ଖଣ୍ଡାୟତ

ଖଣ୍ଡାୟତ ଓଡ଼ିଶାର ଏକ ପାରମ୍ପାରିକ କ୍ଷତ୍ରିୟ ଯୋଦ୍ଧା ଜାତି । ଖଣ୍ଡାୟତମାନେ ବ୍ରିଟିଶ ଶାସନ ପୂର୍ବରୁ ଶାସନକାର୍ଯ୍ୟ ଓ ଯୁଦ୍ଧରେ ନିୟୋଜିତ ଥିଲେ ।

ଖଣ୍ଡାୟତ
ଖଣ୍ଡାୟତମାନଙ୍କଦ୍ୱାରା ପାରମ୍ପାରିକ ଯୁଦ୍ଧକଳା ପ୍ରଦର୍ଶନ

ଇତିହାସ

ଅତୀତର କିଛି କ୍ଷତ୍ରିୟ ରାଜବଂଶର ସମାହାରରୁ ଖଣ୍ଡାୟତ ଜାତିର ସୃଷ୍ଟି । ପୁରୀ ଗଜପତିଙ୍କ ନିଦ୍ଦେଶ ଅନୁସାରେ ଖଣ୍ଡାୟତମାନେ ଯୁଦ୍ଧବିଦ୍ୟାରେ ନିପୁଣ ହୋଇଥିବେ, ରାଜ୍ୟଶାସନରେ ମହାରଥୀ ପଦ ହାସଲ କରିଥିବେ ଏବଂ ନିଜେ ମଧ୍ୟ ଶୃଙ୍ଖଳିତ ହୋଇଥିବେ । ଖଣ୍ଡାୟତମାନେ କ୍ଷତ୍ରୀୟ ଅନ୍ତର୍ଭୁକ୍ତ । ଖଣ୍ଡାୟତମାନଙ୍କ ୨୫୦୦ ବର୍ଷରୁ ଉର୍ଦ୍ଧ୍ୱ ଲିଖିତ ଇତିହାସ ଭିତରୁ କଳିଙ୍ଗ ଯୁଦ୍ଧ ଏବଂ ପାଇକ ବିଦ୍ରୋହ କେତେକ ଐତିହାସିକ ଘଟଣା ଭାବେ ଅନ୍ୟତମ । ଯେଉଁ ଖଣ୍ଡାୟତମାନେ ଯୁଦ୍ଧରେ ଲଢୁଥିଲେ ସେମାନଙ୍କୁ ପଦ ଅନୁସାରେ ଜମି ପ୍ରଦାନ କରାଯାଉଥିଲା ଯାହା ଜାଗିରି ବୋଲି ମଧ୍ୟ ଜଣା । ଏହା ଫଳରେ ୧୯ଶ ଶତାବ୍ଦୀ ଶେଷ ଭାଗ ସମୟରେ ଅଧିକାଂଶ ଜମିଦାରୀ ଖଣ୍ଡାୟତ ସମୁଦାୟର ଲୋକମାନଙ୍କ ପାଖେ ଥିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଜମିଦାରୀ ପ୍ରଥାକୁ ଉଚ୍ଛେଦ ହେଲା ପରେ ଓଡ଼ିଶାର ଖଣ୍ଡାୟତ ଓ ବ୍ରାହ୍ମଣ ସମୁଦାୟ ଲୋକ ସେବା, ରାଜନୀତି ଓ ବିଭିନ୍ନ ଅନ୍ୟ ବୃତ୍ତିରେ ନିୟୋଜିତ ହେଲେ ।

ବର୍ତ୍ତମାନ

ଖଣ୍ଡାୟତମାନେ ଧାର୍ମିକତା ଅନୁସାରେ ବିଭକ୍ତ ନ ହୋଇ ସାମାଜିକ ସ୍ଥିତି ଅନୁସାରେ ମୁଖ୍ୟତଃ ଅଗ୍ନିବେଶୀ, ସୂର୍ଯ୍ୟବଂଶୀ, ନାଗବଂଶୀ ଏବଂ ଚନ୍ଦ୍ରବଂଶୀ ଆଦିରେ ବିଭକ୍ତ । ସେମାନେ ମହାଲୟକ , ମହାନାୟକ ତଥା ଦଳପତି ଭାବେ ମଧ୍ୟ ପରିଚିତ। ପୁର୍ବେ ଖଣ୍ଡାୟତମାନେ ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂପୁର, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ମଧ୍ୟ-ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ ।

ସଂସ୍କୃତି ଓ ପରମ୍ପରା

ଖଣ୍ଡ ଅର୍ଥାତ ଭୂମି କିମ୍ବା ଅଞ୍ଚଳ ଏବଂ ଖଡ୍ଗ ଅର୍ଥାତ ଖଣ୍ଡାକୁ ନିୟନ୍ତ୍ରଣ କରୁଥିବା କ୍ଷତ୍ରିୟ । ସାଧାରଣତଃ ପୂର୍ୱ ଭାରତ ତଥା ଓଡ଼ିଶାର କ୍ଷତ୍ରିୟମାନେ ନିଜକୁ ଖଣ୍ଡାୟତ ଭାବେ ପରିଚୟ ଦିଅନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ଏମାନଙ୍କ ହାତରେ ରହୁଥିଲା । ପ୍ରାଚୀନ ଓଡ଼ିଶା କହିଲେ ପୂର୍ବେ ଗଙ୍ଗାରୁ ଗୋବଦରୀ ଯାଏଁ କୁହା ଯାଉଥିଲା । ରୀତିନୀତି ଓ ପରମ୍ପରା ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କ ରିତି ନୀତି ପରି । ଖଣ୍ଡାୟତମାନଙ୍କ କେତେକ ସାଧାରଣ ଗୋତ୍ର ହେଲା ଭରଦ୍ୱାଜ, କୌଣ୍ଡିନ୍ୟ (ଭ୍ରମ ବଶତଃ କୌନସ୍ୟ ବୋଲି ଲୋକାଚାରରେ ପ୍ରଚଳିତ), ବାତ୍ସ୍ୟ,ମୁଦ୍ଗଳସ୍ୟ , ଗୌତମସ୍ୟ, ବଶିଷ୍ଠ, କଶ୍ୟପ, ଅତ୍ରେୟ , ଗାଙ୍ଗସ୍ୟ , ନାଗସ୍ୟ ଅଥବା ବିନାୟକ ।

ପାଇକ ଆଖଡ଼ା

ଓଡ଼ିଆରେ ପାଇକର ଅର୍ଥ ଯୋଦ୍ଧା । ପାଇକ ଆଖଡ଼ାରେ ପାଇକମାନେ ଯୁଦ୍ଧାଭ୍ୟାସ ଏବଂ ଯୁଦ୍ଧକଳାର ପ୍ରଶିକ୍ଷଣ ନେଇଥାନ୍ତି । ପାଇକମାନେ ଖଣ୍ଡାୟତ ଥିଲେ ଓ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ ।

ଆଧାର 

Tags:

ଖଣ୍ଡାୟତ ଇତିହାସଖଣ୍ଡାୟତ ବର୍ତ୍ତମାନଖଣ୍ଡାୟତ ସଂସ୍କୃତି ଓ ପରମ୍ପରାଖଣ୍ଡାୟତ ପାଇକ ଆଖଡ଼ାଖଣ୍ଡାୟତ ଆଧାର ଖଣ୍ଡାୟତଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଗୋପବନ୍ଧୁ ଦାସଜାନକୀ ବଲ୍ଲଭ ପଟ୍ଟନାୟକଚାନ୍ଦବାଲିଶିବକରଞ୍ଜଶ୍ରୀ ଅରବିନ୍ଦପୃଥିବୀଆମ୍ବଶରତ କୁମାର ମହାନ୍ତିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଟାଟା ମୋଟରସ୩ (ସଂଖ୍ୟା)ମିନତି ମିଶ୍ରଲୋକ ସଭା୨୪ ଅପ୍ରେଲଗୁରୁଚିଲିକା ହ୍ରଦଭୁବନେଶ୍ୱରରାମକୃଷ୍ଣ ନନ୍ଦଦିବାକର ପରିଡ଼ାଅହଲ୍ୟା (ଓଡ଼ିଆ କଥାଚିତ୍ର)ବୀଜାଣୁମହାତ୍ମା ଗାନ୍ଧୀପ୍ରତୀକ୍ଷାଜ୍ଞାନପୀଠ ପୁରସ୍କାରରମାକାନ୍ତ ରଥଦେବସ୍ନାନ ପୂର୍ଣ୍ଣିମାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପଠାଣି ସାମନ୍ତନନ୍ଦିନୀ ଶତପଥୀରବି ପଟ୍ଟନାୟକଧାମରାକାମଦା ଏକାଦଶୀବେଦହରେକୃଷ୍ଣ ମହତାବଗଣିତଶାନ୍ତନୁ କୁମାର ଆଚାର୍ଯ୍ୟଶିଶୁ ଅନନ୍ତ ଦାସଓଡ଼ିଆ ସାହିତ୍ୟହନୁମାନ ଜୟନ୍ତୀଦୁର୍ଗା ପୂଜାଗୌରୀଶଙ୍କର ରାୟଲିଙ୍ଗରାଜ ମନ୍ଦିରକିରଣ ବେଦୀରମାକାନ୍ତ ପଣ୍ଡାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୨୯ ଅପ୍ରେଲହେନା ଫୁଲପାରାଦ୍ୱୀପଛବିଳ ମଧୁ ବର୍ଣ୍ଣବୋଧମ୍ୟାଲେରିଆସିପାହୀ ବିଦ୍ରୋହ୧୯୮୪ବିଶ୍ୱନାଥ ଦାସଧଉଳିଅଚ୍ୟୁତ ସାମନ୍ତସମୟ (କାଳ)ଯୋଗୟୁ ଟ୍ୟୁବଦୁଃଶୀଳାରାଧା🡆 More