ଧନେଶ୍ୱର ସ୍ୱାଇଁ

ବାଦ୍ୟଶ୍ରୀ ଧନେଶ୍ୱର ସ୍ୱାଇଁ (ଜନ୍ମ : ୧୮ ମଇ ୧୯୫୩) ଜଣେ ମର୍ଦ୍ଦଳ ବାଦକ ଓ ଗୁରୁ ଅଟନ୍ତି । ମର୍ଦ୍ଦଳ ବାଦନ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ଗୁରୁ ଭାବରେ କାର୍ଯ୍ୟଛନ୍ତି ।

ବାଦ୍ୟଶ୍ରୀ ଗୁରୁ

ଧନେଶ୍ୱର ସ୍ୱାଇଁ
ଧନେଶ୍ୱର ସ୍ୱାଇଁ
ଜନ୍ମ (1953-05-18) ୧୮ ମଇ ୧୯୫୩ (ବୟସ ୭୦)
ନହନ୍ତର, ପୁରୀ
ବୃତ୍ତି(ସମୂହ)ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ, ଗୁରୁ, ବାଦ୍ୟ ସଂଯୋଜକ, ଗବେଷକ
ଶୈଳୀଓଡ଼ିଶୀ ସଙ୍ଗୀତ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଜୀବନୀ

ଧନେଶ୍ୱର, ୧୯୫୩ ମସିହାରେ ପୁରୀ ଜିଲ୍ଲାର ନହନ୍ତରଠାରେ ଜନ୍ମଗ୍ରହଣ କରିଥିଲେ । ନିଜ ଗାଁରେ ଥିବା ଭାଗବତ ଟୁଙ୍ଗୀରେ ସଂକୀର୍ତ୍ତନ ଆଦି ଶୁଣି ସେ ମର୍ଦ୍ଦଳ ପ୍ରତି ଆକୃଷ୍ଟ ହୋଇଥିଲେ । ସିଂହାରୀ ଶ୍ୟାମସୁନ୍ଦର କର ଓ ଗୁରୁ ବନମାଳି ମହାରଣାଙ୍କଠାରୁ ସେ ବିଧିବଦ୍ଧ ମର୍ଦ୍ଦଳ ବାଦନ ଶିଖିଛନ୍ତି । ୧୯୭୯ ମସିହାରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଲ ବିଭାଗରେ ଯୋଗଦେଇଥିଲେ । ୧୯୮୦ ମସିହାରୁ ସେ ବିଭିନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କ ସହିତ ମର୍ଦ୍ଦଳ ବଜେଇ ଆସୁଛନ୍ତି । ଏକକ ମର୍ଦ୍ଦଳ ବାଦକ ଭାବରେ ମଧ୍ୟ ସେ ବହୁବାର ମଞ୍ଚରେ ପରିବେଷଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ପେନ, ବେଲଜିଅମ, ଡେନମାର୍କ, ନରୱେ, ଫିନଲ୍ୟାଣ୍ଡ, ଚୀନ, ସିଙ୍ଗାପୁର, ମାଲେସିଆ, ଦକ୍ଷିଣ କୋରିଆ, ଜୋର୍ଡାନ, ଇସ୍ରାଏଲ ଆଦି ଦେଶରେ ସେ ମର୍ଦ୍ଦଳ ବାଦନ ପରିବେଷଣ କରିସାରିଛନ୍ତି ।

ସେ ଓଡ଼ିଶୀ ନୃତ୍ୟରେ ସଙ୍ଗୀତ ସଂଯୋଜନା ମଧ୍ୟ କରନ୍ତି । ତାଙ୍କର କିଛି ଲୋକପ୍ରିୟ ସଂଯୋଜନା ମଧ୍ୟରେ 'ପଞ୍ଚଦେବ ସ୍ତୁତି', 'ଦଶ ମହାବିଦ୍ୟା', 'ଯୁଗେ ଯୁଗେ ଜଗନ୍ନାଥ', 'ସୃଷ୍ଟି ଓ ପ୍ରଳୟ' ଆଦି ଅନ୍ୟତମ ।

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮
  • ବାଦ୍ୟଶ୍ରୀ - ୧୯୯୯ (ଉତ୍କଳ ସାହିତ୍ୟ କଳା ପରିଷଦଦ୍ୱାରା ପ୍ରଦତ୍ତ)

ଆଧାର

Tags:

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟମର୍ଦ୍ଦଳ

🔥 Trending searches on Wiki ଓଡ଼ିଆ:

କାଜାଖସ୍ତାନଭାରତମଧୁସୂଦନ ଦାସହେମୋଫିଲିଆପାରମିତା ଶତପଥୀଫେବୃଆରୀପୁଥୁପ୍ପାଲ୍ଲୀ, କୋଟ୍ଟାୟାମମାର୍ଚ୍ଚ ୨୧ଭାରତର ଜାତୀୟ ପତାକାମୌଳିକ ସଂଖ୍ୟାସାଲଭାଡୋର ଡାଲିଛତୁ ତରକାରୀଚଇତି ଘୋଡ଼ା ନାଚମସ୍କୋଶ୍ରୀରାଧାଅଭିମନ୍ୟୁ ସାମନ୍ତସିଂହାରପ୍ରତୀକ୍ଷାତାରିଣୀ ମନ୍ଦିର, ଘଟଗାଁମହାନଦୀଜଗନମୋହ‌ନ ଲାଲଗଣନ ସଂଖ୍ୟାମହାପ୍ରସାଦରକ୍ତଗୋଲୋକ ବିହାରୀ ଧଳଅନ୍ନଦା ଶଙ୍କର ରାୟଅଂଶୁପା ହ୍ରଦଓଡ଼ିଆ ସାହିତ୍ୟvji40ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଉଦ୍ଭିଦଆଲୋକ୧୯୬୧ଅଂଶୁଘାତହୀରାକୁଦ ବନ୍ଧକଣ୍ଡୋମକଖାରୁ ଫୁଲ ଭଜାଉତ୍କଳ ଦିବସଶ୍ରଦ୍ଧାକର ସୂପକାରସ୍ତନଭୃସଙ୍ଗ ଗଛବିନ୍ଦୁପ୍ଲୀହାମଟର ସାଇକେଲ୧ମ ଓଡ଼ିଶା ବିଧାନ ସଭାବରଗଛଭାରତୀୟ ସ୍ୱାଧୀନତା ଆନ୍ଦୋଳନଇଣ୍ଟରନେଟଉଦ୍ଭିଦ ବିଜ୍ଞାନଛାରପୋକଓଡ଼ିଶା ପ୍ରିମିଅର ଲିଗଅଣ୍ଡାଫେବୃଆରୀ ୨୮ବିଜୁ ଜନତା ଦଳପକୋଡ଼ାଶନିବାରଶତ୍ରୁଘ୍ନ ପାଣ୍ଡବପ୍ରତିଭା ରାୟବିଷମ କଟକଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକୋଷ୍ଠକାଠିନ୍ୟବାଘନଇ ଆରପାରିଓଡ଼ିଆ ରାନ୍ଧଣାଗୋପାଳକୃଷ୍ଣ ପଟ୍ଟନାୟକସୀତାକାନ୍ତ ମହାପାତ୍ରସାରଥୀ ବାବାକଳାହାଣ୍ଡି ଜିଲ୍ଲାରବୀନ୍ଦ୍ରନାଥ ଠାକୁରପ୍ରାଣକୃଷ୍ଣ ପରିଜାସରୋଜିନୀ ସାହୁପୁଷ୍ଟିସାର🡆 More