଷାଢ଼ା (ନକ୍ଷତ୍ର)ଗୋବିନ୍ଦ ଚନ୍ଦ୍ର ଦାସସମୟ (କାଳ)ଚବିଶ ଗୁରୁଧରିତ୍ରୀହାଡ଼ଫୁଟିଭଗବାନ କହଁରଯୌଥ ପରିବାରଚୀନ୨୧ଅନୁଭବ ମହାନ୍ତିଅପରେଟିଙ୍ଗ ସିଷ୍ଟମବୃହସ୍ପତିଉପନିଷଦଉତ୍ତର ଭାଦ୍ରପଦ (ନକ୍ଷତ୍ର)ବଲାଙ୍ଗୀର ଜିଲ୍ଲାମଧୁସୂଦନ ଦାସଗଣନ ସଂଖ୍ୟାବରଗଛସୀସାଶ୍ରୀକ୍ଷେତ୍ର ଦେବାଦେବୀପ୍ରତିଭା ରାୟଅଟଳ ପେନସନ ଯୋଜନାଉଇକିପିଡ଼ିଆବିଭୂତି ପଟ୍ଟନାୟକମଘା (ନକ୍ଷତ୍ର)୧୦ ଜୁନଜଳଲିନକ୍ସମନମୋହନ ସାମଲଓଡ଼ିଶାର ଲୋକନୃତ୍ୟସମ୍ବଲପୁର ଜିଲ୍ଲାଇନ୍ଦ୍ରାଣୀ ପଟ୍ଟନାୟକଓଡ଼ିଆ ଭାଷା ଆନ୍ଦୋଳନଗାୟତ୍ରୀ ସରାଫଜାପାନୀ ଭାଷାଓଡ଼ିଆ ଭାଷାଯୌନ ସମ୍ଭୋଗଚକ୍ରଧର ବେହେରାBhubaneswarବିଶ୍ୱତାପନ🡆 More