ଭୂଇଁନିମ

ଏହା ଏକ ଗୁଳ୍ମଜାତୀୟ ଉଦ୍ଭିଦ। ଉଚ୍ଚତାରେ ଦୁଇଫୁଟରୁ ଅଧିକ ହୁଏନାହିଁ। ପତ୍ରଗୁଡ଼ିକ ନିମ୍ବପତ୍ରପରି ଦିଶେ ଓ କୋମଳ ହୋଇଥାଏ। ଏହାର ଦୁଇଟି ପ୍ରଜାତି ରହିଛି, ଗୋଟିଏ ଜାତିର ଗଛରେ ଗୋଲଫଳ ଧରେ ଅନ୍ୟଟିରେ ଲମ୍ବା। ଲମ୍ବଫଳ ବିଶିଷ୍ଟ ଗଛ ଅଧିକ ତିକ୍ତ। ଏହାକୁ ଚିରେଇତା ବୋଲି କେହି କେହି କହିଥାନ୍ତି, କିନ୍ତୁ ଚିରେଇତା ଗଛ ସ୍ୱତନ୍ତ୍ର। ତାହା ଆହୁରି ପିତା। ତେବେ ଚିରେଇତାର ସବୁଗୁଣ ଭୂଇଁନିମରେ ଥାଏ। କେହିକେହି ଏହାକୁ ଭୂଇଁନିମା ମଧ୍ୟ କହିଥାନ୍ତି।

ଭୂଇଁନିମ
ଭୂଇଁନିମ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Lamiales
କୁଳ: Acanthaceae
ପ୍ରଜାତି: Andrographis
ଜାତି: A. paniculata
ବାଇନୋମିଆଲ ନାମ
Andrographis paniculata
(Burm.f.) Wall. ex Nees

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଭୂଇଁନିମ, ଭୂଇଁନିମା, ଭୂଇଁଲିମ୍ବ
ସଂସ୍କୃତ କିରାତତିକ୍ତ, କୈରାତ, କଟୁତିକ୍ତ, ଭୂଇଁନିମ୍ବ, ଅନାର୍ଯ୍ୟତିକ୍ତ, ଜାଣ୍ଡତିକ୍ତ, କଣ୍ଡୁଦମନୀ, ରାମସେନକ, କିରାତ
ହିନ୍ଦୀ ଚିରାତା
ତେଲୁଗୁ ନେଲାନେମ୍ବ
ବଙ୍ଗଳା ଚିରାତା, ଭୂନିମ୍

ଶାସ୍ତ୍ରୋକ୍ତ ଗୁଣ

ତିକ୍ତରସ, ଶୀତଳ, ରୁକ୍ଷ, ସାରକ, ଲଘୁପାକ, ବର୍ଣ୍ଣକାରକ, ଜ୍ୱର, କାସ, କଫ, ବାୟୁ, ଶୂଳ, ଶୋଥ, କଣ୍ଡୁ, ବ୍ରଣ, କୃମି, ଦାହ, ରକ୍ତବିକୃତି, ତୃଷ୍ଣା, କ୍ଷତ, କୁଷ୍ଠ ଓ ମଳବଦ୍ଧତା ନିବାରକ

ବ୍ୟବହାର

ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ହଳଦୀସହିତ ବାଟି ଦେହରେ ଲଗାଇଲେ କୁଣ୍ଡିଆ ଭଲହୁଏ। ଉଷୁମପାଣି ସହିତ ଏହାର ଚୂର୍ଣ୍ଣ ନେଲେ ଜ୍ୱର ଭଲହୁଏ। କୃମି, ଶୂଳ ଓ ମଳରୋଧରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏହାକୁ ସିଝାଇ ସେହି ଜଳରେ ସ୍ନାନ କଲେ ଯାବତୀୟ ଚର୍ମରୋକ ଦୂରହୁଏ। ଏହା ଯକୃତକୁ ହିତକର ବୋଲି କୁହାଯାଏ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ

Tags:

ଭୂଇଁନିମ ବିବିଧ ଭାରତୀୟ ପ୍ରାଦେଶିକ ନାମଭୂଇଁନିମ ଶାସ୍ତ୍ରୋକ୍ତ ଗୁଣଭୂଇଁନିମ ବ୍ୟବହାରଭୂଇଁନିମ ଆଧାରଭୂଇଁନିମ ବାହାର ଆଧାରଭୂଇଁନିମ

🔥 Trending searches on Wiki ଓଡ଼ିଆ:

ଆମ୍ବେଦକର ଜୟନ୍ତୀନୃସିଂହରୀତା ସାହୁଉଇକିପାଠାଗାର୨୯ ମାର୍ଚ୍ଚଚିତ୍ତରଞ୍ଜନ ଦାସକୋଇଲି ଚଉତିଶାବୁଧେଇ ଓଷାମଲାଲା ୟୁସୁଫଜାଇଭାରତୀୟ ଭୋଜନଅପରିମେୟ ସଂଖ୍ୟା୨୧ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟବାଟ ଓଷାଉଗ୍ର ତାରା ମନ୍ଦିରପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଆତପଦାହ୨୦ ମାର୍ଚ୍ଚରାଜେନ୍ଦ୍ର କିଶୋର ପଣ୍ଡାଜୟ ଜଗନ୍ନାଥଓଷାଚନ୍ଦ୍ରଶେଖର ଭେଙ୍କଟ ରମଣଯବକ୍ଷାରଜାନ ବିବନ୍ଧନଭୁବନେଶ୍ୱରଉଇକିଖବରପଣା ସଂକ୍ରାନ୍ତି୪ ଜୁନଦିଲୀପ ତିର୍କୀବିଜୟ ମିଶ୍ରସୁରେଶ କୁମାର ରାଉତରାୟଅଚ୍ୟୁତ ସାମନ୍ତଶାନ୍ତନୁ କୁମାର ଆଚାର୍ଯ୍ୟଗୁଗଲଧର୍ମେନ୍ଦ୍ର ପ୍ରଧାନଉତ୍ତରାଖଣ୍ଡସୁନାସୋନାକ୍ଷୀ ସିହ୍ନାପୁରୀବଣ୍ଡା ଜନଜାତିପରମାଣୁ କ୍ରମାଙ୍କଭାରତ ସରକାରକୁଞ୍ଜବିହାରୀ ଦାଶମନମୋହନ ସାମଲଜାନକୀ ବଲ୍ଲଭ ପଟ୍ଟନାୟକକୟାଁ ଜନଜାତିୟୁ ଟ୍ୟୁବମକା୪ ସେପ୍ଟେମ୍ବରଲକ୍ଷ୍ମଣ ନାୟକଗୀତା ଦାଶମଧୁସୂଦନ ରାଓଚୀନତମନ୍ନା ବ୍ୟାସବିବାହଉଇକିଡାଟାଆଚାର୍ଯ୍ୟ ହରିହରଇମେଲପୃଥିବୀର ବାୟୁମଣ୍ଡଳସାନ୍ତାଳ ଜନଜାତିକୁନ୍ତଳା କୁମାରୀ ସାବତପୃଥ୍ୱୀରାଜ ଚୌହାନ୧୯୬୬🡆 More