ବିବାହ

ବିବାହ କ‌ହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସ‌ହିତ ସାମାଜିକ ଓ ଆଇନ‌ଗତ ସ୍ୱିକୃତି ସ‌ହିତ ସ‌ହାବସ୍ଥାନ‌ ଓ ପରସ୍ପର ପ୍ରତି ତ‌ଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ । ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଥାଏ କିନ୍ତୁ ଏହା ଏକ ଅନୁଷ୍ଠାନ ଯେଉଁଥିରେ ମୂଖ୍ୟତଃ ଯୌନ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଏ । ଏହା ସ‌ହିତ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମ ସମ୍ବନ୍ଧୀୟ ଭାବୁକତା ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କେତେକ ସଂସ୍କୃତିରେ କୌଣସି ଯୌନ କାରବାର କରିବା ପୂର୍ବରୁ ବିବାହ ବାଧ୍ୟତାମୂଳକ । କେତେକ ସଂସ୍କୃତିରେ ସ୍ଥିରିକୃତ ବିବାହ, ବାଲ୍ୟ ବିବାହ, ଏକାଧିକ ବିବାହ ଓ ବଳପୂର୍ବକ ବିବାହ ପ୍ରଥା ଅଛି । ଅନ୍ୟ ପକ୍ଷରେ ଏହି ଭଳି ବିବାହ ଅନେକ ସ୍ଥାନରେ ବେନିୟମ ଓ ଦଣ୍ଡନୀୟ କାରଣ ଏହା ମହିଳାଙ୍କ ଅଧିକାରର ଆନ୍ତର୍ଜାତୀୟ ନିୟମର ପରିପନ୍ଥି । ବିବାହକୁ ସ୍ୱୀକୃତ ଦିଏ ରାଜ୍ୟ, ସଂଗଠନ, ଆଦିବାସୀ ଦଳ, ସ୍ଥାନୀୟ ଗୋଷ୍ଟି ବା ସମ୍ମାନନୀୟ ବ୍ୟକ୍ତି । ବିବାହକୁ ଅନେକ ଏକ ଅନୁବନ୍ଧିତ କାନୁନୀ ବିବାହ ମନେକରନ୍ତି । କାନୁନୀ ବିବାହରେ ଧାର୍ମିକ କ୍ରିୟା ସମ୍ପାଦିତ ହୁଏ ନାହିଁ । ବିଂଶ ଶତାବ୍ଦୀରେ ଆଗରୁ ଅଣସ୍ୱିକୃତ ଥିବା ଭିନ୍ନ ଜାତି ବିବାହ, ଭିନ୍ନ ବିଶ୍ୱାସ ବିବାହ ଓ ସମଲିଙ୍ଗୀ ବିବାହକୁ ଅନେକ ଦେଶ ସ୍ୱିକୃତି ଦେଇସାରିଛନ୍ତି । ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର(ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରୁ ଗୋଟିଏ ।

ବିବାହ
ଓଡ଼ିଆ ବାହାଘରରେ ହାତଗଣ୍ଠି

ଅଷ୍ଟବିଧ ବିବାହ

ପ୍ରାଚୀନ ହିନ୍ଦୁମାନଙ୍କ ମଧ୍ୟରେ ଅଷ୍ଟବିଧ ବିବାହ ପ୍ରଚଳିତ ଥିଲା ।

ବ୍ରାହ୍ମ

କନ୍ୟାପିତା କନ୍ୟାକୁ ବସ୍ତ୍ରାଳଙ୍କାରଦ୍ୱାରା ଭୂଷିତ କରି ବିଦ୍ୱାନ ଓ ସଦାଚାରସମ୍ପନ୍ନ ବରକୁ ସ୍ୱୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ୟାଦାନ କରିବା ।

ଦୈବ

ଜ୍ୟୋତିଷ୍ଟୋମାଜି ଯଜ୍ଞରେ ଯଜ୍ଞକର୍ତ୍ତା ପୁରୋହିତଙ୍କୁ ଦୈବକାର୍ଯ୍ୟ ସିଦ୍ଧି କାମନାରେ ଅଳଙ୍କୃତ କନ୍ୟାକୁ ସମ୍ପ୍ରଦାନ କରିବା ।

ଆର୍ଯ୍ୟ

ଯାଗାଦି ଅବଶ୍ୟକର୍ତ୍ତବ୍ୟ କର୍ମର ସାହାଯ୍ୟାର୍ଥେ ବରଠାରୁ ଗୋଟିଏ ବା ହଳେ ବଳୀବର୍ଦ୍ଦ ନେଇ ତାହାଙ୍କ ହସ୍ତରେ ବିଧି ଅନୁରୂଅ କନ୍ୟାଦାନ କରିବା ।

ପ୍ରାଜାପତ୍ୟ

ତୁମ୍ଭେମାନେ ଉଭୟେ ଗାର୍ହସ୍ଥ୍ୟ ଧର୍ମ ଆଚରଣ କର କନ୍ୟାପିତା ଏହା କହି ଯଥାବିଧି ବରକୁ କନ୍ୟାଦାନ କରିବା ।

ଆସୁର

କନ୍ୟାକୁ କିଣି କରି ଗ୍ରହଣ ପୂର୍ବକ ବିବାହ କରିବା ।

ଗାନ୍ଧର୍ବ

କନ୍ୟା ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ । ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହୁଏ ।

ରାକ୍ଷସ

କନ୍ୟାପକ୍ଷୀୟ ଲୋକମାନଙ୍କୁ ଇଚ୍ଛା ବିରୁଦ୍ଧରେ କନ୍ୟାକୁ ବଳପୂର୍ବକ ହରଣ କରି ବିବାହ କରିବା । ()

ପୈଶାଚ

ନିର୍ଜନରେ ନିଦ୍ରା ବା ମଦ୍ୟପାନଦ୍ୱାରା ଅଚେତନା ବା ଉନ୍ମତ୍ତା କନ୍ୟାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ ।

ବିବାହାଙ୍ଗ

ଗୃହ୍ୟସୂତ୍ରମତେ ବିବାହ କର୍ମରେ ବରକନ୍ୟାଙ୍କର କର୍ତ୍ତବ୍ୟ ୧୩ଗୋଟି ଭିନ୍ନ ଭିନ୍ନ ଅନୁଷ୍ଠାନର ବିବରଣି ମିଳେ: ପାଣିଗ୍ରହଣ, ବିବାହ ହୋମ, ଲାଜ ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧୃବଦର୍ଶନ, ଯାନାରୋହଣ, ବିବାହାଗ୍ନିକୁ ସଙ୍ଗରେ ନେଇ ଗମନ, ଗୃହପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନିପରିଚରଣ, ପକ୍ଷାଦିରେ ସ୍ଥାଳିପାକ, ଗର୍ଭାଧାନ

ଆଉରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

ବିବାହ ଅଷ୍ଟବିଧ ବିବାହ ାଙ୍ଗବିବାହ ଆଉରି ଦେଖନ୍ତୁବିବାହ ଆଧାରବିବାହ ଅଧିକ ତଥ୍ୟବିବାହମୁଣ୍ଡନ ସଂସ୍କାର

🔥 Trending searches on Wiki ଓଡ଼ିଆ:

ଗୋଲୋକ ବିହାରୀ ଧଳଓଡ଼ିଆ ଲୋକଭୂମିଜ ଜାତିଯାଜପୁର ଜିଲ୍ଲାଉଦୟନାଥ ଷଡ଼ଙ୍ଗୀ୧୪ ଅପ୍ରେଲରାଜା ରାମମୋହନ ରାୟବ୍ରହ୍ମପୁତ୍ର ନଦୀବଲାଙ୍ଗୀରଦ୍ୱିତୀୟ ବିଶ୍ୱଯୁଦ୍ଧକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ଆଜାଦ ହିନ୍ଦ୍ ଫୌଜଜଗନ୍ନାଥରାଜେନ୍ଦ୍ର ନାରାୟଣ ସିଂହଦେଓଆବ୍ରୋସିଟିନିବଦୁର୍ଗା ପୂଜାଅନୁଗୋଳ ଜିଲ୍ଲାବଉଳ ଅମାବାସ୍ୟାସୁନ୍ଦରଗଡ଼ ଜିଲ୍ଲାଗିନି (ବାଦ୍ୟଯନ୍ତ୍ର)କେଶବ କୋଇଲିହିନ୍ଦୀଉଦ୍ଭିଦରାମଶଙ୍କର ରାୟମାଣବସା ଗୁରୁବାରଗଜପତି ମହାରାଜାଚୈତନ୍ୟଶକୁନି (ମହାଭାରତ)କାର୍ଲ୍ ଲିନିଅସ୍ବୁଧନ ମୁର୍ମୁଭାରତ ମସଲାକାଳୀଚରଣ ପଟ୍ଟନାୟକବଡ଼ ଓଡ଼ିଆ ମଠବୈଶାଖଲିଙ୍ଗରାଜ ମନ୍ଦିରଜୟଦ୍ରଥ ସୁନାଲଳିତ ମାନସିଂହଲତା ମଙ୍ଗେସକରକାନାବିଡିଓଲଓଡ଼ିଆ ଲିପିଓଡ଼ିଆଦ୍ୱାରକେଶ୍ୱର ନଦୀଲଣ୍ଡନପରମାନନ୍ଦ ଆଚାର୍ଯ୍ୟଭାରତୀୟ ଡାକ ସେବାହରେକୃଷ୍ଣ ମହତାବହୀରାକୁଦମହାନଦୀକାର୍ବନ ମୋନୋକ୍ସାଇଡ ବିଷକ୍ରିୟାମୁକ୍ତିକାନ୍ତ ମଣ୍ଡଳସୂର୍ଯ୍ୟ୨୧ସ୍ତୁତି ଚିନ୍ତାମଣିରାଧାନାଥ ରାୟସତ୍ୟବାଦୀ ବନ ବିଦ୍ୟାଳୟପ୍ରଶାନ୍ତ ମହାସାଗରଚବିଶ ଗୁରୁଗୁଲଜାର୭ ଅପ୍ରେଲଓଡ଼ିଆ ଭାଗବତହନୁମାନ ଚାଳିଶାସୁନାବେଶମୟୂରଭଞ୍ଜ ଜିଲ୍ଲାପରଜା ଜନଜାତିଅଫିମଜୟ ଜଗନ୍ନାଥନୀତେଶ ଗଙ୍ଗଦେବପ୍ରଧାନ ପୃଷ୍ଠାପ୍ଲେକାନାଟାଇଡଖନା ବଚନନେଇଯା'ରେ ମେଘ ମତେ🡆 More