ଲକ୍ଷ୍ମୀ: ହିନ୍ଦୁ ଦେବୀ

ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ । ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ । ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।

ଲକ୍ଷ୍ମୀ
A woman wearing red and gold clothes,standing in a lotus that is on water, has four arms, and is holding a lotus in her back hands.
କୁମାର ଉତ୍ସବରେ ଗଜଲକ୍ଷ୍ମୀ
ସଂସ୍କୃତ ଅନୁବାଦlakṣmī
ଉପାଧିଦେବୀ
ବାସସ୍ଥାନପଦ୍ମବନ,ବୈକୁଣ୍ଠ
ମନ୍ତ୍ରଶ୍ରୀବୀଜ,ଶ୍ରୀସୂକ୍ତ
ସାଥିବିଷ୍ଣୁ
ବାହନହାତୀ, ପେଚା

ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । ତାଙ୍କୁ ପୂଜାକରିବାଦ୍ୱାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ ଲକ୍ଷ୍ମୀପୂଜା କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ।

ନାମ

ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା :

  • ପଦ୍ମା : ପଦ୍ମରେ ଯେ ବାସ କରନ୍ତି
  • କମଳା : କମଳରେ ଯେ ବାସ କରନ୍ତି
  • ପଦ୍ମପ୍ରିୟା : ଯେ ପଦ୍ମକୁ ପସନ୍ଦ କରନ୍ତି
  • ପଦ୍ମମୁଖୀ : ଯାହାର ମୁଖ ପଦ୍ମ ଭଳି ସୁନ୍ଦର
  • ପଦ୍ମାକ୍ଷୀ : ଯାହାର ଆଖି ପଦ୍ମ ପରି ସୁନ୍ଦର
  • ପଦ୍ମହସ୍ତା : ଯେ ପଦ୍ମ ଧାରଣ କରିଥାନ୍ତି
  • ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର
ଲକ୍ଷ୍ମୀ: ନାମ, ସ୍ତୁତି, ଆଉରି ଦେଖନ୍ତୁ 
ଶ୍ରୀମନ୍ଦିରରେ ଥିବା ଶ୍ରୀଦେବୀଙ୍କ ଚଳନ୍ତି ପ୍ରତିମା

ଅନ୍ୟ ନାମଗୁଡ଼ିକ ହେଲା:

  • ବିଷ୍ଣୁପ୍ରିୟା: ଯେ ବିଷ୍ଣୁଙ୍କ ପ୍ରିୟା
  • ଉଲ୍ଲୁକବାହିନୀ: ଯେ ପେଚା ଉପରେ ବସି ଗମନ କରନ୍ତି

ସ୍ତୁତି

ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍

ଆଉରି ଦେଖନ୍ତୁ

ଆଧାର

Tags:

ଲକ୍ଷ୍ମୀ ନାମଲକ୍ଷ୍ମୀ ସ୍ତୁତିଲକ୍ଷ୍ମୀ ଆଉରି ଦେଖନ୍ତୁଲକ୍ଷ୍ମୀ ଆଧାରଲକ୍ଷ୍ମୀ ଅଧିକ ତଥ୍ୟଲକ୍ଷ୍ମୀକାମଦେବପେଚାବିଷ୍ଣୁରାମାୟଣରୁକ୍ମଣୀହାତୀ

🔥 Trending searches on Wiki ଓଡ଼ିଆ:

ଫକୀର ମୋହନ ସେନାପତିଦୀନକୃଷ୍ଣ ଦାସପ୍ରଣବ ପ୍ରକାଶ ଦାସଜଗନ୍ନାଥ ମନ୍ଦିର୨୯୪ବାଘତ୍ରିଭୁଜକ୍ୟୁ. ଆର. କୋଡ଼ଅଖିଳ ମୋହନ ପଟ୍ଟନାୟକରାଧାଅନୁଗୋଳ୭୨୦ଜଳକରୁଣାକର କରପ୍ରତିଭା ରାୟମକର ସଂକ୍ରାନ୍ତିଉମେଶଚନ୍ଦ୍ର ସରକାରବୀଣାପାଣି ମହାନ୍ତିଛାନ୍ଦଲୋକ ସଭାପଖାଳଅଚ୍ୟୁତାନନ୍ଦ ପ‌ତିwiki.phtmlଦ୍ୱିତୀୟ ବିଶ୍ୱଯୁଦ୍ଧକର୍ଣ୍ଣାଟକଅଶୋକ କୁମାର ଦାସଉର୍ଦ୍ଦୁ ଭାଷାକଲରାପତରିଆ ବାଘଜଳ ପ୍ରଦୂଷଣଶ୍ରୀନିବାସ ରାମାନୁଜନସମାଜ (ଖବରକାଗଜ)ସୁଦର୍ଶନକଳାହାଣ୍ଡି ଜିଲ୍ଲାସୁଜିତ କୁମାର ପଣ୍ଡାମହେନ୍ଦ୍ର ସିଂହ ଧୋନିମହାଦେଶକୃଷ୍ଣଚନ୍ଦ୍ର ପାଣିଗ୍ରାହୀନୋବେଲିଅମଗୋଦାବରୀଶ ମହାପାତ୍ରବିଶ୍ୱତାପନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶାସ୍ତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାଜକିଶୋର ରାୟ୨୨ ଅପ୍ରେଲ୨ ମଇମଣିଷ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜ୍ୱରକୃଷ୍ଣଚୂଡ଼ାମିହିର ଦାସମଧୁସୂଦନ ଦାସଅଗ୍ନ୍ୟାଶୟ ଅକ୍ଷମତାବିଶ୍ୱନାଥ କରISBN (identifier)🡆 More