ଫୁଲ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଗୋଲାପ । ଗୋଲାପ ହେଉଛି ବର୍ଷବ୍ୟାପୀ ବଞ୍ଚିପାରୁଥିବା ଏକ ଦୀର୍ଘସ୍ଥାୟୀ ପୁଷ୍ପ ଉଦ୍ଭିଦ ।ଏହା ରୋଜା ପ୍ରଜାତିର ଏବଂ ରୋଜାସି ପରିବାର ଅନ୍ତର୍ଭୁକ୍ତ । ୧୦୦ଟି ସମଜାତୀୟ ଗୋଲାପ ବର୍ଗ ମଧ୍ୟରେ କେବଳ ରଙ୍ଗର ଭିନ୍ନତା ଦେଖିବାକୁ ମିଳେ । ରୋଜ୍ର ନାମକରଣ ଫରାସୀ ଭାଷାରୁ ହୋଇଛି, ଯାହାକି ମୂଳ ଲାଟିନ୍ ଭାଷାର ରୋଜା ଶବ୍ଦରୁ ଉଦ୍ଭବ ।ରୋଜା ଶବ୍ଦ ଗ୍ରୀକ ଭାଷାର ରୋଡିୟମରୁ ଆସିଥିବାର ଜଣାଯାଏ । ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ୱର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରାଇଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆରୁ ହୋଇଛି ।
ଗୋଲାପ | |
---|---|
Rosa rubiginosa | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Rosaceae |
ଉପକୁଳ: | Rosoideae |
ପ୍ରଜାତି: | Rosa L. |
Species | |
See List of Rosa species | |
Synonyms | |
|
ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ବଖାଣ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର । ସାଧାରଣତଃ ଗୋଲାପ ଗଛ ପତ୍ରଝଡା ଦେଇଥାନ୍ତି ।ପ୍ରାୟ ସବୁ ପ୍ରଜାତିର ଗୋଲାପ ଫୁଲଙ୍କର ପାଖୁଡା ସଂଖ୍ୟା ପାଞ୍ଚ, ମାତ୍ର "ରୋଜା ସେରିସିଆ" ପ୍ରଜାତିର ଗୋଲାପ କ୍ଷେତ୍ରରେ ଚାରିଟି ପାଖୁଡା ଦେଖିବାକୁ ମିଳିଥାଏ ।ଗୋଲାପ ଗଛ ଫଳକୁ ଉଦ୍ଭିଦ ବିଜ୍ଞାନର ଭାଷାରେ "'ରୋଜ୍ ହିପ୍'"କୁହାଯାଇଥାଏ । ପ୍ରତ୍ୟେକ ରୋଜ୍ ହିପ୍ର ଭିତର ଭାଗରେ ଏକ ମୋଟା ମାଂସଳ ଆସ୍ତରଣ ଥାଏ, ଯାହାକୁ ହିପାଥିୟମ କୁହାଯାଏ । ରୋଜା ରୁଗୋସା ପ୍ରଜାତିର ଗୋଲାପ ଫଳରେ ପ୍ରଚୁର ପରିମାଣର ଭିଟାମିନ ସି ଉପଲବ୍ଧ ହେଇଥାଏ । ଗୋଲାପ ଗଛର କାଣ୍ଡକୁ ଉଦ୍ଭିଦ ବିଜ୍ଞାନରେ "ଥ୍ରୋନ" କୁହାଯାଏ । ଏଗୁଡିକ କଣ୍ଟକଯୁକ୍ତ ।ଗୋଲାପ କଣ୍ଟାଗୁଡ଼ିକ ତିକ୍ଷ୍ମ ଓ ଲମ୍ବାଳିଆ ।ଗୋଲାପ ଗଛର ଏହା ରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାଈଗୋରୁଙ୍କ କବଳରୁ ଏହାଦ୍ୱାରା ଗୋଲାପ ଗଛ ରକ୍ଷା ପାଇଥାଏ । କଣ୍ଟା ହେଉଛି ଗୋଲାପ ଗଛର ସ୍ୱତନ୍ତ୍ରତା । ସୁନ୍ଦର ଗୋଲାପକୁ ସ୍ପର୍ଶ କରିବାକୁ ହେଲେ କଣ୍ଟାର ତାଡ଼ନା ସହ୍ୟ କରିବାକୁ ପଡ଼ିପାରେ, ଏହା ଅଘୋଷିତ ସତ୍ୟ ।
ସବୁ ଜଳବାୟୁରେ ଗୋଲାପ ଗଛ ବଢ଼ି ପାରୁଥିବାରୁ ଏହାର ଚାଷ ସବୁଯାଗାରେ ହୋଇଥାଏ । ହର୍ଟିକଲଚରରେ ଗୋଲାପର ମୂଳ ବଂଶର ପ୍ରଜନନ ବା ବିସ୍ତାର ମୁଖ୍ୟତଃ କଲମୀକରଣ ମାଧ୍ୟମରେ କରାଯାଇଥାଏ । ଗୋଲାପ ଗଛ ବଢ଼ନ୍ତି ଅବସ୍ଥାରେ ଦିନକୁ ପାଞ୍ଚଘଣ୍ଟାର ତୀର୍ଯ୍ୟକ ସୂର୍ଯ୍ୟକିରଣ ଆବଶ୍ୟକ କରେ । ଏହି କାରଣରୁ ଶୀତଦିନେ ଗୋଲାପ ଗଛ ବିଶେଷ ବଢ଼ି ପାରେ ନାହିଁ । ସେଥିପାଇଁ ଏସିଆ ମହାଦେଶ ପ୍ରଜାତିର ଗୋଲାପ ଉପ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢ଼ିବାରେ କୈଣସି ଅସୁବିଧା ହୁଏନାହିଁ । ଅଧିକାଂଶ ଗୋଲାପ ଦୁଇ ପରସ୍ତର ଫୁଲ କିମ୍ବା ଅତିରିକ୍ତ ପାଖୁଡା ବିଶିଷ୍ଟ ।
ଭାଷା | ନାମ |
---|---|
ଓଡ଼ିଆ | ଗୋଲାପ |
ସଂସ୍କୃତ | ସତପତ୍ରି |
ହିନ୍ଦୀ | ଗୁଲାବ |
ଗୁଜରାଟୀ | ସେବୋତି |
ତାମିଲ | |
ତେଲୁଗୁ | |
ବଙ୍ଗଳା | ଗୁଲାପ |
ମରାଠି | |
ମାଲୟାଲମ | |
ବର୍ମିଜ | |
English | ରୋଜ୍ |
ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । ଶ୍ରୀ ଅରବିନ୍ଦଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ୱକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।
ବନ୍ୟ ଗୋଲାପ ଗଛର ଫଳରେ ଉଚ୍ଚମାନର ଭିଟାମିନ ସି’ ଥିବାରୁ ଜାମ୍, ଜେଲି ଓ ଚା’ରେ ଏହାକୁ ବ୍ୟବହାର କରାଯାଏ ।ଗୋଲାପ ପାଖୁଡାରୁ ଫରାସୀମାନେ ସ୍ୱତନ୍ତ୍ର ଭାବେ "ରୋଜ୍ ସିରପ୍" ପ୍ରସ୍ତୁତ କରନ୍ତି । ଆମେରିକୀୟମାନେ ଫରାସୀମାନଙ୍କ ପ୍ରସ୍ତୁତ ରୋଜ୍ ସିରପ୍କୁ କେକ୍ ଓ ମିଠା ତିଆରିରେ ବ୍ୟବହାର କରନ୍ତି ।
ଗୋଲାପ କେବଳ ସୌନ୍ଦର୍ଯ୍ୟ ଓ ସୌରଭରେ ଆହ୍ଲାଦିତ କରେ ନାହିଁ, ଏହାର ଅନେକ ଅର୍ଥକାରୀ ଓ ବ୍ୟବହାରିକ ମୂଲ୍ୟ ରହିଛି । କାହିଁ କେଉଁ କାଳରୁ ଗୋଲାପ ଅତର ଖ୍ୟାତି ରହି ଆସିଛି ।ଗୋଲାପରୁ ସୁବାସିତ ଗୋଲାପ ଜଳ ପ୍ରସ୍ତୁତ କରାଯାଇଥାଏ ।ବନ୍ୟ ଗୋଲାପ ଗଛର ଫଳର ମଞ୍ଜିରୁ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ତେଲ ମୁଲାୟମ ତ୍ୱଚାସୃଷ୍ଟି ପାଇଁ ଉର୍ଦ୍ଧିଷ୍ଟ ପ୍ରସାଧନ ସାମଗ୍ରୀରେ ବ୍ୟାପକ ଭାରେ ବ୍ୟବହୃତ ହେଇଥାଏ ।
ସାରା ଦୁନିଆରେ ବହୁତ ପ୍ରକାର ଓ ରଙ୍ଗର ଗୋଲାପ ଅଛି । ସେ ସବୁ ଅଲଗା ଅଲଗା ଭାବ ବା ଭାବନାର ପ୍ରତୀକ ଭାବେ ବିବେଚିତ ହେଉଛି ।
ପ୍ରଥା ଓ ପରମ୍ପରାରେ ଗୋଲାପର ଭୂମିକା ବେଶ ଗ୍ରହଣୀୟ ।
This article uses material from the Wikipedia ଓଡ଼ିଆ article ଗୋଲାପ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.