ଅଧକପାଳି ( Error: }: text has italic markup (help)) ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ ଓ ତାହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ଏହି ମିଗ୍ରେନ/ମାଇଗ୍ରେନ (migraine) ଶବ୍ଦ ଏକ ଗ୍ରୀକ ଶବ୍ଦରୁ (Greek ଶବ୍ଦ ἡμικρανία (hemikrania)ର ଅର୍ଥ ମୁଣ୍ଡର ଗୋଟିଏ ପାଖରେ ଯନ୍ତ୍ରଣା; ἡμι- (hemi-), ଅଧା, ଓ κρανίον (kranion), ଖପୁରି ନିଆହୋଇଛି । ମୁଣ୍ଡର ଗୋଟିଏ ପାଖରେ ମୁଣ୍ଡବଥା ଧକ୍ ଧକ୍ ହୋଇ ହୁଏ ଓ ପ୍ରାୟ ୭୨ଘଣ୍ଟା ପର୍ଯ୍ୟନ୍ତ ରହେ । ଏହା ସହ ଓକାଳ, ବାନ୍ତି ତଥା ଆଲୋକ, ଶବ୍ଦ କିମ୍ବା ଘ୍ରାଣ ଶକ୍ତି ଅଧିକ ସମ୍ବେଦୀ ହୁଏ ଓ ଶାରୀରିକ କର୍ମ କଲେ ଅଧିକ କଷ୍ଟ ହୁଏ । ଶାରୀରିକ ପରିଶ୍ରମ କଲେ ଏହି ରୋଗ ବଢ଼ିଯାଏ । ଏକ ତୃତୀୟାଂଶ ଲୋକଙ୍କର ଅରା ବା ଦୃଷ୍ଟି ସମସ୍ୟା ହୁଏ ଯାହାଦ୍ୱାରା ଆଗକୁ ଅଧକପାଳି ଆସିବା ସଙ୍କେତ ଦିଏ । ଅରାରେ ଦୃଷ୍ଟି ଭିତ୍ତିକ, ସେନ୍ସରୀ, ମୋଟର ବା ଭାଷା (Language) ଗୋଳମାଳ ହୁଏ । ଅରା ପରେ କ୍ୱଚିତ ମୁଣ୍ଡବଥା ହୁଏ ନାହିଁ ।
ଅଧକପାଳି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | neurology[*] |
ଆଇସିଡ଼ି-୧୦ | G43. |
ଆଇସିଡ଼ି-୯-ସିଏମ୍ | 346 |
ଓଏମ୍ଆଇଏମ୍ | 157300 |
ରୋଗ ଡାଟାବେସ | 8207 (Migraine) 31876 (Basilar)(FHM) |
ମେଡ଼ିସିନ-ପ୍ଲସ | 000709 |
ଇ-ମେଡ଼ିସିନ | neuro/218 neuro/517 emerg/230 neuro/529 |
Patient UK | ଅଧକପାଳି |
MeSH | D008881 |
ପରିସ୍ଥିତି ଓ ଜେନେଟିକର ମିଶ୍ରିତ ପ୍ରଭାବ ଯୋଗୁ ଅଧକପାଳି ହେବା ବିଶ୍ୱାସ କରାଯାଏ । ଦୁଇ ତୃତୀୟାଂଶ ରୋଗୀଙ୍କର ବଂଶରେ ଏହି ରୋଗ ଥାଏ । ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ହୋଇପାରେ ଯେହେତୁ ପୂର୍ଣ୍ଣାବୟବ ହେବା ପୂର୍ବରୁ ପୁଅମାନଙ୍କର କିନ୍ତୁ ପରେ ପୁରୁଷଙ୍କ ଅପେକ୍ଷା ମହିଳା ସଂଖ୍ୟା ୩ ଗୁଣ ହୁଏ । ଗର୍ଭାବସ୍ଥାରେ ଅଧକପାଳି କମିଯାଏ । ଗର୍ଭାବସ୍ଥାରେ ଏହି ସଙ୍କଟ କମିଯାଏ । ଏହି ରୋଗ କେଉଁ ଉପାୟରେ ହୁଏ ତାହା ଜଣାନାହିଁ । ତେବେ ଏହା ଏକ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ରୋଗ । ପ୍ରାଥମିକ ଥିଓରି ଅନୁସାରେ ସେରେବ୍ରାଲ କର୍ଟେକ୍ସ ଅତ୍ୟଧିକ ଉତ୍ତେଜିତ ହୋଇ ବ୍ରେନଷ୍ଟେମର ଟ୍ରାଇଜେମିନାଲ ନ୍ୟୁକ୍ଳିଅସରେ ଥିବା ସ୍ନାୟୁ ଉପରେ ଅସାଧାରଣ ପ୍ରତିକ୍ରିୟା କରାଏ ।
ସର୍ବ ପ୍ରଥମେ ମୁଣ୍ଡବଥା ନିମନ୍ତେ ଆଇବୁପ୍ରୋଫେନ ଓ ପାରାସେଟାମୋଲ ଭଳି ସାଧାରଣ ପିଡ଼ାନାଶକ ଔଷଧ ଦିଆଯାଏ, ବାନ୍ତି ନ ହେବା ଔଷଧ ଦେଲେ ଓକାଳ କମ ହୁଏ ଓ ଟ୍ରିଗର ନ ଗେବା ଚେଷ୍ଟା କରାଯାଏ । ସାଧାରଣ ପିଡ଼ାନାଶକ ଦେଇ ଭଲ ନ ହେଲେ ଟ୍ରିପ୍ଟାନ କିମ୍ବା ଏରଗୋଟାମିନ ବା ଦିଆଯାଇପାରେ । ଜଣ ସଂଖ୍ୟାର ୧୫ % ଲୋକ ଜୀବନରେ କେବେ ନା କେବେ ଏହି ରୋଗ ଭୋଗ କରନ୍ତି । ଏହା ସହିତ କେଫିନ୍ ଯୋଗ କରିଦିଆଯାଇ ପାରେ । ଏହାର ପ୍ରତିଷେଧ ନିମନ୍ତେ ଅନେକ ଔଷଧ ମିଳୁଛି ଯଥା:- ମେଟୋପ୍ରୋଲୋଲ, ଭାଲପ୍ରୋଏଟ ଓ ଟୋପିରାମେଟ ।
ସାରା ପୃଥିବୀର ଜନସଂଖ୍ୟାର ପ୍ରାୟ ୧୫% ଲୋକଙ୍କୁ ଅଧକପାଳି ରୋଗ ହୁଏ । ଏହି ରୋଗ ଅଧିକାଂଶ କେଶ୍ରେ ଯୁବକ୍ରାନ୍ତି ବା ପ୍ୟୁବର୍ଟି ବେଳେ ହୁଏ । କେତେକ ମହିଳାଙ୍କର ଋତୁବନ୍ଦ ସମୟଠାରୁ ରୋଗ କମିଯାଏ । ପୁରାତନ ମିଶରରେ ଖ୍ରୀ:ପୂ: ୧୫୦୦ରେ ଏବର୍ସ ପାପିରସ୍ରେ କେତେକ ବେମାରୀ ବର୍ଣ୍ଣନା ଏହି ରୋଗ ସାଥୀରେ ମେଳ ଖାଉଛି । ମିଗ୍ରେନ ଶବ୍ଦଟି ଗ୍ରୀକ ଶବ୍ଦ ἡμικρανία (hemikrania)ରୁ ନିଆଯାଇଛି ଯାହାର ଅର୍ଥ, "ମୁଣ୍ଡର ଗୋଟିଏ ପଟରେ ଯନ୍ତ୍ରଣା", ଓ ἡμι- (hemi-)ର ଅର୍ଥ "ଅଧା" ଓ κρανίον (kranion)ର ଅର୍ଥ "ଖପୁରି".
ଅଧକପାଳି ଏକ ସ୍ୱୟଂସୀମିତ ରୋଗ ଯେଉଁଥିରେ ପୁନଃପୌନିକ ମୁଣ୍ଡବଥା ସହ ଅଟୋନୋମିକ ସ୍ନାୟୁ ମଣ୍ଡଳର ଲକ୍ଷଣ ଉପସ୍ଥାପିତ ହୁଏ । ପ୍ରାୟ ୧୫ରୁ ୩୦ % ଗୋଗୀ ଏହି ମୁଣ୍ଡବଥା ଆରମ୍ଭ ହେବା ପୂର୍ବରୁ ଏକ ଅରା ଅନୁଭବ କରନ୍ତି ଏବଂ ସେମାନଙ୍କର ବିନା ଅରା ମୁଣ୍ଡବଥା ମଧ୍ୟ ହୁଏ । କଷ୍ଟର ତୀବ୍ରତା, ସମୟ ଓ ପୁନଃପୌନିକତା ପରିବର୍ତ୍ତନଶୀଳ । ଅଧକପାଳି ୭୨ ଘଣ୍ଟାରୁ ଅଧିକ ରହିଲେ ତାହାକୁ ସ୍ଟାଟସ ମିଗ୍ରେନୋସସ୍ (ଇଂରାଜୀରେ status migrainosus) କୁହାଯାଏ । ଅଧକପାଳି ୪ ସ୍ତର ବାଫେଜ ବିଶିଷ୍ଟ ହୋଇପାରେ, କିନ୍ତୁ ସବୁ ସ୍ତର ବା ଫେଜ ଉପସ୍ଥାପନା ସଦାବେଳେ ହୁଏ ନାହିଁ ।
ଅଧକପାଳି ଭୋଗୁଥିବା ରୋଗୀଙ୍କ ମଧ୍ୟରୁ ୬୦% ରୋଗୀଙ୍କର ପ୍ରୋଡ୍ରୋମାଲ ବା ପ୍ରିମୋନିଟାରି ଲକ୍ଷଣ ଦେଖାଯାଏ । ଅରା ବା କଷ୍ଟ ହେବାର ୨ ଘଣ୍ଟା ବା ୨ ଦିନ ପୂର୍ବରୁ ଏହା ପ୍ରକାଶ ପାଏ । ଏଥିରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ପରିବର୍ତ୍ତିତ ମିଜାଜ (mood), ଉତ୍ତେଜନା, ଅବସାଦ କିମ୍ବା ଆନନ୍ଦାତିଶଯ୍ୟ, ଥକ୍କା, କେତେକ ଖାଦ୍ୟ ପ୍ରତି ଆକର୍ଷଣ, ଟାଣ ବା ସ୍ଟିଫ ପେଶୀ, କୋଷ୍ଠକାଠିନ୍ୟ କିମ୍ବା ତରଳ ଝାଡ଼ା ହୁଏ ଓ ଆଘ୍ରାଣ ତଥା ଶବ୍ଦ ପ୍ରତି ସମ୍ବେଦି ହୁଏ । ମୁଣ୍ଡ ବଥା ବିନା ବା ସହିତ ଏହି ଲକ୍ଷଣ ପ୍ରକାଶ ପାଏ ।
ପ୍ରକୃତ ଦୃଶ୍ୟ | ଚିତ୍ରରେ ଦର୍ଶାଯାଇଥିବା ଅନୁସାରେ ରୋଗୀକୁ ଦେଖାଯାଏ |
ଏହା ଏକ ପ୍ରକାର ସ୍ୱଳ୍ପମିଆଦୀ ସ୍ନାୟୁଗତ ଘଟଣା ଯାହା ମୁଣ୍ଡବଥା ପୂର୍ବରୁ ବା ପରେ ହୁଏ । କିଛି ମିନିଟ ମଧ୍ୟରେ ଧୀରେ ଧୀରେ ଏହା ଆରମ୍ଭ ହୁଏ ଓ ୬୦ ମିନିଟରୁ କମ ସମୟ ରହେ । ଦୃଷ୍ଟି ସମ୍ପର୍କୀୟ ଅନୁଭୁତି, ସ୍ପର୍ଶ/ ପୀଡ଼ା ଅନୁଭୁତି ଓ ମୋଟୋର (ଇଂରାଜୀରେ motor ବା ଯେଉଁ ସ୍ନାୟୁ ମସ୍ତିଷ୍କରୁ ମାଂସପେଶୀଙ୍କୁ ବାର୍ତ୍ତା ପ୍ରେରଣ କରେ) ସମ୍ପର୍କୀୟ ଅନୁଭୂତି ହୁଏ ଓ ଅନେକ ରୋଗୀ ଏକାଧିକ ଅନୁଭୁତି ଭୋଗ କରନ୍ତି । ଦୃଷ୍ଟି ସମ୍ପର୍କୀୟ ଅନୁଭୂତି ୯୯ % ରୋଗୀଙ୍କର ହୁଏ ଓ ୫୦ % ରୋଗୀଙ୍କର ଏହା ସହ ମୋଟୋର ବା ସ୍ପର୍ଷ/ ପୀଡ଼ା ଅନୁଭୂତି ରହେ ନାହିଁ । ଦୃଷ୍ଟି କ୍ଷେତ୍ର (field of vision) ଧପ୍ ଧପ୍ କରେ, ପଠନ ଓ ଡ୍ରାଇଭିଙ୍ଗ କ୍ଷମତାରେ ଭୁଲଭାଲ ହୁଏ । ଏହା ଦୃଷ୍ଟି କ୍ଷେତ୍ରର ଠିକ ମଝି ସ୍ଥାନରେ ହୁଏ ଓ ସେଠାରୁ ଦୂର୍ଗର କାନ୍ଥ ଭଳି ଅଙ୍କାବଙ୍କା ଗାର ଦେଖାଯାଏ । ଏହି ଗାର କଳା ଧଳା ଦେଖାଯାଏ କିନ୍ତୁ କେତେକ ରଙ୍ଗୀନ ଦେଖାଯାଏ । ଦୃଷ୍ଟି କ୍ଷେତ୍ରର କେତେକ ଅଂଶ ଦେଖାଯାଏ ନାହିଁ ବା ଜାଲଜାଲୁଆ ଦେଖାଯାଏ ।
ଅରା ଦେଖାଯାଉଥିବା ରୋଗୀଙ୍କ ମଧ୍ୟରୁ ୩୦ରୁ ୪୦% ରୋଗୀଙ୍କର ସ୍ପର୍ଶ ଅରା ହୁଏ । ଅଧିକାଂଶ ସମୟରେ ହାତର ଗୋଟିଏ ପାର୍ଶ୍ୱରେ ଛୁଞ୍ଚି ବା ପିନ ଫୋଡ଼ିହେଲା ଭଳି ଲାଗେ ଯାହା ନାକ-ପାଟି ପର୍ଯ୍ୟନ୍ତ ସେହି ପାଖରେ ବିସ୍ତାର ଲାଭ କରେ । ଫୋଡ଼ିହେବା ଲାଗିବା ପରେ କାଲୁଆ ଲାଗେ ଓ ଗଣ୍ଠିର ଅବସ୍ଥାନ ଜଣାପଡ଼େନାହିଁ । କଥା କହିବା ଓ ଭାଷା ଗୋଳମାଳ ହୁଏ ତଥା ମୋଟୋର ସମସ୍ୟା ଦେଖାଯାଏ । ଶରୀରର ଗୋଟିଏ ପାଖ ଏକ ଘଣ୍ଟା ପର୍ଯ୍ୟନ୍ତ ଦୂର୍ବଳ ହୋଇଯାଇପାରେ । ଶ୍ରୁତି ବିଭ୍ରମ ଓ ଦୃଷ୍ଟି ବିଭ୍ରମ ମଧ୍ୟ ହୋଇପାରେ ।
ସାଧାରଣତଃ ମୁଣ୍ଡବଥା ଏକପାଖିଆ ହୁଏ, ଧକ୍ ଧକ୍ ହୁଏ, ମଧ୍ୟମରୁ ତୀବ୍ର ଧରଣର ହୁଏ । ଏହା ଧୀରେ ଧୀରେ ଆସେ, ଶାରୀରିକ ଶ୍ରମ କଲେ ବେଶୀ ହୁଏ। ୪୦ %ରୁ ଅଧିକ ରୋଗୀଙ୍କର ଦୁଇ ପାଖରେ ହୁଏ ଓ ବେକରେ ମଧ୍ୟ କଷ୍ଟ ହୁଏ । ଅରା ନ ଥିଲେ ଦୁଇ ପାଖ ମୁଣ୍ଡ ବଥା ହୁଏ ଓ ବେକରେ କଷ୍ଟ ହୁଏ । ସାମାନ୍ୟ କେତେଜଣଙ୍କର ପ୍ରାଥମିକ କଷ୍ଟ ପିଠିରେ କିମ୍ବା ମୁଣ୍ଡ ଶୀର୍ଷରେ ହୁଏ । ଏହି କଷ୍ଟ ୪ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରହେ, କିନ୍ତୁ ବଡ଼ ପିଲାଙ୍କର ଏକ ଘଣ୍ଟାରୁ କମ୍ ସମୟ ରହେ । ଏହି ରୋଗ ଆକ୍ରମଣର ସମୟ ବ୍ୟବଧାନ ଅନିର୍ଦ୍ଦିଷ୍ଟ, ସାରା ଜୀବନରେ ଅଳ୍ପ କିଛି ଥର ହୁଏ ବା ସପ୍ତାହରେ ଅନେକ ଥର ହୁଏ; ହାରାହାରି ମାସକୁ ଥରେ ହୁଏ ।
ଯନ୍ତ୍ରଣା ସହ ଓକାଳ, ବାନ୍ତି ହୁଏ; ଆଲୋକ (photophobia), ଶବ୍ଦ ଓ ଘ୍ରାଣ ଶକ୍ତି ଉତ୍ତେଜିତ ହୁଏ ଓ ଥକ୍କା ଲାଗିବା ସହ ଚିଡ଼ିଚିଡ଼ା ସ୍ୱଭାବ ହୁଏ । ବ୍ୟାସିଲାର ମିଗ୍ରେନରେ ବ୍ରେନସ୍ଟେମ ସମ୍ପର୍କୀୟ ଲକ୍ଷଣ ପ୍ରକାଶ ପାଏ, ସ୍ନାୟବିକ ଲକ୍ଷଣ ଦେହର ଉଭୟ ପାର୍ଶ୍ୱରେ ଦେଖାଯାଏ, ପୃଥିବୀ ଘୁରିଲା ଭଳି ଲାଗେ, ମୁଣ୍ଡ ହାଲୁକା ଲାଗେ ଓ ଗୋଳମାଳିଆ ହୁଏ । ୯୦% ରୋଗୀଙ୍କର ଓକାଳ ବା ବାନ୍ତି ଲାଗେ, କିନ୍ତୁ ୧/୩ ଭାଗ ରୋଗୀଙ୍କର ବାନ୍ତି ହୁଏ । ଅନେକ ରୋଗୀ ଏକୁଟିଆ ଶାନ୍ତ ପରିବେଶରେ ରହିବାକୁ ଇଛା କରନ୍ତି । ଅନ୍ୟ ଲକ୍ଷଣମାନଙ୍କମଧ୍ୟରେ ଝାପସା ଦୃଷ୍ଟି(blurred vision), ନାକ ଭର୍ତ୍ତି (stuffy nose), ତରଳ ଝାଡ଼ା (diarrhea), ବାରମ୍ବାର ପରିସ୍ରା, ଶେତା ଦେଖାଯିବା ଓ ଝାଳ ହୋହିବା ଦେଖାଯାଏ । ମୁଣ୍ଡ ଉପର ଭାଗ ବା ସ୍କାଲ୍ପରେ ଦରଜ ଓ ଫୁଲା ଦେଖାଯାଏ ଓ ବେକ ସ୍ଟିଫ୍ ହୁଏ । ବୟସ୍କ ଲୋକଙ୍କର ଲକ୍ଷଣ କମ ଦେଖାଯାଏ ।
ଅରା ପରେ ମଧ୍ୟ କ୍ୱଚିତ ମୁଣ୍ଡବଥା ହୁଏନାହିଁ । ଏହାକୁ ଆସେଫାଲ୍ଜିକ୍ ମିଗ୍ରେନ୍ ବା ନିରବ ଅଧକପାଳି କୁହାଯାଏ । ରୋଗୀ ଏହାକୁ ଗୋଟିଏ ରୋଗ ବ୍ୟତିକ୍ରମ ବୋଲି ଜାଣିପାରେ ନାହିଁ ।
ଅଧକପାଳି ହେବାର କିଛି ଦିନ ପର ପର୍ଯ୍ୟନ୍ତ ତାହାର ପ୍ରଭାବ ରହେ । ମୁଣ୍ଡ ବଥା ହୋଇଥିବା ସ୍ଥାନରେ ଘାଆ (sore) ହେବା ଭଳି ଲାଗେ, ଚିନ୍ତା ଶକ୍ତି ପ୍ରଭାବିତ ହୁଏ, ପେଟ ଗୋଳମାଳ, ଦୁର୍ବଳତା ଓ ହ୍ୟାଙ୍ଗ୍ ଓଭର ଥିବା ଭଳି ଲାଗେ । ଅନ୍ୟ କେତେକ ରିପୋର୍ଟ ଅନୁସାରେ ରୋଗୀ ଅସାଧାରଣ ପ୍ରଫୁଲ୍ଲତା ଅନୁଭବ କରେ ।
କେଉଁ କାରଣରୁ ଅଧକପାଳି ହୁଏ ତାହା ଜଣାଯାଇ ନାହିଁ । ଯାହା ବିଶ୍ୱାସ କରାଯାଉଛି, ପରିବେଶ ଓ ଜେନେଟିକର ପ୍ରଭାବ ଯୋଗୁ ଏହି ରୋଗ ହୁଏ । ସମୁଦାୟ ରୋଗୀଙ୍କ ସଂଖ୍ୟାର ୨/୩ ଅଂଶ ପରିବାରରେ ଚାଲିଥାଏ, କ୍ୱଚିତ୍ ଏହା ଏକକ ଜିନ୍ ତୃଟି ଯୋଗୁ ହୁଏ । ଏକଦା ଏହି ରୋଗ ଅତି ବୁଦ୍ଧିମାନ ଲୋକଙ୍କର ହୁଏ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଏହା ସତ୍ୟ ବୋଲି ଜଣାଯାଉ ନାହିଁ । କେତେକ ମାନସିକ ଅବସ୍ଥା ଟ୍ରିଗର ଭଳି କାମ କରେ, ଯେପରିକି ଅବସାଦ (depression), ଉତ୍କଣ୍ଠା (anxiety) ଓ ବାଇପୋଲାର ଡିଜ୍ଅର୍ଡର (bipolar disorder), ଯାହା ଯୋଗୁ ଏହି ରୋଗ ଆରମ୍ଭ ହୁଏ ।
ଜାଆଁଳାମାନଙ୍କର ଅନୁଶୀଳନରେ ଦେଖାଯାଇଛି, ୩୪%ରୁ ୫୧% କ୍ଷେତ୍ରରେ ଜେନେଟିକ୍ ପ୍ରରୋଚନା ଯୋଗୁ ଅଧକପାଳି ହେବା ସମ୍ଭାବନା ରହେ । ଅରା ସହ ଅଧକପାଳି ରୋଗରେ ଏହା ଅଧିକ ଦେଖାଯାଏ । କେତେକ ନିର୍ଦ୍ଦିଷ୍ଟ ଜିନ୍ ପରିବର୍ତ୍ତନ ଯୋଗୁ ସାମାନ୍ୟରୁ ମଧ୍ୟମ ଧରଣର ଆଶଙ୍କା ସୃଷ୍ଟି ହୁଏ ।
ଏକକ ଜିନ୍ ବିକାର ଯୋଗୁ କ୍ୱଚିତ ଏହା ହୁଏ । ଫ୍ୟାମିଲିଆଲ୍ ହେମିପ୍ଲେଜିକ୍ ମିଗ୍ରେନ୍ ରୋଗ ଅଟୋସୋମାଲ୍ ଡୋମିନାଣ୍ଟ ଭାବେ ହୁଏ । ଏହି ରୋଗରେ ୪ପ୍ରକାର ଜିନ୍ ସଂଶ୍ଳିଷ୍ଟ ଅଛନ୍ତି ।
କେତେକ ଟ୍ରିଗର ଯୋଗୁ ଅଧକପାଳି ହୁଏ, ଏହା କେତେକ ରିପୋର୍ଟ ଅନୁସାରେ ଅଧିକାଂଶ ରୋଗୀଙ୍କର ହୁଏ ଓ ଅନ୍ୟ କେତେକ ରିପୋର୍ଟ ଅନୁସାରେ ଅଳ୍ପ ରୋଗିଙ୍କର ହୁଏ । ଅନେକ ଟ୍ରିଗର ଲିପିବଦ୍ଧ ହୋଇଛି, କିନ୍ତୁ ସେମାନଙ୍କ ଶକ୍ତି ଓ ସାର୍ଥକତା ବିଷୟରେ ଅଜ୍ଞତା ଅଛି । ଲକ୍ଷଣ ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ଟ୍ରିଗର ଜଣାଯାଏ ।
ମାନସିକ ଚାପ, ଭୋକ ଓ ଥକ୍କା; ଏ ସମସ୍ତ ସାଧାରଣ ଟ୍ରିଗର୍ । ଋତୁସ୍ରାବ ସମୟରେ ଏହ ହେବା ସମ୍ଭାବନା ଅଧିକ ରହେ । ଅନ୍ୟ ହରମୋନ୍ ପ୍ରଭାବ ଯଥା ଋତୁବନ୍ଦ, ଓରାଲ୍ କଣ୍ଟ୍ରାସେପ୍ଟିଭ ବ୍ୟବହାର, ଗର୍ଭାବସ୍ଥା ଓ ମେନାର୍କି ଯୋଗୁ ଏହି ଟ୍ରିଗର ହୁଏ । ଅରା ବିହୀନ ଅଧକପାଳିରେ ଏହା ଦେଖାଯାଏ । ଏହା ୨ୟ ଓ ୩ୟ ଟ୍ରିମେସ୍ଟର ତଥା ଋତୁବନ୍ଦ ପରେ ହୁଏ ନାହିଁ ।
ଅନୁଶୀଳନଦ୍ୱାରା ଜଣାଯାଇଛି ଯେ ଖାଦ୍ୟ ଟ୍ରିଗର ବିଷୟ ରୋଗୀଙ୍କ ରିପୋର୍ଟ ଉପରେ ପର୍ଯ୍ୟବେଷିତ, କୌଣସି ପ୍ରମାଣ ଉପରେ ନୁହେଁ । ମୋନୋସୋଡିଅମ୍ ଗ୍ଲୁଟାମେଟ୍ ଔଷଧ ଟ୍ରିଗର ଭାବେ ରିପୋର୍ଟ କରାଯାଇଥିଲେ ମଧ୍ୟ କୌଣସି ପ୍ରାମାଣିକ ତଥ୍ୟ ନାହିଁ ଓ ଟାଇରାମିନ୍ର ମଧ୍ୟ କୌଣସି ପ୍ରଭାବ ଥିବା ପ୍ରମାଣିତ ହୋଇ ନାହିଁ ।
କେତେକ ପରିବେଶ ନିମ୍ନ ଧରଣର ଥିବା ଯୋଗୁ ଉତ୍ତମ ବାୟୁ ସଞ୍ଚାଳନ ଓ ଆଲୋକ ବିଷୟରେ ସଚେତନ ରହିବାକୁ ପରାମର୍ଶ ଦିଆଯାଏ ।
ଏହି ରୋଗ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ବୋଲି ବିଶ୍ୱାସ କରାଯାଏ ଓ ଏହାର ମିକାନିଜ୍ମ ମସ୍ତିଷ୍କରେ ଆରମ୍ଭ ହୋଇ ରକ୍ତନଳୀକୁ ବିସ୍ତାରପ୍ରାପ୍ତ ହୁଏ । କେତେକ ଗବେଷକଙ୍କ ମତ ଅନୁସାରେ ସ୍ନାୟୁ ମେକାନିଜ୍ମ ଅଧିକ ଦାୟୀ, ଅନ୍ୟ କେତେକଙ୍କ ମତରେ ରକ୍ତନଳୀ ଅଧିକ ଦାୟୀ । ଉଭୟଙ୍କ ଭୂମିକା ଥିବା ମତ ମଧ୍ୟ ଅନେକ ପୋଷଣ କରନ୍ତି । ଏହାର ମେକାନିଜ୍ମରେ ସେରୋଟୋନିନ୍ (Serotonin, ଅନ୍ୟ ନାମ 5-hydroxytryptamine) ଭୂମିକା ଥିବା ବିଶ୍ୱାସ କରାଯାଏ ।
ଲକ୍ଷଣ ଓ ଚିହ୍ନ ଉପରେ ଏହି ରୋଗ ନିର୍ଣ୍ଣୟ ନିର୍ଭର କରେ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ନିଉରୋଇମେଜିଙ୍ଗ ଦରକାର ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ସଠିକ ଅଧକପାଳି ନିର୍ଣ୍ଣୟ ହୋଇ ନ ପାରିଲେ ଏହି ଇମେଜିଙ୍ଗ ଆବଶ୍ୟକ ହୁଏ ।
ଇଣ୍ଟରନ୍ୟାସନାଲ ହେଡାକ୍ ସୋସାଇଟିଦ୍ୱାରା ଅରା ବିହୀନ ଅଧକପାଳି ନିର୍ଣ୍ଣୟ ନିମନ୍ତେ ୫,୪,୩,୨,୧ ନିୟମ ଧାର୍ଯ୍ୟ ହୋଇଛି ।
ଆଲୋକ ସମ୍ବେଦୀ (photophobia), ଓକାଳ କିମ୍ବା ଗୋଟିଏ ଦିନ ନିମନ୍ତେ କାର୍ଯ୍ୟ ଅକ୍ଷମତା, ଏହି ତିନୋଟିରୁ ଦୁଇଟି ଥିଲେ ଅଧକପାଳି ସମ୍ଭାବନା ଅଧିକ । ଏଠାରେ ପ୍ରଦତ୍ତ ପାଞ୍ଚୋଟି ମଧ୍ୟରୁ ଚାରୋଟି ଥିଲେ(ଧକ୍ ଧକ୍ ହେଉଥିବା ମୁଣ୍ଡବଥା, ସମୟ ୪ - ୭୨ ଘଣ୍ଟା, ମୁଣ୍ଡର ଗୋଟିଏ ପାଖରେ ଯନ୍ତ୍ରଣା, ଓକାଳ ଓ ଦୈନନ୍ଦିନ କାର୍ଯ୍ୟ ବାଧା ସୃଷ୍ଟିକାରୀ ଲକ୍ଷଣ) ଅଧକପାଳି ୯୨ % ସମ୍ଭବ । ଏଥିରୁ ତିନୋଟିରୁ କମ୍ ଥିଲେ ସମ୍ଭାବନା ୧୭ % ।
ଅଧକପାଳି ରୋଗର ବର୍ଗୀକରଣ ପ୍ରଥମେ ୧୯୮୮ ମସିହାରେ କରାଯାଇଥିଲା । ଗତ ୨୦୦୪ ମସିହାରେ ଇଣ୍ଟରନ୍ୟାସନାଲ ହେଡାକ ସୋସାଇଟି ତାହାକୁ ନବୀକରଣ କରିଥିଲେ । ସାତ ପ୍ରକାର ବର୍ଗୀକରଣ କରାଯାଇଛି ।
ଏହି ରୋଗର ସ୍ଥିତି ବିଷୟରେ ମତଭେଦ ଅଛି । ଅନ୍ୟ କେତେକଙ୍କ ମତରେ ଏହା ଏକ ପ୍ରକାର ଅଲଗା ମିଗ୍ରେନ୍ । ଏଥିରେ ପେଟ ଯନ୍ତ୍ରଣା ବାରମ୍ବାର ହୁଏ, ମୁଣ୍ଡବଥା ନ ଥାଏ, କିଛି ମିନିଟରୁ କିଛି ଘଣ୍ଟା ରହେ । ପାରିବାରିକ ମିଗ୍ରେନ ଇତିହାସ ଥିଲେ ଏ ରୋଗ ଦେଖାଯାଏ ।
ଅଧକପାଳି ନିମନ୍ତେ ୪ ପ୍ରକାର ବ୍ୟବସ୍ଥା ଅଛି: ଔଷଧ, ଅଧିକ ପୋଷଣ (nutrition supplement), ଜୀବନ ଧାରା ପରିବର୍ତ୍ତନ ଓ ଅପରେଶନ । ଏହି ପ୍ରତିଷେଧ ବ୍ୟବସ୍ଥା ସପ୍ତାହକୁ ଦୁଇ ଦିନରୁ ଅଧିକ ଭୋଗୁଥିବା ରୋଗୀଙ୍କ ନିମନ୍ତେ, ଔଷଧ ସହ୍ୟ କରି ନ ପାରୁଥିବା ରୋଗୀ ବା ଗମ୍ଭୀର ଆକ୍ରମଣ ଭୋଗୁଥିବା ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ।
ଏହାର ଲକ୍ଷ: ବାରମ୍ବାର ନ ହେବା, ଯନ୍ତ୍ରଣା କମେଇବା ଏବଂ / କିମ୍ବା ରୋଗ ଅବଧି କମେଇବା ଓ ଔଷଧ ଉପାଦେୟତା ବୃଦ୍ଧି କରିବା । ଔଷଧ ବେଶୀ ଖାଇଲେ ମଧ୍ୟ ମୁଣ୍ଡବଥା ହୁଏ, ତେଣୁ ଏହାକୁ ରୋକିବା ଆବଶ୍ୟକ । ଏହା ଏକ ସାଧାରଣ ସମସ୍ୟା ଯାହା କ୍ରନିକ ମୁଣ୍ଡବଥା କରାଏ ।
ପ୍ରତିରୋଧକାରୀ ଔଷଧ କାର୍ଯ୍ୟକ୍ଷମ ହେଲା ବୋଲି ଧରାଯାଏ ଯେତେବେଳେ ଏହା ବାରମ୍ବାର ହେବା ଓ ତୀବ୍ରତା ୫୦ % କମ ହୁଏ । ଟୋପିରାମେଟ, ଡାଇଭାଲପ୍ରୋଏକ୍ସ/ସୋଡିଅମ ଭାଲପ୍ରୋଏଟ, ପ୍ରୋପ୍ରାନୋଲୋଲ ଓ ମେଟୋପ୍ରୋଲୋଲ ଇତ୍ୟାଦି ଏହାର ପ୍ରଥମ ଧାଡି ଚିକିତ୍ସା । ଗାବାପେଣ୍ଟିନ ବିଷୟରେ ମତାନ୍ତର ଅଛି । ଟିମୋଲୋଲୋଲ ମଧ୍ୟ ଉପାଦେୟ ଔଷଧ । ଋତୁସ୍ରାବ ଅଧକପାଳି ରୋକିବାରେ ଫ୍ରୋଭାଟ୍ରିପ୍ଟାନ ଉପାଦେୟ ଔଷଧ ।
ଆମିଟ୍ରିପ୍ଟିଲିନ ଓ ଭେନଲାଫାକସିନ ଦ୍ୱୟ ମଧ୍ୟ ଉପାଦେୟ । ଆଞ୍ଜିଓଟେନସିନ ପ୍ରତିରୋଧକ (angiotensin-converting enzyme inhibitor or angiotensin II receptor antagonist) ଏହି ଆକ୍ରମଣ କମାଏ । କ୍ରନିକ ଅଧକପାଳିରେ ବୋଟୋକ୍ସ ଉପାଦେୟ ହୁଏ ।
ଆକୁପଙ୍କଚର ମଧ୍ୟ ଉପାଦେୟ, କିନ୍ତୁ ସାମ ଆକୁପଙ୍କଚର ମଧ୍ୟ କାମ କରେ । ଫିଜିଓଥେରାପି, ମାଲିସ, ଚିରୋପ୍ରାକ୍ଟିସ ଓ ଶିଥିଳତାଦ୍ୱାରା ମଧ୍ୟ ଔଷଧ ଭଳି କାମ କରେ କିନ୍ତୁ ଏହାର ଅନୁଶୀଳନ ବିଧି ସଠିକ ନ ଥିଲା । ବଟରବର (butterbur) ବ୍ୟବହାର ସବୁଠାରୁ ଉପାଦେୟ ।
ଔଷଧ ମନା ଥିଲେ ବା ଅତ୍ୟଧିକ ଔଷଧ ଅଧକପାଳି ଥିଲେ ବାୟୋଫିଡବ୍ୟାକ ଓ ନିଉରୋଷ୍ଟିମୁଲେଟର କେତେକ ପରିମାଣରେ ରୋଗ ପ୍ରତିରୋଧ କରେ । କ୍ରନିକ ଅଣଉପସମ ହେଉଥିବା ଅଧକପାଳିରେ ନିଉରୋସ୍ଟିମୁଲେଟର୍ ଇମ୍ପ୍ଲାଣ୍ଟ କଲେ ପେସ୍ମେକର୍ ଭଳି କାମ କରେ । ଆମେରିକାରେ ଟେନ୍ସ (transcutaneous electrical nerve stimulation device) ବ୍ୟବହାର ବିଧିସମ୍ମତ । ଔଷଧଦ୍ୱାରା ଭଲ ନ ହେଲେ ମିଗ୍ରେନ ଅପରେଶନ କରାଯାଏ ଓ ଏହି ଅପରେସନରେ ମୁଣ୍ଡ ଓ ବେକର ସ୍ନାୟୁ ମୁକ୍ତ (decompression of certain nerves) କରାଯାଏ ।
ତିନୋଟି ଦୃଷ୍ଟିକୋଣରୁ ଏହାକୁ ଚିକିତ୍ସା କରାଯାଏ – ଟ୍ରିଗର ଆଡ଼େଇବା, ତୀବ୍ର ଲକ୍ଷଣ ନିୟନ୍ତ୍ରଣ କରିବା ଓ ଔଷଧଦ୍ୱାରା ପ୍ରତିରୋଧ କରିବା । ଶୀଘ୍ର ଔଷଧ ଦେଲେ ଫଳପ୍ରଦ ହୁଏ । ବାରମ୍ବାର ଔଷଧ ବ୍ୟବହାର କଲେ ଅତି-ଔଷଧ ମୁଣ୍ଡବଥା ହୁଏ ଯେଉଁଥିରେ ମୁଣ୍ଡବଥା ଅତି ତୀବ୍ର ଓ ବାରମ୍ବାର ହୁଏ । ଯେଉଁ ଔଷଧ ଦେଲେ ଏହି ଜଟିଳତା ଦେଖାଯାଏ ସେମାନଙ୍କ ନାମ ଟ୍ରିପ୍ଟାନ, ଏର୍ଗୋଟାମିନ ଓ ନାରକୋଟିକ ଭଳି ପୀଡାହାରୀ । ଏହି କାରଣ ଯୋଗୁ ସରଳ ପୀଡାହାରୀ ଔଷଧ ସପ୍ତାହରେ ତିନି ଦିନରୁ କମ ଦିଆଯାଏ ।
ରୋଗ ଆରମ୍ଭରେ ସାମାନ୍ୟ ଓ ମଧ୍ୟମ ଲକ୍ଷଣ ପ୍ରକାଶ ପାଉଥିଲେ ସରଳ ପୀଡାହାରୀ ଔଷଧ ଦିଆଯାଏ, ଯେପରିକି ଏନ.ଏସ.ଏ.ଆଇ.ଡି. କିମ୍ବା ପାରାସେଟାମୋଲ, ଆସେଟାଇଲ ସାଲିସିଲିକ ଏସିଡ ଓ କେଫିନ ଏକତ୍ର ଦିଆଯାଏ । ଅଧା ଲୋକ ଆଇବୁପ୍ରୋଫେନ ଖାଇଲେ କଷ୍ଟ ଲାଘବ ହୁଏ ଓ ଡାଇକ୍ଳୋଫେନାକ ମଧ୍ୟ କାର୍ଯ୍ୟକାରୀ ହୁଏ । ମଧ୍ୟମ ଓ ତୀବ୍ର ମୁଣ୍ଡବଥା ନିମନ୍ତେ ଆସ୍ପିରିନ ଦିଆଯାଏ ଯାହା ସୁମାଟ୍ରିପ୍ଟାନ ଭଳି ଉପାଦେୟ । ଶିରାରେ ଇଂଜେକସନ ଦେବା ନିମନ୍ତେ କିଟୋରୋଲାକ ଉପଲବ୍ଧ । ମେଟୋକ୍ଳୋପ୍ରାମାଇଡ ସହ ପାରାସେଟାମୋଲ ଦେଲେ ସ୍ୱଳ୍ପ ପ୍ରତିକୂଳ ପରିସ୍ଥିତି ଉପୁଜେ । ଗର୍ଭାବସ୍ଥାର ତୃତୀୟ ଟ୍ରାଇମେଷ୍ଟର ପର୍ଯ୍ୟନ୍ତ ପାରାସେଟାମୋଲ ଓ ମେଟୋକ୍ଳୋପ୍ରାମାଇଡ ବିପଦଶୂନ୍ୟ ଭାବେ ଦିଆଯାଇ ପାରିବ ।
ଯନ୍ତ୍ରଣା ଓ ଓକାଳ ନିମନ୍ତେ ଟ୍ରିପ୍ଟାନ ଗ୍ରୁପର ସୁମାଟ୍ରିପ୍ଟାନ ୭୫ % ଲୋକଙ୍କର ଉପକାରୀ ସାବ୍ୟସ୍ତ ହୋଇଛି । ମାଧ୍ୟମ ଓ ତୀବ୍ର ଲକ୍ଷଣ ନିମନ୍ତେ ସାଧାରଣ ପୀଡାହାରୀ ଔଷଧ କାମ ନ କଲେ ପ୍ରାରମ୍ଭିକ ଭାବେ ଏହି ଔଷଧ ଦିଆଯାଇ ପାରେ । ବିଭିନ୍ନ ଆକାରରେ ଏହା ମିଳେ: ଇଂଜେକସନ, ନାକ ସ୍ପ୍ରେ , ପାଟିରେ ଖାଇବା ବଟିକା ବା ପାଟିରେ ମିଳେଇଯିବା ବଟିକା । ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅତି ମୃଦୁ ହେଲେ ମଧ୍ୟ କ୍ୱଚିତ ମାୟୋକାର୍ଡିଆଲ ଇସକେମିଆ ହୁଏ । ତେଣୁ ହୃଦ-ରୋଗ ଥିବା ରୋଗୀ, ଷ୍ଟ୍ରୋକ ଭୋଗିଥିବା ରୋଗୀ ଓ ସ୍ନାୟୁ ଲକ୍ଷଣ ସମ୍ମିଳିତ ଥିବା ରୋଗରେ ଏହା ସାବଧାନାତା ସହ ଦିଆଯାଏ । While historically not recommended in those with basilar migraines there is no specific evidence of harm from their use in this population to support this caution. ଏହା ନିଶା କରାଏ ନାହିଁ କିନ୍ତୁ ମାସରେ ୧୦ ଦିନରୁ ଅଧିକ ନେଲେ ଓଭରଡୋଜ ମୁଣ୍ଡବଥା ହୁଏ ।
ନାକ ସ୍ପ୍ରେ ଓ ଇଂଜେକସନ ଆକାରରେ ଏହି ପୁରାତନ ଔଷଧ ଅଦ୍ୟାପି ଦିଆଯାଉଛି । ଏହା ଶସ୍ତା ଓ ଟ୍ରିପ୍ଟାନ ସହ ସମକକ୍ଷ ଓ ତାଠାରୁ ଅଳ୍ପ ଦାମ । ଷ୍ଟାଟସ ମିଗ୍ରେନୋସସ ରୋଗରେ ଏହା ଅତି ଉପାଦେୟ ବିକଳ୍ପ ।
ଓପିଅଏଡ ଓ ବାର୍ବିଚୁରେଟ ଦେବାକୁ ମନା । ଉପଯୁକ୍ତ ଔଷଧ ସହ ଗୋଟିଏ ଡୋଜ ଡେକ୍ଡାମେଥାଜୋନ ଇଂଜେକସନ ଦେଲେ ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ପୁନଃପୌନିକତା ୨୬ % କମିଯାଏ ।
ଦୀର୍ଘକାଳୀନ ପୂର୍ବାନୁମାନ ପରିବର୍ତ୍ତନଶୀଳ । ରୋଗ ଯୋଗୁ ଅନେକ ଲୋକ କର୍ମହୀନ ହୁଅନ୍ତି । ଏହି ରୋଗ କିନ୍ତୁ ପ୍ରାଣ ଘାତକ ନୁହେଁ । ଚାରି ପ୍ରକାର ଫଳାଫଳ ଅନୁମାନ କରାଯାଏ ଯଥା ୧. ଲକ୍ଷଣ ସଂପୂର୍ଣ୍ଣ ଚାଲିଯାଏ, 2. ଲକ୍ଷଣ ଚାଲୁ ରହେ କିନ୍ତୁ ଧୀରେ ଧୀରେ ସମୟକ୍ରମେ କମିଯାଏ, ୩. ରୋଗ ଯଥା ରୀତି ଚାଲୁ ରହେ ୪. ରୋଗ ଅଧିକ ଖରାପ ହୁଏ ବା ବାରମ୍ବାର ହୁଏ । ଇସକେମିକ ଷ୍ଟ୍ରୋକ ହେବା ନିମନ୍ତେ ଅରା ସହ ମିଗ୍ରେନ ଏକ ସଙ୍କଟ ଅବସ୍ଥା ଅଟେ ଓ ଦୁଇଗୁଣ ସଙ୍କଟ ସୃଷ୍ଟି କରେ । ଯୁବାବସ୍ଥା, ହରମୋନ ଥିବା ଗର୍ଭନିରୋଧକ ବ୍ୟବହାରକାରୀ ମହିଳା ଓ ଧୂମ୍ରପାନ ଅଧିକ ସଙ୍କଟ ସୃଷ୍ଟି କରେ । ସରଭାଇକାଲ ଆର୍ଟେରୀ ଡିସେକସନ ସହ ଏହାର ସମ୍ପର୍କ ଅଛି । ଅରା ବିହୀନ ମିଗ୍ରେନ ଶଙ୍କଟକାରୀ ନୁହେଁ । ପ୍ରତିରୋଧକାରୀ ଚିକିତ୍ସାଦ୍ୱାରା ଅରା ସହ ଅଧକପାଳି ଥିଲେ ପ୍ରତିରୋଧ ହୁଏ ।
This article uses material from the Wikipedia ଓଡ଼ିଆ article ଅଧକପାଳି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.