ପ୍ରଫେସରଧନେଶ୍ୱର ସାହୁ (ଜନ୍ମ ୩୦ ସେପ୍ଟେମ୍ବର ୧୯୪୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହେତୁବାଦୀ ଚିନ୍ତକ, ଶିକ୍ଷାବିତ ଓ ଲେଖକ ସେ ଢେଙ୍କାନାଳ ଜିଲ୍ଲାର ଭୁବନଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭୁବନ ଉଚ୍ଚବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୧ ମସିହାରେ ଦର୍ଶନ ସମ୍ମାନରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ଦର୍ଶନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ୧୯୭୪ରେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ୨୦୦୭ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଛନ୍ତି
ପ୍ରଫେସର ଧନେଶ୍ୱର ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭୁବନ, ଢେଙ୍କାନାଳ ଜିଲ୍ଲା | ୩୦ ସେପ୍ଟେମ୍ବର ୧୯୪୯
ବୃତ୍ତି | ଶିକ୍ଷାବିତ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତ୍ତକୋତ୍ତର (ଦର୍ଶନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ |
ବିଷୟ | ହେତୁବାଦ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ |
ସଂସ୍କୃତି ଓ ସର୍ବୋଦୟ ପୁସ୍ତକ ନିମନ୍ତେ ସେ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ୨୦୧୪ରେ ପ୍ରଥମ ଓଡ଼ିଆ ଭାବେ ପେରିୟାର ଇଣ୍ଟରନ୍ୟାସନାଲଦ୍ୱାରା ‘ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ’ ସମ୍ମାନ ପାଇଥିଲେ
This article uses material from the Wikipedia ଓଡ଼ିଆ article ଧନେଶ୍ୱର ସାହୁ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.