ଜୋହରା ସେହଗଲ: ଭାରତୀୟ ଅଭିନେତ୍ରୀ ଓ କୋରିଓଗ୍ରାଫର

ଜୋହରା ସେହଗଲ (୨୭ ଅପ୍ରେଲ ୧୯୧୨ – ୧୦ ଜୁଲାଇ ୨୦୧୪) ଜଣେ ଭାରତୀୟ ଅଭିନେତ୍ରୀ ଓ ନୃତ୍ୟ ସଂଯୋଜିକା ଥିଲେ । ସେ ଉଦୟ ଶଙ୍କରଙ୍କ ସହ ଜଣେ ନୃତ୍ୟଶୀଳ୍ପି ଭାବେ ୧୯୩୫ ମସିହାରେ କ୍ୟାରିଅର ଆରମ୍ଭ କରି ଶଙ୍କରଙ୍କ ସହ ୮ ବର୍ଷ ଯାଏ କାମ କରିଥିଲେ । ତାହା ପରେ ସେ ବଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଜୋହରା ସେହଗଲ ବଲିଉଡ଼ ଚଳଚ୍ଚିତ୍ର ସହିତ ଇଂରାଜୀ ଭାଷାର ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକରେ ଜଣେ ଅଭିନେତ୍ରୀ ଭାବେ କାମ କରିଛନ୍ତି ।

ଜୋହରା ସେହଗଲ
ଜୋହରା ସେହଗଲ: ଚଳଚ୍ଚିତ୍ର ଜୀବନ, ମାନସମ୍ମାନ, ଆଧାର
ଜୋହରା ସେହଗଲ (ବାମରୁ), ଉଦୟ ଶଙ୍କର ବ୍ୟାଲେଟ ଦଳ, (୧୯୩୫-୩୭) ମସିହା
ଜନ୍ମ(1912-04-27)୨୭ ଅପ୍ରେଲ ୧୯୧୨
ଶାହାରଣପୁର, ଆଗ୍ରା ଓ ଔଧ ମିଳିତ ପ୍ରଗଣା, ବ୍ରିଟିସ ଭାରତ
ମୃତ୍ୟୁ୧୦ ଜୁଲାଇ ୨୦୧୪(2014-07-10) (ବୟସ ୧୦୨)
ଅନ୍ୟ ନାମଜୋହରା ମୁମତାଜ-ଉଲା ଖାଁ
ସାହିବଜାଦି ଜୋହରା ବେଗମ ମୁମତାଜ-ଉଲା ଖାଁ (ଜନ୍ମନାମ)
ବୃତ୍ତି(ସମୂହ)ଅଭିନେତ୍ରୀ, ନୃତ୍ୟଶୀଳ୍ପି
ସକ୍ରିୟ ବର୍ଷ୧୯୪୬–୨୦୦୭
ବୈବାହିକ-ସାଥୀକାମେଶ୍ୱର ନାଥ ସେହଗଲ
ସନ୍ତାନକିରଣ ସେହଗଲ
ପବନ ସେହଗଲ

ତାଙ୍କ ଅଭିନୀତ ଜଣାଶୁଣା ଚଳଚ୍ଚିତ୍ର ମଧ୍ୟରେ ଥିଲା ନିଚା ନଗର, ଅଫସର (୧୯୪୬), "ଭାଜି ଅନ ଦି ବିଚ" (୧୯୯୨), "ଦି ମିଷ୍ଟିକ ମାସେଉର" (୨୦୦୧), "ବେଣ୍ଡ ଇଟ ଲାଇକ ବେକହାମ" (୨୦୦୨), "ଦିଲ ସେ" (୧୯୯୮), "ସାବରିଆ" ଓ "ଚିନି କମ" (୨୦୦୭); ଏବଂ ଟିଭି ଧାରାବାହିକ, "ଦି ଜୁଏଲ ଇନ ଥେ କ୍ରାଉନ (ଟିଭି ଧାରାବାହିକ)" (୧୯୮୪), "ତନ୍ଦୁରି ନାଇଟ୍ସ" (୧୯୮୫-୮୭), "ଆମ୍ମା ଏଣ୍ଡ ଫ୍ୟାମିଲି" (୧୯୯୬) । ୯୦ ବର୍ଷ ବୟସରେ, ସେ ୨୦୦୨ ମସିହାର "ଚଲୋ ଇସ୍କ ଲଢ଼ାଏ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଯେଉଁଥିରେ ତାଙ୍କର ଷ୍ଟଣ୍ଟ ଓ ଭାବପ୍ରବଣ ଅଭିନୟ ଥିଲା । ଭାରତୀୟ ମଞ୍ଚର ସାମ୍ରାଜ୍ଞୀ ଭାବେ ପରିଚିତ ଜୋହରା ଇଣ୍ଡିଆନ ପିପୁଲସ ଥିଏଟର ଆସୋସିଏସନ (IPTA) ଏବଂ ପୃଥ୍ୱୀରାଜ କପୁରଙ୍କ ପୃଥ୍ୱୀରାଜ ଥିଏଟରେ ୧୪ ବର୍ଷ ଧରି ଅଭିନୟ କରିଥିଲେ ।

ତାଙ୍କୁ ୧୯୯୮ରେ ପଦ୍ମଶ୍ରୀରେ, ୨୦୦୧ରେ କାଳିଦାସ ସମ୍ମାନରେ, ୨୦୦୪ରେ ସଙ୍ଗୀତ ନାଟକ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜୀବନବ୍ୟାପୀ ସାଧନା ନିମନ୍ତେ ଭାରତର ଜାତୀୟ ସଙ୍ଗୀତ, ଅଭିନୟ ଓ ନାଟକ ଏକାଡେମି ତାଙ୍କୁ ତାହାର ସର୍ବୋଚ୍ଚ ସମ୍ମାନ, ସଙ୍ଗୀତ ନାଟକ ଅକାଦେମୀ ଫେଲୋସିପ ପ୍ରଦାନ କରିଥିଲେ । ୨୦୧୦ରେ ସେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୁଷଣ ଲାଭ କରିଥିଲେ । ୨୦୧୪ ମସିହା ଜୁଲାଇ ୧୦ ତାରିଖରେ ନୂଆଦିଲ୍ଲୀଠାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ଚଳଚ୍ଚିତ୍ର ଜୀବନ

ଅଭିନେତ୍ରୀ ଭାବରେ

ବର୍ଷ ନାମ
୧୯୪୬ ଧରତୀ କେ ଲାଲ
୧୯୪୬ ନିଚା ନଗର
୧୯୫୦ ଅଫସର
୧୯୫୬ ହୀର
୧୯୬୪ ଦି ଇଣ୍ଡିଆନ ଟେଲ୍ସ ଅଫ ରୁଡ଼ୟାର୍ଡ଼ କିପଲିଙ୍ଗ
୧୯୬୪–୧୯୬୪ ଡକ୍ଟର ହୁ (ଟିଭି ଧାରାବାହିକ)
୧୯୬୭ ଦି ଲଙ୍ଗ ଡୁଏଲ
୧୯୬୭ ଥିଏଟର ୬୨୫ (ଟିଭି ଧାରାବାହିକ)
୧୯୬୮ ଦି ଭେନଜିନ୍ସ ଅଫ ସି
୧୯୬୮ ଦି ଏକ୍ସପର୍ଟ (ଟିଭି ଧାରାବାହିକ)
୧୯୬୯ ଦି ଗୁରୁ
୧୯୭୩ ଦି ରେଜିମେଣ୍ଟ (ଟିଭି ଧାରାବାହିକ)
୧୯୭୩ ଟେଲ୍ସ ଦ୍ୟାଟ ଇଉଟନେସ ମ୍ୟାଡ଼ନେସ
୧୯୭୪ ଇଟ ଏଣ୍ଟ ହାଫ ନଟ ମମ (ଟିଭି ଧାରାବାହିକ)
୧୯୭୮ ମାଇଣ୍ଡ ଇଓର ଲାଙ୍ଗୁଏଜ (ଟିଭି ଧାରାବାହିକ)
୧୯୮୩ ଦି କୋର୍ଟେସାନ୍ସ ଅଫ ବମ୍ବେ
୧୯୮୪ ଦି ଜୁଏଲ ଇନ ଦି କ୍ରାଉନ (ଟିଭି ଧାରାବାହିକ)
୧୯୮୫ ତନ୍ଦୁରି ନାଇଟ୍ସ (ଟିଭି ଧାରାବାହିକ)
୧୯୮୫ ହ୍ୟାରେମ
୧୯୮୬ କାରାଭାଜିଓ
୧୯୮୭ ପାର୍ଟିସନ
୧୯୮୭ ନେଭର ସେ ଡାଇ
୧୯୮୯ ମନିକା, ଉନ ଭି ପ୍ଲସ ଟାର୍ଡ଼
୧୯୮୯ ଦି ବିଲ
୧୯୯୧ ମସଲା
୧୯୯୨ ଫାର୍ମ ଫ୍ରେଣ୍ଡ୍ସ
୧୯୯୩ ଭାଜି ଓନ ଦି ବିଚ
୧୯୯୪ ଲିଟିଲ ନପୋଲିଅନ୍ସ
୧୯୯୫ ଆମ୍ମା ଏଣ୍ଡ ଫ୍ୟାମିଲି (ଟିଭି ଧାରାବାହିକ)
୧୯୯୭ ତମନ୍ନା
୧୯୯୮ ନଟ ଏ ମ୍ୟାନ ଟୁ ନୋ
୧୯୯୮ ଦିଲ ସେ..
୧୯୯୯ ଖ୍ୱାହିସ
୧୯୯୯ ହମ ଦିଲ ଦେ ଚୁକେ ସନମ
୧୯୯୯ ଦିଲ୍ଲଗି
୨୦୦୦ ତେରା ଜାଦୁ ଚଲ ଗୟା
୨୦୦୧ ଲ୍ୟାଣ୍ଡମାର୍କ
୨୦୦୧ ଜିନ୍ଦଗି କିତନି ଖୁବସୁରତ ହେ
୨୦୦୧ ଦି ମିଷ୍ଟିକ ମସୁର
୨୦୦୨ ବେଣ୍ଡ ଇଟ ଲାଇକ ବେକହାମ
୨୦୦୨ ଅନିତା ଏଣ୍ଡ ମି
୨୦୦୨ ଚଲୋ ଇସ୍କ ଲଢ଼ାଏ
୨୦୦୩ ସାୟା
୨୦୦୩ କଲ ହୋ ନା ହୋ
୨୦୦୪ କୌନ ହେ ଜୋ ସପନେ ମେଁ ଆୟା?
୨୦୦୪ ବୀର-ଜାରା
୨୦୦୫ ଚିକେନ ଟିକ୍କା ମସଲା
୨୦୦୫ ମିଷ୍ଟ୍ରେସ ଅଫ ସ୍ପାଇସେସ
୨୦୦୭ ଚିନି କମ
୨୦୦୭ ସାବରିଆ

ମାନସମ୍ମାନ

  • ୧୯୬୩ ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର
  • ୧୯୯୮: ପଦ୍ମଶ୍ରୀ
  • ୨୦୦୧: କାଳିଦାସ ସମ୍ମାନ
  • ୨୦୦୨: ପଦ୍ମଭୂଷଣ
  • ୨୦୦୪: [ସଙ୍ଗୀତ ନାଟକ ଅକାଦେମୀ ଫେଲୋସିପ]]
  • ୨୦୧୦: ପଦ୍ମ ବିଭୁଷଣ

ଆଧାର

ଅଧିକ ପଠନ

ବାହାର ଆଧାର

Tags:

ଜୋହରା ସେହଗଲ ଚଳଚ୍ଚିତ୍ର ଜୀବନଜୋହରା ସେହଗଲ ମାନସମ୍ମାନଜୋହରା ସେହଗଲ ଆଧାରଜୋହରା ସେହଗଲ ଅଧିକ ପଠନଜୋହରା ସେହଗଲ ବାହାର ଆଧାରଜୋହରା ସେହଗଲଭାରତ

🔥 Trending searches on Wiki ଓଡ଼ିଆ:

ରଚିତା ମିସ୍ତ୍ରୀକୁଞ୍ଜବିହାରୀ ତ୍ରିପାଠୀୟୁନେସ୍କୋକବାଟବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଶି ଓ ନକ୍ଷତ୍ରଉମେଶଚନ୍ଦ୍ର ସରକାରମନ କି ବାତନାଗ ଐରିQR codeଅଣସରଜଗନ୍ନାଥଙ୍କ ବେଶହିଡ଼ିମ୍ବାଧନୁଯାତ୍ରାବୀରକିଶୋର ଦାସନୂଆଖାଇରଥଯାତ୍ରାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓଷାବେଦମୟୂରଭଞ୍ଜ ଜିଲ୍ଲାମଙ୍ଗଳରାଜ୍ୟ ସଭାରାମ ନବମୀପଲଉରାମଚନ୍ଦ୍ର ବେହେରାକୋଇଲି ଚଉତିଶାକ୍ଲାଉଡ଼ ଟେକ୍ନୋଲୋଜିଟୁକୁନି ସାହୁପଞ୍ଜାବୀ ପୋଷାକଉତ୍କଳ ସମ୍ମିଳନୀକଳସା ଚଉତିଶାଉପେନ୍ଦ୍ର ଭଞ୍ଜବୃହସ୍ପତି (ଜ୍ୟୋତିଷ)୧୧ ନଭେମ୍ବରହନୁମାନସକ୍ରେଟିସଶିବସରୋଜିନୀ ସାହୁଜଳାତଙ୍କହୃଷୀକେଶ ପଣ୍ଡାହିପୋପୋଟାମସମଇଗୋଲୋକ ବିହାରୀ ଧଳବଡ଼ଦିନ ଗଛଦଶରଥଛବିଳ ମଧୁ ବର୍ଣ୍ଣବୋଧଶିମକଇଁଆଭାରତୀୟ ଭୋଜନଗ୍ରୀନଲାଣ୍ଡଗଙ୍ଗାଧର ମେହେରକାଳୀଚରଣ ପଟ୍ଟନାୟକଅନୁଭବ ମହାନ୍ତିୟେଭାଡୁରତ୍ନାକର ଚଇନିଶାନ୍ତନୁ କୁମାର ଆଚାର୍ଯ୍ୟତପସ୍ୱିନୀକାଳୀୟଦଳନ ବେଶବିବାହଇନ୍ଦିରା ଗାନ୍ଧୀସୌର ଜଗତପରଶମଣି (ଉପନ୍ୟାସ)ରାଧାନାଥ ରାୟନମିତା ଅଗ୍ରୱାଲଧର୍ମଓଡ଼ିଆ ରାମାୟଣଭୀମ ଭୋଇହରେକୃଷ୍ଣ ମହତାବଜୟୀରାମ ସାମଲତନ୍ତ୍ର🡆 More