ଗତି ରୋଗ

 

Motion sickness
Kinetosis, travel sickness, seasickness, airsickness, carsickness, simulation sickness, space motion sickness, space adaptation syndrome
ଗତି ରୋଗ
A drawing of people with sea sickness from 1841
ବିଭାଗNeurology
ଲକ୍ଷଣNausea, vomiting, cold sweat, increased salivation
କାରଣReal or perceived motion
ବିପଦ କାରକPregnancy, migraines, Meniere’s disease
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms
ସଠିକ ରୋଗ ନିର୍ଣ୍ଣୟBenign paroxysmal positional vertigo, vestibular migraine, stroke
ପ୍ରତିକାରAvoidance of triggers
ଔଷଧScapolamine, dimenhydrinate, dexamphetamine
ଚିକିତ୍ସାBehavioral measures, medications
PrognosisGenerally resolve within a day
ପୁନଃପୌନିକNearly all people with sufficient motion

ଗତି ରୋଗ, (ଇଂରାଜୀ ଭାଷାରେ motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ | ସାଧାରଣତଃ ଅଇ, ବାନ୍ତି, ଥଣ୍ଡା ଝାଳ, ମୁଣ୍ଡବିନ୍ଧା, ନିଦ୍ରାଳୁ, ହାଇ, ଅରୁଚି ଏବଂ ଅଧିକ ଲାଳ ବୋହିବା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ | କ୍ୱଚିତ ଜଟିଳ ହେଲେ ନିର୍ଜଳନ, ଇଲେକ୍ଟ୍ରୋଲାଇଟ ସମସ୍ୟା କିମ୍ବା ଏକ ଗ୍ରାସନଳୀର ନିମ୍ନ ଭାଗ ଚିରିଯିବା ଦେଖାଯାଏ |

ଗତି ରୋଗର କାରଣ ହେଉଛି ବାସ୍ତବ ବା ଅନୁଭବ ହୋଇଥିବା ଗତି | ଏହା କାର ଭ୍ରମଣ, ବିମାନ ଯାତ୍ରା, ସମୁଦ୍ର ଭ୍ରମଣ, ବାସ୍ତବତା ଅନୁକରଣ କିମ୍ବା ମହାକାଶ ଯାତ୍ରା କଲେ ହୋଇପାରେ । ଗର୍ଭାବସ୍ଥା, ଅଧକପାଳି ଏବଂ ମିନିଅର୍ସ ରୋଗ ଇତ୍ୟାଦି ଏହି ସଙ୍କଟ ସୃଷ୍ଟି କରିପାରେ । ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ନିର୍ଭର କରେ।

ବ୍ୟବ‌ହାରିକ ପଦକ୍ଷେପ କିମ୍ବା ଔଷଧ ଦେଇ ଏହାର ଚିକିତ୍ସା କରାଯାଏ | ବ୍ୟବ‌ହାରିକ ପଦକ୍ଷେପରେ ମୁଣ୍ଡ ସ୍ଥିର ରଖିବା ଏବଂ ଦିଗବଳୟ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ଉପଦେଶ ଦିଆଯାଏ | ତିନି ପ୍ରକାରର ଔଷଧ: ସ୍କୋପୋଲାମିନ ଭଳି ଆଣ୍ଟିମସ୍କାରିନ, ଡାଇମେନହାଇଡ୍ରିନେଟ ଭଳି ଏଚ୧ ଆଣ୍ଟିହିଷ୍ଟାମିନ ଓ ଡେକ୍ସଆମ୍ଫେଟାମିନ ଭଳି ଆମ୍ଫେଟାମିନ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏଗୁଡ଼ିକର ବ୍ୟବହାରକୁ ସୀମିତ କରାଯାଏ | ଅନଡାନସେଟ୍ରନ୍ ଭଳି ଅନେକ ଔଷଧ ଗତି ରୋଗ ପାଇଁ ପ୍ରଭାବଶାଳୀ ହୁଏନାହିଁ |

ଅଧିକ ଗତି ହେଲେ ପ୍ରାୟ ସମସ୍ତ ଲୋକ ପ୍ରଭାବିତ ହୁଅନ୍ତି | ସମ୍ବେଦନଶୀଳତା କିନ୍ତୁ ପରିବର୍ତ୍ତନଶୀଳ | ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। ହିପୋକ୍ରେଟସ ଅମଳରୁ ଗତି ରୋଗ ବିଷୟରେ ବର୍ଣ୍ଣନା କରାଯାଇଛି | "ଅଇ"ର ଗ୍ରୀକ୍ ପ୍ରତିଶବ୍ଦ ନାଉସ୍ ଜାହାଜରୁ ଆସିଛି |  

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆଇଡେଲାଲିସିବc3bn4ମହାରାଷ୍ଟ୍ରଆକବରଓଡ଼ିଆ ସାହିତ୍ୟର ଇତିହାସପର୍ଫେନାଜାଇନଜଗନ୍ନାଥରାମଚନ୍ଦ୍ର ମିଶ୍ରମୟୂରବାରବାଟି ଦୁର୍ଗକାଗଜବିନ୍ଦୁସାରଳା ଦାସହେମନ୍ତ କୁମାର ଦାସକାଳୀଚରଣ ପଟ୍ଟନାୟକକୋଣାର୍କପ୍ଲୀହାବିନୋଦ ଚନ୍ଦ୍ର ନାୟକଓମ'ଙ୍କ ନିୟମଶାରଳା ପୁରସ୍କାରଟାହିଆଲାଗି ବେଶକୋଚିଲାଚିକୁନ‌ଗୁନିଆଉତ୍ତମ ମହାନ୍ତିଦେବଗଡ଼ ଜିଲ୍ଲାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଭାନୁଜୀ ରାଓପାରାଦୀପ ବନ୍ଦରପୁନମ ମିଶ୍ରସୌରୀନ୍ଦ୍ର ବାରିକବଳରାମ ଦାସମସ୍କୋବିଜୁ ଜନତା ଦଳଚୁଡ଼ାଆନନ୍ଦ ଶଙ୍କର ଦାସବିଜୟ ମିଶ୍ରଶିବମୁକୁନ୍ଦ ଦେବମାଗୁଣିର ଶଗଡ଼ପାଇକ ଆଖଡ଼ାଶାସ୍ତିଜଗନ୍ନାଥ ମନ୍ଦିରଗଣ୍ଡାଜହ୍ନଭାରତୀୟ ଡାକ ସେବାଜୟୀରାମ ସାମଲଖଞ୍ଜଣିରକ୍ତଆଲୋକଦୀପକ ମିଶ୍ରଅପରେଟିଙ୍ଗ ସିଷ୍ଟମମଧୁସୂଦନ ଦାସପଲଉଯାଜପୁର ଜିଲ୍ଲା୨୦୧୨ଶ୍ରବଣ ( ରାମାୟଣ ର ଚରିତ୍ର )ରାସାୟନିକ ମୌଳିକସାରଥୀ ବାବାଆଖିବିଜୟ ଶଙ୍କର ଦାସମନୋରଞ୍ଜନ ଦାସଭାରତମହାତ୍ମା ଗାନ୍ଧୀଲାଟିନ ଭାଷାକାଞ୍ଚି ଅଭିଯାନଓଡ଼ିଆ ଉଇକିପିଡ଼ିଆଭ୍ୟାକୁମ୍ କ୍ଲିନର୍ବୃହସ୍ପତିଛବିଳ ମଧୁ ବର୍ଣ୍ଣବୋଧ🡆 More