ମନମୋହନ ଚୌଧୁରୀ

ମନମୋହନ ଚୌଧୁରୀ (୧୧ ଅକ୍ଟୋବର ୧୯୧୫ - ୨ ଜୁନ ୨୦୦୩) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ସାହିତ୍ୟିକ ଥିଲେ । ସେ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୭ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।

ମନମୋହନ ଚୌଧୁରୀ
ଜନ୍ମ(1915-10-11)୧୧ ଅକ୍ଟୋବର ୧୯୧୫
ମୃତ୍ୟୁ୨ ଜୁନ ୨୦୦୩(2003-06-02) (ବୟସ ୮୭)
ଜାତୀୟତାଭାରତୀୟ
ବୃତ୍ତିସର୍ବୋଦୟ ନେତା ଓ ସାହିତ୍ୟିକ
ଉଲ୍ଲେଖନୀୟ କୃତିହାଟ-ବଜାରରେ ବ୍ରହ୍ମଜ୍ଞାନ
ବୈବାହିକ-ସାଥୀସୁମିତ୍ରା ଚୌଧୁରୀ
ପିତାମାତା(s)ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଚୌଧୁରୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବାଲ୍ୟଜୀବନ

ମନମୋହନ ଚୌଧୁରୀଙ୍କ ପିତା ଗୋପବନ୍ଧୁ ଚୌଧୁରୀ ଓ ମାତା ରମାଦେବୀ ଚୌଧୁରୀ ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିଲାଦିନରୁ ହିଁ ମନମୋହନ, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ପିଲାଦିନେ ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ "ଗାନ୍ଧୀ" ବୋଲି ଚିଡାଉଥିଲେ । ଥରେ ସେ ଖଦଡ଼ ପିନ୍ଧି ଏକ ବାହାଘରକୁ ମାର୍କୁଣ୍ଡି ହୋଇ ମଧ୍ୟ ଯାଇଥିଲେ । କୌଣସି ବିଧିବଦ୍ଧ ଶିକ୍ଷାଗ୍ରହଣ କରିନଥିଲେ ମଧ୍ୟ ମନମୋହନ ନିଜ ପ୍ରଚେଷ୍ଟାରେ ଏକାଧିକ ଭାରତୀୟ ଓ ବିଦେଶୀ ଭାଷା ଶିଖି ପାରିଥିଲେ ।

ରାଜନୈତିକ ଜୀବନ

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ, ମନମୋହନ ପିଲାବେଳରୁ ଦେଶପ୍ରେମୀ ଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସେ ପ୍ରତକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସର ଯୋଗଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସେ କଂଗ୍ରେସ ଛାଡି ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଜୀବନର ଶେଷ ଭାଗରେ ସେ ଗାଁ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣ କରିବା ପାଇଁ କାର୍ଯ୍ୟ କରୁଥିଲେ । ମହାତ୍ମା ଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ହରିହର ଓ ରବିନ୍ଦ୍ରନାଥ ଠାକୁରଙ୍କ ସହ ତାଙ୍କର ବ୍ୟକ୍ତିଗତ ପରିଚୟ ଥିଲା ।

ସାହିତ୍ୟିକ ଜୀବନ

ମନମୋହନ କେବେ ସ୍କୁଲ କଲେଜ ଯାଇନଥିଲେ ମଧ୍ୟ ହିନ୍ଦୀ, ବଙ୍ଗଳା, ଅହମୀୟା ଓ ଇଂରାଜୀ ଆଦି ଭାଷାକୁ ଶିଖି ପାରିଥିଲେ । ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ସେ ତିରିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ପୁସ୍ତକ ଅନୁବାଦ ମଧ୍ୟ କରିଛନ୍ତି । ୨୦୦୩ ମସିହା ଜୁନ ୨ ତାରିଖରେ ମନମୋହନଙ୍କ ତିରୋଧାନ ଘଟିଥିଲା ।

ରଚନାବଳୀ

  • ହାଟ-ବଜାରରେ ବ୍ରହ୍ମଜ୍ଞାନ
  • ପରଶମଣୀର ସନ୍ଧାନେ
  • ବିଦେଶୀ ଯନ୍ତାରେ ଭାରତ
  • ଏକତ୍ର ଆହ୍ୱାନ
  • କ୍ରାନ୍ତି ଯାତ୍ରା
  • ଜନତା କା ରାଜ(ହିନ୍ଦୀ ପୁସ୍ତକ)
  • ଏକ୍ସପ୍ଲୋରିଙ୍ଗ ଗାନ୍ଧୀ(ଇଂରାଜୀ ପୁସ୍ତକ)
  • କସ୍ତୁରୀ ମୃଗ ସମ(ଆତ୍ମ ଚରିତ)
  • ସର୍ବୋଦୟ ପତ୍ରିକା(ସମ୍ପାଦନା)
  • ଭିଜିଲ୍(ଇଂରାଜୀ ପତ୍ରିକା ସମ୍ପାଦନା)

ସମ୍ମାନ ଓ ପୁରସ୍କାର

ଆଧାର

Tags:

ମନମୋହନ ଚୌଧୁରୀ ବାଲ୍ୟଜୀବନମନମୋହନ ଚୌଧୁରୀ ରାଜନୈତିକ ଜୀବନମନମୋହନ ଚୌଧୁରୀ ସାହିତ୍ୟିକ ଜୀବନମନମୋହନ ଚୌଧୁରୀ ସମ୍ମାନ ଓ ପୁରସ୍କାରମନମୋହନ ଚୌଧୁରୀ ଆଧାରମନମୋହନ ଚୌଧୁରୀଓଡ଼ିଆ ଲୋକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସରକାରଫିଲିପାଇନ୍ସଯୁକ୍ତରାଷ୍ଟ୍ର ଆମେରିକାହିଙ୍ଗୁଳା ମନ୍ଦିରଅଲାରନାଥ ମନ୍ଦିରକଳିଙ୍ଗ ଯୁଦ୍ଧଭଦଭଦଳିଆଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଇଣ୍ଟରନେଟମହାପାତ୍ର ନୀଳମଣି ସାହୁଶିବ୧ (ସଂଖ୍ୟା)ଭଗବତୀ ଚରଣ ପାଣିଗ୍ରାହୀଭାରତର ସଂସ୍କୃତିଚୈତ୍ର ମଙ୍ଗଳବାର ଓଷାବି. ଆର. ଆମ୍ବେଦକରଦଣ୍ଡ ନାଟଭାଷାଗୋପବନ୍ଧୁ ଦାସମଧୁମେହସମ୍ବଲପୁରୀ ଭାଷା୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଭାରତୀୟ ସ୍ୱାଧୀନତା ଆନ୍ଦୋଳନଋଷିଆବିଶ୍ୱନାଥ କରଉଇକିମିଡ଼ିଆ ମୁଭମେଣ୍ଟବନ୍ଦେ ଉତ୍କଳ ଜନନୀଖୋର୍ଦ୍ଧା ଜିଲ୍ଲାସାଦୃଶ୍ୟଇଣ୍ଡିଆନ ପ୍ରିମିଅର ଲିଗମହାଭାରତଚିନ୍ତାମଣି ମହାନ୍ତିକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠାଗୋଦାବରୀଶ ମିଶ୍ରବନ୍ଧୁତାମରିସସଉପେନ୍ଦ୍ର କିଶୋର ଦାସକୁକୁରରୋହିତ ପୂଜାରୀଓଡ଼ିଆସଞ୍ଜୀବ କୁମାର ମଲ୍ଲିକଓଡ଼ିଶାପ୍ରଥମ ବିଶ୍ୱଯୁଦ୍ଧସ୍ୱାଧୀନତା ଦିବସ‌ (ଭାରତ)ରେବତୀ (କ୍ଷୁଦ୍ରଗଳ୍ପ)ଏଡା ଲଭ୍‌ଲେସ୍‌ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନ୍ଧୁ ମହାନ୍ତିଜୀବସାର ଖଜଗନ୍ନାଥ ଦାସସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିରଣା ସାପବିଶ୍ୱତାପନରିୟା ସେନରାଧାମୋହନ ଗଡ଼ନାୟକଏକ୍ସକ୍ୟୁଜ ମିକେନ୍ଦୁଝର ଗଡ଼ଜାତ ରାଜ୍ୟଅନୁଗୋଳ ଜିଲ୍ଲାହୀରାକୁଦ ବନ୍ଧବିମ୍ବାଧର କୁଅଁରନବକଳେବର🡆 More