ନରେନ୍ଦ୍ର କୁମାର ବେହେରା: ଓଡ଼ିଆ ଅଭିନେତା

ନରେନ୍ଦ୍ର କୁମାର ବେହେରା ଓଡ଼ିଆ କଥାଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ଥିଲେ । ଦର୍ଶକଙ୍କ ନିକଟରେ 'ନରି' ଭାବେ ବେଶୀ ପରିଚିତ ଥିଲେ । ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁଙ୍କ ସହ ସେ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ।

ନରେନ୍ଦ୍ର କୁମାର ବେହେରା (ନରି)
ଜନ୍ମ(1943-07-28)୨୮ ଜୁଲାଇ ୧୯୪୩
ମୃତ୍ୟୁ୧୪ ଅକ୍ଟୋବର ୧୯୯୫(1995-10-14) (ବୟସ ୫୨)
ଶିକ୍ଷାନୁଷ୍ଠାନମିସନ ସ୍କୁଲ, କଟକ
ବୃତ୍ତିଅଭିନେତା

ପ୍ରାରମ୍ଭିକ ଜୀବନ

ନରି, ୧୯୪୩ ଜୁଲାଇ ୨୮ତାରିଖରେ ଏକ ଗୋପାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଣ୍ଣକାର ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ଜଣେ ସଙ୍ଗୀତପ୍ରିୟ ବ୍ୟକ୍ତି ଥିଲେ । ପିତାଙ୍କ ପ୍ରଭାବ ନରିଙ୍କ ଉପରେ ପଡ଼ିଥିଲା । ଶୈଶବରୁ ସେ ତବଲା, ମୃଦଙ୍ଗ ବଜାଇ ପାରୁଥିଲେ । ପାଠ ପଢ଼ିବାରେ ତାଙ୍କର ମନ ଲାଗୁନଥିଲା । ଲକ୍ଷ୍ୟ ଥିଲା ସଙ୍ଗୀତ ଅବା ଅଭିନୟ କ୍ଷେତ୍ରରେ ନାଁ କମେଇବେ । ଅଭିନେତା ହେବା ପାଇଁ ଘର ଛାଡି ମୁମ୍ବାଇ ପଳାଇଥିଲେ । ସେଠାରେ କାମ ନମିଳିବାରୁ ଘରକୁ ଫେରି ଆସି ଆଇ.ଟି.ଆଇରେ ତାଲିମ ନେଇ କିଛି ଦିନ ମେକାନିକ ଭାବରେ କାମ କରିଥିଲେ । "କଳାଶ୍ରୀ", "ଅନ୍ନପୂର୍ଣ୍ଣ" ରଙ୍ଗମଞ୍ଚରୁ ତାଙ୍କର ଅଭିନେତା ଜୀବନ ଆରମ୍ଭ ହୋଇଥିଲା । ସେ ଟ୍ରାଙ୍ଗୋ ବଜେଇବାରେ ମଧ୍ୟ ନିପୁଣ ଥିଲେ । ଏଥି ଯୋଗୁଁ ତାଙ୍କୁ ମେଲୋଡ଼ି ପାର୍ଟିରେ କାମ ମିଳି ଯାଉଥିଲା । ମଞ୍ଚରେ ହାସ୍ୟରସ ପରିବେଷଣ କରୁଥିଲେ । ଅନ୍ୟ ଅଭିନେତାମାନଙ୍କର ସ୍ୱରକୁ ନକଲ କରି ଦର୍ଶକମାନଙ୍କର ମନୋରଞ୍ଜନ କରୁଥିଲେ ।

କଥାଚିତ୍ର ଜୀବନ

୧୯୬୮ ମସିହାରେ କିଏ କାହାର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ନରି, ୧୯୯୪ ମସିହାରେ ନିର୍ମିତ ଲକ୍ଷେ ଶିବ ପୂଜି ପାଇଛି ପୁଅ ପର୍ଯ୍ୟନ୍ତ ୪୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର

ମାନ ସମ୍ମାନ

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ହାସ୍ୟ ଅଭିନେତା କନ୍ୟାଦାନ କଥାଚିତ୍ର ପାଇଁ) - ୧୯୮୮

ଆଧାର

ବାହାର ଆଧାର

Tags:

ନରେନ୍ଦ୍ର କୁମାର ବେହେରା ପ୍ରାରମ୍ଭିକ ଜୀବନନରେନ୍ଦ୍ର କୁମାର ବେହେରା କଥାଚିତ୍ର ଜୀବନନରେନ୍ଦ୍ର କୁମାର ବେହେରା ମାନ ସମ୍ମାନନରେନ୍ଦ୍ର କୁମାର ବେହେରା ଆଧାରନରେନ୍ଦ୍ର କୁମାର ବେହେରା ବାହାର ଆଧାରନରେନ୍ଦ୍ର କୁମାର ବେହେରାଓଡ଼ିଆ କଥାଚିତ୍ର ଜଗତଶ୍ୟାମଳେନ୍ଦୁ

🔥 Trending searches on Wiki ଓଡ଼ିଆ:

ନୂଆ ଦିଲ୍ଲୀଗୁରୁ ପ୍ରସାଦ ମହାନ୍ତିସଚିନ ତେନ୍ଦୁଲକରଓଡ଼ିଆହୃଷୀକେଶ ମଲ୍ଲିକକୃଷ୍ଣରାଖାଲ ମହାନ୍ତିଦଶାବତାରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୃଷ୍ଣଚନ୍ଦ୍ର ପାଣିଗ୍ରାହୀଦୁର୍ଗାଷ୍ଟମୀପ୍ରଶାନ୍ତ ନନ୍ଦବସନ୍ତ କୁମାରୀ ପଟ୍ଟନାୟକରେଭେନ୍‌ସା କଲିଜିଏଟ ସ୍କୁଲଭାଷାବ୍ରାହ୍ମଣସାମବେଦଦିବ୍ୟସିଂହ ଦେବକାନନ ମିଶ୍ରପାର୍କିନ୍‌ସନ୍ ରୋଗପ୍ରତିଭା ରାୟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗୋପାଳ ଛୋଟରାୟଚଇତି ଘୋଡ଼ା ନାଚକୋଣାର୍କ ସୂର୍ଯ୍ୟ ମନ୍ଦିରମକର (ରାଶି)ଗୋଲୋକ ବିହାରୀ ଧଳବିଜୁ ପଟ୍ଟନାୟକଭାରତର ସଂସ୍କୃତିଓଡ଼ିଆ କବି ମାନଙ୍କର ତାଲିକାପଠାଣି ପଟ୍ଟନାୟକହେମନ୍ତ ଦାସକିଶୋରୀ ଚରଣ ଦାସମଧୁସୂଦନ ରାଓଓଡ଼ିଆ ଭାଗବତପ୍ରତୀକ୍ଷାସମୀର ରଞ୍ଜନ ଦାଶଭାରତୀୟ ସ୍ୱାଧୀନତା ଆନ୍ଦୋଳନବିବାହଭାରତର ଜାତୀୟ ପତାକାପଞ୍ଚସଖାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭାତଚମ୍ପୂରାମଚନ୍ଦ୍ର ମିଶ୍ର୨୦ ଅପ୍ରେଲଲଳିତ ମାନସିଂହରମାଦେବୀ ଚୌଧୁରୀମଦର ଟେରେସାଭାରତୀୟ ଡାକ ସେବାସୁଗ୍ରୀବକୃଷ୍ଣ ଜନ୍ମାଷ୍ଟମୀଛତିଶଗଡ଼ବିଜୁଳିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଜନ ବୀମସବ୍ରଜନାଥ ବଡ଼ଜେନାନବକୃଷ୍ଣ ଚୌଧୁରୀବୈଷ୍ଣବ ପାଣିମଧୁସୂଦନ ଦାସବିଜୁ ଜନତା ଦଳବର୍ଷା ପ୍ରିୟଦର୍ଶିନୀକଟକଚନ୍ଦ୍ରଶେଖର ରଥନଟବର ସାମନ୍ତରାୟ🡆 More