ନାଗଫେଣୀ ଗଛ

ନାଗଫେଣୀ (cactus) ସପୁଷ୍ପକ ପରିବାର ଏକ ଜୀବ-ବୈଜ୍ଞାନିକ ଫୁଲ ଅଟେ , ଯାହା ନିଜର ମୋଟା, ଫୁଲିଥିବା ଶରୀରରେ ପାଣି ଭରିକରି ଶୁଷ୍କ ବା ମରୁଭୂମି (ବାଲି ଯୁକ୍ତ ସହର) ପରିସ୍ଥିତିରେ ଜୀବିତ ରହିବା ଏବଂ ନିଜ କଣ୍ଟାରେ ସମ୍ପୂର୍ଣ୍ଣ ଭାବେ ଭରିହୋଇଥିବା ରୂପ ପାଇଁ ଜଣାଯାଏ । ଏହାର ପାଖାପାଖି ୧୨୭ ଜୀବ-ବୈଜ୍ଞାନିକ ବଂଶରେ ଏବଂ ୧୭୫୦ ଜୀବ-ବୈଜ୍ଞାନିକ ଜାତି ସଂଗଠିତ ହୋଇଛନ୍ତି ଏବଂ ସେଗୁଡ଼ିକ ନବଜଗତ (ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା)ର ମୂଳ ନିବାସୀ ଅଟନ୍ତି । ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଜାତି ହିଁ ପୂର୍ବଜଗତରେସ୍ଥିତ ଆଫ୍ରିକା ଓ ଶ୍ରୀଲଙ୍କାରେ ବିନା ମାନବୀୟ ହସ୍ତକ୍ଷେପଦ୍ୱାରା ପହଞ୍ଚିଥିଲେ ଏବଂ ଜଣାଯାଏ ଯେ, ଏହାକୁ ପକ୍ଷୀମାନଙ୍କଦ୍ୱାରା ପ୍ରସାରିତ କରାଯାଇଥିଲା । ସମସ୍ତ ନାଗଫେଣୀ ପ୍ରାୟତଃ ମାଂସାଳ (ମୋଟା ଯୁକ୍ତ) ଗଛ ହୋଇଥାନ୍ତି , ଯିଏ ନିଜ ଶରୀରରେ ପାଣି ବଞ୍ଚାଇ ରଖିଥାଏ । ଏହାର ପତ୍ର ମଧ୍ୟ ବିଶେଷ ରୂପେ କଣ୍ଟାର ସ୍ୱରୂପ ଧାରଣ କରିଥାଏ । ଏହି ଗଛ ସାଧାରଣତଃ ଗରମ, ଶୁଷ୍କ ଜଳବାୟୁ ଅନୁକୂଳରେ ଦେଖାଯାଇଥାଏ ।

ନାଗଫେଣୀ ଗଛ
ସିଙ୍ଗାପୁର ବୋଟାନିକ ଗାର୍ଡେନର ନାଗଫେଣୀ ଗଛ
ନାଗଫେଣୀ ଗଛ
Many species of cactus have long, sharp spines, like this Opuntia.

ନାଗଫେଣୀର ୧,୫୦୦ରୁ ୧,୮୦୦ ପ୍ରଜାତି ଅଧିକାଂଶ "Core Cacti"ର ଦୁଇ ସମୂହ ମଧ୍ୟରୁ ଗୋଟିଏରେ ଆସିଥାନ୍ତି , ଯଥା: Opuntias (ଉପ ପରିବାର Opuntioideae) ଏବଂ Cactoids (ଉପ ପରିବାର Cactoideae) । ଏହି ଦୁଇ ସମୂହରୁ ଅଧିକାଂଶ ସଦସ୍ୟ ମଧ୍ୟରୁ ନାଗଫେଣୀକୁ ଅତି ସହଜରେ ଚିହ୍ନିବା ଯୋଗ୍ୟ ହୋଇଥାଏ ।

ଥିୟୋଫ୍ରାଷ୍ଟସ(Theophrastus) "କ୍ୟାକ୍ଟସ" (ନାଗଫେଣୀର ଇଂରାଜୀ ନାମ) ଶବ୍ଦର ବ୍ୟବହାର କରୁଥିବା ପ୍ରଥମ ବ୍ୟକ୍ତି ଥିଲେ । ଏହା ପ୍ରାଚୀନ ଗ୍ରୀକରୁ ଆସିଛି ପ୍ରାଚୀନ ଗ୍ରୀକ: κάκτος kaktos । ଥିୟୋଫ୍ରାଷ୍ଟସ ଏହାର ବ୍ୟବହାର ଏକ ମେରୁଦଣ୍ଡ ଯୁକ୍ତ ଗଛ ପାଇଁ କରିଥିଲେ , ଯାହାର ପରିଚୟ ନିଶ୍ଚିତ ରୂପେ ଜ୍ଞାତ ନାହିଁ । ନାଗଫେଣୀ ଗଛ ଶୁଖିଲା, ଗରମ ଜଳବାୟୁରେ ଏକ ମହତ୍ତ୍ୱପୂର୍ଣ୍ଣ ଖାଦ୍ୟ ଶୃଙ୍ଖଳାର ଅଂଶ ଅଟେ । ଏବେ ଏହା ଦୁନିଆର ବିଭିନ୍ନ ଅଂଶରେ ବ୍ୟାପିଯାଇଛି , ଏବଂ ବହୁତ ଲୋକ ସେହି ଗଛ ଗୁଡିକୁ ମାଟି ପାତ୍ର କିମ୍ବା ବଗିଚାରେ ଲାଗେଇବାକୁ ପସନ୍ଦ କରିଥାନ୍ତି ।

ବିଂଶ ଶତାବ୍ଦୀର ଆରମ୍ଭରୁ ନାଗଫେଣୀରେ ରୁଚି ବଢିଛି । ପ୍ରତ୍ୟେକ ବର୍ଷ ବୈଜ୍ଞାନିକମାନେ ନୂତନ ପ୍ରକାର ନାଗଫେଣୀର ଅନୁସନ୍ଧାନ କରିଥାନ୍ତି । ଏହାର ଖରାପ ପ୍ରଭାବ ହେଉଛି, ନାଗଫେଣୀକୁ ଖୋଜିବା ପାଇଁ ଜଙ୍ଗଲର ବିଭିନ୍ନ ଜାଗାକୁ ଖୋଳିଥାନ୍ତି , ଯାହାଦ୍ୱାରା କିଛି ପ୍ରକାର ସଙ୍କଟ ଅନୁଭବ ହୋଇଥାଏ ।

ଉପଯୋଗୀକରଣ

ଉପଯୋଗୀକରଣ ଏପରି ଏକ ପ୍ରକ୍ରିୟା ଅଟେ ଯାହା ଜୀବନ୍ତ ଜିନିଷକୁ ଜୀବନ୍ତ ରଖିବା ଏବଂ ନିଜପରି ଆହୁରି ଅଧିକ ବନେଇବା ପାଇଁ ସାହାଯ୍ୟ କରିଥାଏ । ନାଗଫେଣୀ ପାଖେ ସେହି ଜାଗାରେ ରହିବା ପାଇଁ ବହୁ ଅନୁକୂଳନ ପରିସ୍ଥିତି ରହିଛି ଯାହା ବେଳେ ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୁଖିଥାଏ । ଅନ୍ୟ ସମୟରେ ଏହି ସ୍ଥାନରେ ବହୁତ ବର୍ଷା ହୋଇପାରେ ।

ମାଟିର ଶୀର୍ଷ ପାଖେ ନାଗଫେଣୀରେ ବହୁ ଛୋଟ, ପତଳା ମୂଳ ରହିପାରେ । ଏହି ମୂଳ ବର୍ଷା ପରେ ପାଣିରେ ଯଥା ଶୀଘ୍ର ଭରିଯାଏ । ଗୋଟିଏ ନାଗଫେଣୀରେ ଏକ ଲମ୍ବା, ମୋଟା ମୂଳ ରହିପାରେ, ଯାହାକୁ "ଟ୍ୟାପରୁଟ" କୁହାଯାଏ । ଟ୍ୟାପରୁଟ ମାଟିରେ ଅତି ଗଭୀରତାରୁ ବଢିଥାଏ । ଯେତେବେଳେ ଶୀର୍ଷରେ ମାଟି ଶୁଖିଯାଏ ସେତେବେଳେ ଏହା ପାଣି ପର୍ଯ୍ୟନ୍ତ ପହଞ୍ଚି ପାରେ ।

ମୋଟା କାଣ୍ଡରେ ନାଗଫେଣୀର ପାଣି ଜମା ହୋଇ ରହିଥାଏ । କାଣ୍ଡ ଶକ୍ତ ଶରୀରରେ ଆବରଣ ହୋଇଥାଏ ଏବଂ ମହମ (ମହୁସିଠା)ରେ ଘୋଡେଇ ହୋଇଥାଏ । ମୋଟା ମହମ ଯୁକ୍ତ ଶରୀର ପାଣିର ଅସୁବିଧାକୁ କମେଇ ଥାଏ । ଏହାର ପତ୍ରରେ ବହୁତ ଶକ୍ତ ଏବଂ ବଡ଼ ବଡ଼ କଣ୍ଟା ରହିଥାଏ । ବହୁ ଜୀବଜନ୍ତୁ ନାଗ ଫେଣୀ ଭିତରର ପାଣିକୁ ଆଶା କରିଥାନ୍ତି, କିନ୍ତୁ ଏହାର ମୋଟା ଚମଡା ଏବଂ ଶକ୍ତ କଣ୍ଟା ପାଇଁ ସେମାନେ ପାଣିକୁ ସଂଗ୍ରହ କରିପାରନ୍ତି ନାହିଁ ।

ବ୍ୟବହାର

ନାଗଫେଣୀ ସାଧାରଣତଃ "House Plant" (ଘରୋଇ ଗଛ) ରୂପେ ଉପଜାତ ହୋଇଥାଏ । ସେଗୁଡିକ ସୁନ୍ଦର ଏବଂ ବିକଶିତ କରିବା ପାଇଁ ଅତ୍ୟନ୍ତ ସହଜ ଅଟେ । କିଛି ନାଗଫେଣୀ ଗଛ ବଗିଚାରେ ଲଗାଯାଏ, ମୁଖ୍ୟତଃ ଶୁଖିଲା ଜାଗାରେ । ଏହାକୁ ସାଧାରଣତଃ ଜୀବିତ ବାଡ଼ ରୂପେ ବ୍ୟବହାର କରାଯାଏ । ମରିଯାଇଥିବା ଗଛକୁ ବେଳେବେଳେ କୋଠା ଘରପାଇଁ ବ୍ୟବହାର କରାଯାଏ ।

କିଛି ଲୋକ ନାଗଫେଣୀକୁ ଖାଦ୍ୟପେୟ ରୂପେ ବ୍ୟବହାର କରିଥାନ୍ତି । Dactylopius coccus ଏକ ପ୍ରକାର ସ୍କେଲ କୀଟ ଅଟେ ଯେଉଁଥିରୁ କୋଚିନିୟଲ ଡ଼ାଇ ମିଳିଥାଏ ।[ଆଧାର ଲୋଡ଼ା] ଏହି କୀଟ ନାଗଫେଣୀରେ ପୋଷକ ତତ୍ତ୍ୱ ଭରପୁର ମାନରେ ରଖିଥାଏ ।[ଆଧାର ଲୋଡ଼ା] ଲାଲ ଡ଼ାଇ ତିଆରି କରିବା ପାଇଁ କୀଟ ଶରୀର ଏବଂ ଅଣ୍ଡାରୁ କୈରାମିନିକ ଏସିଡ଼ ବାହାର କରାଯାଇ ପାରେ ।[ଆଧାର ଲୋଡ଼ା]

ଗ୍ୟାଲେରି

ଆଧାର

Tags:

ନାଗଫେଣୀ ଗଛ ଉପଯୋଗୀକରଣନାଗଫେଣୀ ଗଛ ବ୍ୟବହାରନାଗଫେଣୀ ଗଛ ଗ୍ୟାଲେରିନାଗଫେଣୀ ଗଛ ଆଧାରନାଗଫେଣୀ ଗଛ

🔥 Trending searches on Wiki ଓଡ଼ିଆ:

ଗୋପୀନାଥ ମହାନ୍ତିଚଇତି ଘୋଡ଼ା ନାଚଜଗଦୀଶ ମହାନ୍ତିଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭାରତୀୟ ଦଣ୍ଡ ସଂହିତା, ୧୮୬୦ମହାତ୍ମା ଗାନ୍ଧୀଙ୍କ ପରିବାରପରମାନନ୍ଦ ଆଚାର୍ଯ୍ୟବୈକୁଣ୍ଠନାଥ ପଟ୍ଟନାୟକଅଚ୍ୟୁତ ସାମନ୍ତଚନ୍ଦନ ଯାତ୍ରାଭୁବନେଶ୍ୱର ମିଶ୍ରସ୍ୱାସ୍ଥ୍ୟଆଶୁତୋଷ ପରିଡ଼ାବସନ୍ତ କୁମାର ଶତପଥୀଅହଲ୍ୟାଶିମିଳିପାଳ ଜାତୀୟ ଉଦ୍ୟାନବର୍ଷା ପ୍ରିୟଦର୍ଶିନୀକରଞ୍ଜସୁରେନ୍ଦ୍ର ମହାନ୍ତିରାସେଶ୍ୱରୀ ପାଣିଗ୍ରାହୀସାରଳା ଦାସମାୟାଧର ମାନସିଂହଚୌଧୁରୀ ବିକାଶ ଦାସଯୁକ୍ତରାଜ୍ୟପ୍ରଦୀପ କୁମାର ପାଣିଗ୍ରାହୀହୋଲିଗ୍ରହଖୋର୍ଦ୍ଧାବିଶ୍ୱ ଏଡ୍‌ସ ଦିବସକୁକୁରନନ୍ଦ କିଶୋର ବଳଧର୍ମଗଡ଼ଶରତ କୁମାର ମହାନ୍ତିହେନା ଫୁଲଦୁଃଶୀଳାଭାରତର ନଦୀ ସମୂହର ତାଲିକାଚାଣକ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀପଖାଳଯୁକ୍ତରାଷ୍ଟ୍ର ଆମେରିକାଦୁର୍ଗାଷ୍ଟମୀବିଜୟ ପ୍ରସାଦ ମହାପାତ୍ରଶବ୍ଦ (ପଦ)ନୀଳକଣ୍ଠ ଦାସରାଜେନ୍ଦ୍ର ନାରାୟଣ ସିଂହଦେଓତୁଷାରକାନ୍ତି ବେହେରାକାଳିନ୍ଦୀ ଚରଣ ପାଣିଗ୍ରାହୀସରଳା ଦେବୀଚାରି ଧାମପୂରଣବାଚକ ସଂଖ୍ୟାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମିନତି ମିଶ୍ରନବକୃଷ୍ଣ ଚୌଧୁରୀତାମିଲ ଭାଷାବୀଜାଣୁପୂଜା (ଉପାସନା)ମକର (ରାଶି)୧୮ ଅପ୍ରେଲଦଶରଥରମାକାନ୍ତ ପଣ୍ଡାତୁମ ପରି ଛୋଟ ପିଲାଟିଏପଣିକିଆସୁଭାଷ ଚନ୍ଦ୍ର ବୋଷପ୍ରଦୂଷଣଭାରତୀୟ ଜାତୀୟ କଂଗ୍ରେସଲକ୍ଷ୍ମୀକାନ୍ତ ମହାପାତ୍ର🡆 More