ବ୍ରଜନାଥ ବଡ଼ଜେନା

ବ୍ରଜନାଥ ବଡ଼ଜେନା: ଓଡ଼ିଆ କବି

ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ଢେଙ୍କାନାଳର କବରାଠାରେ ଜନ୍ମିତ ଜଣେ ପୁରାତନ ଓଡ଼ିଆ କବି । ପିତା ବାଲୁକେଶ୍ୱର ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ବ୍ରଜନାଥଙ୍କୁ ଢେଙ୍କାନାଳ ରାଜାଙ୍କଦ୍ୱାରା ବଡ଼ଜେନା ଉପାଧି ପ୍ରଦାନ କରାଯାଇଥିବାରୁ, ସେ ବ୍ରଜନାଥ ବଡ଼ଜେନା ଭାବରେ ପରିଚିତ ହୋଇଥିଲେ । [୨]

ବ୍ରଜନାଥ ବଡ଼ଜେନା
ବୃତ୍ତିକବି, ପ୍ରାବନ୍ଧିକ
ଭାଷାଓଡ଼ିଆ, ହିନ୍ଦୀ, ସଂସ୍କୃତ
ଜାତୀୟତା ଭାରତୀୟ
ସମୟ୮ମ ଶତକ
ସାହିତ୍ୟର ଆନ୍ଦୋଳନରୀତିଯୁଗ

ଜୀବନୀ

ବ୍ରଜନାଥ ବଡ଼ଜେନା (୧୭୩୦-୧୭୯୯)[୩] ଙ୍କର ପୂର୍ବ ପୁରୁଷ ରଘୁ ପଟ୍ଟନାୟକ (ରଘୁ ଅରକ୍ଷିତ) ମୂଳତଃ ପୁରୀର ବାସିନ୍ଦା ଥିଲେ । ସେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟର (୧୪୯୭-୧୫୪୦) ଲୋକ । ବ୍ରଜନାଥ, ରଘୁ ଅରକ୍ଷିତଙ୍କର ଷଷ୍ଠ ପିଢିର ଦାୟାଦ । ୧୫୬୮ ମସିହା ପରେ ଓଡ଼ିଶାରେ ଆରମ୍ଭ ହୋଇଗଲା ଆଫଗାନ ଓ ମରହଟ୍ଟା ଆକ୍ରମଣ ଓ ଶାସନ । ରଘୁ ଅରକ୍ଷିତଙ୍କର ଦାୟାଦମାନେ ଏହି ସମୟରେ ପୁରୀ ସହର ଛାଡ଼ି ଖୋର୍ଦ୍ଧା ଏବଂ ପରେ ଢେଙ୍କାନାଳଗଡ଼କୁ ପଳାଇ ଆସି ବସବାସ କରି ରହିଲେ । ବ୍ରଜନାଥ ପଟ୍ଟନାୟକ ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ (୧୭୬୪-୧୭୯୭) ରାଜ ଦରବାରର ରାଜକବି ହେଲେ । ରାଜାଙ୍କଦ୍ୱାରା ‘ବଡ଼ଜେନା’ ଉପାଧିରେ ଭୂଷିତ ହୋଇ ବ୍ରଜନାଥ ବଡ଼ଜେନା ବୋଲାଇଲେ । କବି ବଡଜେନା ରୀତିଯୁଗୀୟ (କବି ସମ୍ରାଟ) ଉପେନ୍ଦ୍ର ଭଞ୍ଜଙ୍କ ଅନୁଗାମୀ ହେଲେ ମଧ୍ୟ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଭାବରେ । ସେ ରାଜ ଦରବାରର ଦରବାରୀ କବି ହେଲେ ମଧ୍ୟ ରାଜତନ୍ତ୍ରକୁ ବିରୋଧ କରି ନିର୍ଭୟରେ ଲେଖିଛନ୍ତି ‘ରାଜନଙ୍କୁ ଛଳୋକ୍ତି’ । ସେଥିପାଇଁ କବିଙ୍କୁ ଢେଙ୍କାନାଳ ଛାଡ଼ି କେନ୍ଦୁଝର, ନୟାଗଡ଼ ଏବଂ ସୁଦୂର ଆନ୍ଧ୍ର ଅଞ୍ଚଳରେ ଘୂରି ବୁଲିବାକୁ ପଡ଼ିଛି ।

ବଂଶଲତା

ବଡ଼ଜେନାଙ୍କ ରଚିତ ଚତୁରବିନୋଦ ଶ୍ରୀ ସୁଧାକର ପଟ୍ଟନାୟକଙ୍କଦ୍ୱାରା ସମ୍ପାଦିତ ହୋଇ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ହୋଇଛି । ଏହି ପୁସ୍ତକର ମୁଖବନ୍ଧରେ ସମ୍ପାଦକ ବଡ଼ଜେନାଙ୍କ ବଂଶଲତା ପୁନର୍ଗଠନ କରିଛନ୍ତି । ତାହା ନିମ୍ନରେ ଦିଆଗଲା ।[୪]

କୃଷ୍ଣ ଅରକ୍ଷିତ
ରଘୁ ଅରକ୍ଷିତ
ଶିବ ଅରକ୍ଷିତ
ବିଶ୍ୱ ଅରକ୍ଷିତ
ତ୍ରିବିକ୍ରମ ଅରକ୍ଷିତ
ବାଲୁଙ୍କେଶ୍ୱର ପଟ୍ଟନାୟକ
ଗୋପୀନାଥ ପଟ୍ଟନାୟକଜଗନ୍ନାଥ ପଟ୍ଟନାୟକ (କବି ଭୂଷଣ)ବ୍ରଜନାଥ ପଟ୍ଟନାୟକ (ବଡ଼ଜେନା)ଲୋକନାଥ ପଟ୍ଟନାୟକ (ରାଉତରା)

ରଚନାବଳୀ

ତାଙ୍କର ଏକ ଚିତ୍ରପୋଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡଃ ପ୍ରବୋଧ କୁମାର ମିଶ୍ରଙ୍କଦ୍ୱାରା ସମ୍ପାଦିତ ଓ ଏକ ପୁସ୍ତକଭାବରେ ପ୍ରକାଶିତ । ଡଃ ମିଶ୍ର ଓଡ଼ିଶାର ଇତିହାସ, କଳା ଓ ସାହିତ୍ୟ ଦିଗରେ ଅନେକ ମୌଳିକ ଗବେଷଣାମୂଳକ ପୁସ୍ତକ ରଚନା କରିଛନ୍ତି । ସେଥି ମଧ୍ୟରୁ ଚିତ୍ରପୋଥି-ଭାଗବତ ପୁରାଣର ସମ୍ପାଦନା ଅନ୍ୟତମ । ସେ ଜଣେ ବହୁ ଭାଷୀ କବି ଭାବେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲୁଗୁ ଏବଂ ପ୍ରାକୃତ ଭାଷାରେ ଲେଖି ପଢ଼ି ପାରୁଥିଲେ । ସେ ରୀତିଯୁଗୀୟ ସାହିତ୍ୟ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ । ଅମ୍ବିକା ବିଳାସ, ଅନୁଚିନ୍ତା, ଦଶପୋଇ, ଗୋପୀ ବିଳାସ, କେଳି କଳାନିଧି, ରାଜନଙ୍କୁ ଛଳୋକ୍ତି, ରାଜସଭା ଏବଂ ସମର ତରଙ୍ଗ ଇତ୍ୟାଦି ରଚନା କବିଙ୍କର କାବ୍ୟକୃତିର ଅନ୍ତର୍ଭୁକ୍ତ । ସମର ତରଙ୍ଗ ଏକ ଇତିହାସଭିତ୍ତିକ ସମର କାବ୍ୟ ଅଟେ । ବ୍ରଜନାଥ କେବଳ ପଦ୍ୟକାବ୍ୟର ସ୍ରଷ୍ଟା ନୁହଁନ୍ତି, ଚତୁର ବିନୋଦ କବିଙ୍କର ଏକ ଅନବଦ୍ୟ ଗଦ୍ୟସାହିତ୍ୟ, ଯେଉଁ ଗଦ୍ୟସାହିତ୍ୟ ଯୁଗସ୍ରଷ୍ଟା ଫକିରମୋହନଙ୍କ କଲମରେ ପରବର୍ତ୍ତୀ ସମୟରେ ଉକ୍ରର୍ଷତା ଲାଭ କରିଛି । ବ୍ରଜନାଥ ଲେଖିଥିବା ‘ଗୁଣ୍ଡିଚା ବିଜେ’ ଓଡ଼ିଆ ଅକ୍ଷରରେ ହିନ୍ଦୀ ଭାଷାରେ ରଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରୀତିଯୁଗୀୟ ଶବ୍ଦାଡମ୍ବର, ଅଳଙ୍କାର-ସର୍ବସ୍ୱ, କ୍ଳିଷ୍ଟ ଶୈଳୀରେ ତ ସେ ଲେଖିଛନ୍ତି ଅନେକ କାବ୍ୟ କବିତା; ମାତ୍ର ରୀତିଯୁଗୀୟ ଶୈଳୀ ପରିହାର କରି ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷାରେ ମଧ୍ୟ ଅନେକ କବିତା ରଚନା କରିଛନ୍ତି । ଫକିରମୋହନ ସେନାପତିଙ୍କ ବ୍ୟଙ୍ଗ-କଟାକ୍ଷ ଶୈଳୀର ସ୍ପଷ୍ଟ ସ୍ପର୍ଶ ବ୍ରଜନାଥଙ୍କ ରଚନାରେ ଅଙ୍କିତ ।

ଚିତ୍ରପୋଥି ଭାଗବତ ପୁରାଣ

ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଧକୁ କବି ବ୍ରଜନାଥ ତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି । ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି । (ଗ୍ଲିମ୍ପସେସ ଅଫ ଓରିଶାନ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହତାବ, ଭୁବନେଶ୍ୱର, ୧୯୮୪, ପୃ.୧୬୩) । ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ ୨୦୦ ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ । (ଇଲଷ୍ଟ୍ରେଟେଡ଼ ପାମ ଲିଫ ମାନୁସ୍କ୍ରିପ୍ଟ ଅଫ ଓରିଶା, ଏସ.ପାଣି, ଭୁବନେଶ୍ୱର, ୧୯୮୪, ପୃ.୮୧-୮୬) । ତାଳପତ୍ରରେ ଏକ ଶହ ପୃଷ୍ଠାରେ ବ୍ରଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ । [୩]

କାବ୍ୟକବିତା

  • କେଳି କଳାନିଧି
  • ବିଦେଶ ଅନୁଚିନ୍ତା
  • ଦଶପୋଇ
  • ଗୋପୀ ବିଳାପ
  • ଶ୍ୟାମରାସୋସ୍ତବ
  • ବିଚକ୍ଷଣା
  • ଅମ୍ବିକା ବିଳାସ
  • ସମରତରଙ୍ଗ[୫]

ପ୍ରବନ୍ଧ

  • ଚତୁର ବିନୋଦ[୬]
  • ଚୋଟ କବିତା
  • ଚଣ୍ଡୀ ମାଳାଶ୍ରୀ
  • ରାଜନଙ୍କୁ ଛଳ ଭକ୍ତି
  • ରାଜା ସଭା
  • କେତୋଟି ଜଣାଣ ଓ ସଙ୍ଗୀତ

ହିନ୍ଦୀ

  • ଗୁଣ୍ଡିଚାବିଜେ

ସଂସ୍କୃତ

  • ମନୋଦୁତ

ଆଧାର

  1. Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
  2. Indian History Congress (1976). Proceedings.
  3. ୩.୦ ୩.୧ ମିଶ୍ର, ନିତ୍ୟାନନ୍ଦ (୨୪ ମେ ୨୦୧୫). "କବି ଚକ୍ରବର୍ତ୍ତୀ ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି - ଭାଗବତ ପୁରାଣ". ସମାଜ. Retrieved 30 May 2015. {{cite news}}: Check date values in: |date= (help)
  4. ଚତୁର ବିନୋଦ - କବିବର ବ୍ରଜନାଥ ବଡ଼ଜେନା (ବ୍ରଜନାଥ ଗ୍ରନ୍ଥାବଳୀ - ୧ମ ଖଣ୍ଡ, ପ୍ରାଚୀ ଗ୍ରନ୍ଥମାଳା, ୫୨ ଖଣ୍ଡ) । ପାଠାନ୍ତର, ଟୀକା ଓ ବିସ୍ତୃତ ମୁଖବନ୍ଧ ସହ ଶ୍ରୀ ସୁଧାକର ପଟ୍ଟନାୟକ, ବିଏଙ୍କଦ୍ୱାରା ସଂକଳିତ ଓ ସମ୍ପାଦିତ । ପ୍ରାଚୀ ସମିତି ପକ୍ଷରୁ ଷ୍ଟୁଡେଣ୍ଟସ୍ ଷ୍ଟୋର୍ଦ୍ୱାରା ପ୍ରକାଶିତ, ୧୯୪୬ ।
  5. Binod Sankar Das (1984). Changing Profile of the Frontier Bengal, 1751-1833. Mittal Publications. pp. 311–. GGKEY:1E6BAQHLYLN.
  6. Mohan Lal (1992). Encyclopaedia of Indian Literature: sasay to zorgot. Sahitya Akademi. pp. 4061–. ISBN 978-81-260-1221-3.

ବାହାର ଲିଙ୍କ

This article uses material from the Wikipedia ଓଡ଼ିଆ article ବ୍ରଜନାଥ ବଡ଼ଜେନା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ଓଡ଼ିଶାଓଡ଼ିଶାର ସଂସ୍କୃତିଜଗନ୍ନାଥ ଦାସଉତ୍କଳ ଦିବସକମଳା ଶତପଥୀଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଗୋପପୁର (ଗପ ସଙ୍କଳନ)ମନମୋହନ ସାମଲଜଗନ୍ନାଥଫକୀର ମୋହନ ସେନାପତି୧୯୬୨ମନୋଜ ଦାସଦଣ୍ଡ ନାଟସୁରେନ୍ଦ୍ର ମହାନ୍ତିରଥଯାତ୍ରାରାଧାନାଥ ରାୟକନକ ମଞ୍ଜରୀ ମହାପାତ୍ରମଧୁସୂଦନ ଦାସଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିରାମଚନ୍ଦ୍ର ବେହେରାଅସୁରଗଡ଼ବନ୍ଦେ ଉତ୍କଳ ଜନନୀଭାରତବଳରାମ ଦାସଗଙ୍ଗାଧର ମେହେରବାଣମହାତ୍ମା ଗାନ୍ଧୀପୁରୀମଧୁସୂଦନ ରାଓ୨୧ସାରଳା ଦାସଗୋପବନ୍ଧୁ ଦାସକଳାପାହାଡ଼ଉପେନ୍ଦ୍ର ଭଞ୍ଜଗୋଦାବରୀଶ ମିଶ୍ରଭାରତର ସଂସ୍କୃତିନବୀନ ପଟ୍ଟନାୟକଶୁଭପଲ୍ଲବକେନ୍ଦ୍ରାପଡ଼ାଓଡ଼ିଶାର ଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟମନୋରଞ୍ଜନ ଦାସନବକଳେବରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୀଳକଣ୍ଠ ଦାସଓଡ଼ିଆ ଉଇକିପିଡ଼ିଆଚନ୍ଦ୍ରଶେଖର ରଥକମ୍ପ୍ୟୁଟରହନୁମାନ ଚାଳିଶାଗୌତମ ବୁଦ୍ଧକଟକଗୋବିନ୍ଦ ଚନ୍ଦ୍ର ଦାସବିଭୂତି ପଟ୍ଟନାୟକରତ୍ନାକର ଚଇନିବେଲତଳଦ୍ରୌପଦୀ ମୁର୍ମୁଯୁକ୍ତରାଷ୍ଟ୍ର ଆମେରିକାରମାକାନ୍ତ ରଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧୯୭୭ଲକ୍ଷ୍ମୀକାନ୍ତ ମହାପାତ୍ର🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}