ସୂର୍ଯ୍ୟଙ୍କ ଗତି

ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇଟି ଗତି ଅଛି ୤ ଆଷାଢ଼ ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ ୤ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ମଧ୍ୟରେ ରହୁଛି ବର୍ଷା, ଶରତ ଏବଂ ହେମନ୍ତ ଋତୁ ୤ ଜୁଲାଇରୁ ସେପ୍ଟେମ୍ବର ଅର୍ଥାତ୍ ଆଷାଢରୁ ଆଶ୍ୱିନ ମଝିଆମଝି ପର୍ଯ୍ୟନ୍ତ ବର୍ଷାକାଳ ରହିଥାଏ ୤ ସେପ୍ଟେମ୍ବର ମଧ୍ୟଭାଗରୁ ନଭେମ୍ବର ମଧ୍ୟଭାଗର ସମୟକୁ ଅର୍ଥାତ୍ ଆଶ୍ୱିନ ଓ କାର୍ତ୍ତିକକୁ ଶରତ ଋତୁ କୁହାଯାଏ ୤ ଏହା ହେଉଛି ବିସର୍ଗ କାଳ- ଦକ୍ଷିଣାୟନର ଦ୍ୱିତୀୟଋତୁ ୤ ମାର୍ଗଶୀର ଓ ପୌଷ ଅର୍ଥାତ ନଭେମ୍ବର ମଝିରୁ ଜାନୁଆରୀ ପର୍ଯ୍ୟନ୍ତ ହେଉଛି ହେମନ୍ତ ଋତୁ ୤ ଦକ୍ଷିଣାୟନ ଏହା ହେଉଛି ଅନ୍ତିମ ଋତୁ ୤ ଏହାପରେ ଆଦାନକାଳ ବା ଉତ୍ତରାୟଣ ଆରମ୍ଭ ହୋଇଯାଏ ଏବଂ ଶୀତ ବା ଶିଶିର ଋତୁ ଆଗମନ କରିଥାଏ ୤ ହେମନ୍ତ ଓ ଶିଶିର ଋତୁ କୁହାଯାଏ ୤ ୨୧ ତାରିଖ, ପ୍ରତି ବର୍ଷକରେ ଥରେ ପଡ଼ୁଥିବା ଏହି ଦିନକୁ ସବୁଠାରୁ ଦୀର୍ଘତମ ଦିନ ବୋଲି କୁହାଯାଏ ୤ କାରଣ ଏହିଦିନ ଭାରତ ସମେତ ବିଶ୍ୱର କେତେକ ଦେଶ ବିଷୁବରେଖାର ଠିକ ଉତ୍ତରରେ ରହିଥାନ୍ତି ୤ ଏହାକୁ ଉତ୍ତର ଅୟନାନ୍ତ ବା କର୍କଟକ୍ରାନ୍ତି (summer solstice) ବୋଲି କୁହାଯାଇଥାଏ ୤ ପୃଥିବୀଙ୍କ ଅକ୍ଷ ସୂର୍ଯ୍ୟ ଆଡ଼କୁ ୨୩ ଡିଗ୍ରି ୨୬ ମିନଟ ଢଳି ରହିଥିବାରୁ ଏପରି ହୋଇଥାଏ ୤ ଅୟନାନ୍ତ ଏକ ଅସାଧାରନ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଘଟଣା ୤ ଏହା ବର୍ଷକୁ ଦୁଇଥର ଘଟେ ୤ ଭାର ଭଳି ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଦେଶଗୁଡ଼ିକରେ ଜୁନ୨୧ ସବୁଠାରୁ ଦୀର୍ଘତମ ଦିନ ହେଉଥିବା ବେଳେ ଡିସେମ୍ବର ୨୨ ସବୁଠାରୁ ଛୋଟ ଦିନ ହୋଇଥାଏ ୤ କର୍କଟକ୍ରାନ୍ତି ସମୟରେ ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଦେଶଗୁଡ଼ିକରେ ଏହି ଦିନଟି ଦୀର୍ଘତମ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ସେ ସମୟରେ ମକରକ୍ରାନ୍ତି ହୋଇଥାଏ ୤ ତେଣୁ ସେ ସବୁ ଦେଶରେ ଏହି ଦିନଟି ସବୁଠାରୁ ଛୋଟ ହୋଇଥାଏ ୤ ଏହି ବିଶେଷ ଦିନଟି ପରେ ଦିନ ଓ ରାତିର ହ୍ରାସ ଓ ବୃଦ୍ଧି ଘଟିଥାଏ ୤ ଅର୍ଥାତ ଦିନ ବଡ଼ ହେଲେ ରାତି ଛୋଟ କିମ୍ବା ରାତି ବଡ଼ ହେଲେ ଦିନ ଛୋଟ ହୋଇଥାଏ ୤ କର୍କଟକ୍ରାନ୍ତି ପରେ ଦିନ ବଡ଼ ହେଉଥିବା ବେଳେ ମକରକ୍ରାନ୍ତି ପରେ ଦିନ ଛୋଟ ହୋଇଥାଏ ୤

ଉତ୍ତରାୟଣ ସୂର୍ଯ୍ୟଙ୍କର ବିଷୁବରେଖାର ଉତ୍ତରରେ ଥିବା ମାର୍ଗ ୤ ଏହା ମକର ସଂକ୍ରାନ୍ତି (୨୩/୨୪ ଡିସେମ୍ବର)ଠାରୁ ଶ୍ରାବଣ ସଂକ୍ରାନ୍ତି (୨୭ଜୁନ) ପର୍ଯ୍ୟନ୍ତ ସମୟ ୤ ଏହା ଦେବତାମାନଙ୍କର ଦିନ ଓ ଅସୁରମାନଙ୍କର ରାତି ଭାବେ ହିନ୍ଦୁମାନଙ୍କ ବିଶ୍ୱାସ ୤

Tags:

ଆଷାଢ଼

🔥 Trending searches on Wiki ଓଡ଼ିଆ:

ହରପ୍ପା ସଭ୍ୟତାମେଡ଼େଲିଭିଅମକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମାଟ୍ରିକ୍ସଜ୍ୱରମୁନ୍ନା ଖାଁସାଧାରଣ ଆପେକ୍ଷିକ ତତ୍ତ୍ୱମିରା ଅଲଫାସାଭାରତ ରତ୍ନବିଷ୍ଣୁ ଚରଣ ସେଠୀସୀତାକାନ୍ତ ମହାପାତ୍ରଗୀତଗୋବିନ୍ଦଉପନିଷଦବ୍ରୋଙ୍କିଓଲାଇଟିସଶାରଳା ପୁରସ୍କାରସମୟ (କାଳ)ବାରାକ ଓବାମାବିଜୁ ଜନତା ଦଳଭିଏତନାମଲକ୍ଷ୍ମୀକାନ୍ତ ମହାପାତ୍ରସ୍ୱିଡେନଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଓଜସ୍ୱୀ ଅରୋଡ଼ାମାଟିବିରାଡ଼ି ସାପରାମାୟଣସଂଗୀତମାଙ୍ଗାନିଜହସ୍ତମୈଥୁନବୁଏନ୍ସ ଏଆରସବଳରାମ ଦାସସାରଳା ଦାସଗୋପାଳ କୃଷ୍ଣ ରଥଔଷଧୀୟ ବୃକ୍ଷଲତାପୁରାଣ୧୭୮୬ଲସ ଏଞ୍ଜଲେସ ଲେକର୍ସଗୌତମ ବୁଦ୍ଧଛବିଳ ମଧୁ ବର୍ଣ୍ଣବୋଧବର୍ଷାଇଟାଲୀକୋଳିକୋଡ଼ମଧୁମେହବ୍ୟାଙ୍କଜେ. କେ ରୋଲିଙ୍ଗରଥଯାତ୍ରାଜନ୍ ଏଫ୍. କେନେଡ଼ିସିଦ୍ଧାନ୍ତ ମହାପାତ୍ରଜ୍ୟାମିତିବ୍ରହ୍ମପୁରଏ. ପି. ଜେ. ଅବଦୁଲ କଲାମଭାସ୍କୋ ଡା ଗାମାଚବିଶ ଗୁରୁଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମଧ୍ୟ ପ୍ରଦେଶବିଜୟ ମିଶ୍ରସିକ୍ଲ ସେଲ୍ ରୋଗଭଗବତ ଗୀତାଆପଲ ଇନକର୍ପୋରେଟେଡକ୍ରିଏଟିଭ କମନ୍ସଇଉରୋପ୨୫ ଅକ୍ଟୋବରଇସାଭୁକୋନାଜୋନିଅମଭାରତକୁମାର ପୂର୍ଣ୍ଣିମାଅନନ୍ତ ପଟ୍ଟନାୟକଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଚଣାଭୁବନେଶ୍ୱରପ୍ରତାପରୁଦ୍ର ଦେବସମ୍ବାଦଉତ୍କଳ ବ୍ରାହ୍ମଣ🡆 More