ପାଣିପାଗ: ବାୟୁମଣ୍ଡଳର ଏକ ଅବସ୍ଥା

ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।

ପାଣିପାଗ: ବାୟୁମଣ୍ଡଳର ଏକ ଅବସ୍ଥା
Thunderstorm near Garajau, Madeira

ପାଣିପାଗର ପରିବର୍ତ୍ତନ, ବାୟୁ ଚାପ, ଏକ ସ୍ଥାନରୁ ଅନ୍ୟ ସ୍ଥାନର ଉତ୍ତାପ ଓ ଆର୍ଦ୍ରତାର ଫରକ ଉପରେ ନିର୍ଭର କରେ । ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୂର୍ଯ୍ୟ ସ‌ହ ତିଆରି ହେଉଥିବା କୋଣ ଯାହା ସ୍ଥାନ ବା ଲାଟିଚ୍ୟୁଡ (latitude) ଅନୁସାରେ ପରିବର୍ତ୍ତିତ ହେବା ଯୋଗୁ ଏହି ପାଣିପାଗର ପାର୍ଥକ୍ୟ ଆସେ । ମେରୁ ଅଞ୍ଚଳ ଓ ବିଷୁବମଣ୍ଡଳୀୟ ସ୍ଥାନର ଶକ୍ତିଶାଳୀ ଉତ୍ତାପ ପାର୍ଥକ୍ୟ ଯୋଗୁ ଦି ହାଡଲି ସେଲ, ଦି ଫେରେଲ ସେଲ, ଦି ପୋଲାର ସେଲ ଓ ଜେଟ ସ୍ଟ୍ରିମ ଭଳି ବିରାଟ ବାୟୁମଣ୍ଡଳୀୟ ସଞ୍ଚାଳନ ହୁଏ । ଜେଟ ସ୍ଟ୍ରିମର ପ୍ରବାହ ସୃଷ୍ଟି କରୁଥିବା ଅସ୍ଥିରତା ଯୋଗୁ ମିଡ-ଲାଟିଚ୍ୟୁଡରେ (mid-latitudes) ହେଉଥିବା ଏକ୍ସଟ୍ରାଟେରିଟୋରିଆଲ (extratropical cyclones) ସୃଷ୍ଟି ହୁଏ । ପୃଥିବୀର ଅକ୍ଷ (axis) ଅର୍ବିଟାଲ ପ୍ଲେନ ଆଡ଼କୁ ସାମାନ୍ୟ ଢଳି ରହିଥିବାରୁ ସୂର୍ଯ୍ୟାଲୋକ ଏକ ବର୍ଷରେ ବିଭିନ୍ନ କୋଣ ଅଙ୍କନ କରଥିବାରୁ ପାଗ ଭିନ୍ନ ଭିନ୍ନ ହୋଇଥାଏ । ପୃଥିବୀ ପୃଷ୍ଠରେ ଉତ୍ତାପ ବାର୍ଷିକ ପରିସୀମା (−୪୦ °Fରୁ ୧୦୦ °F) ମଧ୍ୟରେ ରହେ । ହଜାର ହଜାର ବର୍ଷ ଧରି ପୃଥିବୀର ସୂର୍ଯ୍ୟ ଚତୁର୍ଦ୍ଦିଗରେ କରୁଥିବା ପରିକ୍ରମା ଫଳରେ ପୃଥିବୀକୁ ମିଳୁଥିବା ସୌରଶକ୍ତି (solar energy) ପ୍ରଭାବିତ ହୁଏ; ତେଣୁ ଦୀର୍ଘକାଳୀନ ପ୍ରଭାବ ପଡ଼ି ଜଳବାୟୂର (climate change) ପରିବର୍ତ୍ତନ ହୁଏ ।

ଉତ୍ତାପ ପରିବର୍ତ୍ତନ ହେଲେ ଚାପ ପରିବର୍ତ୍ତନ ହୁଏ । ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାନ ନିମ୍ନ ସ୍ଥାନ ଅପେକ୍ଷ ଥଣ୍ଡା ରହେ । ଉତ୍ତପ୍ତ ପୃଥିବୀ ସଂସ୍ପର୍ଶରେ ଆସିବାରୁ ବାୟୁମଣ୍ଡଳ ଉତ୍ତପ୍ତ ହୁଏ କିନ୍ତୁ ରାଡିଏସନ ଯୋଗୁ ଉତ୍ତାପ ସମାନ ରହେ । ଗୋଟିଏ ସ୍ଥାନରେ ଭବିଷ୍ୟତର ଭିନ୍ନ ଭିନ୍ନ ସମୟରେ ପୃଥିବୀ ଅବସ୍ଥାର (atmosphere ) ବୈଜ୍ଞାନିକ ଓ ଟେକନୋଲୋଜି ବ୍ୟବ‌ହାର କରାଯାଇଥିବା ଭବିଷ୍ୟବାଣୀକୁ ପାଣିପାଗ କୁହାଯାଏ । ଏହି ପାଣିପାଗ ସିସ୍ଟମ ଏକ ଅରାଜକ ପ୍ରଣାଳୀ, ତେଣୁ ଏହି ପ୍ରଣାଳୀର ଏକ କ୍ଷୁଦ୍ର ପରିବର୍ତ୍ତନ ହେବା ଫଳରେ ସମୁଦାୟ ପ୍ରଣାଳୀରେ ବିରାଟ ପ୍ରଭାବ ପଡ଼ିଯାଏ । ଇତିହାସରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମାନବ ପାଗ ନିୟନ୍ତ୍ରଣ କରିବାରେ ଚେଷ୍ଟିତ ଅଛି ଓ ପାଣିପାଗ ଅନୁସାରେ କୃଷି ତ‌ଥା ଉଦ୍ୟୋଗର ପରିବର୍ତ୍ତନ ହେଉଛି ।

ଅନ୍ୟାନ୍ୟ ଗ୍ରହ ମାନଙ୍କରେ କିପରି ପାଗର ପ୍ରଭାବ ରହିଛି, ତାହା ଅନୁଶୀଳନ କରି ପୃଥିବୀରେ କିପରି ହେଉଛି ଜାଣିବା ଓ ବୁଝିବାରେ ବୋଧଗମ୍ୟ ହେଉଛି ।

ଆଧାର

Tags:

en:Earthen:atmosphereen:climateen:precipitation (meteorology)en:stratosphereen:troposphereଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ମଇ ଦିବସଓଡ଼ିଶୀ ସଙ୍ଗୀତସୌରୀନ୍ଦ୍ର ବାରିକପଞ୍ଚସଖାସରୋଜିନୀ ନାଇଡୁନନ୍ଦନକାନନ ଜୀବ ଉଦ୍ୟାନକୋଳିବିଜୁ ପଟ୍ଟନାୟକରାଶି ଓ ନକ୍ଷତ୍ରଆଶୁତୋଷ ପରିଡ଼ାଛତୁ ତରକାରୀକାଜାଖସ୍ତାନମୁକ୍ତିକାନ୍ତ ମଣ୍ଡଳଚୈତନ୍ୟରବର୍ଟ ହିଲ୍ଜନ୍ମ ନିରୋଧପ୍ରାଣବନ୍ଧୁ କରପାଇକ ବିଦ୍ରୋହନେଲସନ ମଣ୍ଡେଲାଭଦ୍ରକ ଜିଲ୍ଲାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବେଦକମ୍ପ୍ୟୁଟରଚିକୁନ‌ଗୁନିଆହନୁମାନ ବାଟିକାଥାଲକୁଡ଼ିସ୍ତୁତି ଚିନ୍ତାମଣିଭାରତୀୟ ସ୍ୱାଧୀନତା ଆନ୍ଦୋଳନଇଣ୍ଟରନେଟଯଶୋବନ୍ତ ଦାସ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପାଇକ ଆଖଡ଼ାକାଟୁଲୁ ରବି କୁମାରମସ୍କୋଇଣ୍ଡିଆନ ପ୍ରିମିଅର ଲିଗଆନ୍ଧ୍ର ପ୍ରଦେଶସାମାଜିକ ଆନ୍ଦୋଳନଅନନ୍ତ ପଟ୍ଟନାୟକଅଣସରରାଧାନାଥ ରାୟକାଶୀ ବିଶ୍ୱନାଥ ମନ୍ଦିରନଅତୁଣ୍ଡୀରାଜକିଶୋର ରାୟଦୀପା ସାହୁ (୧୯୮୫ ଜନ୍ମ)ଟାହିଆଲାଗି ବେଶଜୀବସାର ଗଶ୍ରୀରାଧାମାଁ ପୀତାମ୍ବର ମନ୍ଦିରସୂର୍ଯ୍ୟବଂଶୀ ସୂରଜଏଞ୍ଜେଲା ମେର୍କେଲ୍ଇଣ୍ଡୋନେସିଆମୁମ୍ବାଇକଳାହାଣ୍ଡି ଜିଲ୍ଲାଗିରିଜା କୁମାର ବଳୀୟାରସିଂହଜନ ଗଣ ମନମାଲେସିଆନଇ ଆରପାରିଲସିନୀଳକଣ୍ଠ ଦାସବସନ୍ତ କୁମାର ଶତପଥୀରତ୍ନାକର ଚଇନିବୀଣାପାଣି ମହାନ୍ତିଓଡ଼ିଶାର ଇତିହାସଗୋପାଳକୃଷ୍ଣ ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷଓଡ଼ିଶାର କଳାଆପେଣ୍ଡିସାଇଟିସଫରିନା ଆଜାଦରାଉରକେଲାଶ୍ରୀଲଙ୍କାର ଭୂଗୋଳପୁଥୁପ୍ପାଲ୍ଲୀ, କୋଟ୍ଟାୟାମ🡆 More