ବିକ୍ରମଖୋଲ

ବିକ୍ରମଖୋଲ, ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାକ-ଐତିହାସିକ ପୁରାତତ୍ତ୍ୱ ସ୍ଥଳ । ଏହା ବେଲପାହାଡ଼ ସହରଠାରୁ ତିନି କିଲୋମିଟର ଦୂର ବଞ୍ଜାରୀ ଗ୍ରାମରେ ଅବସ୍ଥିତ । ଏଠାରେ ପ୍ରାଚୀନ ବ୍ରାହ୍ମୀଲିପି ଖୋଦିତ ପ୍ରସ୍ତର ଗୁମ୍ଫା ଦେଖିବାକୁ ମିଳେ । ଏଠାକାର ପ୍ରାକ-ଐତିହାସିକ ଶିଳାଲେଖକୁ ଖୃଷ୍ଟପୂର୍ବ ୩୦୦୦ ମସିହାର ବୋଲି ପ୍ରତ୍ନତତ୍ତ୍ୱବିଦ ମାନଙ୍କଦ୍ୱାରା ଚିହ୍ନଟ ହୋଇଛି ।

ଶିଳାଲେଖ

ବିକ୍ରମଖୋଲସ୍ଥିତ ପ୍ରସ୍ତର ଆସ୍ଥାନ ଯେଉଁ ସ୍ଥାନରେ ଶିଳାଲେଖ ଅବିଷ୍କୃତ ହୋଇଥିଲା ତାହା ଖ୍ରୀଷ୍ଟ ପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୪୦୦୦ ମସିହା ସମୟର । ୧୯୩୫ ମସିହାରେ ଡକ୍ଟର କେ. ପି ଜୟସ୍ୱାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ । । ଖୋଦିତ ଶିଳାଲେଖ ଗୁଡ଼ିକୁ ୧୯୫୫ ମସିହାରେ ତର୍ଜମା କରାଯାଇଥିଲା । ଲିପି ଖୋଦିତ ପଥରଟିର ଦୈର୍ଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର । ଏହି ଲେଖା ଗୁଡ଼ିକର ସମ୍ପୂର୍ଣ୍ଣ ବିଶ୍ଳେଷଣ ବର୍ତ୍ତମାନ ଯାଏ କରାଯାଇନି । କିଛି ଇତିହାସବିଦ ଏହାକୁ ମହେଞ୍ଜୋଦାରୋ ସମୟର ବୋଲି କହିଥାନ୍ତି । ଦେଖାଯାଇଥାଏ ଯେ କିଛି ଖୋଦନ ପ୍ରଥମେ ଚିତ୍ରିତ ହେଇ ପରେ ଖୋଦନ କରାଯାଇଥିଲା । ଏହି ଲିପିର ଏକ ନକଲ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ରଖା ଯାଇଛି ।

ପ୍ରାଚୀନ ମହେଞ୍ଜୋଦାରୋ ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାଦୃଶ୍ୟ ଥିବା ପ୍ରତ୍ନତାତ୍ୱିକ ଖନନ ଓ ଗବେଷଣାରୁ ଜଣାଯାଏ । ଲିପି ବ୍ୟତିତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ । ସ୍ୱାମୀ ଜ୍ଞାନନନ୍ଦ ନାମକ ସାଧୁ ଖୋଦିତ ଲିପି ଆବିଷ୍କାର କରିଥିଲେ ।

ଅବହେଳା

ଐତିହାସିକମାନେ ମର୍ମାହତ ହେଇ କହିଥାନ୍ତି ଯେ ଏହି ବିରଳ ଲିପିରେ ଲିଖିତ ସିଲାଲେଖାକୁ ଚରମ ଅବହେଳା କରାଯାଉଥିବାରୁ ତାହା କ୍ରମଶଃ ନଷ୍ଟ ହେବାକୁ ଯାଉଛି । ନିକଟସ୍ଥ ପର୍ବତଞ୍ଚଳରେ କୋଇଲାଖଣି ସମୂହ ରହିଛି ଓ ବିନହୀନନା ଶିଳ୍ପ ଗଢ଼ି ଉଠିଛି । ଫଳରେ ପରିବେଶିକ ଅବସ୍ଥା ଏହି ଖୋଲା ଜଙ୍ଗଲ ସ୍ଥାନରେ ଥିବା ପ୍ରାକ- ଐତିହାସିକ ସ୍ଥଳ ରେ ବହୁ ପ୍ରଭାବ ପକାଉଛି । ଏହା ନିରାପତ୍ତା ବିହୀନ ଭାବରେ ଅରଣ୍ୟରେ ରହିଛି । ବିଭିନ୍ନ ସମୟରେ କିଛି ବ୍ୟକ୍ତି ଏଠାକୁ ଅବାଧ ଭାବରେ ଆସି ସିଲାଲେଖକୁ ନଷ୍ଟ ମଧ୍ୟ କରୁଥିବାର ଦେଖାଯାଏ । ଏହି ଅଞ୍ଚଳ ସରକାରଙ୍କ ସଂରକ୍ଷିତ ଜଙ୍ଗଲରେ ରହିଥିଲେ ମଧ୍ୟ ଅଞ୍ଚଳର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ।

ଆଧାର

Tags:

ଝାରସୁଗୁଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବିଜୁ ଜନତା ଦଳଭାତଦୁର୍ଗାଦାଶରଥୀ ଜେନାପ୍ରଥମ ବିଶ୍ୱଯୁଦ୍ଧ୧୯ ଅପ୍ରେଲଗିରିଧର ଗମାଙ୍ଗଅକ୍ଷୟ ମହାନ୍ତି୨୭ ଅପ୍ରେଲପଣା ସଂକ୍ରାନ୍ତିଛତିଶଗଡ଼ଛେନା ମୁଡୁକିସମ୍ବାଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଭୂତି ପଟ୍ଟନାୟକଚାଣକ୍ୟଇଣ୍ଟରନେଟଗୁରୁ ପ୍ରସାଦ ମହାନ୍ତିରାମକୃଷ୍ଣ ପରମହଂସରାମଚନ୍ଦ୍ର ମିଶ୍ରମୌଳିକ ସଂଖ୍ୟାପ୍ରଶାନ୍ତ ନନ୍ଦଜ୍ଞାନୀ ଦେବାଶିଷ ମିଶ୍ରଭାରତୀୟ ଦଣ୍ଡ ସଂହିତା, ୧୮୬୦ନରେନ୍ଦ୍ର ମୋଦୀଓଡ଼ିଶାର ଭୂଗୋଳଗଣିତଭାରତର ଜାତୀୟ ପତାକାଅହିଂସାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅରୁଣା ମହାନ୍ତିଦଶାବତାରମୟୂରଜନ ବୀମସରଜିୟା ସୁଲତାନଆପେଣ୍ଡିସାଇଟିସଆଖିସରଳା ଦେବୀରାଶି ଓ ନକ୍ଷତ୍ରଭାରତୀୟ ଜାତୀୟ କଂଗ୍ରେସବର୍ଷା ପ୍ରିୟଦର୍ଶିନୀସୁନାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଆ ନବବର୍ଷଭୁବନେଶ୍ୱର ମିଶ୍ରଫକୀର ମୋହନ ସେନାପତିମକର (ରାଶି)ବରଗଛଭାରତୀୟ ସମ୍ବିଧାନବୁଧବାରନୀଳକଣ୍ଠ ଦାସଭଗବତ ଗୀତାଜାନକୀ ବଲ୍ଲଭ ପଟ୍ଟନାୟକରାଜେନ୍ଦ୍ର ନାରାୟଣ ସିଂହଦେଓହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଦଗ୍ଧଭଗବତୀ ଚରଣ ପାଣିଗ୍ରାହୀଲୋକ ସଭାବୀର ସୁରେନ୍ଦ୍ର ସାଏରେବତୀ (କ୍ଷୁଦ୍ରଗଳ୍ପ)ଇରା ମହାନ୍ତି🡆 More