ସୌମ୍ୟ ରଞ୍ଜନ ପଟ୍ଟନାୟକ: ଓଡ଼ିଆ ରାଜନୀତିଜ୍ଞ

ସୌମ୍ୟରଞ୍ଜନ ପଟ୍ଟନାୟକ, ଦୈନିକ ଖବରକାଗଜ, ସମ୍ବାଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ବ୍ୟତିତ, ସେ ଜଣେ ଶିଳ୍ପପତି, ରାଜନେତା, ଶିକ୍ଷାବିତ ଓ ସମାଜସେବୀ ମଧ୍ୟ ଅଟନ୍ତି ।

ସୌମ୍ୟ ରଞ୍ଜନ ପଟ୍ଟନାୟକ
ସୌମ୍ୟ ରଞ୍ଜନ ପଟ୍ଟନାୟକ: ବାଲ୍ୟ ଜୀବନ ଓ ଶିକ୍ଷା, କର୍ମଜୀବନ, ପରିବାର
ଭୁବନେଶରରେ ସୌମ୍ୟରଞ୍ଜନ ପଟ୍ଟନାୟକ
ଜନ୍ମ(1952-08-18)୧୮ ଅଗଷ୍ଟ ୧୯୫୨
ଜାତୀୟତାସୌମ୍ୟ ରଞ୍ଜନ ପଟ୍ଟନାୟକ: ବାଲ୍ୟ ଜୀବନ ଓ ଶିକ୍ଷା, କର୍ମଜୀବନ, ପରିବାର ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସମ୍ପାଦକ,ସାମ୍ବାଦିକ, ଶିକ୍ଷାବିତ,ପ୍ରାକ୍ତନ ସାଂସଦ.,ଶିଳ୍ପପତି
ବୈବାହିକ-ସାଥୀସୁଦତ୍ତା ପଟ୍ଟନାୟକ
ସନ୍ତାନତଲ୍ଲୀନା ପଟ୍ଟନାୟକ, ତନୟା ପଟ୍ଟନାୟକ
ପିତାମାତାବ୍ରଜବନ୍ଧୁ ପଟ୍ଟନାୟକ
ୱେବସାଇଟSoumyapatnaik.in
ଦସ୍ତଖତ
ସୌମ୍ୟ ରଞ୍ଜନ ପଟ୍ଟନାୟକ: ବାଲ୍ୟ ଜୀବନ ଓ ଶିକ୍ଷା, କର୍ମଜୀବନ, ପରିବାର

ବାଲ୍ୟ ଜୀବନ ଓ ଶିକ୍ଷା

୧୯୫୨ ମସିହା ଅଗଷ୍ଟ ମାସ ୧୮ ତାରିଖରେ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିଠାରେ ଜନ୍ମଗ୍ରହଣ କରିଥିଲେ ସୌମ୍ୟରଞ୍ଜନ । ପିତା ବ୍ରଜବନ୍ଧୁ ପଟ୍ଟନାୟକ, ବଣ ବିଭାଗରେ ଜଣେ ରେଞ୍ଜର ଥିଲେ ଓ ତାଙ୍କ ବଦଳି ଚାକିରି ଯୋଗୁ, ସୌମ୍ୟରଞ୍ଜନ ଓଡ଼ିଶାର ବହୁଯାଗାରେ ରହି ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।

କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହାସଲ କରିବା ପରେ, ସୌମ୍ୟରଞ୍ଜନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାର୍ବଜନିକ ପ୍ରଶାସନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଉଭୟ ଅନୁଷ୍ଠାନରେ ସେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ ।[ଆଧାର ଲୋଡ଼ା] ପରବର୍ତ୍ତୀ ସମୟରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟିରୁ ମଧ୍ୟ ଶିକ୍ଷାଗ୍ରହଣ କରିଥିଲେ ।

କର୍ମଜୀବନ

୧୯୭୨ ମସିହାରେ, ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ଏତେ କମ ବୟସରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷାଦାନ କରିବା, ସେତେବେଳେ ଏକ ବିତର୍କ ସୃଷ୍ଟି କରିଥିଲା । ଅଟଳ ବିହାରୀ ବାଜପେୟୀ ସଂସଦରେ ଏହି ବିତର୍କର ସୂତ୍ରପାତ କରିଥିଲେ ।[ଆଧାର ଲୋଡ଼ା]

୧୯୮୪ ମସିହାରେ ସୌମ୍ୟରଞ୍ଜନ ସମ୍ବାଦ ଖବରକାଗଜର ପ୍ରତିଷ୍ଠା କରିଥିଲେ । 'ଅଫସେଟ ପ୍ରିଣ୍ଟିଙ୍ଗ', ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଆଦି ନୂଆ ନୂଆ ପଦକ୍ଷେପ ସୌମ୍ୟରଞ୍ଜନ ନେଇଥିଲେ । କ୍ରମେ, ସମ୍ବାଦ କେବଳ ଏକ ଖବରକାଗଜ ନରହି, ଏକ ସାମାଜିକ ଅନୁଷ୍ଠାନ ରୂପରେ ନିଜକୁ ଗଢିତୋଳିଲା । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ସୌମ୍ୟରଞ୍ଜନଙ୍କ ଉଦ୍ୟମ ରହିଛି । ସମ୍ବାଦ, ଆମ ଓଡ଼ିଶା ନାମକ ଏକ ସଂସ୍ଥା ଗଠନ କରି, ଓଡ଼ିଶାର କୋଣ ଅନୂକୋଣରେ ବିଭିନ୍ନ ପ୍ରତିଯୋଗିତା ଆଦି ଆୟୋଜନ କରି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ, ନୂତନ ଏକ ଆଗ୍ରହ ସୃଷ୍ଟିକରାଯାଉଛି । ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।

ଖାଲି ସମ୍ବାଦପତ୍ର ମଧ୍ୟରେ, ନିଜକୁ ସିମୀତ ନରଖି, ସୌମ୍ୟରଞ୍ଜନ ପଟ୍ଟନାୟକ ପାରମ୍ପରିକ ଯାତ୍ରା, ସିନେମା, ରେଡ଼ିଓ ଓ ଟେଲିଭିଜନ କ୍ଷେତ୍ରରେ ମଧ୍ୟ ଯୋଗଦାନ କରିଛନ୍ତି । ଇଷ୍ଟର୍ଣ୍ଣ ଅପେରା ନାମରେ ତାଙ୍କର ଏକ ଯାତ୍ରାଦଳ ରହିଛି ଓ ଏହି ଯାତ୍ରାଦଳ ଓଡ଼ିଶାର ବିଭିନ୍ନ ଅଞ୍ଛଳରେ ଯାତ୍ରା ପରିବେଷଣ କରିଥାଏ । କନକ ଟିଭି ନାମରେ ତାଙ୍କର ଏକ ୨୪ ଘଣ୍ଟିଆ ଖବର ଭିତ୍ତିକ ଟିଭି ଚ୍ୟାନେଲ ଓ 'ମଞ୍ଜରୀ' ନାମରେ ଏକ ୨୪ ଘଣ୍ଟିଆ ମନୋରଞ୍ଜନ ଧର୍ମୀ  ଚ୍ୟାନେଲ ମଧ୍ୟ ରହିଛି । ରେଡ଼ିଓ ଚକୋଲେଟ୍ ନାମରେ ତାଙ୍କର ଏକ ଏଫ.ଏମ. ରେଡ଼ିଓ ଚ୍ୟାନେଲ ମଧ୍ୟ ରହିଛି । କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ ନାମରେ ସେ ଏକ ବୈଷୟିକ ମହାବିଦ୍ୟାଳୟ ଓ ସୋମାକ ନାମରେ ଏକ ମିଡ଼ିଆ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

୧୯୯୬ ମସିହା ସାଧାରଣ ନିର୍ବାଚନରେ, ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରି ଜୟଯୁକ୍ତ ହୋଇଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସଫଳତା ହାସଲ କରିପାରିନଥିଲେ । ୨୦୦୩ ମସିହାରେ ସେ ଆମ "ଆମ ଓଡ଼ିଶା" ଅନୁଷ୍ଠାନକୁ ଏକ ରାଜନୈତିକ ଦଳକୁ ବଦଳ କରିଥିଲେ । ସୌମ୍ୟରଞ୍ଜନଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସଭାକୁ ମନୋନୀତ କରାଯାଇଥିଲା । ୨୦୧୮ ମସିହାରେ ଆମ ଓଡ଼ିଶା ଦଳର ବିଜୁ ଜନତା ଦଳ ସହ ବିଲୟ ଘଟିଥିଲା । ୨୦୧୯ ମସିହା ବିଧାନ ସଭା ନିର୍ବାଚନରେ ସୌମ୍ୟରଞ୍ଜନ ଖଣ୍ଡପଡ଼ାରୁ ଜିତିଥିଲେ ।

ପରିବାର

ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଜୟନ୍ତୀ ପଟ୍ଟନାୟକଙ୍କ କନ୍ୟା ସୁଦତ୍ତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି । ବଡ଼ ଝିଅ ତଲ୍ଲୀନା ପଟ୍ଟନାୟକ ବିବାହିତ ଓ ସାନ ଝିଅ ତନୟା ପଟ୍ଟନାୟକ ସଂପ୍ରତି ଓଡ଼ିଆ ଏଫ୍ ଏମ ଚ୍ୟାନେଲ ରେଡିଓ ଚକୋଲେଟର ନିର୍ଦ୍ଦେଶିକା ଅଛନ୍ତି । ସୌମ୍ୟରଞ୍ଜନଙ୍କର ବଡ଼ ଭାଇ, ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ।

ରଚନାବଳୀ

  • ଆମ ଓଡ଼ିଶା ଗପ
  • ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ୱିତୀୟ ଭାଗ)
  • ଓଡ଼ିଶା ଶାସନର ଏକ ସ୍ୱର୍ଣ୍ଣଯୁଗ
  • କଥା ଶତକ (ପ୍ରଥମ ଓ ଦ୍ୱିତୀୟ ଭାଗ)
  • ସେମାନଙ୍କ ପିଲାଦିନ
  • ନିର୍ବାଚିତ କଥା
  • ପ୍ରେମ କଥା
  • ଶ୍ରେଷ୍ଠ କଥା
  • Odishsa Tales
  • Janaki Ballav Patnaik: The March To a Modern Odisha

ଆଧାର

ବାହାର ଆଧାର

Tags:

ସୌମ୍ୟ ରଞ୍ଜନ ପଟ୍ଟନାୟକ ବାଲ୍ୟ ଜୀବନ ଓ ଶିକ୍ଷାସୌମ୍ୟ ରଞ୍ଜନ ପଟ୍ଟନାୟକ କର୍ମଜୀବନସୌମ୍ୟ ରଞ୍ଜନ ପଟ୍ଟନାୟକ ପରିବାରସୌମ୍ୟ ରଞ୍ଜନ ପଟ୍ଟନାୟକ ରଚନାବଳୀସୌମ୍ୟ ରଞ୍ଜନ ପଟ୍ଟନାୟକ ଆଧାରସୌମ୍ୟ ରଞ୍ଜନ ପଟ୍ଟନାୟକ ବାହାର ଆଧାରସୌମ୍ୟ ରଞ୍ଜନ ପଟ୍ଟନାୟକସମ୍ବାଦ (ଖବରକାଗଜ)

🔥 Trending searches on Wiki ଓଡ଼ିଆ:

ଦିୱାନା ଦିୱାନୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଶାର ସଂସ୍କୃତିଉତ୍କଳ ବ୍ରାହ୍ମଣରାମାୟଣ (ବହୁବିକଳ୍ପ)ବିଭୂତି ଭୂଷଣ ବଳବନ୍ତରାୟଜଗନ୍ନାଥଙ୍କ ବେଶକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗଞ୍ଜା ଲଢ଼େଇବନ୍ଧୁତାହେପାଟାଇଟିସ ସିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଶନିପ୍ରଫୁଲ୍ଲ ସାମଲଅଂଶୁମାନ ମହାନ୍ତିବ୍ରାଉଜରକୁନ୍ତଳା କୁମାରୀ ସାବତଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୫୨୮ଓ ଅନ୍ଧଗଳିରାଷ୍ଟ୍ରୀୟ ପେନସନ ପ୍ରଣାଳୀଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଶଙ୍ଖଜୋଆନ ଅଫ ଆର୍କଓଡ଼ିଆ କଥାଚିତ୍ର ଜଗତକଲରାପତରିଆ ବାଘବାଣପୁରଇଣ୍ଡିଆନ ପ୍ରିମିଅର ଲିଗ୧୭୩୯ରାମଚନ୍ଦ୍ର ମିଶ୍ରଶ୍ରୀନିବାସ ରାମାନୁଜନତମନ୍ନା ବ୍ୟାସ୪ ମାର୍ଚ୍ଚଗୁରୁ ପ୍ରସାଦ ମହାନ୍ତିପଶ୍ଚିମ ଓଡ଼ିଶାପାଇକ ବିଦ୍ରୋହଇସଲାମ ଧର୍ମଅଶୋକ (ସମ୍ରାଟ)ମୁଦ୍ରା (ପୂଜା)ଅଜନ୍ତା ଗୁମ୍ଫା୧୬୯୫ଦ୍ୱିତୀୟ ବିଶ୍ୱଯୁଦ୍ଧକଳାହାଣ୍ଡି (କବିତା)ଶ୍ୱେତସାରଜୟ ଜଗନ୍ନାଥଗାୟତ୍ରୀ ସରାଫମିଳିମିଳାକବିସୂର୍ଯ୍ୟ ବଳଦେବ ରଥଦିଲୀପ ତିର୍କୀ୧୭୯୦ଅନୁରାଧା କୋଇରାଲାନାରୁତୋକମ୍ପ୍ୟୁଟର ବିଜ୍ଞାନଉତ୍କଳ ଦିବସଝାଲ ମୁଢ଼ିସମାଜ ବିଜ୍ଞାନରାଜନୀତି ବିଜ୍ଞାନଅମ୍ଳଜାନଉଇକିମିଡ଼ିଆ ମୁଭମେଣ୍ଟଲକ୍ଷ୍ମୀନାରାୟଣ ସାହୁଡୁରେସ୍ସୋନାକ୍ଷୀ ସିହ୍ନାଦେବଦୀପାବଳିଚିକୁନ‌ଗୁନିଆଚନ୍ଦ୍ରଶେଖର ଭେଙ୍କଟ ରମଣକୌଶଲ୍ୟା ବନ୍ଧବଳରାମ ଦାସ🡆 More