ପୂଜା ମୁଦ୍ରା: ଅଙ୍ଗଭଙ୍ଗୀ

ମୁଦ୍ରା ଦେବାରାଧନା ସମୟରେ କରାଙ୍ଗୁଳିଦ୍ୱାରା ରଚିତ ଭଙ୍ଗୀ ବିଶେଷ । ଦେବତାମାନେ ଏହି ମୁଦ୍ରାମାନଙ୍କଦ୍ୱାରା ମୁଦିତ ହେବା ୟୋଗୁଁ ଏହା ମୁଦ୍ରା ନାମରେ ଖ୍ୟାତ ହାତର ଆଙ୍ଗୁଠି ମାନଙ୍କୁଦ୍ୱାରା ଭିନ୍ନ ଭିନ୍ନ ରୂପ ଓ ଆକୃତି ରଚନା କରି 'ମୁଦ୍ରା' କରାଯାଏ ଓ ପୂଜା ସମରେ ଉକ୍ତରୂପ ମୁଦ୍ରାକୁ ଦେବତାଙ୍କୁ ଦେଖାଇବାକୁ ହୁଏ । ଭିନ୍ନ ଭିନ୍ନ ଦେବତାଙ୍କର ପୂଜା ପାଇଁ ଭିନ୍ନ ଭିନ୍ନ ମୁଦ୍ରାର ବ୍ୟବସ୍ଥା ଅଛି ତନ୍ତ୍ର ଓ ପୁରାଣମାନଙ୍କରେ ନାନା ପ୍ରକାର ମୁଦ୍ରାର ବର୍ଣ୍ଣନା ଅଛି ଏବଂ ମୁଦ୍ରାର ରଚନା ସମ୍ବନ୍ଧରେ ଉପଦେଶ ଓ ମୁଦ୍ରାମାନଙ୍କର ବିଶିଷ୍ଟ ପ୍ରୟୋଗମାନ ଲିପିବଦ୍ଧ ହୋଇଛି । ପ୍ରତ୍ୟେକ ପ୍ରକାର ସାଧାରଣ ପୂଜାରେ ନଅ ଗୋଟି ମୁଦ୍ରା କିମ୍ବା ଷଡ଼ଙ୍ଗ ମୁଦ୍ରା ଦେଖାଇବାକୁ ହୁଏ ବିଷ୍ଣୁ ପୂଜାରେ ୨୯ ଗୋଟି ଶିବ ପୂଜାରେ ୧ ଗୋଟି, ସୂର୍ଯ୍ୟପୂଜାରେ ଗୋଟିଏ; ଗଣେଶଙ୍କର ୭ ଗୋଟି; ଶକ୍ତି ବା ଦୁର୍ଗାଙ୍କର ୯ ଗୋଟି, ଏହିପରି ଭିନ୍ନ ଭିନ୍ନ ଦେବତାଙ୍କ ପୂଜାରେ ଓ ଜପରେ ଭିନ୍ନ ଭିନ୍ନ ମୁଦ୍ରାମାନ ପ୍ରଯୋଗ କରାଯାଏ । କାଳିକା ପୁରାଣରେ ୬୫ ଅଧ୍ୟାୟରେ ବହୁଶତ ମୁଦ୍ରାର ବର୍ଣ୍ଣନା ଅଛି । କେତେଗୁଡ଼ିଏ ମୁଦ୍ରାର ନାମ ଯଥା: ଆବାହନ, ସଂସ୍ଥାପନ; ସନ୍ନିରୋଧନ; ଧେନୁ ମହା ମୁଦ୍ରା; ଅବଗୁଣ୍ଠନ; ଶଙ୍ଖ; ଚକ୍ର; ପଦ୍ନ; ଗଦା; ନାରାଗ; ଅଙ୍କୁଶ; ତ୍ରିଶୂଳ, ଲିଙ୍ଗ; ୟୋନି; ମତ୍ସ୍ୟ; କର୍ମ; ବରାହ; ନରସିଂହ; ମୃଗ; ଶାଳିନୀ; ଲେଲିହା; ସନ୍ନିଧାପନ, ସଂବୋଧନ, ବର ଅଭଯ; ସ୍ଥାପନୀ 'ପରଚେ ଗୀତା'ର ଦ୍ୱାଦଂଶ ଅଧ୍ୟାୟରେ ଚଚେରି, ଭୂଚରୀ, ତନୁମୁନା, ଖେଚରୀ ଓ ଗୋଚରୀ ନାମରେ ପାଞ୍ଚ ପ୍ରକାର ମୁଦ୍ରାର ଉଲ୍ଲେଖ ଦେଖାଯାଏ ।

ବିଭିନ୍ନ ପ୍ରକାର ମୁଦ୍ରା

  • ଆବାହନୀ ମୁଦ୍ରା:- ଦୁଇହାତରେ ଅଞ୍ଜଳିକରି ଅଞ୍ଜଳି ମଧ୍ୟରେ ଫୁଲରଖି ଦୁଇହାତର ଅନାମିକା ଅଙ୍ଗୁଳିର ମୂଳପର୍ବରେ ଅଙ୍ଗୁଷ୍ଠାଦ୍ୱୟକୁ ଯୋଗ କରିବ ।
  • ସଂସ୍ଥାପନୀ ମୁଦ୍ରା:- ଫୁଲ ନ ଧରି ଆବାହନୀ ମୁଦ୍ରାକୁ ଅଧୋମୁଖୀ କରିବ ।
  • ସଂନିଧାନୀ ମୁଦ୍ରା:- ହାତ ଦୁଇଟିକୁ ମୁଠାକରି ଦୁହିଁଙ୍କୁ ଏକାଠି କରିବ । ଅଙ୍ଗୁଷ୍ଠଦ୍ୱୟକୁ ଉପରକୁ ଟେକି ରଖାଯାଏ । ଏହି ସଂନିଧାନୀମୁଦ୍ରା ।
  • ସଂନିରୋଧନୀ ମଦ୍ରା:-ସଂନିଧାନି ମୁଦ୍ରାରେ ଅଙ୍ଗୁଷ୍ଠଦ୍ୱୟକୁ ମୁଠାମଧ୍ୟରେ ପ୍ରବେଶ କରାଇଲେ ତାହା ସଂନିରୋଧନୀ ମୁଦ୍ରା ହୁଏ ।
  • ସକଳୀକରଣୀ ମୁଦ୍ରା:- ଫୁଲଧରି ମୂଳମନ୍ତ୍ରକୁ ଅଙ୍ଗନ୍ୟାସରୀତିରେ ଦେବତାଙ୍କ ଅଙ୍ଗରେ ହୃଦୟାଦିସ୍ଥାନରେ ଅଙ୍ଗନ୍ୟାସ କରିବ । ଏହା ସକଳୀକରଣ ।
  • ଅବଗୁଣ୍ଠନ ମୁଦ୍ରା:- ବାମହସ୍ତକୁ ମୁଷ୍ଟିବଦ୍ଧକରି ତର୍ଜନୀ ଅଙ୍ଗୁଳିକୁ ସିଧା ଓ ଅଧୋମୁଖ କରି ଦକ୍ଷିଣାବର୍ତ୍ତ ଭାବରେ ବୁଲାଇବ । ଏହା ଅବଗୁଣ୍ଠନ ମୁଦ୍ରା ।
  • ଧେନୁ ମୁଦ୍ରା ଓ ଅମୃତୀକରଣ ମୁଦ୍ରା:- ଦୁଇ ହାତର କନିଷ୍ଠା ଓ ଅନାମିକା ଅଙ୍ଗୁଳିକୁ ପରସ୍ପରରେ ମୁହାଁମୁହିଁ କରି ଯୋଗ କରିବ । ସେହିପରି ଦୁଇହାତର ମଧ୍ୟମା ଓ ତର୍ଜନୀ ଦୁହିଁଙ୍କୁ କରିବ । ଏହାକୁ ଧେନୁ ମୁଦ୍ରା କୁହାଯାଏ । ଏହି ଧେନୁ ମୁଦ୍ରାକୁ ତଳମୁହାଁ କଲେ ତାହା ଅମୃତୀକରଣ ମୁଦ୍ରା ହୁଏ ।
  • ମହାମୁଦ୍ରା ଓ ପରମୀକରଣ ମୁଦ୍ରା:- ଉଭୟହସ୍ତର ଅଙ୍ଗୁଷ୍ଠକୁ ଗଣ୍ଠିପକାଇଲାପରି ରଖିବ । ଅନ୍ୟଅଙ୍ଗୁଳୀ ଗୁଡ଼ିକୁ ପ୍ରସାରିତ କରିବ । ଏହାକୁ ମହାମୁଦ୍ରା କୁହାଯାଏ । ଦେବତାଙ୍କ ସମ୍ମୁଖରେ ଏହି ମୁଦ୍ରାକୁ ୩ଥର ବୁଲାଇଲେ ତାହା ପରମୀକରଣ ମୁଦ୍ରା ।
  • ମତ୍ସ୍ୟମୁଦ୍ରା:- ବାଁ ହାତର ତଳକୁ ଡାହାଣ ହାତର ପୃଷ୍ଠରେ ଠିକ୍ ସମାନଭାବରେ ମିଳିତ କରି ଦୁଇହାତର ଅଙ୍ଗୁଷ୍ଠଦ୍ୱୟକୁ ଭଲଭାବରେ ଚଳାଇବ । ଏହା ମତ୍ସ୍ୟମୁଦ୍ରା ଅଟେ ।
  • ସଂହାର ମୁଦ୍ରା:- ଅଧୋମୁଖ ବାମହସ୍ତ ଉପରେ ଦକ୍ଷିଣହସ୍ତ ଉତ୍ତାନଭାବେ ରଖି କନିଷ୍ଠାବଧି ଅଙ୍ଗୁଳୀମାନଙ୍କ ମଧ୍ୟରେ ଅଙ୍ଗୁଳୀସ୍ଥାପନ ପୂର୍ବକ ପରସ୍ପରରେ ବନ୍ଧନକରି ବୁଲାଇ ନିଜ ସମ୍ମୁଖକୁ ଆଣିବ । ଏହା ସଂହାରମୁଦ୍ରା ।
  • ଅଙ୍କୁଶ ମୁଦ୍ରା:-ଦକ୍ଷିଣହସ୍ତ ମଧ୍ୟମା ଅଙ୍ଗୁଳୀକୁ ସିଧାକରି ତର୍ଜନୀର ମଧ୍ୟପର୍ବ ପର୍ଯ୍ୟନ୍ତ ତାହାକୁ ଆକୁଞ୍ଚନ କରି ସଂଯୋଗ କରିବ । ତାହା ଅଙ୍କୁଶ ମୁଦ୍ରା ଅଟେ ।
  • ପ୍ରାଣମୁଦ୍ରା:- ଦକ୍ଷିଣହସ୍ତର ତର୍ଜନୀ, ମଧ୍ୟମା ଓ ଅଙ୍ଗୁଷ୍ଠାର ଅଗ୍ରଭାଗକୁ ଊର୍ଦ୍ଧ୍ୱ-ମୁଖକରି ଏକତ୍ର କରିବାର ନାମ ପ୍ରାଣମୁଦ୍ରା ।
  • ଅପାନ ଓ ବ୍ୟାନ ମୁଦ୍ରା:- ଦକ୍ଷିଣହସ୍ତର ମଧ୍ୟମା, ଅନାମିକା ଓ ଅଙ୍ଗୁଷ୍ଠ ଅଙ୍ଗୁଷ୍ଠର ଅଗ୍ରକୁ ଊର୍ଦ୍ଧ୍ୱମୁଖ କରି ଏକତ୍ର କରିବାର ନାମ ଅପାନ ମୁଦ୍ରା । କନିଷ୍ଠା, ଅନାମିକା ଓ ଅଙ୍ଗୁଷ୍ଠକୁ ଏକତ୍ରକରିବାକୁ ବ୍ୟାନ ମୁଦ୍ରା କୁହାଯାଏ ।
  • ଉଦାନ ମୁଦ୍ରା ଓ ସମାନ ମୁଦ୍ରା:- ଦକ୍ଷିଣହସ୍ତର ମଧ୍ୟମା ବ୍ୟତୀତ ସମସ୍ତ ଅଙ୍ଗୁଳୀର ଅଗ୍ରକୁ ଏକତ୍ର କରି ଊର୍ଦ୍ଧ୍ୱମୁଖ କରିବାର ନାମ ଉଦାନ ମୁଦ୍ରା ଏବଂ ଅଙ୍ଗୁଳୀର ଅଗ୍ରଭାଗକୁ ସେପରି ଏକତ୍ର କରିବାର ନାମ ସମାନ ମୁଦ୍ରା ।
  • କୂର୍ମ୍ମ ମୁଦ୍ରା:- ଦକ୍ଷିଣ ହସ୍ତର ତର୍ଜନୀ ବାମ ହସ୍ତର ଅଙ୍ଗୁଷ୍ଠରେ ଏବଂ କନିଷ୍ଠା ବାମହସ୍ତର ତର୍ଜନୀରେ ଯୋଗକରି ଦକ୍ଷିଣାଙ୍ଗୁଷ୍ଠ ଉନ୍ନତ କରିବି । ତାପରେ ବାମହସ୍ତର ଅଙ୍ଗୁଷ୍ଠ ଓ ତର୍ଜନୀର ମଧ୍ୟଦେଇ ଦକ୍ଷିଣହସ୍ତର ମଧ୍ୟମା ଓ ଅନାମିକା ବକ୍ରକରି ରଖିବ । ତାପରେ ଦକ୍ଷିଣ ହସ୍ତର ପୃଷ୍ଠରେ ବାମହସ୍ତର ମଧ୍ୟମା, ଅନାମିକା ଓ କନିଷ୍ଠା ବକ୍ର କରିଦେବ । ଦକ୍ଷିଣହସ୍ତକୁ କୂର୍ମପୃଷ୍ଠପରି କଲେ ତାହା କୂର୍ମ୍ମମୁଦ୍ରା ହୁଏ ।
  • ଲେଲିହା ମୁଦ୍ରା:- ଦକ୍ଷିଣହସ୍ତର ତର୍ଜନୀ, ମଧ୍ୟମା ଓ ଅନାମିକା ଏହି ୩ଗୋଟି ଅଙ୍ଗୁଳିକୁ ସମାନଭାବେ ଅଧୋମୁଖକରି ରଖିବ । ଅନାମିକା ଅଙ୍ଗୁଳିରେ ବୃଦ୍ଧାଙ୍କୁଳୀକୁ ଯୋଗକରି କାଣି ଆଙ୍ଗୁଠିକୁ ସିଧାକରି ରଖିବ । ଏହା ଲେଲିହା ମୁଦ୍ରା ।
  • ତତ୍ତ୍ୱ ମୁଦ୍ରା:- ଦକ୍ଷିଣହସ୍ତ ଅଧୋମୁଖକରି ମଧ୍ୟମା ଓ ଅନାମିକାର ଅଗ୍ରଭାଗରେ ଅଙ୍ଗୁଷ୍ଠ ଯୋଗକଲେ ତାହା ତତ୍ତ୍ୱମୁଦ୍ରା ହୁଏ । ଅଥବା-ଦକ୍ଷିଣହସ୍ତର ଅଙ୍ଗୁଷ୍ଠ ଓ ତର୍ଜନୀକୁ ଯୋଗକରିବ, ଅନ୍ୟ ଅଙ୍ଗୁଳୀଗୁଡ଼ିକ ସରଳ କରିବ ।
  • ନାରାଚ ମୁଦ୍ରା:- ଦକ୍ଷିଣହସ୍ତର ଅଙ୍ଗୁଷ୍ଠ ଅଗ୍ରରେ ତର୍ଜନୀ ଯୋଗକରି ମଧ୍ୟମା, ଅନାମିକା ଓ କନିଷ୍ଠାକୁ କରତଳସ୍ଥ ଊର୍ଦ୍ଧ୍ୱରେଖା ସହିତ ବକ୍ରକରି ସ୍ଥାପନକଲେ ତାହା ନାରାଚମୁଦ୍ରା ହୁଏ ।
  • ଅସ୍ତ୍ର ମୁଦ୍ରା:- ଅଙ୍ଗୁଷ୍ଠ ଓ ତର୍ଜନୀଦ୍ୱାରା ଦଶଦିଗକୁ ଧ୍ୱନିକରି ଯେଉଁ ବନ୍ଧନ କରିବ ତାହାକୁ ଅସ୍ତ୍ରମୁଦ୍ରା କୁହାଯାଏ ।
  • ଗାଳିନୀ ମୁଦ୍ରା:-ଦକ୍ଷିଣହସ୍ତ ଉପରେ ବାମହସ୍ତ ରଖି ବାମହସ୍ତର କନିଷ୍ଠା ଓ ଅଙ୍ଗୁଷ୍ଠ ଦକ୍ଷିଣକରର ବୃଦ୍ଧା ଓ କନିଷ୍ଠା ଅଙ୍ଗୁଳିରେ ଏକତ୍ରକରି ହସ୍ତଦୁଇଟିର ତର୍ଜନୀ, ମଧ୍ୟମା ଓ ଅନାମିକା ପରସ୍ପର ଏକତ୍ର କରିବ । ତାପରେ ମିଳିତ ହେଉଥିବା କନିଷ୍ଠା ଅଙ୍ଗୁଷ୍ଠକୁ ତର୍ଜନୀ, ମଧ୍ୟମା ଓ ଅନାମିକାଠାରୁ ଅଲଗା ରଖିଲେ ତାହା ଗାଳିନୀମୁଦ୍ରା ହୁଏ ।
  • ଗନ୍ଧ ମୁଦ୍ରା:- ଦକ୍ଷିଣହସ୍ତର ଅନାମିକାକୁ ଅଧୋମୁଖ କରିବ । ଅନ୍ୟ ଅଙ୍ଗୁଳୀଗୁଡ଼ିକୁ ମୁଷ୍ଟିବଦ୍ଧ କରିବ । ଏହାକୁ ଗନ୍ଧମୁଦ୍ରା କୁହାଯାଏ ।
  • ପୁଷ୍ପ ମୁଦ୍ରା:- ଦକ୍ଷିଣହସ୍ତର ମଧ୍ୟମା ଅଙ୍ଗୁଳୀକୁ ଅଧୋମୁଖ କରିବ । ଅନ୍ୟ ଅଙ୍ଗୁଳିଗୁଡ଼ିକ ବୁଢ଼ାଆଙ୍ଗୁଠିରେ ଚାପିଧରିବ ।
  • ଧୂପ ଓ ଦୀପମୁଦ୍ରା:- ଦକ୍ଷିଣହସ୍ତର ଅଙ୍ଗୁଷ୍ଠକୁ ତର୍ଜନୀ ସହିତ ଯୋଗକରିବ । ଅନ୍ୟ ଅଙ୍ଗୁଳୀଗୁଡ଼ିକୁ ସଂକୁଚିତ କରିବ । ଏହା ଧୂପମୁଦ୍ରା । ପୁଷ୍ପମୁଦ୍ରାକୁ ଊର୍ଦ୍ଧ୍ୱମୁଖ କଲେ ଦୀପମୁଦ୍ରା ହେଇଥାଏ ।
  • ନୈବେଦ୍ୟମୁଦ୍ରା:- ପାଞ୍ଚ ଅଙ୍ଗୁଳୀର ଅଗ୍ରଭାଗ ୩ଥର ଏକତ୍ର କରିବ । ଏହା ନୈବେଦ୍ୟମୁଦ୍ରା ।
  • ଶଙ୍ଖମୁଦ୍ରା:- ବାମ ଅଙ୍ଗୁଷ୍ଠକୁ ଦକ୍ଷିଣହସ୍ତର ଚାରିଅଙ୍ଗୁଳୀରେ ବନ୍ଦକରି ଦକ୍ଷିଣଅଙ୍ଗୁଷ୍ଠକୁ ବାମ ଚାରିଅଙ୍ଗୁଳୀର ଅଭିମୁଖ କରିବାର ନାମ ଶଙ୍ଖମୁଦ୍ରା ।
  • ଚକ୍ରମୁଦ୍ରା:- ଉଭୟ ହସ୍ତ ପ୍ରସାରିତ କରି ବାମହସ୍ତ ଉପରେ ଦକ୍ଷିଣ କରତଳ ଯୋଗ କରିବ । ଉଭୟ କନିଷ୍ଠାରେ ଉଭୟ ଅଙ୍ଗୁଷ୍ଠ ଯୋଗକରିବ । ଏହା ଚକ୍ରମୁଦ୍ରା ଅଟେ ।
  • ଯୋନିମୁଦ୍ରା:- ଦୁଇହାତର ଅନାମିକାକୁ ଦୁଇହାତର ତର୍ଜନୀଦ୍ୱାରା ବାନ୍ଧି ଅନ୍ୟ ଆଙ୍ଗୁଠିଗୁଡ଼ିକୁ ସରଳ କରି ରଖିବ । ଦୁଇ ବୁଢାଆଙ୍ଗୁଠି ଆଗକୁ ଦୁଇକାଣିଆଙ୍ଗୁଠି ମୂଳରେ ଯୋଗ କରିବ । ଏହାକୁ ଯୋନିମୁଦ୍ରା କୁହାଯାଏ ।
  • ବୀକ୍ଷଣ ଓ ପ୍ରୋକ୍ଷଣ ମୁଦ୍ରା:- ମୂଳମନ୍ତ୍ରର ଅସ୍ତ୍ରଭାଗକୁ ପାଠକରି ଦକ୍ଷିଣଅନାମିକା ଓ ଅଙ୍ଗୁଷ୍ଠଯୁକ୍ତ ଦୃଷ୍ଟିକୁ ବୀକ୍ଷଣ କୁହାଯାଏ ଏବଂ ଅସ୍ତ୍ରମନ୍ତ୍ର ପାଠକରି ଦକ୍ଷିଣ ହସ୍ତକୁ ସଂକୁଚିତ କରି ଅର୍ଘ୍ୟଜଳ ସେଚନକୁ ପ୍ରୋକ୍ଷଣ କୁହାଯାଏ ।
  • ତାଡ଼ନ ଓ ଅଭ୍ୟୁକ୍ଷଣ ମୁଦ୍ରା:- ଅସ୍ତ୍ରମନ୍ତ୍ର ପାଠକରି ଦକ୍ଷିଣ ତର୍ଜନୀ, ମଧ୍ୟମା ଓ ଅନାମିକା ଅଙ୍ଗୁଳୀଦ୍ୱାରା ତିନିଥର ବୁଲାଇବ । ଏହା ତାଡ଼ନ । କବଚ ମନ୍ତ୍ରରେ ଫୁଲଧରି ଅଙ୍ଗୁଳୀମାନଙ୍କଦ୍ୱାରା ଅର୍ଘ୍ୟଜଳର ପୁନରାୟ ସେଚନକୁ ଅଭ୍ୟୁକ୍ଷଣ କୁହାଯାଏ ।

ଆଧାର

Tags:

ପୂଜା (ଉପାସନା)

🔥 Trending searches on Wiki ଓଡ଼ିଆ:

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମହୁୟୁ ଟ୍ୟୁବବାଙ୍କୀଗୋପବନ୍ଧୁ ଚୌଧୁରୀବର୍ଷାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜମ୍ମୁ ତୱି ରେଳ ଷ୍ଟେସନବଳବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର ଜିଲ୍ଲାହେମନ୍ତ କୁମାର ଦାସଭାରତୀୟ ସଂଖ୍ୟା ପ୍ରଣାଳିପୁଥୁପ୍ପାଲ୍ଲୀ, କୋଟ୍ଟାୟାମଗଡ଼ଜାତ କୃଷକଭକ୍ତ ଚରଣ ଦାସସବ୍ୟସାଚୀ ମିଶ୍ରଟୁକୁନି ସାହୁଗାଲୁଆରାଧାନାଥ ରଥମାୟାଧର ମାନସିଂହଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୋପାଳ ଛୋଟରାୟମାସବଣଭୋଜି ବେଶମହିଳା ଯୌନାଙ୍ଗ ଛେଦନଓଡ଼ିଶାର ଲୋକନୃତ୍ୟଗଣନ ସଂଖ୍ୟାସତୀ ଅନୁସୂୟାଓପନ-ସୋର୍ସ ସଫ୍ଟୱେରହରିପ୍ରସାଦ ଚୌରାଶିଆଅଚ୍ୟୁତ ନାୟକଜଣ୍ଡିସ୍ନୀଳକଣ୍ଠ ଦାସଉତ୍କଳ ଦୀପିକାସୁରେନ୍ଦ୍ର ମହାନ୍ତିବ୍ୟଞ୍ଜନ ବର୍ଣ୍ଣକୋଚିଲାଶତ୍ରୁଘ୍ନ ପାଣ୍ଡବନବକଳେବରହୃଷୀକେଶ ମଲ୍ଲିକଏଞ୍ଜେଲା ମେର୍କେଲ୍ବଡ଼ ଏରାସାଇକେଲନନ୍ଦିନୀ ଶତପଥୀକୁଜିବର ପ‌ତ୍ରସିନ୍ଧୁ ନଦୀବ୍ରାଉଜରଅଷ୍ଟ୍ରିଆଅପରେଟିଙ୍ଗ ସିଷ୍ଟମମଙ୍ଗଳା ମନ୍ଦିରସଚ୍ଚିଦାନନ୍ଦ ରାଉତରାୟହରେକୃଷ୍ଣ ମହତାବଓଡ଼ିଆ ଖବରକାଗଜ ତାଲିକାପ୍ରେମ୧୭୪୬ବିଜୟ ଶଙ୍କର ଦାସମୟୂରଭଞ୍ଜ ଜିଲ୍ଲାଓଡ଼ିଶାର ସଂସ୍କୃତିରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଟୋକିଓc3bn4ଶେୟାର ବଜାରଗୋପୀନାଥ ମହାନ୍ତିଅଣ୍ଡାଧର୍ମେନ୍ଦ୍ର ପ୍ରଧାନଯାଜପୁର ଜିଲ୍ଲାମୁକୁନ୍ଦ ଦେବପାର୍ବତୀ🡆 More