ଜ୍ଞାନ ହୋତା: ଭାରତୀୟ ଓଡ଼ିଆ ବ୍ୟଙ୍ଗ କବି

ଜ୍ଞାନ ହୋତା ଜଣେ ଓଡ଼ିଆ ବ୍ୟଙ୍ଗ କବି । କଟକରୁ ପ୍ରକାଶିତ ମାସିକ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ ଦରବାରର ସେ ପ୍ରତିଷ୍ଠାତା ସମ୍ପାଦକ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ନାଟକ, ଦୂରଦର୍ଶନ କାର୍ଯ୍ୟକ୍ରମ ଏବଂ କଥାଚିତ୍ରମାନଙ୍କରେ ଜଣେ ବ୍ୟଙ୍ଗକବି ତଥା ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜ୍ଞାନ ହୋତା
ଜ୍ଞାନ ହୋତା: ପେଶା, ବ୍ୟଙ୍ଗ ସାହିତ୍ୟ, ଦୂରଦର୍ଶନ
୨୦୧୯ ମସିହାରେ କୋରାପୁଟରେ ଜ୍ଞାନ ହୋତା
ବୃତ୍ତିଓଡ଼ିଆ ବ୍ୟଙ୍ଗ କବି
ବୈବାହିକ-ସାଥୀସୌଦାମିନି ହୋତା

ପେଶା

ସେ ଭାରତୀୟ ଡାକ ବିଭାଗର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ବ୍ୟଙ୍ଗ ସାହିତ୍ୟ

ଜ୍ଞାନ ହୋତାଙ୍କ ରଚିତ ଅନେକ କ୍ଷୁଦ୍ର ବ୍ୟଙ୍ଗ ପୁସ୍ତକ ରହିଛି । ସେ ବିଭିନ୍ନ ମଞ୍ଚରେ ତାଙ୍କର ବ୍ୟଙ୍ଗ କବିତାମାନ ଉପସ୍ଥାପନା କରିବା ସହ ଛୋଟ ଛୋଟ ହସ କଥା ଉପସ୍ଥାପନା କରିଥାନ୍ତି ।

ଦୂରଦର୍ଶନ

ଜ୍ଞାନ ହୋତା ଓଡ଼ିଆ ଦୂରଦର୍ଶନର କିଛି କାର୍ଯ୍ୟକ୍ରମରେ ବିଚାରକ ତଥା ଅତିଥି ଭାବରେ କାର୍ଯ୍ୟ କରିଛନ୍ତି । ସେ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ୍‌ର ଆରମ୍ଭରୁ ଜଣେ ବିଚାରକ ଭାବରେ କାର୍ଯ୍ୟ କରି ଆସୁଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମରେ ବିଚାରକ ବ୍ୟବସ୍ଥା ଉଚ୍ଛେ ହେବାପରେ ଜ୍ଞାନ ହୋତା ଜଣେ ଅତିଥି ଭାବରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ତରଙ୍ଗ ମ୍ୟୁଜିକରେ ପ୍ରଚାରିତ ଏକ କାର୍ଯ୍ୟକ୍ରମରେ ଜ୍ଞାନହୋତା ନିୟମିତ ଅତିଥି ତଥା ବ୍ୟଙ୍ଗ କବିତା ଉପସ୍ଥାପନା ପାଇଁ କାର୍ଯ୍ୟ କରିଥିଲେ । ପ୍ରମେୟ ନ୍ୟୁଜ୍ ୭ରେ ପ୍ରସାରିତ କାର୍ଯ୍ୟକ୍ରମ ବ୍ୟଙ୍ଗଷ୍ଟାରରେ ଜ୍ଞାନ ହୋତା ଜଣେ ବିଚାରକ ଭାବରେ କାର୍ଯ୍ୟ କରିଛନ୍ତି ।

କଥାଚିତ୍ର

ଜ୍ଞାନ ହୋତା ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସତ୍ୟ ମେବ ଜୟତେରେ ବ୍ୟଙ୍ଗ କବି ଜାପାନୀ ବାବୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଠି ସେ ଅଟୋ ଚଳାଉଥିବା ଜଣେ ସାଧରଣ ଯୁବକକୁ ରାଜନୀତିକୁ ଆଣି ନିର୍ବାଚନ ଜିତାଇବା ପାଇଁ କାର୍ଯ୍ୟ କରିଥିଲେ ।

ଆଧାର

Tags:

ଜ୍ଞାନ ହୋତା ପେଶାଜ୍ଞାନ ହୋତା ବ୍ୟଙ୍ଗ ସାହିତ୍ୟଜ୍ଞାନ ହୋତା ଦୂରଦର୍ଶନଜ୍ଞାନ ହୋତା କଥାଚିତ୍ରଜ୍ଞାନ ହୋତା ଆଧାରଜ୍ଞାନ ହୋତାଓଡ଼ିଆ ଭାଷାବ୍ୟଙ୍ଗ ଦରବାର

🔥 Trending searches on Wiki ଓଡ଼ିଆ:

ଅଖିଳ ମୋହନ ପଟ୍ଟନାୟକଯୌନ ସମ୍ଭୋଗସମ୍ବଲପୁରଚିଲିକା (କବିତା)ମନୋଜ କୁମାର ମିଶ୍ରକମ୍ପ୍ୟୁଟରପୂର୍ଣ୍ଣଚ୍ଛେଦପକ୍ଷଆନ୍ଧ୍ର ପ୍ରଦେଶଜ୍ଞାନପୀଠ ପୁରସ୍କାରଗାଲୁଆରାଜ୍ୟ ସଭାଚାଟ୍ ଜିପିଟିପୁନମ ମିଶ୍ରଭାରତୀୟ ସଂଖ୍ୟା ପ୍ରଣାଳିମୌଳିକ ସଂଖ୍ୟାଭୁବନେଶ୍ୱର ବେହେରାଯକୃତଦେବସ୍ନାନ ପୂର୍ଣ୍ଣିମାଗୋଲୋକ ବିହାରୀ ଧଳଭାରତୀୟ ମହାକାଶ ଗବେଷଣା ସଂସ୍ଥାପାରମିତା ଶତପଥୀନାରାୟଣ ସାହୁଶବ୍ଦ (ପଦ)ମହେନ୍ଦ୍ର ସିଂହ ଧୋନିଭଣ୍ଡ ଗଣେଶପରିବେଶ୦ (ସଂଖ୍ୟା)ଭାରତର ନଦୀ ସମୂହର ତାଲିକାଇରା ମହାନ୍ତି୭ (ସଂଖ୍ୟା)ଅର୍ଥଶାସ୍ତ୍ରନେମାଳପ୍ରାଣୀଚନ୍ଦ୍ରଶେଖର ନନ୍ଦଲିମାଆନନ୍ଦ ଶଙ୍କର ଦାସପାଇକ ବିଦ୍ରୋହମୋନିକା ସେଲ୍ସଜୁନଟାହିଆଲାଗି ବେଶମନୋଜ ଦାସଭାରତ ସରକାରଏଞ୍ଜେଲା ମେର୍କେଲ୍ଓପନ-ସୋର୍ସ ସଫ୍ଟୱେରଗୋବିନ୍ଦ ତ୍ରିପାଠୀଆଖୁ୧୦୫୪କବିସୂର୍ଯ୍ୟ ବଳଦେବ ରଥରାମାୟଣପଠାଣି ସାମନ୍ତଦୀନକୃଷ୍ଣ ଦାସଓଡ଼ିଆ କାବ୍ୟ କବିତାଶ୍ରୀଲଙ୍କାର ଭୂଗୋଳଦୀପକ ମିଶ୍ରବୈଜୟନ୍ତ ପଣ୍ଡାକଣ୍ଡୋମଦ୍ୱିତୀୟ ବିଶ୍ୱଯୁଦ୍ଧକାଳିନ୍ଦୀ ଚରଣ ପାଣିଗ୍ରାହୀମାଁ ପୀତାମ୍ବର ମନ୍ଦିରଫକୀର ମୋହନ ସେନାପତିଶ୍ରବଣା (ନକ୍ଷତ୍ର)୫ ନଭେମ୍ବରପ୍ଲୀହାତପନ କୁମାର ପ୍ରଧାନରକ୍ତ🡆 More