ଟ୍ରାଇକୋମୋନିଆସିସ୍

ଟ୍ରାଇକୋମୋନିଆସିସ୍ ଏକ ସଂକ୍ରାମକ ରୋଗ ଯାହା ଟ୍ରାଇକୋମୋନାସ୍ ଭାଜିନାଲିସ୍ ନାମକ ଏକ ପରଜୀବୀଦ୍ୱାରା ସୃଷ୍ଟି ହୁଏ । ସଂକ୍ରମିତ ହେଲେ ମଧ୍ୟ ୭୦ ଲୋକଙ୍କର (ପୁରୁଷ ଓ ମହିଳା) କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସଂକ୍ରମିତ ହେବାର ୫ରୁ୨୮ ଦିନ ପରେ ଲକ୍ଷଣ ଦେଖାଯାଏ । ଯୌନାଙ୍ଗରେ ଗଲୁ, ପତଳା ଦୁର୍ଗନ୍ଧ‌ଯୁକ୍ତ ପତଳା ଯୌନ କ୍ଷରଣ, ପରିସ୍ରା ସମୟରେ ଜଳାପୋଡ଼ା ଓ ଯୌନ କ୍ରିୟା ସମୟରେ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଟ୍ରାଇକୋମୋନିଆସିସ୍ ଥିଲେ ଏଚଆଇଭି/ଏଡ୍‌ସ୍ ରୋଗ ହେବା ସଙ୍କଟ ଅଧିକ ରହେ । ଗର୍ଭାବସ୍ଥାରେ ଏହି ରୋଗଦ୍ୱାରା ଅନ୍ୟ ଜଟିଳତା ସୃଷ୍ଟି ହୋଇପାରେ ।

ଟ୍ରାଇକୋମୋନିଆସିସ୍
ଟ୍ରାଇକୋମୋନିଆସିସ୍
Micrograph showing a positive result for trichomoniasis. A trichomonas organism is seen on the top-right of the image.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦A59.
ଆଇସିଡ଼ି-୯-ସିଏମ୍131,007.3
ରୋଗ ଡାଟାବେସ13334
ମେଡ଼ିସିନ-ପ୍ଲସ001331
ଇ-ମେଡ଼ିସିନmed/2308 emerg/613
MeSHD014246

ଟ୍ରାଇକୋମୋନିଆସିସ୍ ଏକ ଯୌନ ସଞ୍ଚାରିତ ସଂକ୍ରମଣ (ଏସଆଇଆଇ) ଯାହା ଅଧିକାଂଶ ସମୟରେ ଯୋନୀପଥ, ମୁଖ ଓ ମଳଦ୍ୱାରରେ ଯୌନ କ୍ରିୟା ସମ୍ପାଦନ କଲେ ବ୍ୟାପିଥାଏ । ଯୋନୀ ସ୍ପର୍ଶ କଲେ ମଧ୍ୟ ଏହା ସଞ୍ଚାରିତ ହୁଏ । ଲକ୍ଷଣ ବିହୀନ ସଂକ୍ରମିତ ଲୋକ ମଧ୍ୟ ରୋଗ ସଞ୍ଚାରିତ କରିପାରେ । ଯୋନୀପଥରୁ ନିର୍ଗତ ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ପାଇଲେ ବା ତାକୁ କଲଚର କରି ପାଇଲେ ବା ପରଜୀବୀର ଡିଏନଏ ପାଇଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଏଥିରେ ପରଯୀବୀ ପାଇଲେ ଅନ୍ୟାନ୍ୟ ଯୌନ ସଞ୍ଚାରିତ ସଂକ୍ରାମକ ରୋଗ ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।

ଯୌନ ନିବୃତି, କଣ୍ଡୋମ ବ୍ୟବ‌ହାର, ଡୁସ ନ କରିବା ଓ ନୂଆ ଯୌନ ସାଥୀ ମିଳିଲେ ତାହାର ରୋଗ ନିମନ୍ତେ ପରୀକ୍ଷା କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ । ମେଟ୍ରୋନିଡାଜୋଲ୍ ବା ଟିନିଡାଜୋଲ୍ ଭଳି ଆଣ୍ଟିବାୟୋଟିକ ଦେଇ ଏହି ରୋଗକୁ ଆରୋଗ୍ୟ କରାଯାଏ । ଯୌନ ସାଥୀଙ୍କର ଚିକିତ୍ସା ମଧ୍ୟ କରାଯାଏ । ଏମାନଙ୍କ ମଧ୍ୟରୁ ୨୦% ଲୋକ ଚିକିତ୍ସାର ୩ମାସ ମଧ୍ୟରେ ପୁନର୍ବାର ଏହି ରୋଗ ଭୋଗନ୍ତି ।

ସନ ୨୦୧୩ରେ ପ୍ରାୟ ୫୮ ନିୟୁତ ରୋଗୀ ଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ନିୟୁତ ମହିଳା ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ମହିଳାଙ୍କର ପୁରୁଷଙ୍କ ଅପେକ୍ଷା ଏହି ରୋଗ ଅଧିକ ହୁଏ । ଟ୍ରାଇକୋମୋନାସ୍ ଭାଜିନାଲିସ୍ ପରଜୀବୀ ପ୍ରଥମେ ସନ ୧୮୩୬ରେ ଆଲଫ୍ରଡ଼ ଡୋନ୍ଙ୍କ (Alfred Donné)ଦ୍ୱାରା ଚିହ୍ନଟ ହୋଇଥିଲା । ସନ ୧୯୧୬ରେ ପ୍ରଥମେ ଟ୍ରାଇକୋମୋନିଆସିସ୍ ରୋଗର କାରଣରୂପେ ଟ୍ରାଇକୋମୋନାସ୍ ଭାଜିନାଲିସ୍ ଜଣାଯାଇଥିଲା ।

ଆଧାର

Tags:

ଗର୍ଭାବସ୍ଥା

🔥 Trending searches on Wiki ଓଡ଼ିଆ:

ଓଷାଗୋବିନ୍ଦ ତ୍ରିପାଠୀବଳରାମ ଦାସଛେନାପୋଡ଼କୁନ୍ତଳା କୁମାରୀ ସାବତସ୍ୱାମୀ ବିବେକାନନ୍ଦତିଳକରାମଚନ୍ଦ୍ର ମିଶ୍ରନାରଦଅଶ୍ୱତ୍ଥାମାବଳଦେବଜୀଉ ମନ୍ଦିରଆର୍ଯ୍ୟଭଟ୍ଟଭାରତ ରତ୍ନବିଭୂତି ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟକଣ୍ଡୋମମନୋଜ ଦାସଙ୍କ କଥା ଓ କାହାଣୀମଇ ଦିବସଗୋକୁଳାନନ୍ଦ ମହାପାତ୍ରସର୍ବସାଧାରଣ (ଖବରକାଗଜ)ମନୋରଞ୍ଜନ ଦାସସୌଭାଗ୍ୟ କୁମାର ମିଶ୍ରଡାଇନୋସରଚନ୍ଦନ ଯାତ୍ରାକୋଷାଙ୍ଗସାରଳା ଦାସତ୍ରିଭୁଜବସନ୍ତ କୁମାର ଶତପଥୀରମାଦେବୀ ଚୌଧୁରୀଭାସ୍କୋ ଡା ଗାମାଦେଉଳଝରି ଉଷ୍ଣପ୍ରସ୍ରବଣଉତ୍ତମ ମହାନ୍ତିଓଡ଼ିଆ କବି ମାନଙ୍କର ତାଲିକାକଣ୍ଟାକୁସୁମଫାଶୀଆମାତେରାଶୁଲକ୍ଷ୍ମଣ ନାୟକଚିତ୍ତରଞ୍ଜନ ଦାସଭାରତୀୟ ସମ୍ବିଧାନନବକୃଷ୍ଣ ଚୌଧୁରୀଅନ୍ତରା ଚକ୍ରବର୍ତ୍ତୀଗୁରୁ ପ୍ରସାଦ ମହାନ୍ତିମାଦଳା ପାଞ୍ଜିକବିସୂର୍ଯ୍ୟ ବଳଦେବ ରଥରାମ ପ୍ରସାଦ ସିଂହଜର୍ମାନୀସଫ୍ଟୱେରତୁଳସୀ ଗଛକାଳିନ୍ଦୀ ଚରଣ ପାଣିଗ୍ରାହୀwiki.phtmlଫିଲିପାଇନ୍ସଲକ୍ଷ୍ମୀ ପୂଜାଓଡ଼ିଆ ଭାଷା ଆନ୍ଦୋଳନପ୍ରଜାତନ୍ତ୍ରଜଳବାଘଦେବ ପ୍ରସାଦ ଦାସରମାକାନ୍ତ ରଥରାବଣସୁଚାରୁ ଦେବୀଭାରତର ଜାତୀୟ ପତାକାଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଦିବ୍ୟସିଂହ ଦେବଶାରଳା ପୁରସ୍କାରବୀଣାପାଣି ମହାନ୍ତିକନକ ମଞ୍ଜରୀ ମହାପାତ୍ରଜଗନ୍ନାଥଡ୍ରେକୋ ଏଣ୍ଡୁଅ (ପ୍ରଜାତି)ବିନୋଦ ଚନ୍ଦ୍ର ନାୟକଓଡ଼ିଶାର ଭୂଗୋଳ୩୦ ଅପ୍ରେଲଖୋର୍ଦ୍ଧାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା🡆 More