ଗୁରୁଚରଣ ପଟ୍ଟନାୟକ

ଗୁରୁଚରଣ ପଟ୍ଟନାୟକ(୨୯ ସେପ୍ଟେମ୍ବର ୧୯୧୪- ୯ ନଭେମ୍ବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ବାମପନ୍ଥୀ ନେତା ଥିଲେ । କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଭାବରେ, ସେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ମୂଳଦୁଆ ପକେଇଥିଲେ । ସାହିତ୍ୟ ସାଧନାପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଗୁରୁଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1914-09-29)୨୯ ସେପ୍ଟେମ୍ବର ୧୯୧୪
ଚଣାହାଟ, ବାଲିପାଟଣା
ମୃତ୍ୟୁ୯ ନଭେମ୍ବର ୨୦୦୮(2008-11-09) (ବୟସ ୯୪)
ଅନନ୍ତ-ଆଲୋକ, ଶଙ୍କରପୁର, କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମ୍ପର୍କୀୟଅନନ୍ତ ପଟ୍ଟନାୟକ(ଭାଇ) ଅମରେଶ ପଟ୍ଟନାୟକ (ପୁତୁରା)

ଜୀବନୀ

ଗୁରୁଚରଣ ୧୯୧୪ ମସିହାରେ ବାଲିପାଟଣା ଥାନା ଅନ୍ତର୍ଗତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ଥିଲା 'ବାଉ' । ମାତ୍ର ୪ମାସ ବୟସରେ ସେ ଏକାଦିନରେ ଉଭୟ ବାପା ଓ ମାଙ୍କୁ ହରେଇଥିଲେ । ଅଗ୍ରଜ ଅନନ୍ତ ପଟ୍ଟନାୟକ ତାଙ୍କଠାରୁ ୪ବର୍ଷ ବଡ଼ । ଚଣାହାଟରେ ସେ ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ ଓ ପରେ କଟକରେ ପିଉସା-ପିଉସୀଙ୍କ ପାଖରେ ରହି ପାଠ ପଢୁଥିଲେ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ବାନରସେନାର ଅଂଶ ଥିଲେ । ନବକୃଷ୍ଣ ଚୌଧୁରୀଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଗୁରୁଚରଣ ଓଡ଼ିଶାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ ଓଡ଼ିଆ ଭାବେ କଲିକତାର ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, ପ୍ରାଣନାଥ ପଟ୍ଟନାୟକଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ ।

ରଚନାବଳୀ

  • ଜଗତ ଦର୍ଶନରେ ଜଗନ୍ନାଥ
  • British Rule in India
  • ପ୍ରଳୟ ଗର୍ଭରୁ
  • ସୃଷ୍ଟି ଦୃଷ୍ଟି କୃଷ୍ଟି
  • ଓଡ଼ିଆ ସାହିତ୍ୟର ମତି ଓ ଗତି
  • ସଂକଟରେ ସମାଜ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଜଗତ ଦର୍ଶନରେ ଜଗନ୍ନାଥ ପାଇଁ)
  • ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୭୧
  • ଉତ୍କଳ ରତ୍ନ - ୨୦୦୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ଗୁରୁଚରଣ ପଟ୍ଟନାୟକ ଜୀବନୀଗୁରୁଚରଣ ପଟ୍ଟନାୟକ ରଚନାବଳୀଗୁରୁଚରଣ ପଟ୍ଟନାୟକ ପୁରସ୍କାର ଓ ସମ୍ମାନଗୁରୁଚରଣ ପଟ୍ଟନାୟକ ଆଧାରଗୁରୁଚରଣ ପଟ୍ଟନାୟକଓଡ଼ିଶାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

🔥 Trending searches on Wiki ଓଡ଼ିଆ:

କେଶବ କୋଇଲିଅନୁପମ ଭାରତଅଖିଳ ମୋହନ ପଟ୍ଟନାୟକକଦଳୀସ୍ୱିଡେନରାମଚନ୍ଦ୍ର ବେହେରାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସଂଗୀତଅଶୋକାଷ୍ଟମୀମଟର ସାଇକେଲଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଉଇକିପିଡ଼ିଆ ସମୂହର ତାଲିକାଗଙ୍ଗାଧର ମେହେରଆଚାର୍ଯ୍ୟ ହରିହରସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମହାତ୍ମା ଗାନ୍ଧୀଙ୍କ ପରିବାରସ୍ନେହସାରଖାଦ୍ୟମ୍ୟାଲେରିଆବନ୍ଧୁ ମହାନ୍ତିଯାଜପୁରଆପେଣ୍ଡିସାଇଟିସଭାରତୀୟ ମୁଦ୍ରା୧୨ ସେପ୍ଟେମ୍ବରଭୀମ ଭୋଇଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୃହସ୍ପତିଓଡ଼ିଆ ଭ୍ରମଣ ସାହିତ୍ୟଇଣ୍ଟରନେଟବାଜି ରାଉତତପସ୍ୱିନୀନେମାଳଶିବପୁରୁଷୋତ୍ତମ ଦେବନାରୀବାଦସଞ୍ଜୀବ କୁମାର ମଲ୍ଲିକଅଣସରଏସ୍କେରିସିଆ କୋଲାଇଫିଲିପାଇନ୍ସକଲମ୍ବିଆପୂର୍ଣ୍ଣାନନ୍ଦ ଦାନୀସମ୍ବଲପୁରରିୟା ସେନବର୍ଷା ପ୍ରିୟଦର୍ଶିନୀଲୋକ ସଭାକାଠଚମ୍ପାଗନରିଆରାସାୟନିକ ମୌଳିକଏଲିନା ସାମନ୍ତରାୟକଣ୍ଡୋମମଧୁସୂଦନ ରାଓପରିସଂଖ୍ୟାନଅନାଦି ଚରଣ ସାହୁରାକ୍ଷୀ ବାନ୍ଧିଲି ମୋ ରଖିବ ମାନରାଜ୍ୟବୈଶାଖବୁଧବାରକିଶୋରୀ ଚରଣ ଦାସନୀଳକଣ୍ଠ ଦାସ୬ ଫେବୃଆରୀଚିଲିକା ହ୍ରଦହନୁମାନବାବୁଶାନ୍ବନ୍ଧୁତା🡆 More