ଜୈବଭୌଗୋଳିକକ୍ଷେତ୍ର

ଜୈବଭୌଗୋଳିକକ୍ଷେତ୍ର ବା ଜୈବଭୂମଣ୍ଡଳୀୟକ୍ଷେତ୍ର ବା ଇକୋକ୍ଷେତ୍ର, ହେଉଛି ପୃଥିବୀର ଜୈବଭୌଗୋଳିକ ବିଭାଜନ ଯେଉଁଥିରେ ପ୍ରାକୃତିକ ଭାବେ ବସବାସ କରୁଥିବା ଜୀବମାନେ ପ୍ରାୟ ସମାନ । ଜୈବବସ୍ତୁତ୍ୱ ଏବଂ ବାସସ୍ଥାନ ଆଧାରରେ ଏଗୁଡ଼ିକୁ ଜୈବାଞ୍ଚଳରେ ପୁନଃ ବିଭକ୍ତ କରାଯାଇଥାଏ ।

ଜୈବଭୌଗୋଳିକକ୍ଷେତ୍ର
ଅଷ୍ଟ ଜୈବଭୌଗୋଳିକକ୍ଷେତ୍ର ମଧ୍ଯରୁ ଛଅଟି
  ପୂର୍ବାର୍କଟୀୟ
  ଆଫ୍ରୋବିଷୁବୀୟ
  ଇଣ୍ଡୋମଳୟ
  ଅଷ୍ଟ୍ରାଲେସୀୟ
  ନବବିଷୁବୀୟ
  ଓସେନୀୟ ଏବଂ ଆଣ୍ଟାର୍କଟୀୟ କ୍ଷେତ୍ର ଦର୍ଶାଯାଇ ନାହିଁ

ସାଧାରଣତଃ କେତେକ ପ୍ରାକୃତିକ ସଂରଚନା, ଯେପରିକି ବିଶାଳ ପର୍ବତ କିମ୍ବା ପର୍ବତମାଳା, ସୁବିସ୍ତୃତ ନଦନଦୀ, ତଦ୍-ବିସ୍ତୃତ ସମୁଦ୍ର ଇତ୍ୟାଦି, ଜୀବମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବର୍ଷ ଧରି ବାନ୍ଧି ରଖିଥାଏ । ଫଳରେ ସେହି କ୍ଷେତ୍ରରେ ରହୁଥିବା ଜୀବମାନେ ଅନ୍ୟ କ୍ଷେତ୍ରର ଜୀବମାନଙ୍କ ସହ ମିଳିମିଶି ପାରନ୍ତି ନାହିଁ । ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକ ଉଦ୍ଭିଦବିଜ୍ଞାନର ଉଦ୍ଭିଦଭୌଗୋଳିକ କ୍ଷେତ୍ର ଏବଂ ପ୍ରାଣୀବିଜ୍ଞାନର ପ୍ରାଣୀଭୌଗୋଳିକ କ୍ଷେତ୍ର ପରି ଅଟେ ।

ଜୈବଭୌଗଳିକକ୍ଷେତ୍ରଗୁଡ଼ିକ ସେଥିରେ ରହୁଥିବା ଜୀବମାନଙ୍କର ଜୈବବୈବର୍ତ୍ତନିକ ଇତିହାସଦ୍ୱାରା ବର୍ଣ୍ଣିତ ହୋଇଥାନ୍ତି । ଏଗୁଡିକ, ଜୈବକ୍ଷେତ୍ରଠାରୁ ଭିନ୍ନ ଅଟନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଅନେକ ଜୈବକ୍ଷେତ୍ର ରହିପାରିବେ । ଉଦାହରଣ ସ୍ବରୂପ, କେନ୍ଦ୍ରୀୟ ଆମେରିକାର ଏକ କ୍ରାନ୍ତୀୟ ଆର୍ଦ୍ର ବୃହତପତ୍ରଯୁକ୍ତ ଅରଣ୍ଯ, ଉଦ୍ଭିଦର ପ୍ରକାର, ଗଠନ, ପରିବେଶ, ମୃତ୍ତିକା ଦୃଷ୍ଟିରୁ ନବ ଗ୍ୱିନୀର ସେହିପରି ଏକ ଅରଣ୍ଯ ସହ ସଦୃଶ୍ଯ ହୋଇପାରିବ କିନ୍ତୁ ଏହି ଜଙ୍ଗଲଗୁଡ଼ିକ ଜୈବବୈବର୍ତ୍ତନିକ ଇତିହାସ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭିନ୍ନ ପ୍ରଜାତିର ପ୍ରାଣୀ, କବକ ତଥା ଅଣୁଜୀବ ଆଦି ବସବାସ କରୁଛନ୍ତି ।

ବିଷୟବସ୍ତୁର ଇତିହାସ

ଉଦ୍ବର୍ଦି (୧୯୭୫)ର ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକ ଜୈବ-ବର୍ଗୀକରଣ ଆଧାରରେ ବର୍ଣ୍ଣିତ ହୋଇଛି । ଏହାର ସ୍ତରଗୁଡ଼ିକ ଊଣାଅଧିକେ ଉଦ୍ଭିଦଭୌଗୋଳିକ କ୍ଷେତ୍ର ଏବଂ ପ୍ରାଣୀଭୌଗୋଳିକ କ୍ଷେତ୍ର ପରି ।

ଆଧାର

Tags:

ଜୈବାଞ୍ଚଳ

🔥 Trending searches on Wiki ଓଡ଼ିଆ:

ନଟବର ସାମନ୍ତରାୟ୧୯୮୪ବାରବାଟି ଦୁର୍ଗବୈଷ୍ଣବ ପାଣିବ୍ରାହ୍ମ ସମାଜଆନ୍ଧ୍ର ପ୍ରଦେଶଚିଲିକା (ବହୁବିକଳ୍ପ)ବିଜୁ ପଟ୍ଟନାୟକକାଳିନ୍ଦୀ ଚରଣ ପାଣିଗ୍ରାହୀମହାବିଦ୍ୟାଆନନ୍ଦ ଶଙ୍କର ଦାସଆଉରଙ୍ଗଜେବପାର୍ବତୀଶବ୍ଦ (ପଦ)ରାଣୀ ଲକ୍ଷ୍ମୀବାଈଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଗୋବିନ୍ଦ ତ୍ରିପାଠୀଫେବୃଆରୀ ୨୯ବିଶ୍ୱନାଥ କରଭକ୍ତ ଚରଣ ଦାସଆଣ୍ଡାମାନ ସାଗରଥାଲକୁଡ଼ିଉତ୍କଳ ସମ୍ମିଳନୀଯୌନ ସମ୍ଭୋଗପକ୍ଷଶାସ୍ତି (ଓଡ଼ିଆ କଥାଚିତ୍ର)ପଥ ଓ ପୃଥିବୀଧରିତ୍ରୀ (ଖବରକାଗଜ)ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରc3bn4ଗୋପାଳ ଚନ୍ଦ୍ର ପ୍ରହରାଜପ୍ରବୀଣ ଚନ୍ଦ୍ର ଭଞ୍ଜଦେଓରେବତୀ (କ୍ଷୁଦ୍ରଗଳ୍ପ)ସ୍ତନଭାରତୀୟ ମହାକାଶ ଗବେଷଣା ସଂସ୍ଥାବିର୍ସା ମୁଣ୍ଡାଟୋକିଓନିର୍ମଳା (ଉପନ୍ୟାସ)ଓଡ଼ିଶା୧୯୦୫ବିରିୟାନୀଆରିଷ୍ଟୋଟଲଚାନ୍ଦ୍ରମାସମଧୁସୂଦନ ରାଓ୨୭ ଜୁନIndiaବିନ୍ଦୁସ୍ୱର ବର୍ଣ୍ଣଆଖୁସିନ୍ଧୁ ନଦୀକୃଷ୍ଣଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାମଶଙ୍କର ରାୟଗୋପାଳକୃଷ୍ଣ ପଟ୍ଟନାୟକଅନ୍ନଦା ଶଙ୍କର ରାୟରାଜକିଶୋର ରାୟତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟମୋନିକା ସେଲ୍ସଜଗନ୍ନାଥଙ୍କ ବେଶପାଇକ ଆଖଡ଼ାଗୁରୁପ୍ରସାଦ ମହାନ୍ତିଅଚ୍ୟୁତାନନ୍ଦ ଦାସଗୋପବନ୍ଧୁ ଚୌଧୁରୀଚିକୁନ‌ଗୁନିଆ୧୬୬୫ବଣଭୋଜି ବେଶପଖାଳସାଲଭାଡୋର ଡାଲିସ୍ତନ୍ୟପାୟୀ🡆 More