ଉଟି

]

ଉଟି
ଶୈଳ ନିବାସ
ଉଟି
ଦେଶଉଟି ଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାନିଳଗିରି
Government
 • TypeSpecial Grade Municipality
 • BodyUdagamandalam Municipality Corporation
Area
 • ସମୁଦାୟ21.45 km2 (8.28 sq mi)
Elevation
2,240 m (7,350 ft)
Population
 (2011)
 • Total୮୮,୪୩୦
 • Density4,100/km2 (11,000/sq mi)
ସରକାରୀ
 • ଭାଷାତାମିଲ
Time zoneUTC+5:30 (IST)
PIN
643 001
Telephone code91423
ଯାନବାହାନ ପଞ୍ଚୀକରଣTN 43


ଉଟି ତାମିଲନାଡୁ ରାଜ୍ୟର ନୀଳଗିରି ( Nilgiris) ଜିଲ୍ଲାର ନଗରପାଳିକା ( municipalty ) । ଏହି ସହରର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ , ଔଷଧ ପ୍ରସ୍ତୁତି , ନିଳଗିରି ଚା ଓ କୃଷି ଉପରେ ନିର୍ଭରଶୀଳ । “ତୋଡା” ଉଟିର ପ୍ରମୁଖ ଜନଜାତି । ତତ୍କାଳୀନ କୋଇମ୍ବାଟୁରର ଗଭର୍ଣ୍ଣର ଜନ ସଲିଭାନ ଉଟି ସହରକୁ ତୋଡା ଲୋକମାନଙ୍କଠାରୁ ସଦଭାବନାର ଚିହ୍ନ ସ୍ୱରୂପ ଗ୍ରହଣ କରି ଏହାକୁ ବିକଶିତ କରିଥିଲେ । ଉଟି ନିଳଗିରି ପର୍ବତ୍ୟାଞ୍ଚଳ ମଧ୍ୟରେ ଅବସ୍ଥିତ । ଏହାର ଅନ୍ୟ ନାମମାନଙ୍କ ମଧ୍ୟରେ ଉଦ୍ଗମଣ୍ଡଳମ , ଉଟକାମୁଣ୍ଡ , ଉଦ୍ଧାଗାଇ ଅନ୍ୟତମ ।

ପର୍ଯ୍ୟଟନ ସ୍ଥଳୀ

ଦୋଦ୍ଦାବେଟା ଶୃଙ୍ଗ  : ଉଟି ସହରଠୁ ୧୦ କି.ମି. ଦୂରରେ ଅବସ୍ଥିତ । ଏହା ନିଳଗିରି ପର୍ବତ୍ୟାଞ୍ଚଳର ଉଚ୍ଚତମ ଶୃଙ୍ଗ ( ୨୬୨୩ ମି. ) । ଏହା ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳର ସନ୍ଧିସ୍ଥଳରେ ଅବସ୍ଥିତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ।

ପାଇକରା ନଦୀ ଓ ହ୍ରଦ  : ଉଟିଠାରୁ ୧୯ କି.ମି. ଦୂରରେ ପ୍ରବାହିତ ଏହି ନଦୀ ତୋଡା ଲୋକମାନଙ୍କର ଏକ ପବିତ୍ର ନଦୀ । ଏହି ନଦୀରେ ୫୫ ମି. ଓ ୬୧ ମି. ଉଚ୍ଚ ଦୁଇଟି ପ୍ରପାତ ଅବସ୍ଥିତ ଏବଂ ଏହାର ଜଳଭଣ୍ଡାର ମଧ୍ୟରେ ନୌବିହାର ପର୍ଯ୍ୟଟକମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ଆକର୍ଷଣ ।

ଗୋଲାପ ବଗିଚା ( Rose Garden)  : ଏହା ଭାରତର ବୃହତ୍ତମ ଗୋଲାପ ବଗିଚା । ସମୁଦ୍ର ପତ୍ତନରୁ ୨୨୦୦ମି. ଊର୍ଦ୍ଧ୍ୱରେ ଉଟି ସହରରେ ‘ଏଲକ’ ପାହାଡର ଢାଲୁରେ ଅବସ୍ଥିତ । ଏଠାରେ ୨୮୦୦ ଉପଜାତି ଓ ୨୦,୦୦୦ ପ୍ରକାରର ଗୋଲାପ ଫୁଲ ଦେଖିବାକୁ ମିଳେ । ଗୋଲାପ ଫୁଲ ଫୁଟିଥିବା ଋତୁରେ ଏହା ଅନ୍ୟତମ ଆକର୍ଷଣ ।

ଉଦ୍ଭିଦ ଉଦ୍ୟାନ ( Botanical Garden)  : ଉଟି ସହରର ପ୍ରମୁଖ ଆକର୍ଷଣ ଏହି 22ଏକର ପରିମିତ ଉଦ୍ୟାନ 1847 ମସିହାରେ ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ ଜାତି , ପ୍ରଜାତି , ଉପଜାତିର ବୃକ୍ଷ , ଏଠାରେ ଦେଖିବାକୁ ମିଳେ । ପ୍ରତିଦିନ ଏଠି ବିରଳ ପ୍ରଜାତିର ପୁଷ୍ପ ବୃକ୍ଷ ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ଏଠାରେ 2କୋଟି ବର୍ଷ ପୁରୁଣା ବୃକ୍ଷ ଜୀବାଶ୍ମ ମଧ୍ୟ ଅଛି ।

ଉଟି ହ୍ରଦ  : ଏହି ୬୫ଏକର ପରିମିତ ହ୍ରଦ ଜନ ସଲିଭାନଙ୍କଦ୍ୱାରା ନିର୍ମିତ ହୋଇଥିଲା । ହ୍ରଦ ମଧ୍ୟରେ ନୌବିହାର କରି , ଚତୁର୍ଦିଗର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିହୁଏ ।

ଷ୍ଟୋନ ହାଉସ  : ୧୮୨୨ ମସିହାରେ ଜନ ସଲିଭାନଙ୍କଦ୍ୱାରା ନିର୍ମିତ ଏହି ବଙ୍ଗଳା ଏବେ ଏକ ସରକାରୀ ମହାବିଦ୍ୟାଳୟ ଭାବରେ ପରିଚାଳିତ ।

ତୋଡା କୁଟୀର  : ଉଟି ଉଦ୍ଭିଦ ଉଦ୍ୟାନର ( botanical garden ) ପାହାଡ ଉପରେ ଅଳ୍ପ ସଂଖ୍ୟକ ତୋଡା ଜନଜାତିଙ୍କ ପାରମ୍ପରିକ କୁଟୀରମାନ ଦେଖିବାକୁ ମିଳେ ।

ଉଟି ପାର୍ବତ୍ୟ ରେଳଧାରଣା  : ୧୯୦୮ ମସିହାରେ ବ୍ରିଟିଶଙ୍କଦ୍ୱାରା ନିର୍ମିତ ଏହି ରେଳଧାରଣାରେ ବର୍ତ୍ତମାନ ମଧ୍ୟ ବାଷ୍ପୀୟ ରେଳଗାଡି ଚଳାଚଳ କରିଥାଏ । ୨୦୦୫ ମସିହାରେ ୟୂନେସ୍କୋ ( UNESCO ) ଏହାକୁ ଭାରତର ପାର୍ବତ୍ୟ ରେଳଧାରଣା ସୂଚୀରେ ( list of Mountain railways ) ଅନ୍ତର୍ଭୁକ୍ତ କରିଥିଲା ।

ୱାକ୍ସ ୱାର୍ଲ୍ଡ  : ଉଟିଠାରୁ କୁନ୍ନୁର ରାସ୍ତାରେ ଅବସ୍ଥିତ ଏହି ମହମ ସଂଗ୍ରହାଳୟରେ ବିଶିଷ୍ଟ ବ୍ୟକ୍ତି ମାନଙ୍କର ମହମ ପ୍ରତିମୂର୍ତ୍ତିମାନ ଅଛି ।

ହରିଣ ପାର୍କ  : ଉଟି ହ୍ରଦର ଏକ ପାର୍ଶ୍ୱରେ , ପାହାଡ ଉପରେ ଅବସ୍ଥିତ ଏହି ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ହରିଣ ଦେଖିବାକୁ ମିଳନ୍ତି ।

ଅନ୍ୟାନ୍ୟ ନିକଟବର୍ତ୍ତୀ ଦର୍ଶନୀୟ ସ୍ଥାନ ମଧ୍ୟରେ କମରାଜ ସାଗର ଜଳଭଣ୍ଡାର , ମୁଦୁମଲାଇ ଜାତୀୟ ଉଦ୍ୟାନ ( ବ୍ୟାଘ୍ର ସଂରକ୍ଷଣ ସ୍ଥାନ ) ,ମୁକୁର୍ତି ଜାତୀୟ ଉଦ୍ୟାନ ଅନ୍ୟତମ ।

ନିକଟବର୍ତ୍ତୀ ହ୍ରଦମାନଙ୍କ ମଧ୍ୟରେ ଏମରାଲ୍ଡ ହ୍ରଦ , ଅଭାଲାଙ୍କ ହ୍ରଦ ପ୍ରସିଦ୍ଧ ।

ଗମନାଗମନ

ଉଟିଠାରୁ ସଡକ ପଥରେ ଚେନ୍ନାଇରୁ ୫୩୫ କି.ମି. , କୋଇମ୍ବାଟୁରରୁ ୮୦ କି.ମି. , ମହିଶୂରରୁ ୧୫୫ କି.ମି. , ବାଙ୍ଗାଲୋରରୁ ( ବେଙ୍ଗାଲୁରୁ ) ୨୭୭ କି.ମି. , ଓ କୋଡାଇକାନାଲରୁ ୨୩୬ କି.ମି. ଦୂରରେ ଅବସ୍ଥିତ ।

ରେଳପଥରେ ଏହା ସମସ୍ତ ପ୍ରମୁଖ ସହର ସହିତ ସଂଯୁକ୍ତ ।

ଏଠାର ନିକଟବର୍ତ୍ତୀ ବିମାନବନ୍ଦର  : କୋଏମ୍ବାଟୁର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ( ୯୬ କି.ମି. ) , କୋଳିକୋଡେ ବିମାନବନ୍ଦର ( ୧୪୧ କି.ମି. ) , ବେଙ୍ଗାଲୁରୁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ( ୩୦୯ କି.ମି. ) ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବିଜୟ ମିଶ୍ରଓଡ଼ିଆ କଥାଚିତ୍ର ଜଗତବିଶ୍ୱନାଥ କରଓଡ଼ିଆ କବି ମାନଙ୍କର ତାଲିକାଭକ୍ତ ଚରଣ ଦାସ (ରାଜନେତା)ଜ୍ୟୋତିର୍ଲିଙ୍ଗଟମ୍ ଖା କାଇପୋଟଳ ରସାଜଗନମୋହ‌ନ ଲାଲଉତ୍ତମ ମହାନ୍ତିଗଡ଼ଜାତ କୃଷକଅଚ୍ୟୁତ ଗୋକୁଳ ନାୟକଚିତ୍ତରଞ୍ଜନ ଦାସvji40ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଲଘିଷ୍ଠ ସାଧାରଣ ଗୁଣିତକବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅପରେଟିଙ୍ଗ ସିଷ୍ଟମନିତ୍ୟାନନ୍ଦ ଶତପଥୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନୋବେଲ ପୁରସ୍କାରପଥ ଓ ପୃଥିବୀଶ୍ରାଦ୍ଧଫେବୃଆରୀ ୨୮ମାଣବସା ଗୁରୁବାରଭାରତର ନଦୀ ସମୂହର ତାଲିକାଗିରିଧର ଗମାଙ୍ଗଜମ୍ମୁ ତୱି ରେଳ ଷ୍ଟେସନ୨୦୧୨ଶାସ୍ତିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକଳସା ଚଉତିଶାଚରକବ୍ରାହ୍ମ ସମାଜଗୋଦାବରୀଶ ମହାପାତ୍ରଟିଣବାମାଚରଣ ମିତ୍ରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଭଗବତୀ ଚରଣ ପାଣିଗ୍ରାହୀମଙ୍ଗଳୁ ଚରଣ ବିଶ୍ୱାଳମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଓଡ଼ିଆ ଭାଷା ଆନ୍ଦୋଳନଅଲାରନାଥ ମନ୍ଦିରବୀଣାପାଣି ମହାନ୍ତିରାଣୀ ଲକ୍ଷ୍ମୀବାଈକାଗଜଦଶାବତାରବୈକୁଣ୍ଠନାଥ ପଟ୍ଟନାୟକଆମ୍ବଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିପାଇକ ଆଖଡ଼ାଖଡ଼ଗପୁରଜଗନ୍ନାଥ ଦାସଶ୍ରବଣ ( ରାମାୟଣ ର ଚରିତ୍ର )ଶଙ୍କରାଚାର୍ଯ୍ୟପୁରୀକୁଞ୍ଜବିହାରୀ ଦାଶଦାମୋଦର ରାଉତଉଇକିପିଡ଼ିଆରାଜାରାଣୀ ମନ୍ଦିରଜ୍ଞାନପୀଠ ପୁରସ୍କାରପଲଉତୃପ୍ତି ଦାସରାମ ନବମୀପ୍ରାଣକୃଷ୍ଣ ପରିଜାସ୍ତନ୍ୟପାୟୀ୨୭ ଜୁନ🡆 More