ଚିତ୍ରପୋଥି

ଚିତ୍ରପୋଥି ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ଏକ ପ୍ରକାର କଳାକୃତି । ଏଥିରେ ଛବି ମାଧ୍ୟମରେ ବିଭିନ୍ନ ବିଷୟ ବର୍ଣ୍ଣନା କରାଯାଇଥାଏ । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି ।

ଚିତ୍ରପୋଥି
ବୈଦେହୀଶ ବିଳାସର ପୋଥିରେ ମାୟା ସୀତା ଦୃଶ୍ୟ

ଚିତ୍ରପୋଥିରେ ବିଭିନ୍ନ ଅବଦାନ

ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି । (ଗ୍ଲିମ୍ପସେସ ଅଫ ଓରିଶାନ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହତାବ, ଭୁବନେଶ୍ୱର, ୧୯୮୪, ପୃ.୧୬୩) । ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ ୨୦୦ ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ । (ଇଲଷ୍ଟ୍ରେଟେଡ଼ ପାମ ଲିଫ ମାନୁସ୍କ୍ରିପ୍ଟ ଅଫ ଓରିଶା, ଏସ.ପାଣି, ଭୁବନେଶ୍ୱର, ୧୯୮୪, ପୃ.୮୧-୮୬) । ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଧକୁ କବି ବ୍ରଜନାଥ ବଡ଼ଜେନାତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । ରାମଚନ୍ଦ୍ର କୌଳାଚାର୍ଯ୍ୟଙ୍କ ରଚିତ ପ୍ରାଚୀନ କଳା-ସ୍ଥାପତ୍ୟର ଚିତ୍ରପୋଥି ଭୁବନ ପ୍ରଦୀପର ଛାୟାରେ ଏ ସାତଟି ପୋଥି ଲିିଖିତ । ଓଡ଼ିଶାର ଅନ୍ୟତମ ପ୍ରାଚୀନ କଳା ସ୍ଥାପତ୍ୟର ଚିତ୍ରପୋଥିର ନାମ ଶିଳ୍ପପ୍ରକାଶ । ଏ ସମସ୍ତ ଚିତ୍ରପୋଥି କଳା-ସ୍ଥାପତ୍ୟ ସମ୍ପର୍କରେ । ପୁରାଣ ସାହିତ୍ୟ, ତନ୍ତ୍ର ଏବଂ ଆୟୁର୍ବେଦ ବିଷୟରେ ପୋଥି ମଧ୍ୟ ଅଛି; କିନ୍ତୁ ସାହିତ୍ୟ ସମ୍ପର୍କିତ ଚିତ୍ରପୋଥି ଖୁବ ବିରଳ । ଜୟଦେବ ରଚିତ ଗୀତ ଗୋବିନ୍ଦ ଓ ଅମରୁଙ୍କ ଅମରୁ ଶତକ (ଷୋଡ଼ଶ ଶତାବ୍ଦୀ) ଓ ଧନଞ୍ଜୟ ବିପ୍ରଙ୍କର ଗୀତଗୋବିନ୍ଦ (୧୬୮୮), ରୂପ ଗୋସ୍ୱାମୀଙ୍କର ବିଦଗ୍ଧ ମାଧବ ଏବଂ ଶିଶୁଶଙ୍କର ଦାସଙ୍କର ଉଷା ବିଳାସ ପ୍ରଭୃତି ଚିତ୍ରପୋଥି ରାଧାକୃଷ୍ଣ ପ୍ରେମଗାଥା ବହନ କରେ । ତାଳପତ୍ରରେ ଏକ ଶହ ପୃଷ୍ଠାରେ ବ୍ରଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ ।

ଆଧାର

Tags:

କଳାହାଣ୍ଡିବିକ୍ରମଖୋଲସମ୍ବଲପୁରସୁନ୍ଦରଗଡ଼

🔥 Trending searches on Wiki ଓଡ଼ିଆ:

ବିଶ୍ୱନାଥ ଦାସସମାଜ (ଖବରକାଗଜ)ଅପରେଟିଙ୍ଗ ସିଷ୍ଟମଆଣ୍ଟିସାଇକୋଟିକବୀର ସୁରେନ୍ଦ୍ର ସାଏଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଗୌରୀଶଙ୍କର ରାୟଧୋତିକଳିଙ୍ଗ ଯୁଦ୍ଧଦୁର୍ଗାଓଡ଼ିଆ ସାହିତ୍ୟକୁଞ୍ଜବିହାରୀ ଦାଶଜହ୍ନିଓଷାରାଜେନ୍ଦ୍ର କିଶୋର ପଣ୍ଡାବିଜୁ ଜନତା ଦଳଭାରତୀୟ ଦଣ୍ଡ ସଂହିତା, ୧୮୬୦ଦୁଃଶୀଳାଭିତରକନିକା ଜାତୀୟ ଉଦ୍ୟାନରାମକୃଷ୍ଣ ପରମହଂସ୭ ଅପ୍ରେଲରାଜନୀତି ବିଜ୍ଞାନରଜଜଗଦୀଶ ମହାନ୍ତିଏମିତି ଭାଇ ଜଗତେ ନାହିଁଲାନାଡେଲୁମାବମିଆ ଖଲିଫାବର କୋଳିସମ୍ବାଦ (ଖବରକାଗଜ)ଶୈଳବାଳା ଦାସ୧୯ ମାର୍ଚ୍ଚବଡ଼ଦିନଯୌନ ସମ୍ଭୋଗହେମନ୍ତ ଦାସଶବ୍ଦ (ଧ୍ୱନି)ପିତ୍ତକୋଷଜୟଦେବ ଜେନାଲିଙ୍ଗରାଜ ମନ୍ଦିରହରେକୃଷ୍ଣ ମହତାବସମ୍ବଲପୁରୀ ଭାଷା୨୮ ଅପ୍ରେଲକାମଦା ଏକାଦଶୀରମଜାନସୁଗ୍ରୀବବିଜୟ ମିଶ୍ରରାମକୃଷ୍ଣ ନନ୍ଦଓଡ଼ିଆ କଥାଚିତ୍ର ଜଗତ୨୭ ଅପ୍ରେଲଦଶାବତାରହିମାଳୟଭାରତୀୟ ଡାକ ସେବାବନମାଳୀ ଦାସଓଡ଼ିଶାର ସଂସ୍କୃତିବ୍ରହ୍ମୋତ୍ରୀ ମହାନ୍ତିବଣିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାରତୀୟ ଜନଗଣନାଚୈତ୍ର ପୂର୍ଣ୍ଣିମାଓଡ଼ିଶାର ଇତିହାସରାଜା ରାମମୋହନ ରାୟମନୋରଞ୍ଜନ ଦାସସୀତାକାନ୍ତ ମହାପାତ୍ରମସ୍କୋମାଣବସା ଗୁରୁବାରମଧୁସୂଦନ କାନୁନଗୋଗଙ୍ଗାଧର ମେହେର🡆 More